ଛେନାପୋଡ଼ ଦେଇଛି ସ୍ବତନ୍ତ୍ର ପରିଚୟ

ସୋନପୁର,୨୪।୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବିନିକାର ଜଣେ ଉଚ୍ଚ ଶିକ୍ଷିତ ଯୁବକ ସୌମ୍ୟରଞ୍ଜନ ପୂଜାରୀ ଚାକିରି ପଛରେ ନ ଗୋଡାଇ ଜଣେ ସଫଳ ଉଦ୍ୟୋଗୀ ହୋଇ ପାରିଛନ୍ତି। କିଛି ନୂଆ କରିବାର ପ୍ରଚେଷ୍ଟା ଓ କଠିନ ପରିଶ୍ରମ ତାଙ୍କୁ ସଫଳତା ଆଣି ଦେଇଛି। ବିଭିନ୍ନ ପ୍ରକାର ଛେନାପୋଡ଼ ପ୍ରସ୍ତୁତି ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ। ଜିଲା କିମ୍ବା ପଡୋଶୀ ଜିଲାରେ ମେଳା ମହୋତ୍ସବ ପଡିଲେ ଭିନ୍ନ ଭିନ୍ନ ରକମର ଛେନାପୋଡ ପାଇଁ ଲୋକେ ସୌମ୍ୟଙ୍କ ତ୍ରିବେଣୀ ଡାଏରୀ ଷ୍ଟଲକୁ ଖୋଜି ବୁଲୁଛନ୍ତି। ଲୋକଙ୍କ ଚାହିଦା ଜାଣି ସେ ନୂଆ ସ୍ବାଦ ଓ ରୂପରେ ବଜାରକୁ ଛେନାପୋଡ଼ ଛାଡୁଛନ୍ତି। ନିକଟରେ ସରିଥିବା ସୁବର୍ଣ୍ଣପୁରର ବାର୍ଷିକ ପୁସ୍ତକ ଓ ସାରସ୍ବତ ମେଳାରେ ତାଙ୍କ ଛେନାପୋଡର ଖୁବ୍‌ ଚାହିଦା ଥିଲା। ଗୁଡ, କେଶର, ଚକୋଲେଟ୍‌ ଓ ଭାନିଲା ଛେନାପୋଡ ପାଇଁ ଷ୍ଟଲରେ ଭିଡ ଜମୁଥିଲା। ଛୋଟ ପିଲାମାନେ ଖୋଜୁଥିଲେ ଭାନିଲା ଓ ଚକୋଲେଟ୍‌ ଛେନାପୋଡ଼।
ଇଲେକ୍‌ଟ୍ରୋନିକ୍ସ ଓ ଟେଲିକମ୍‌ରେ ଡିପ୍ଲୋମା ପଢି ସାରିବା ପରେ ସୌମ୍ୟ ନିଜର ଉଦ୍ୟୋଗ ଆରମ୍ଭ କରିଥିଲେ। ଆଜିକାଲି ବହୁ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ। କୌଣସି ବିବାହ, ବ୍ରତ ଆଦି ଉତ୍ସବରେ ରସଗୋଲା, ଛେନାପୋଡ ଆଦି ଖାଇବା ପାଇଁ ମନ ହେଉଥିଲେ ମଧ୍ୟ ଖାଇ ପାରନ୍ତି ନାହିଁ। ତେବେ ଏହା ଦେଖି ସୌମ୍ୟରଞ୍ଜନଙ୍କ ମୁଣ୍ଡକୁ ଉପାୟ ଜୁଟିଲା। ବଜାରକୁ ପ୍ରଥମେ ଗୁଡ ଛେନାପୋଡ଼ ଓ ସୁଗାର ଫ୍ରି ଛେନାପୋଡ ଛାଡିଲେ। ସେ ଆରମ୍ଭ କରିଥିବା ଉଦ୍ୟମରୁ ସଫଳତା ମିଳିଲା। ପରେ ଛୋଟପିଲାଙ୍କ ରୁଚି ଅନୁଯାୟୀ ଚକୋଲେଟ୍‌, ଭାନିଲା ଓ କେଶର ଛେନାପୋଡ ମଧ୍ୟ ପ୍ରସ୍ତୁତ କଲେ। ତ୍ରିବେଣୀ ଡାଏରୀ ଦ୍ୱାରା ପ୍ରସ୍ତୁତ କେଶର ଛେନାପୋଡର ଆଦର ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକେ ଏଥିପାଇଁ ବରାଦ କରୁଛନ୍ତି। ସୋନପୁର ରୟାଲ ପଡିଆ ପୁସ୍ତକ ମେଳାରେ ଉକ୍ତ ଡାଏରୀ ଫାର୍ମ ଦ୍ୱାରା ଖୋଲା ଯାଇଥିବା ଷ୍ଟଲରେ ଗ୍ରାହକଙ୍କ ଭିଡ ଲାଗୁଥିଲା। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସରକାରୀ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କ ପସନ୍ଦ ଥିଲା ସୌମ୍ୟଙ୍କ ଛେନାପୋଡ। ତେବେ କେବଳ ଛେନାପୋଡ ନୁହେଁ ପନିର, ଶୁଦ୍ଧ ଗୁଆ ଘିଅ ଓ ଦହି ଆଦି ସେ ବିକ୍ରି କରୁଥିଲେ। ପାଠପଢା ସାରିବା ପରେ ସୌମ୍ୟ ୫ ବର୍ଷ ପୂର୍ବରୁ କେତୋଟି ଗାଈ କିଣି ନିଜ ଗାଁ ବିନିକାର ସାହାଜବାହାଲରେ ଏକ ଡାଏରୀ ଫାର୍ମ ଆରମ୍ଭ କରିଥିଲେ। ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଡାଏରୀ ଫାର୍ମ କରି ସଫଳତା ପାଇବା ସହ ଛେନାପୋଡ ଏବଂ ଦୁଗ୍ଧଜାତ ସାମଗ୍ରୀ ପ୍ରସ୍ତୁତ କରି ସେ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଜଣେ ସଫଳ ଯୁବ ଉଦ୍ୟୋଗୀ ଭାବେ ସେ ଜିଲାରେ ପରିଗଣିତ ହେବା ସହ ସରକାରଙ୍କ ଦ୍ୱାରା ପୁରସ୍କୃତ ମଧ୍ୟ ହୋଇଛନ୍ତି। ତେବେ ସରକାରଙ୍କ ଶିଳ୍ପ ବିଭାଗ ଦ୍ୱାରା ପ୍ରଦତ୍ତ ୫ ଲକ୍ଷ ଟଙ୍କା ଋଣରେ ସେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରିଛନ୍ତି। ଏହା ସୌମ୍ୟଙ୍କୁ ବେଶ୍‌ ସହାୟକ ହୋଇଥିଲା। ସୁବର୍ଣ୍ଣପୁରଠାରେ ପୂର୍ବରୁ ଅନୁଷ୍ଠିତ ଉଦ୍ୟୋଗୀ ସପ୍ତାହ ପାଳନ ଅବସରରେ ସଫଳ ଯୁବ ଉଦ୍ୟୋଗୀ ଭାବେ ସୌମ୍ୟ ଜିଲା ପ୍ରଶାସନ ଦ୍ୱାରା ସମ୍ମାନିତ ହୋଇଛନ୍ତି। ଏହି ଦୁଗ୍ଧ ଆଧାରିତ ଉଦ୍ୟୋଗରେ ସେ ସ୍ବରୋଜଗାରକ୍ଷମ ହେବା ସହ ୧୦ଜଣଙ୍କୁ ନିଯୁକ୍ତି ଦେବାରେ ସକ୍ଷମ ହୋଇଛନ୍ତି। ପୂର୍ବରୁ ବିନିକାରେ ତାଙ୍କର କାଉଣ୍ଟର ଥିବା ବେଳେ ନିକଟରେ ବରଗଡରେ ଏକ ନୂଆ କାଉଣ୍ଟର ଖୋଲିଛି। ଆଗକୁ ରାଜ୍ୟର ବିଭିନ୍ନ ସହରରେ କାଉଣ୍ଟର ଖୋଲି ନିଜ ଡାଏରୀ ବିସ୍ତାର କରିବାକୁ ଯୋଜନା କରିଥିବା ସୌମ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦଦୋକାନରେ ନକଲି ଅବକାରୀ ଅଧିକାରୀ

