Posted inଜାତୀୟ

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଦୁଃଖପ୍ରକାଶ

ନୂଆଦିଲ୍ଲୀ,୧୬।୮: କ୍ରିକେଟରରୁ ରାଜନେତା ପାଲଟିଥିବା ତଥା ଯୋଗୀ ସରକାରର ମନ୍ତ୍ରୀ ଚେତନ ଚୌହାନଙ୍କର ଦେହାନ୍ତ ହୋଇଛି। ୭୩ ବର୍ଷିୟ ଚେତନ କରୋନା ଆକ୍ରାନ୍ତ ହେବାପରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ରବିବାର ଅପରାହ୍ନ ୪.୩୦ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟୁଇଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ଚେତନ ଚୌହାନ ଜଣେ ଉଜ୍ଜ୍ୱଳ କ୍ରିକେଟର ତଥା ପରେ ଜଣେ ପରିଶ୍ରମୀ ରାଜନେତା ଭାବରେ ପରିଚିତ ହୋଇଥିଲେ। ଭାଜପାକୁ ମଜବୁତ କରିବା ପାଇଁ ସେ ପ୍ରଭାବଶାଳୀ ଯୋଗଦାନ ଦେଇଥିଲେ। ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ ବୋଲି ମୋଦି କହିଛନ୍ତି। କ୍ୟାବିନେଟରେ ମୋର ନିକଟ ସହକର୍ମୀ ଚେତନ ଚୌହାନଙ୍କ ଅକାଳ ବିୟୋଗ ଖବର ମୋତେ ବ୍ୟଥିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଟୁଇଟ୍‌ କରିଛନ୍ତି। ପ୍ରଭୁ ଶ୍ରୀରାମ ତାଙ୍କ ପରିବାରକୁ ଏହି ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଚେତନ ଚୌହାନ କ୍ରିକେଟ ଜୀବନରୁ ଅବସର ନେବା ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଚୌହାନ୍‌ ଆମରୋହୀ ଲୋକସଭା ଆସନରୁ ୧୯୯୧ ଓ ୧୯୯୮ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମାତ୍ର ୧୯୯୯ ଓ ୨୦୦୪ରେ ସେ ଲୋକସଭା ନିର୍ବାଚନ ହାରି ଯାଇଥିଲେ।

https://twitter.com/narendramodi/status/129498086754324889


Enter your email to get our daily news in your inbox.

All Right Reserved By Dharitri.Com

୧୬ ଅକ୍ଟୋବରରେ ସିଡବ୍ଲ୍ୟୁସି ବୈଠକ…

ନୂଆଦିଲ୍ଲୀ,୯।୧୦: ସ୍ଥାୟୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ନ ଥିବା ନେଇ କଂଗ୍ରେସରେ କୁହୁଳୁଥିବା ଅସନ୍ତୋଷ ଏବେ ଥମିବାକୁ ଯାଉଛି। ଅକ୍ଟୋବର ୧୬ରେ କଂଗ୍ରେସ ଓ୍ବାର୍କିଂ କମିଟି(ସିଡବ୍ଲ୍ୟୁସି) ବୈଠକ...

ଭୋଟରଙ୍କୁ କ୍ଷମା ମାଗିଲେ ମୋଦି

ନୂଆଦିଲ୍ଲୀ,୧୦ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସହାରନପୁରରେ ଏକ ବଡ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ଯେତେବେଳେ ସେ ଏହି ରାଲିରେ ଭାଷଣ...

କରୋନା ମୁକାବିଲା ପାଇଁ ଭାରତର ପ୍ରସ୍ତୁତି: ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ଭିଜା ରଦ୍ଦ

ନୂଆଦିଲ୍ଲୀ,୧୨।୩: କରୋନା ସଂକ୍ରମଣ ମୁକାବିଲା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି। ଏହି ମର୍ମରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ସମସ୍ତ ଭିଜା...

ଏଣିକି ଟ୍ରେନରେ ଖାଦ୍ୟ ହେବ ମହଙ୍ଗା

ମୁମାଇ,୧୫।୧୧: ଟ୍ରେନରେ ଯାତ୍ରା କରିବା ସମୟରେ ଏବେ ଚା’ ଜଳଖିଆ ଓ ଭୋଜନ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ରେଲୱେ ବୋର୍ଡର ପର୍ଯ୍ୟଟନ ଓ...

ଭାଜପା ପାଇଁ ଆରମ୍ଭ ହେଲା କର ବା ମର ଲଢ଼େଇ !

ନୂଆଦିଲ୍ଲୀ,୨୮।୪: ସୋମବାର ହେବ ଚତୁର୍ଥ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ଏହାପରେ ଆଉ ୩ଟି ପର୍ଯ୍ୟାୟରେ ଶେଷ ହେବ ୧୭ତମ ଲୋକ ସଭା ପାଇଁ ମତଦାନ।...

ଚୋରିକରି ପଳାଉଥିବା ବେଳେ କୂଅରେ ପଡ଼ିଲେ

ହାଇଦ୍ରାବାଦ,୨୨।୧: ତେଲଙ୍ଗାନାର ହନମ୍‌କୋଣ୍ଡା ଜିଲାର ଏସ୍‌ଆର୍‌ ଇଞ୍ଜିନିୟରିଂ କଲେଜ ଛାତ୍ରୀନିବାସରୁ ଶନିବାର ରାତିରେ ମୋବାଇଲ ଫୋନ୍‌ ଏବଂ ଲାପ୍‌ଟପ ଚୋରିକରି ଖସି ପଳାଇବାକୁ ଉଦ୍ୟମ କରୁଥିବା...

ମନିଷ ସିସୋଡିଆଙ୍କ ଘରେ ସିବିଆଇ

ନୂଆଦିଲ୍ଲୀ,୧୯ ।୮: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି କି ତାଙ୍କ ଘରକୁ ସିବିଆଇ ଆସିଛି । ଯାହାକୁ ସେ ସ୍ୱାଗତ...

ମୋଦି କରି ନାହାନ୍ତି ପ୍ରତିଶୋଧ ରାଜନୀତି: ଗୁଲାମ ନବୀ..

ନୂଆଦିଲ୍ଲୀ,୪।୪ : ରାଜ୍ୟସଭାର ପୂର୍ବତନ ଏମ୍‌ପି ତଥା ଡୋମୋକ୍ରାଟିକ୍‌ ଆଜାଦ ପାର୍ଟି ମୁଖ୍ୟ ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ...

Advertisement
Archives

Model This Week