Posted inଖେଳ

ଦମ୍‌ ଦେଖାଇଲେ ପୂଜାରା: ଗୋଟିଏ ଓଭରରେ ମାରିଲେ ୨୨ ରନ୍‌

ଲଣ୍ଡନ,୧୩।୮: ଇଂଲଣ୍ଡରେ ଚାଲିଥିବା ରୟାଲ ଲଣ୍ଡନ ଓ୍ବାନ୍‌ଡେ କପ୍‌ରେ ଦମ୍‌ ଦେଖାଇଛନ୍ତି ଭାରତୀୟ ଦଳର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା। ସସେକ୍ସ ପାଇଁ ବିସ୍ଫୋରକ ଇନିଂସ ଖେଳି ସେ ଶତକ ହାସଲ କରିଛନ୍ତି। ଓ୍ବାର୍‌ଓ୍ବିକ୍ସାୟାର ବିପକ୍ଷରେ ଖେଳୁଥିବା ପୂଜାରା ମାତ୍ର ୭୯ ଓଭରରେ ୭ ଚୌକା ଏବଂ ୨ ଛକା ମାରି ୧୦୭ ରନ୍‌ କରିଥିଲେ। ବିଶେଷକରି ସେ ଇନିଂସର ୪୫ତମ ଓଭରରେ ୨୨ ରନ୍‌ କରିବାରେ ସଫଳ ହୋଇଥିଲେ, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଲିଆମ ନରଓ୍ବେଲଙ୍କ ଓଭରରେ ସେ ଜବରଦସ୍ତ ବ୍ୟାଟିଂ କରି ଏହି ରନ୍‌ କରିଛନ୍ତି।

ପୂଜାରା ନରଓ୍ବେଲଙ୍କ ଓଭରର ପ୍ରଥମ ବଲ୍‌ରେ ଚୌକା ମାରିଥିଲେ। ଏହାପରେ ଦ୍ୱିତୀୟ ବଲ୍‌ରେ ଦୁଇ ରନ୍‌ ନେଇଥିଲେ। ତୃତୀୟରେ ପୁନର୍ବାର ସେ ଚୌକା ମାରିଥିଲେ। ଚତୁର୍ଥ ବଲ୍‌ରେ ଦୁଇ ରନ୍‌ ସେ ନେଇଥିଲେ। ପଞ୍ଚମ ବଲ୍‌ରେ ସେ ଛକା ମାରିଥିଲେ। ଶେଷ ବଲ୍‌ରେ ସେ ଚୌକା ମାରିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଚେତେଶ୍ୱରଙ୍କ ଇନିଂସର ଭିଡିଓ ସସେକ୍ସ କ୍ରିକେଟ ଦ୍ୱାରା ସେମାନଙ୍କ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଶେୟାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୧୦ ରନ୍‌ର ବିଶାଳ ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ଚାଟୋଗ୍ରାମ୍‌,୧୦।୧୨: ବାଲାଂଦେଶ ବିପକ୍ଷ ତୃତୀୟ ଦିନିକିଆରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ଇଶାନ କିଶନ ଏବଂ ବିରାଟ କୋହଲିଙ୍କ ଦ୍ୱିଶତକୀୟ ଭାଗିଦାରୀ ଯୋଗୁ...

ହେଭିଓ୍ବେଟ୍‌ ଟାଇଟଲ ବଜାୟ ରଖିଲେ ୟୁସିକ୍‌

କିଙ୍ଗ ଅବ୍‌ଦୁଲ୍ଲା ସ୍ପୋଟର୍‌ସ ସିଟି (ସୌଦି ଆରବ), ୨୨ା୮(ଏପି): ଆନ୍ଥୋନୀ ଜୋଶୁଆଙ୍କ ବିପକ୍ଷ ଏକ ରିମ୍ୟାଚ୍‌ରେ ବିଭାଜନ ନିଷ୍ପତ୍ତି ଜରିଆରେ ବିଜୟ ହାସଲ କରି ୟୁକ୍ରେନ୍‌...

ଟି୨୦ ସିରିଜ ଜିତିଲା ନ୍ୟୁଜିଲାଣ୍ଡ: ବାଂଲାଦେଶ ୨୮ ରନରେ ପରାସ୍ତ

ନାପିଏର,୩୧।୩: ବର୍ଷା ବାଧାପ୍ରାପ୍ତ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଡକ୍‌ଓ୍ବର୍ଥ/ଲୁଇସ୍‌ ନିୟମରେ ୨୮ ରନରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍‌...

ଷ୍ଟ୍ରାଣ୍ଡ୍‌ଜା ମେମୋରିଆଲ ବକ୍ସିଂ: ଦୀପକ କୁମାର ଫାଇନାଲରେ

ନୂଆଦିଲ୍ଲୀ, ୨୭ା୨ (ପି.ଟି.)-ଅଲିମ୍ପିକ ଓ ବିଶ୍ୱ ଚାମ୍ପିୟନ ଉଜ୍‌ବେକିସ୍ତାନର ସାଖୋବିଦ୍ଦିିିନ ଜୋଇରୋଭଙ୍କ ବିପକ୍ଷରେ ୪-୧ରେ ବିଜୟ ହାସଲ କରି ଏସିଆନ ଗେମ୍ସ ବିଜେତା ଦୀପକ କୁମାର...

ବିକି ଦେଲେ ରୋନାଲ୍ଡୋ ଫୋପାଡ଼ିଥିବା ଆର୍ମ ବ୍ୟାଣ୍ଡ

ବେଲଗ୍ରେଡ, ୨।୪ : ଗତ ସପ୍ତାହରେ ବେଲଗ୍ରେଡ୍‌ଠାରେ ଖେଳାଯାଇଥିବା ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ପର୍ତ୍ତୁଗାଲ ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ଉତ୍ତ୍ୟକ୍ତ ହୋଇ ଗ୍ରାଉଣ୍ଡରେ...

ଫୁଟ୍‌ବଲ କିମ୍ବଦନ୍ତୀ ତୁଳସୀଦାସଙ୍କ ପରଲୋକ

କୋଲକାତା, ୧୭ା୨(ପି.ଟି.):ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ତଥା ଅଲିମ୍ପିଆନ ତୁଳସୀଦାସ ବଳରାମଙ୍କ ୮୭ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘଦିନ ହେଲା ଅସୁସ୍ଥ...

ପାକିସ୍ତାନର ଏହି ଅଲରାଉଣ୍ଡର ଧୋନୀଙ୍କ ବଡ଼ ପ୍ରଶଂସକ; ଘରର କାନ୍ଥରେ ଲଗାଇଛନ୍ତି ଫଟୋ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ। ଦୁନିଆର କୋଣ ଅନୁକୋଣରେ ଧୋନୀଙ୍କ ପ୍ରଶଂସକ...

ଫର୍ମୁଲା ଓ୍ବାନ୍‌ ସୁପରଷ୍ଟାର

ଲୁଇସ୍‌ ହାମିଲଟନ ଷଷ୍ଠଥର ପାଇଁ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରି ମାଇକେଲ ସୁମାକରଙ୍କଠାରୁ ଗୋଟିଏ ପାଦ ଦୂରରେ ରହିଛନ୍ତି। ୩୪ ବର୍ଷରେ ପଦାର୍ପଣ କରିଥିବାରୁ...

Advertisement
Archives

Model This Week