Posted inଖେଳ

ପ୍ରଥମ ବିଜୟ ସ୍ବାଦ ଚାଖିଲା ହାଇଦ୍ରାବାଦ: ଚେପକ୍‌ର ମଇଦାନକୁ ନେଇ ଓ୍ବାର୍ନର କହିଲେ…

ଚେନ୍ନାଇ,୨୨।୪: ଲଗାତାର ଭାବେ ୩ ଟି ମ୍ୟାଚ୍‌ ହାରିବା ପରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ୍‌ର ଚଳିତ ସଂସ୍କରଣରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ସଫଳତାପୂର୍ବକ ରନ୍‌ର ପିଛା କରି ଗୋଟିଏ ଉଇକେଟ ହରାଇ ଦଳ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଏହା ପରେ ହାଇଦ୍ରାବାଦ ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଚେପକ୍‌ର ମଇଦାନକୁ ଆଶ୍ଚର୍ଯ୍ୟଧରଣର ବୋଲି କହିଛନ୍ତି।

ମ୍ୟାଚ୍‌ ପରେ ପ୍ରତିକ୍ରିୟା ରଖି ଓ୍ବାର୍ନର କହିଛନ୍ତି, ସତ କହିବାକୁ ଗଲେ ଏଠାକାର ମଇଦାନ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଟେଲିଭିଜନରେ ଏହା ବହୁତ ଭୟଙ୍କର ଦେଖାଯାଏ। କିନ୍ତୁ କ୍ୟୁରେଟରମାନଙ୍କୁ ଶ୍ରେୟ ଦେବାକୁ ପଡ଼ିବ। କାରଣ ଏଠାରେ ବହୁତ ମ୍ୟାଚ୍‌ ଖେଳାଯାଉଛି। ତେଣୁ ମ୍ୟାଚ୍‌ ପାଇଁ ମଇଦାନ ପ୍ରସ୍ତୁତ କରିବା କଷ୍ଟକର ହୋଇଥାଏ ବୋଲି ଓ୍ବାର୍ନର କହିଛନ୍ତି।

ପ୍ରକାଶ ଯେ,ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ପଞ୍ଜାବ କିଙ୍ଗ୍ସ ୧୯.୪ ଓଭରରେ ୧୨୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ହାଇଦ୍ରାବାଦ ୧୮.୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଏହି ବିଜୟ ସହ ସନରାଇଜର୍ସ ଉନ୍ନତ ରନ୍‌ ହାର ଯୋଗୁ ପଏଣ୍ଟ ଟେବୁଲରେ ପଞ୍ଜାବକୁ ମଧ୍ୟ ପଛରେ ପକାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଅପେକ୍ଷା ଯନ୍ତ୍ରଣାଦାୟକ

ନୂଆଦିଲ୍ଲୀ, ୧୭ା୪(ପି.ଟି.)-ନିଜର ଭବିଷ୍ୟତକୁ ନେଇ ଦ୍ୱନ୍ଦ୍ୱ ଓ ଉତ୍କଣ୍ଠାରେ ରହିଛନ୍ତି ଜାତୀୟ ରେକର୍ଡ ହାସଲକାରୀ ଲଙ୍ଗ୍‌ଜମ୍ପର ମୁରଲୀ ଶ୍ରୀଶଙ୍କର। କୋଭିଡ୍‌-୧୯ ମହାମାରୀର ଆବିର୍ଭାବ ତାଙ୍କ ପାଇଁ...

ତାରକା ମହିଳା ଡିଫେଣ୍ଡର

ଇମ୍ପାଲରେ ଜନ୍ମିତ ଆଶାଲତା ଦେବୀ ଏଏଫ୍‌ସି ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜଣେ ଗୋଲକିପର ହେବାକୁ ଚାହୁଁଥିଲେ ମଧ୍ୟ ସେ...

ଚେଲ୍‌ସି ବିପକ୍ଷ ସୁପର କପ୍‌ ମ୍ୟାଚ୍‌ ଖେଳିପାରିବେ ନାହିଁ ଆଲିସନ

ଲିଭରପୁଲ,୧୦।୮(ଏଏଫ୍‌ପି)- ଲିଭରପୁଲ୍‌ ଗୋଲକିପର ଆଲିସନ ବେକର ବୁଧବାର ଚେଲ୍‌ସି ବିପକ୍ଷ ୟୁଫା ସୁପର କପ୍‌ ମ୍ୟାଚ୍‌ରେ ଖେଳିପାରିବେ ନାହିଁ। ତାଙ୍କ ଗୋଇଠିରେ ଆଘାତ ଲାଗିଛି। ୟୁରୋପ...

ଆତ୍ମହତ୍ୟା କରିବାକୁ ୩ଥର ଚିନ୍ତା କରିଥିଲି: ଶାମି

ନୂଆଦିଲ୍ଲୀ,୩।୫ (ପି.ଟି.): ସମସ୍ତଙ୍କୁ ଚକିତ କରିବା ଭଳି କଥା କହିଛନ୍ତି ଭାରତୀୟ ତାରକା ଦ୍ରୁତ ବୋଲି ମହମ୍ମଦ ସାମି। ଆତ୍ମହତ୍ୟା କରିବାକୁ ୩ଥର ଚିନ୍ତା କରିଥିଲି...

ଦୁଲୀପ୍‌ ଟ୍ରଫି: ନାୟାରଙ୍କ ୧୬୬* ଇଣ୍ଡିଆ ବ୍ଲୁ-ଇଣ୍ଡିଆ ରେଡ୍‌ ମ୍ୟାଚ୍‌ ଡ୍ର’

ବେଙ୍ଗାଲୁରୁ, ୨୬।୮ (ପି.ଟି.)- କରୁନ ନାୟାରଙ୍କ ଦମ୍‌ଦାର ଅପରାଜିତ ଶତକ ସତ୍ତ୍ୱେ ଇଣ୍ଡିଆ ବ୍ଲୁ ଓ ଇଣ୍ଡିଆ ରେଡ୍‌ ମଧ୍ୟରେ ଏଠାରେ ଅନୁଷ୍ଠିତ ଦୁଲୀପ୍‌ ଟ୍ରଫି...

ଆଶେସ ପଞ୍ଚମ ଟେଷ୍ଟ: ଇଂଲଣ୍ଡ ଅଗ୍ରଣୀ

ଲଣ୍ଡନ, ୧୪।୯- ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ପଛୁଆ...

ରୁଥ୍‌ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଦୋହା, ୨୯।୯- ଦୋହାରେ ଚାଲିଥିବା ଆଇଏଏଏଫ୍‌ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ପ୍ରଥମ ଆଥ୍‌ଲେଟ୍‌ ଭାବେ କେନିଆର ଧାବିକା ରୁଥ୍‌ ଚେପନଗେଟିଚ୍‌ ସ୍ବର୍ଣ୍ଣ ପଦକ ଜିତିବାର କୃତୀତ୍ୱ...

ଯୁବିଙ୍କ ବଟଲ କ୍ୟାପ୍‌ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୦।୭- ସୋସିଆଲ ମିଡିଆରେ ଗତ କିଛିଦିନ ହେଲେ ବଟଲ କ୍ୟାପ୍‌ ଚ୍ୟାଲେଞ୍ଜ ଲୋକପ୍ରିୟତା ହାସଲ କରିଛି। ଏହି ଚ୍ୟାଲେଞ୍ଜରେ ବୋଟଲକୁ ସ୍ପର୍ଶ ନ କରି କ୍ୟାପ୍‌...

Advertisement
Ten Cric Info


Archives

Model This Week