Posted inଖେଳ

ଦିଲ୍ଲୀକୁ ହରାଇ ଚେନ୍ନାଇର ସପ୍ତମ ବିଜୟ

ଚେନ୍ନାଇ,୧୦ା୫: ଚେନ୍ନାଇର ଏମ୍‌.ଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଖେଳା ଯାଇଥିବା ଆଇପିଏଲ୍‌ର ୫୫ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ୨୭ ରନ୍‌ରେ ବିଜୟୀ ହୋଇଛି । ୧୨ଟି ମ୍ୟାଚରୁ ଚେନ୍ନାଇ ୭ଟିରେ ବିଜୟ ହୋଇ ୧୫ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷେ ଏହି ବିଜୟ ସହ ଚେନ୍ନାଇ ପ୍ଲେ ଅଫ୍‌ର ନିକଟତର ହୋଇଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୨୦ ଓଭରରେ ୮ ଉଇକେଟ ହରାଇ ୧୬୭ ରନ୍‌ କରିଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୪୦ ରନ୍‌ କରି ପରାଜିତ ହୋଇଛି। ୧୬୮ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀ ୨୫ ରନ୍‌ରେ ୩ ଉଇକେଟ ହରାଇଥିଲା। ରିଲି ରୋଷୋ (୩୫ ରନ୍‌) ଓ ଇମ୍ପାକ୍ଟ ଖେଳାଳି ମନୀଷ ପାଣ୍ଡେ(୨୭) ଚତୁର୍ଥ ଉଇକେଟରେ ୫୯ ରନ୍‌ ଯୋଡିଥିଲେ। ତେବେ ଉଭୟ ଖେଳାଳିଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୦୦ରୁ କମ୍‌ ରହିଥିଲା। ଉଭୟ ଖେଳାଳି ମାତ୍ର ୫ ରନ୍‌ ବ୍ୟବଧାନରେ ଆଉଟ ହେବା ପରେ ଦିଲ୍ଲୀର ପରାଜୟ ନିଶ୍ଚିତ ହୋଇଯାଇଥିଲା। ଶେଷ ଆଡକୁ ଅକ୍ଷର ପଟେଲ ଦ୍ରୁତ ୨୧ ଓ ଲଳିତ ଯାଦବ ୧୨ ରନ୍‌ କରିଥିଲେ ହେଁ ବିଜୟ ପାଇଁ ଏହା ଯଥେଷ୍ଟ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁକାଲିପଟାସ୍‌ ଚାଷ ନିଷିଦ୍ଧ ପାଇଁ କୋରାପୁଟ ଡିଏଫ୍‌ଓଙ୍କୁ ତଦନ୍ତ ନିର୍ଦ୍ଦେଶ

କୋରାପୁଟ,୨୪ା୬(ଅମିତାଭ ବେହେରା): କୋରାପୁଟର ତଫସିଲଭୁକ୍ତ ଅଞ୍ଚଳରେ ବଢ଼ୁଥିବା ୟୁକାଲିପଟାସ୍‌ ଚାଷକୁ ନେଇ ଉଠିଥିବା ଅଭିଯୋଗ ପ୍ରତି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ଚାଷ ଉପରେ…

ସରକାରଙ୍କ ବଡ଼ ଘୋଷଣା, ପ୍ରତିବର୍ଷ ୫ ଲକ୍ଷ ଶିଶୁଙ୍କୁ ଦେବେ ସୁନା ମୁଦି

ଚେନ୍ନାଇ,୨୪ା୬ : ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱରେ ତାମିଲନାଡୁ ସରକାର ପ୍ରତିଦିନ ନୂଆ ନୂଆ ନିଷ୍ପତ୍ତି ନେଉଛନ୍ତି । ସରକାର ଏବେ ପ୍ରତ୍ୟେକ ନବଜାତ ଶିଶୁକୁ…

ବାସୁଦେବପୁରରେ ହତ୍ୟାକାଣ୍ଡ: ଝିଆରୀଙ୍କୁ ପିଟିପିଟି ମାରିଦେଲେ ଦାଦା, ପୂରା ଘଟଣା ଜାଣିଲେ…

ବାସୁଦେବପୁର,୨୪ା୬(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳର ଭୈରବପୁର ଗ୍ରାମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ଲୁଗା ଶୁଖାଇବା ପାଇଁ ପୋତିଥିବା ବାଉଁଶକୁ ନେଇ ଘଟିଛି ଘଟଣା।…

ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କାଦେଲା ବୋଲେରୋ, ପୁଣି ପଛପଟୁ ଧକ୍କାଦେଲା ଆଉ ଏକ ଟ୍ରକ୍‌, ତା’ପରେ…

ବଞ୍ଚୋ,୨୪ା୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ରିଙ୍ଗ ରୋଡ୍‌ରେ ବୁଧବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଗୋଟିଏ ବାଇକ୍‌କୁ ଧକ୍କାଦେବା ପରେ ବାଇକ୍‌…

ଶ୍ରମିକମାନେ କାମ କରୁଥିବା ବେଳେ ଭୁଶୁଡ଼ିଲା ଗୋଦାମ, ମୃତ୍ୟୁ ସଂଖ୍ୟା….

କୋଲକାତା,୨୪ା୬: ପଶ୍ଚିମ କୋଲକାତାର ତାରାତାଲା ଅଞ୍ଚଳରେ ଏକ ନିର୍ମାଣାଧୀନ ଗୋଦାମ ବୁଧବାର ଅପରାହ୍ନରେ ହଠାତ୍ ଭୁଶୁଡ଼ିଲା । ଭଗ୍ନାବଶେଷ ତଳେ ପ୍ରାୟ ୫୦-୬୦ ଜଣ ଫସି ରହିଛନ୍ତି…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଛୁରାମାଡ଼ ପରେ…

ପଦ୍ମପୁର,୨୪ା୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ବୁଡେନ ଥାନା ଅନ୍ତର୍ଗତ ଗଡ଼ଭାଟି ଗ୍ରାମର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଓ ଛୁରାମାଡ଼ କରାଯାଇଥିବା ଅଭିଯୋଗରେ ବୁଡେନ ଥାନାରେ ଏକ…

ଘାଟିରେ ଓଲଟିଲା ଟ୍ରକ୍‌: ତଳେ ଚାପି ହୋଇ ଚାଲିଗଲା ଜଣଙ୍କ ଜୀବନ, ଦୁଇ ଗୁରୁତର

ମୋହନା,୨୪ା୬(ମନ୍ମଥ ମିଶ୍ର): ଘାଟିରେ ଓଲଟିଲା ଟ୍ରକ୍‌, ଦୁର୍ଘଟଣାରେ ଟ୍ରକ୍‌ ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ପଶ୍ଚିମବଙ୍ଗର…

ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନଙ୍କୁ ବାନ୍ଧିଲା ଭିଜିଲାନ୍ସ: ନିଜ ଆୟଠାରୁ ୧୧୯% ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ୱର/ସମ୍ବଲପୁର,୨୪।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି (ସିଏଡିଏ) ବା ସେଚାଞ୍ଚଳ ଉନ୍ନୟନ ପ୍ରାଧିକରଣ ନିର୍ବାହୀ ଯନ୍ତ୍ରୀ (କୃଷି) ଇଂ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri