ଚାକିରି ଦେବାକୁ କହି ଠକୁଥିଲେ

ଭବାନୀପାଟଣା,୪।୧୦(ସ୍ବ.ପ୍ର.): ଦିନକୁ ଦିନ ଶିକ୍ଷିତ ବେରୋଜଗାର ଯୁବକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଭଳି ସମୟରେ କେତେଜଣ ଲାଭଖୋର ବ୍ୟକ୍ତି ବିଭିନ୍ନ ସଂସ୍ଥା ଖୋଲି ନିଯୁକ୍ତି ଦେବା ନାଁରେ ଯୁବକମାନଙ୍କଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି। ଏହି କଥା ପ୍ରଘଟ ନ କରିବାକୁ ଗୃହବନ୍ଧୀ ରଖିବା ଭଳି ଏକ ସାଂଘାତିକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲା ଭବାନୀପାଟଣା ସହର ଚୁଡିହାରୀପଡାରେ। ଏହା ଜାଣି ଟାଉନ ଥାନା ପୋଲିସ ଚଢ଼ାଉ କରିଥିଲା। ପୋଲିସ ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲାର ପ୍ରଦୀପ ପଣ୍ଡା(୨୭) ରଞ୍ଜିତ କୁମାର ଜେନା (୨୯), ଅନୁଗୋଳର ଦୁଷ୍ମନ୍ତ ଜେନା(୨୨), ଢେଙ୍କାନାଳର ବଳଦେବ ବେହେରା (୨୩), ଭଦ୍ରକର କାଳିନ୍ଦୀ ଚରଣ ଗହନା(୨୬), ପୁରୀର ହରେକୃଷ୍ଣ ରାଉତ(୨୪)। ଏହାସହ ସେମାନଙ୍କଠାରୁ ୨ଟି ନୋଟବୁକ୍‌, କମ୍ପାନୀର ସାର୍ଟିଫିକେଟ, ପଞ୍ଜୀକରଣ ଓ ୪୪ ହଜାର ଟଙ୍କା ଜବତ କରିଛି। ଏ ନେଇ ଟାଉନ ଥାନାରେ ୨ଟି ପୃଥକ ମାମଲା (ନଂ. ୩୬୨/୨୧ ଓ ୩୬୩/୨୧) ରୁଜୁ ହୋଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ବଢୁଛି ଗେଣ୍ଡା, ଶାମୁକା ମାଂସର ଚାହିଦା

ମହାକାଳପଡ଼ା,୬।୫(ଡି.ଏନ.ଏ.): ଖରାଦିନେ ଜଳାଶୟ, ଖାଲ ପାଟିଆ, ଯୋର ଆଦି ସ୍ଥାନରେ ଜଳସ୍ତର ଶୁଖିଯିବା ଯୋଗୁ ଯେଉଁଠି ପାଣି ମୁନ୍ଦାଏ ଅଛି ସେଠାରେ ଛୋଟ ଛୋଟ ଶାମୁକା, କୁଜି...

ବଟନଦୀରେ ମାଛ ମରିବା ଘଟଣା: ନଦୀପଥ ଅବରୋଧ, ପ୍ରଦୂଷଣ ଯୋଗୁ ଏପରି ଘଟୁଛି

ପାରାଦୀପ,୨ା୨(ସ୍ବ.ପ୍ର.): ପାରାଦୀପର ବାଲିଝରା ବସ୍ତି ନିକଟସ୍ଥ ବଟନଦୀରେ ୨୦୨୨ ଡିସେମ୍ବର ୩୧ରେ ବହୁ ମାଛ ମରି ଭାସିଥିଲେ। ଶୀତ ଋତୁରେ ଏପରି ମାଛ ମଡ଼କ ପ୍ରଥମ...

ବାପ୍‌ ଦିବ୍ୟାଙ୍ଗ: ଦାଦନ ଖଟି ବହେନ୍‌କେ ପଢ଼ଉଛନ୍‌ ତିନ୍‌ ଭାଇ

  କୋମନା, ୨୪।୩ (ଡି.ଏନ୍‌.ଏ.)- ନୂଆପଡ଼ା ଜିଲା କୋମନା ବ୍ଲକ ପଏଁର ପଁଚେତ୍‌ ଅଧୀନ ମହୁଲଭଟା ଗଁାର ଦିବ୍ୟାଙ୍ଗ ମସତ୍‌ରାମ ତାଣ୍ଡି(୬୦)। ଛୁଆବେଲେ କେହେନ୍‌ସି ଗୁଟେ...

ଜଗି ବସୁଛନ୍ତି ରୋଗୀ

ଅନୁଗୋଳ ଅଫିସ, ୧୦ା୯ ଅସହ୍ୟ ଯନ୍ତ୍ରଣା ଅଥୟ କରିଦେଉଛି। ତଥାପି ରାତିଅନିଦ୍ରା ହୋଇ ପୂର୍ବଦିନରୁ ଡାକ୍ତରଙ୍କୁ ଜଗି ବସୁଛନ୍ତି ରୋଗୀ। କାରଣ ପ୍ରତି ସପ୍ତାହରେ କେବଳ...

ଶାଶୁଙ୍କୁ ବୋହୂ ମାଡ଼ ମାରିବା ଘଟଣା: ଥାନାରେ ସମାଧାନ ହେଲା ମାମଲା

ପରଜଙ୍ଗ, ୧୦।୮(ଡି.ଏନ୍‌.ଏ.) – ଢେଙ୍କାନାଳ ପରଜଙ୍ଗ ଥାନା ଗେହ୍ଲେଇକାଟେଣୀ ଗ୍ରାମର ବୃଦ୍ଧା ପାରେଇ ନାୟକଙ୍କୁ ବୋହୂ ସବିତା ଗଁା ଦାଣ୍ଡରେ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ...

ସରକାରୀ ଚାଉଳ ଜବତ ଘଟଣା:କ୍ଲିନଚିଟ୍‌ ଦେଲା ଯାଞ୍ଚ କମିଟି

ତିହିଡି,୯।୧(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବଜାରରୁ ୧୨୦ କୁଇଣ୍ଟାଲ ସରକାରୀ ଚାଉଳ ଜବତ ଘଟଣାର ତଦନ୍ତ ପରେ ଯାଞ୍ଚ କମିଟି କ୍ଲିନଚିଟ୍‌ ଦେଇଛି। ଗୁରୁବାର ପୂର୍ବାହ୍ନ...

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଯାଏ ଉଚ୍ଛେଦ କାର୍ଯ୍ୟ ଆରମ୍ଭ: ସୁରକ୍ଷା କଡ଼ାକଡ଼ି

ପୁରୀ ଅଫିସ,୨୭।୮: ଶ୍ରୀମନ୍ଦିର ମେଘନାଦ ପ୍ରାଚୀରଠାରୁ ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଉଚ୍ଛେଦ ମଙ୍ଗଳବାର ସକାଳ ୯ ଟା ୫୫ ମିନିଟ୍‌ରୁ ଆରମ୍ଭ...

ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ

ନୟାଗଡ଼ ଅଫିସ,୧।୧୧: ବଲାଙ୍ଗୀର ଖୋର୍ଦ୍ଧା ୫୭ନଂ. ଜାତୀୟ ରାଜପଥର ତୁଳସୀପୁର ସାଇମନ୍ଦିର ନିକଟରେ ରବିବାର ରାତିରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।...

Advertisement
Archives

Model This Week