ଚଉଭିନ୍‌ଙ୍କୁ ସାଢ଼େ ୨୨ ବର୍ଷ ଜେଲ

ଓ୍ବାଶିଂଟନ୍‌, ୨୭ା୬: ଆଫ୍ରିକୀୟ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କ ହତ୍ୟାକାରୀ ଆମେରିକାର ମିନିଆପଲିସ୍‌ ପୂର୍ବତନ ପୋଲିସ ଅଫିସର ଶ୍ୱେତାଙ୍ଗ ଡେରେକ ଚଉଭିନ୍‌(୪୫)ଙ୍କୁ ଶୁକ୍ରବାର ୨୨ ବର୍ଷ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି। ଚଉଭିନ୍‌ ନିଜ ପଦ ଓ ଅଧିକାରର ଦୁରୁପଯୋଗ ଏବଂ ଫ୍ଲଏଡ୍‌ଙ୍କ ପ୍ରତି କଠୋର ବ୍ୟବହାର ପାଇଁ ତାଙ୍କୁ ଉପରୋକ୍ତ ଦଣ୍ଡାଦେଶ ହୋଇଥିବା ବିଚାରପତି ପିଟର କାହିଲ ଶୁକ୍ରବାର କହିଥିଲେ। ଏଥିସହ ଚଉଭିନ୍‌ ଆଜୀବନ ନିଜ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ରଖିବା ଉପରେ ରୋକ ଲଗାଯାଇଛି। ଗତ ଏପ୍ରିଲ ୨୦ରେ ଚଉଭିନ୍‌ଙ୍କୁ ହେନେପିନ୍‌ କାଉଣ୍ଟି କୋର୍ଟ ଦୋଷୀ ବୋଲି ରାୟ ଦେଇଥିଲେ। ଫ୍ଲଏଡ୍‌ଙ୍କ ନାଗରିକ ଅଧିକାର ଛଡ଼ାଇନେବା ଅଭିଯୋଗରେ ଅନ୍ୟ ୩ ପୋଲିସ ଅଧିକାରୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଶୁଣାଣି ପରେ ଚଉଭିନ୍‌ ମୁହଁରୁ ମାସ୍କ ଖୋଲି ଫ୍ଲଏଡଙ୍କ ପରିବାରକୁ କୌଣସି କ୍ଷମା ପ୍ରାର୍ଥନା ନ କରି କେବଳ ସମବେଦନା ଜଣାଇଥିଲେ। କୋର୍ଟଙ୍କ ରାୟକୁ ଫ୍ଲଏଡଙ୍କ ପରିବାର ସ୍ବାଗତ କରିଛନ୍ତି। ପୋଲିସର ବର୍ବର ବ୍ୟବହାରକୁ ଗମ୍ଭୀର ଭାବେ ନିଆଯାଉଥିବା ଏହି ରାୟରୁ ଜଣାପଡ଼ିଛି ଏବଂ ଏବେ ଆହୁରି ଲମ୍ବା ରାସ୍ତା ଯିବା ବାକି ଅଛି ବୋଲି ଫ୍ଲଏଡଙ୍କ ଭଉଣୀ ବ୍ରିଗେଟ୍‌ ଫ୍ଲଏଡ କହିଛନ୍ତି। ବର୍ଣ୍ଣ ବିଦ୍ୱେଷ ବିରୋଧରେ କୋର୍ଟଙ୍କ ଏହି ରାୟ ‘ଐତିହାସିକ’ ବୋଲି ଫ୍ଲଏଡ୍‌ଙ୍କ ଓକିଲ କହିଛନ୍ତି। କୋର୍ଟଙ୍କ ଫଇସଲା ଉଚିତ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଥିବାବେଳେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଅବଗତ ନ ଥିବା ସେ ମତ ରଖିଛନ୍ତି।
୨୦୨୦ ମେ’ ୨୫ରେ ଏକ ଦୋକାନରେ ୨୦ ଡଲାରର ନକଲି ବିଲ୍‌ ବ୍ୟବହାର ଅଭିଯୋଗରେ ଆମେରିକା ପୋଲିସ ଫ୍ଲଏଡ୍‌ଙ୍କୁ ଗିରଫ କରିଥିଲା। ଡେରେକ ଚଉଭିନ୍‌ ଫ୍ଲଏଡ୍‌ଙ୍କ ବେକକୁ ୯ ମିନିଟ୍‌ ୩୮ ସେକେଣ୍ଡ ଆଣ୍ଠୁରେ ଚାପି ଧରିଥିଲେ। ସେ ନିଃଶ୍ୱାସ ନେଇପାରୁନାହାନ୍ତି (ଆଇ କାଣ୍ଟ୍‌ ବ୍ରେଦ୍‌) ବୋଲି କହି ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ହେଁ ପୋଲିସ ତାଙ୍କ କଥା ଶୁଣି ନ ଥିଲା। ଅଣନିଃଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ଫ୍ଲଏଡ୍‌ ଜଣେ କୃଷ୍ଣକାୟ ହୋଇଥିବାରୁ ପୋଲିସ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣି ମିନିଆପଲିସ୍‌ ସହ ସମଗ୍ର ଆମେରିକାରେ ବିକ୍ଷୋଭ ଆରମ୍ଭ ହୋଇଥିଲା। ପରେ ବର୍ଣ୍ଣବୈଷମ୍ୟ ଓ ପୋଲିସ ବର୍ବରତା ବିରୋଧରେ ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ଆନ୍ଦୋଳନ ସମଗ୍ର ବିଶ୍ୱକୁ ବ୍ୟାପିଥିଲା।
ମାମଲାର ଶୁଣାଣିବେଳେ ଫ୍ଲଏଡ୍‌ଙ୍କ ଭାଇ ଟେରେନ୍ସ ଫ୍ଲଏଡ ଦୋଷୀଙ୍କୁ ୪୦ ବର୍ଷ ଜେଲଦଣ୍ଡ ଦାବି କରିଥିଲେ। ସେହି ସମୟରେ ଫ୍ଲଏଡ୍‌ଙ୍କ ୭ ବର୍ଷୀୟା ଝିଅ ଜିଆନ୍ନା ଫ୍ଲଏଡଙ୍କ ଏକ ଭିଡିଓ କୋର୍ଟରେ ଚଲାଯାଇଥିଲା। ‘ବାପା ମୋତେ ବହୁତ ଭଲ ପାଉଥିଲେ, ତାଙ୍କ କଥା ମନେପଡ଼ୁଛି। ମୁଁ ତାଙ୍କ କଥା ସବୁବେଳେ ସମସ୍ତଙ୍କୁ ପଚାରୁଛି। ସେ ମୋତେ ବ୍ରଶ୍‌ କରିବାରେ ସାହାଯ୍ୟ କରୁଥିଲେ’ ବୋଲି ଜିଆନ୍ନା ଉକ୍ତ ଭିଡିଓରେ କହିଥିଲେ। ଏଭଳି ଘଟଣା ଦେଶ ଏବଂ ସମାଜ ପାଇଁ ଯନ୍ତ୍ରଣାଦାୟକ ଥିଲା। ସବୁଠୁ ବେଶି କଷ୍ଟ ଫ୍ଲଏଡ୍‌ଙ୍କ ପରିବାରକୁ ଉଠାଇବାକୁ ପଡ଼ିଛି ବୋଲି କୋର୍ଟ କହିଥିଲେ।

୨୦୨୦ ମେ’ରେ ଏକ ହତ୍ୟାକାଣ୍ଡର ଭିଡିଓ ପ୍ରଘଟ ହୋଇଥିଲା ଯେଉଁଥିରେ, ଆମେରିକାର ପୋଲିସ ଅଧିକାରୀ ଡେରେକ ଚଉଭିନ୍‌ ରାସ୍ତା ଉପରେ ବର୍ବରତାର ସହ କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କ ବେକକୁ ଆଣ୍ଠୁରେ ପ୍ରାୟ ୧୦ ମିନିଟ୍‌ ଚାପି ଧରିଥିଲେ। ମୃତ୍ୟୁପୂର୍ବରୁ ‘ ଆଇ କାଣ୍ଟ୍‌ ବ୍ରେଦ୍‌’ ଥିଲା ଫ୍ଲଏଡ୍‌ଙ୍କ ଶେଷ ଶବ୍ଦ। କୃଷ୍ଣକାୟଙ୍କ ଜୀବନ ମଧ୍ୟ ବହୁମୂଲ୍ୟ ଏବଂ ଏହା ବିରୋଧରେ ବର୍ବରତା ବରଦାସ୍ତ କରାଯିବନାହିଁ ବୋଲି ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ଆନ୍ଦୋଳନର ନିଆଁ ସାରା ବିଶ୍ୱକୁ ବ୍ୟାପିବା ସହ ଫ୍ଲଏଡ୍‌ଙ୍କ ପାଇଁ ନ୍ୟାୟ ଦାବି ସ୍ବର ବ୍ୟାପକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

ଭୂକମ୍ପ ଝଟ୍‌କାରେ ଥରିଲା ପାକିସ୍ତାନର ସବୁଠାରୁ ବଡ ସହର କରାଚି, ଲୋକେ ଭୟଭୀତ

ଇସଲାମାବାଦ,୨୫।୪: ବୁଧବାର ରାତିରେ ଭୂକମ୍ପ ଯୋଗୁଁ ପାକିସ୍ତାନର ବୃହତ୍ତମ ସହର କରାଚି ଥରି ଉଠିଛି। କରାଚିରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଲୋକଙ୍କୁ ଭୟଭୀତ...

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ପୂର୍ବତନ ଅଧିନାୟକ

ଇସଲାମାବାଦ୍‌,୨୫।୪: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିସ୍‌ମାହ ମାରୋଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ହଠାତ୍‌ ଅବସର ଘୋଷଣା କରି ସମସ୍ତଙ୍କୁ...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri