Posted inଖେଳ

ମୁଖ୍ୟମନ୍ତ୍ରୀଙ୍କ ସହ ଚୌବେ, ପ୍ରଭାକରନଙ୍କ ଆଲୋଚନା

ଭୁବନେଶ୍ୱର, ୨୨।୯ (କ୍ରୀଡ଼ା ପ୍ରତିନିଧି): ସମ୍ପ୍ରତି ଓଡ଼ିଶା ଗସ୍ତରେ ଥିବା ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ସଭାପତି କଲ୍ୟାଣ ଚୌବେ ଓ ମହାସଚିବ ଶାଜି ପ୍ରଭାକରନ ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଓଡ଼ିଶାରେ ମହିଳା ଫୁଟବଲର ବିକାଶ ଏବଂ କଳିଙ୍ଗ କପ୍‌ ଫୁଟବଲ ଟୁର୍ନାମେଣ୍ଟର ପୁନଃଆରମ୍ଭ ସମ୍ପର୍କରେ ଆଲୋଚନା ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ କରି ଜଣାଇଛନ୍ତି। ଓଡ଼ିଶାର ସ୍ପୋର୍ଟିଂ ଇକୋସିଷ୍ଟମକୁ ପ୍ରଶଂସା କରିଥିବାରୁ ମୁଖ୍ୟମନ୍ତ୍ରୀ ଏହି ଦୁଇ ଫୁଟବଲ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାକ୍ଷାତ ଅବସରରେ ଚୌବେ ଓ ପ୍ରଭାକରନଙ୍କୁ ମୁଖ୍ୟମନ୍ତ୍ରୀ ଉପହାର ସ୍ବରୂପ ଜର୍ସି ପ୍ରଦାନ କରିଥିଲେ।

କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ
ପରେ ଉଭୟ ଚୌବେ ଓ ପ୍ରଭାକରନ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଭାରତୀୟ ଫୁଟବଲର ଏହି ଦୁଇ ଶୀର୍ଷ ଅଧିକାରୀ ରାଜ୍ୟ କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣାଙ୍କ ସହ ଆସନ୍ତା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଏବଂ ଓଡ଼ିଶାରେ ଫୁଟବଲର ସାମଗ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ଚୌବେ ଓ ପ୍ରଭାକରନ କଳିଙ୍ଗ ଷ୍ଟାଡିୟମର ଫୁଟବଲ ଗ୍ରାଉଣ୍ଡ ଏବଂ ଏହା ପରିସରରେ ଥିବା ଅନ୍ୟ ପ୍ରକଳ୍ପକୁ ବୁଲି ଦେଖିଥିଲେ। ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ)ର ଅଧିକାରୀମାନେ ତାଙ୍କୁ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

ICC ପ୍ଲେୟର ଅଫ ଦ ମନ୍ଥ ଆୱାର୍ଡ ଘୋଷଣା: ପୁରୁଷ-ମହିଳା ବର୍ଗରେ ବାଜି ମାରିଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୧୦: ସେପ୍ଟେମ୍ବର ମାସରେ ଭାରତୀୟ କ୍ରିକେଟର୍ସଙ୍କ ଜଲୱା ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ‘ପ୍ଲେୟର ଅଫ ଦ ମନ୍ଥ’ ପୁରସ୍କାର ଘୋଷଣା…

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?