ପ୍ରତିଶ୍ରୁତି ଦେଇ ଶ୍ରମିକଙ୍କୁ ପ୍ରତାରଣା

ଯାଜପୁର/କଳିଙ୍ଗନଗର, ୨୨।୭ (ହର୍ଷବର୍ଦ୍ଧନ ବେହେରା/ ଶୁଭାଶିଷ ରାଉତ): କଳିଙ୍ଗନଗରରେ ପ୍ରତିଷ୍ଠିତ ଡବଲ ବୁଲ ସିମେଣ୍ଟ କମ୍ପାନୀ ନୁଭୋକୋ (ପୂର୍ବ ନାମ ଇମାମି ସିମେଣ୍ଟ)କାରଖାନା କର୍ତ୍ତୃପକ୍ଷ ଜମି ହରାଇଥିବା ପ୍ରଜା ଏବଂ କାର୍ଯ୍ୟରତ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରି ନ ପାରିବାରୁ ବ୍ୟାପକ ଜନ ଅଶାନ୍ତି ଦେଖାଦେଇଛି। ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ହୋଇଥିବା ଦାବିଗୁଡ଼ିକର ସମାଧାନ କରିବା ପରିବର୍ତ୍ତେ ପୁଣି ଯଦି ଆନ୍ଦୋଳନ କରିବ ତେବେ ନିଯୁକ୍ତି ହରାଇବ ବୋଲି କାରଖାନାର ଜଣେ ଅଣଓଡ଼ିଆ ଅଧିକାରୀ ଓ ସିକ୍ୟୁରିଟି ହେଡ୍‌ ଧମକ ଦେଉଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି। ଏଭଳି ଭାବେ ପ୍ରତିଶ୍ରୁତି ଦେଇ ନିରୀହ ଶ୍ରମିକଙ୍କୁ ପ୍ରତାରଣା କରାଯାଉଥିବା ଅଭିଯୋଗ ହେଉଛି।

ନୁଭୋକୋ ସିମେଣ୍ଟ କାରଖାନା ପାଇଁ ଜମିହରା ପରିବାରମାନେ ନିଜ ଅଧିକାର ପାଇଁ ପୂର୍ବରୁ ଆନ୍ଦୋଳନ କରି ଆସୁଥିବାବେଳେ ପୋଲିସ ବଳ ପ୍ରୟୋଗ କରାଯାଇ ସେମାନଙ୍କ ସ୍ବରକୁ ଚାପି ଦିଆଯାଉଛି। ଏପରିକି କ୍ଷତିଗ୍ରସ୍ତ ପରିବାରବର୍ଗଙ୍କ ଆନ୍ଦୋଳନକୁ ଅଙ୍କୁଶ ଲଗାଇବାକୁ ଯାଇ କମ୍ପାନୀର ଫାଟକ ସମ୍ମୁଖରେ ପ୍ରଶାସନ ପକ୍ଷରୁ ୨୦୨୦ ଫେବୃୟାରୀରେ ୧୪୪ ଧାରା ଲାଗୁ ହୋଇଥିଲା। ଅନ୍ୟପକ୍ଷେ ଗତ ୨୮ ତାରିଖରେ କାରଖାନାରେ କାର୍ଯ୍ୟରତ ଶ୍ରମିକମାନଙ୍କ କୁଶଳୀ ପଦୋନ୍ନତି, ରାତ୍ରିକାଳୀନ କାର୍ଯ୍ୟ ଭତ୍ତା, କ୍ୟାଣ୍ଟିନ ସୁବିଧା, ଶ୍ରମିକ ବିଶ୍ରାମ ଗୃହ, ପାନୀୟ ଜଳ ଯୋଗାଣ, ଜାତୀୟ ଓ ସ୍ଥାନୀୟ ଛୁଟି ଦିବସରେ ଦରମା ପ୍ରଦାନ ଏବଂ ବାଇକ୍‌ ରଖିବାକୁ ଷ୍ଟାଣ୍ଡ ଦାବିରେ ଆନ୍ଦୋଳନ ହୋଇଥିଲା। ତେବେ ଏହିସବୁ ଦାବିଗୁଡ଼ିକ ପୂରଣ କରାଯିବ ବୋଲି ସେତେବେଳେ କାରଖାନା କର୍ତ୍ତୃପକ୍ଷ କହିଥିଲେ। କିନ୍ତୁ ଆନ୍ଦୋଳନର ୨୨ ଦିନ ଅତିକ୍ରାନ୍ତ ହୋଇ ସାରିଥିବାବେଳେ ଏ ଯାଏ କୌଣସି ଦାବି ପୂରଣ ହୋଇନାହିଁ। ଏହିକ୍ରମରେ ପୁଣି ଶ୍ରମିକମାନଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗିଛି। ଏହି ସିମେଣ୍ଟ କାରଖାନାରେ ରାଜ୍ୟ ବାହାର ଲୋକଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କ ନିଯୁକ୍ତିକୁ ନିୟମିତ କରାଯାଇ ଉଚ୍ଚ ହାରରେ ଦରମା ପ୍ରଦାନ କରାଯାଉଥିବାବେଳେ ଜମିହରା ଓ ପ୍ରଭାବିତ ଲୋକଙ୍କୁ ଶ୍ରମିକ ଭଳି ଖଟାଯାଉଛି। ଶ୍ରମିକମାନଙ୍କୁ ଦିନ ଓ ରାତି ସାରା କାମ କରାଯାଉଥିବାବେଳେ ସେହି ଅନୁଯାୟୀ ପ୍ରାପ୍ୟ ମିିିିିଳୁନାହଁ। ଇମାମି ସିମେଣ୍ଟ ଉତ୍ପାଦନକ୍ଷମ ହେବା ପରେ ଗତ ପ୍ରାୟ ୨ ବର୍ଷ ହେବ ଏହା ବିକ୍ରି ହୋଇ ସାରିଛି। କେନ୍ଦ୍ର ସରକାରଙ୍କ ଜଣେ ପ୍ରଭାବଶାଳୀ ନେତାଙ୍କ ସମ୍ପର୍କୀୟ ଏହି କାରଖାନାକୁ କିଣିଥିବା କୁହାଯାଉଛି। ତେଣୁ ଯେତେ ଆନ୍ଦୋଳନ, ଦାବି ହେଉଥିଲେ ହେଁ ଶ୍ରମିକ ଓ କର୍ମଚାରୀମାନଙ୍କ ଦୁଃଖ କେହି ଶୁଣୁନାହାନ୍ତି। ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନୟନ କ୍ଷେତ୍ରରେ ମଧ୍ୟ ଆଶାନୁରୂପ ପଦକ୍ଷେପ ନିଆଯାଇନାହିଁ। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଆଦି ବ୍ୟବସ୍ଥା କ୍ଷେତ୍ରରେ କମ୍ପାନୀ ଯେତିକି ପଦକ୍ଷେପ ନେଇଛି ସେଥିରେ ପ୍ରଭାବିତ ଅଞ୍ଚଳବାସୀ ଆଦୌ ସନ୍ତୁଷ୍ଟ ନୁହନ୍ତି। ଯାନବାହନ ଚଳାଚଳ ସାଙ୍ଗକୁ ସିମେଣ୍ଟଗୁଣ୍ଡ ଓ ଧୂଆଁ ଜନିତ ପ୍ରଦୂଷଣରେ ଲୋକେ ଅତିଷ୍ଠ ହେଉଛନ୍ତି। ଜମି କ୍ଷତିପୂରଣ ହାରକୁ ନେଇ ମଧ୍ୟ ଅସନ୍ତୋଷ ଲାଗି ରହିଛି। ପ୍ରକଳ୍ପର ଜନଶୁଣାଣି ସମୟରେ ଏସବୁ ସମସ୍ୟା ଲୋକେ ଉପସ୍ଥାପନ କରିଥିଲେ ହେଁ ସେ ସବୁର ପ୍ରତିଶ୍ରୁତି ପରେ ବି ସମାଧାନ ହୋଇନାହିଁ। ଜିଲା ପ୍ରଶାସନ ଓ ଜନପ୍ରତିନିଧି ମଧ୍ୟ ଲୋକଙ୍କ ସମସ୍ୟାକୁ ଅଣଦେଖା କରି ଚାଲିଛନ୍ତି। ଏ ସଂକ୍ରାନ୍ତରେ ନୁଭୋକୋ କମ୍ପାନୀର ମାନବ ସମ୍ବଳ ଅଧିକାରୀ ଦିଲୀପ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଶ୍ରମିକମାନଙ୍କୁ ଧମକ ଚମକ ଦେବା ମିଛ କଥା। ସେମାନଙ୍କ ଦାବିଗୁଡ଼ିକ ଉପରେ ଆଲୋଚନା କରାଯାଇ ବିହିତ ପଦକ୍ଷେପ ନେବାକୁ ଉଦ୍ୟମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ରଥରେ ଭକ୍ତ ଚଢ଼ିବା ଉପରେ କଟକଣା, ସୁଭଦ୍ରାଙ୍କ ପହଣ୍ଡି କାର୍ଯ୍ୟରେ ମହିଳାଙ୍କୁ ମନା

କୋରାପୁଟ,୨୬ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ସୁପରିଚାଳନା ଓ ସୁରୁଖୁରୁରେ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ…

ତାମିଲନାଡୁ ଗ୍ୟାସ୍‌ ଦୁର୍ଘଟଣା: ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଲା

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଆମୋନିଆ ଗ୍ୟାସ୍‌ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି। ୨୪ ତାରିଖ ଦିନ ସୁବାସି ଜୁଆଙ୍ଗ (୨୪)ଙ୍କର ମୃତ୍ୟୁ ଘଟିଥିବାବେଳେ…

ନିରାଶ ହେଲେ ପ୍ରଶଂସକ, ଖେଳିବେନି ବୈଭବ

ନୂଆଦିଲ୍ଲୀ,୨୬।୬: ଭାରତୀୟ ଟି-୨୦ କ୍ରିକେଟର ‘ଶ୍ରେୟସ ଯୁଗ’ ଆଜିଠାରୁ ଆରମ୍ଭ ହେଉଛି। ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଜି ଆୟର୍ଲାଣ୍ଡର ସାମ୍ନା କରୁଛି। ଏହା…

ଆଫଗାନିସ୍ତାନ ମାଡ଼ରେ ଉଡ଼ିଲା ପାକିସ୍ତାନର ହୋଶ! ଭାରତ ବିରୋଧରେ ଖ୍ବାଜା ଆସିଫ ଆଣିଲେ…

ଇସଲାମାବାଦ,୨୬।୬: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଆଫଗାନିସ୍ତାନରୁ ହୋଇଥିବା ଡ୍ରୋନ ଆକ୍ରମଣ ପାଇଁ ଭାରତକୁ ଦାୟୀ କରିଛନ୍ତି। ଗତ ସପ୍ତାହରେ, ଆଫଗାନ ତାଲିବାନ ବାହିନୀ ଦୁଇଟି…

ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ; ଆପଣଙ୍କ ପାଇଁ ଲାଭ ନା କ୍ଷତି?

ନୂଆଦିଲ୍ଲୀ,୨୬।୬: ଦେଶର ସବୁଠାରୁ ଗରିବ ପରିବାରଗୁଡ଼ିକୁ ମିଳୁଥିବା ରାସନ ବ୍ୟବସ୍ଥାରେ କେନ୍ଦ୍ର ସରକାର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY)…

ଟ୍ରକ୍‌ ପଛରେ ପିଟିହେଲା ପିକ୍‌ଅପ୍‌, ୨ ଗୁରୁତର

ଛତ୍ରପୁର,୨୬ା୬(ଦିଲ୍ଲୀପ ସାମଲ): ଛତ୍ରପୁର ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଶୁକ୍ରବାର ଟ୍ରକ୍‌ ପଛରେ ଏକ ପିକ୍‌ଅପ୍‌ ପିଟି ହେବାରୁ ୨ ଗୁରୁତର ହୋଇଛନ୍ତି। ଫଳରେ…

ବଜ୍ରପାତରେ ଚାଲିଗଲା ୨ ଜୀବନ

ବୌଦ୍ଧ,୨୬।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲା ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ଏପରିକି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ବଢିବ ସିୟାଙ୍କ ସମସ୍ୟା! କସାବକୁ ମୃତ୍ୟୁଦଣ୍ଡ ଦେଇଥିବା ଓକିଲ ଲଢ଼ିବେ କେତନଙ୍କ ହତ୍ୟା ମାମଲା

ପୁଣେ,୨୬।୬: ପୁଣେର ପ୍ରସିଦ୍ଧ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡକୁ ନେଇ ସାରା ମହାରାଷ୍ଟ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri