ଚଉଭିନ୍‌ଙ୍କୁ ସାଢ଼େ ୨୨ ବର୍ଷ ଜେଲ

ଓ୍ବାଶିଂଟନ୍‌, ୨୭ା୬: ଆଫ୍ରିକୀୟ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କ ହତ୍ୟାକାରୀ ଆମେରିକାର ମିନିଆପଲିସ୍‌ ପୂର୍ବତନ ପୋଲିସ ଅଫିସର ଶ୍ୱେତାଙ୍ଗ ଡେରେକ ଚଉଭିନ୍‌(୪୫)ଙ୍କୁ ଶୁକ୍ରବାର ୨୨ ବର୍ଷ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି। ଚଉଭିନ୍‌ ନିଜ ପଦ ଓ ଅଧିକାରର ଦୁରୁପଯୋଗ ଏବଂ ଫ୍ଲଏଡ୍‌ଙ୍କ ପ୍ରତି କଠୋର ବ୍ୟବହାର ପାଇଁ ତାଙ୍କୁ ଉପରୋକ୍ତ ଦଣ୍ଡାଦେଶ ହୋଇଥିବା ବିଚାରପତି ପିଟର କାହିଲ ଶୁକ୍ରବାର କହିଥିଲେ। ଏଥିସହ ଚଉଭିନ୍‌ ଆଜୀବନ ନିଜ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ରଖିବା ଉପରେ ରୋକ ଲଗାଯାଇଛି। ଗତ ଏପ୍ରିଲ ୨୦ରେ ଚଉଭିନ୍‌ଙ୍କୁ ହେନେପିନ୍‌ କାଉଣ୍ଟି କୋର୍ଟ ଦୋଷୀ ବୋଲି ରାୟ ଦେଇଥିଲେ। ଫ୍ଲଏଡ୍‌ଙ୍କ ନାଗରିକ ଅଧିକାର ଛଡ଼ାଇନେବା ଅଭିଯୋଗରେ ଅନ୍ୟ ୩ ପୋଲିସ ଅଧିକାରୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଶୁଣାଣି ପରେ ଚଉଭିନ୍‌ ମୁହଁରୁ ମାସ୍କ ଖୋଲି ଫ୍ଲଏଡଙ୍କ ପରିବାରକୁ କୌଣସି କ୍ଷମା ପ୍ରାର୍ଥନା ନ କରି କେବଳ ସମବେଦନା ଜଣାଇଥିଲେ। କୋର୍ଟଙ୍କ ରାୟକୁ ଫ୍ଲଏଡଙ୍କ ପରିବାର ସ୍ବାଗତ କରିଛନ୍ତି। ପୋଲିସର ବର୍ବର ବ୍ୟବହାରକୁ ଗମ୍ଭୀର ଭାବେ ନିଆଯାଉଥିବା ଏହି ରାୟରୁ ଜଣାପଡ଼ିଛି ଏବଂ ଏବେ ଆହୁରି ଲମ୍ବା ରାସ୍ତା ଯିବା ବାକି ଅଛି ବୋଲି ଫ୍ଲଏଡଙ୍କ ଭଉଣୀ ବ୍ରିଗେଟ୍‌ ଫ୍ଲଏଡ କହିଛନ୍ତି। ବର୍ଣ୍ଣ ବିଦ୍ୱେଷ ବିରୋଧରେ କୋର୍ଟଙ୍କ ଏହି ରାୟ ‘ଐତିହାସିକ’ ବୋଲି ଫ୍ଲଏଡ୍‌ଙ୍କ ଓକିଲ କହିଛନ୍ତି। କୋର୍ଟଙ୍କ ଫଇସଲା ଉଚିତ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଥିବାବେଳେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଅବଗତ ନ ଥିବା ସେ ମତ ରଖିଛନ୍ତି।
୨୦୨୦ ମେ’ ୨୫ରେ ଏକ ଦୋକାନରେ ୨୦ ଡଲାରର ନକଲି ବିଲ୍‌ ବ୍ୟବହାର ଅଭିଯୋଗରେ ଆମେରିକା ପୋଲିସ ଫ୍ଲଏଡ୍‌ଙ୍କୁ ଗିରଫ କରିଥିଲା। ଡେରେକ ଚଉଭିନ୍‌ ଫ୍ଲଏଡ୍‌ଙ୍କ ବେକକୁ ୯ ମିନିଟ୍‌ ୩୮ ସେକେଣ୍ଡ ଆଣ୍ଠୁରେ ଚାପି ଧରିଥିଲେ। ସେ ନିଃଶ୍ୱାସ ନେଇପାରୁନାହାନ୍ତି (ଆଇ କାଣ୍ଟ୍‌ ବ୍ରେଦ୍‌) ବୋଲି କହି ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ହେଁ ପୋଲିସ ତାଙ୍କ କଥା ଶୁଣି ନ ଥିଲା। ଅଣନିଃଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ଫ୍ଲଏଡ୍‌ ଜଣେ କୃଷ୍ଣକାୟ ହୋଇଥିବାରୁ ପୋଲିସ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣି ମିନିଆପଲିସ୍‌ ସହ ସମଗ୍ର ଆମେରିକାରେ ବିକ୍ଷୋଭ ଆରମ୍ଭ ହୋଇଥିଲା। ପରେ ବର୍ଣ୍ଣବୈଷମ୍ୟ ଓ ପୋଲିସ ବର୍ବରତା ବିରୋଧରେ ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ଆନ୍ଦୋଳନ ସମଗ୍ର ବିଶ୍ୱକୁ ବ୍ୟାପିଥିଲା।
ମାମଲାର ଶୁଣାଣିବେଳେ ଫ୍ଲଏଡ୍‌ଙ୍କ ଭାଇ ଟେରେନ୍ସ ଫ୍ଲଏଡ ଦୋଷୀଙ୍କୁ ୪୦ ବର୍ଷ ଜେଲଦଣ୍ଡ ଦାବି କରିଥିଲେ। ସେହି ସମୟରେ ଫ୍ଲଏଡ୍‌ଙ୍କ ୭ ବର୍ଷୀୟା ଝିଅ ଜିଆନ୍ନା ଫ୍ଲଏଡଙ୍କ ଏକ ଭିଡିଓ କୋର୍ଟରେ ଚଲାଯାଇଥିଲା। ‘ବାପା ମୋତେ ବହୁତ ଭଲ ପାଉଥିଲେ, ତାଙ୍କ କଥା ମନେପଡ଼ୁଛି। ମୁଁ ତାଙ୍କ କଥା ସବୁବେଳେ ସମସ୍ତଙ୍କୁ ପଚାରୁଛି। ସେ ମୋତେ ବ୍ରଶ୍‌ କରିବାରେ ସାହାଯ୍ୟ କରୁଥିଲେ’ ବୋଲି ଜିଆନ୍ନା ଉକ୍ତ ଭିଡିଓରେ କହିଥିଲେ। ଏଭଳି ଘଟଣା ଦେଶ ଏବଂ ସମାଜ ପାଇଁ ଯନ୍ତ୍ରଣାଦାୟକ ଥିଲା। ସବୁଠୁ ବେଶି କଷ୍ଟ ଫ୍ଲଏଡ୍‌ଙ୍କ ପରିବାରକୁ ଉଠାଇବାକୁ ପଡ଼ିଛି ବୋଲି କୋର୍ଟ କହିଥିଲେ।

୨୦୨୦ ମେ’ରେ ଏକ ହତ୍ୟାକାଣ୍ଡର ଭିଡିଓ ପ୍ରଘଟ ହୋଇଥିଲା ଯେଉଁଥିରେ, ଆମେରିକାର ପୋଲିସ ଅଧିକାରୀ ଡେରେକ ଚଉଭିନ୍‌ ରାସ୍ତା ଉପରେ ବର୍ବରତାର ସହ କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କ ବେକକୁ ଆଣ୍ଠୁରେ ପ୍ରାୟ ୧୦ ମିନିଟ୍‌ ଚାପି ଧରିଥିଲେ। ମୃତ୍ୟୁପୂର୍ବରୁ ‘ ଆଇ କାଣ୍ଟ୍‌ ବ୍ରେଦ୍‌’ ଥିଲା ଫ୍ଲଏଡ୍‌ଙ୍କ ଶେଷ ଶବ୍ଦ। କୃଷ୍ଣକାୟଙ୍କ ଜୀବନ ମଧ୍ୟ ବହୁମୂଲ୍ୟ ଏବଂ ଏହା ବିରୋଧରେ ବର୍ବରତା ବରଦାସ୍ତ କରାଯିବନାହିଁ ବୋଲି ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ଆନ୍ଦୋଳନର ନିଆଁ ସାରା ବିଶ୍ୱକୁ ବ୍ୟାପିବା ସହ ଫ୍ଲଏଡ୍‌ଙ୍କ ପାଇଁ ନ୍ୟାୟ ଦାବି ସ୍ବର ବ୍ୟାପକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

ସୃଷ୍ଟି ହେଲା ୪ ବଡ଼ ରାଜଯୋଗ: କନ୍ୟା ସମେତ ଏହି ସବୁ ରାଶିଙ୍କର ସୁବର୍ଣ୍ଣ ସମୟ ଆରମ୍ଭ, ଧନବର୍ଷା ସହ ଚାକିରିରେ ପଦୋନ୍ନତି

ଭୁବନେଶ୍ୱର: ଆଜି ୧୪ ସେପ୍ଟେମ୍ବର ୨୦୨୬, ସୋମବାର। ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ସହ ଚତୁର୍ଥୀ ତିଥି ମଧ୍ୟ ରହିଛି। ଏହି କାରଣରୁ ଆଜି ଗଣେଶ…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୧୭ ଯାଏ ଲାଗିରହିବ…

ଭୁବନେଶ୍ୱର,୧୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ରବିବାର ସନ୍ଧ୍ୟାସୁଦ୍ଧା ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ପଶ୍ଚିମ-ଉତ୍ତର…

AIକୁ ନେଇ ବିଶ୍ୱକୁ ସତର୍କବାଣୀ ଶୁଣାଇଲେ ସତ୍ୟ ନାଡେଲା; ଜାଣନ୍ତୁ…

ଓ୍ବାଶିଂଟନ,୧୪।୯: ବିଶ୍ୱସ୍ତରୀୟ ଆଇଟି ମହାକୁମ୍ଭ ମାଇକ୍ରୋସଫ୍ଟର ଅଧ୍ୟକ୍ଷ ଏବଂ ସିଇଓ ସତ୍ୟ ନାଡେଲା AI ସହିତ ଜଡିତ ବଢୁଥିବା ବିପଦ ମଧ୍ୟରେ ଚିନ୍ତା ପ୍ରକାଶ କରିଛନ୍ତି। ସେ…

ଗୁରୁ-ଚନ୍ଦ୍ରଙ୍କ ନବପଞ୍ଚମ ଯୋଗ: ଆଜିଠୁ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଆର୍ଥିକ ଲାଭ ସହ ହେବ ମାଲାମାଲ

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହ ଓ ନକ୍ଷତ୍ରଙ୍କ ଚଳନର ପ୍ରଭାବ ମଣିଷର ଜୀବନ ଉପରେ ପଡ଼ିଥାଏ। ଚନ୍ଦ୍ରଙ୍କ ଗୋଚର ପରେ ବିଛା ରାଶିରେ ଥିବା ଚନ୍ଦ୍ର…

ଗଣେଶ ଚତୁର୍ଥୀର ଶୁଭ ସଂଯୋଗ, ଗ୍ରହ ଚଳନରେ ଏହି ରାଶିଙ୍କ ଖୋଲିବ ଭାଗ୍ୟ!

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଦିନସାରା ଚନ୍ଦ୍ର ତୁଳା ରାଶିରେ ଅବସ୍ଥାନ କରିବେ; ଯଦିଓ ନକ୍ଷତ୍ର ଚିତ୍ରାରୁ ସ୍ୱାତୀକୁ ପରିବର୍ତ୍ତନ ହେବ, ତଥାପି ରାଶିର କୌଣସି…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ/ଶୁଭାଶିଷ ରାଉତ ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?