ରାଜକନିକା,୧୨।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ସଦର କାଜୁବଗିଚାଠାରେ ନୂତନଭାବେ ଖୋଲାଯାଇଥିବା ଏକ ଠିପିବନ୍ଦ ମଦ ଦୋକାନରେ ଅବକାରୀ ଅଧିକାରୀ ପରିଚୟ ଦେଇ କାଗଜପତ୍ର…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

ଅନ୍ନପାଳ ହାଟ ପୋଲ ନିକଟରେ ଗୋରୁ ବୋଝେଇ ବୋଲେରୋ ଜବତ, ୬ ଗୋରୁ ଉଦ୍ଧାର

ତିହିଡ଼ି,୧୨।୮ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଅନ୍ନପାଳ ହାଟ ପୋଲ ନିକଟରେ ଗୋରୁ ବୋଝେଇ ଏକ ବୋଲେରୋ ଗାଡ଼ି ଜବତ ହୋଇଛି। ଗାଡ଼ିରୁ ୬ଟି ଗୋରୁଙ୍କୁ ଉଦ୍ଧାର…

ମୁଁ ସବୁ ପ୍ରଶ୍ନର ଉତ୍ତର ଦେବି…କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୧୨।୮: ସଂସଦର ମୌସୁମୀ ଅଧିବେଶନରେ ଚାଲିଥିବା ଅଚଳାବସ୍ଥା ମଧ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ।…

ପୁଣି ମନ୍ଦିରକୁ ଟାର୍ଗେଟ କଲେ ଲୁଟେରା: ଦକ୍ଷିଣକାଳୀ ମନ୍ଦିରରେ ହୁଣ୍ଡି ଭାଙ୍ଗି ନେଇଗଲେ…

ପୁରୁଷୋତ୍ତମପୁର,୧୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପୁଣି ଲୁଟେରାମାନେ ସକ୍ରିୟ ହୋଇ ମନ୍ଦିରକୁ ଟାର୍ଗେଟ୍‌ କରିଛନ୍ତି। ଗତ ୨୦୨୪ନଭେମ୍ବର ୬ ତାରିଖରେ ପ୍ରଶିଦ୍ଧ ଶକ୍ତିପୀଠ ମା’…

ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲା: ଅଦାଲତଙ୍କ ବିନାନୁମତିରେ ପ୍ରକାଶ ହେବନି ଫଳ

କଟକ/ମହାକାଳପଡ଼ା,୧୨ା୮(କାର୍ତ୍ତିକ ସାହୁ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ହାଇକୋର୍ଟ ବିଚାରପତି…

ମଣିଷଙ୍କ ମୁହଁ ଦେଖି ଆବେଗ ବୁଝିପାରନ୍ତି କୁକୁର

ବର୍ଲିନ,୧୨।୮(ରଏଟର୍ସ): କୁକୁର ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ବୋଲି କୁହାଯାଇଥାଏ। ତେବେ ନିକଟରେ ୟୁନିଭର୍ସିଟି ଅଫ୍‌ ଭିଏନାର ଗବେଷକମାନେ କରିଥିବା ଏକ ଗବେଷଣାରୁ ଜଣାପଡ଼ିଛି, କୁକୁରମାନେ ଲୋକଙ୍କ ମୁହଁ…

ଇଲେକ୍ଟ୍ରିକ୍‌ ଗାଡ଼ି ଗ୍ରାହକଙ୍କୁ ବଡ଼ ଝଟ୍‌କା, ଅଧା ହୋଇଗଲା ସବସିଡି, ଏବେ ମିଳିବ ମାତ୍ର…

ନୂଆଦିଲ୍ଲୀ, ୧୨।୮: ଆପଣ ଏକ ଇଲେକ୍ଟ୍ରିକ୍ ସ୍କୁଟର୍ କିମ୍ବା ବାଇକ୍ କିଣିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ସରକାରଙ୍କ ପିଏମ୍ ଇ-ଡ୍ରାଇଭ୍ (PM E-DRIVE) ଯୋଜନା ସହ ଜଡ଼ିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri