ନବଯୌବନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

ମୋରଡ଼ା,୭ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ାସ୍ଥିତ ଧର୍ମକ୍ଷେତ୍ର ରଥଯାତ୍ରା ଉପଲକ୍ଷେ ବେଶ୍‌ ଚଳଚଞ୍ଚଳ ହୋଇଉଠିଛି। ତେବେ ଦେବସ୍ନାନ ପୂର୍ଣ୍ଣିମାଠାରୁ ୧୫ ଦିନ ଧରି ଅନବସର ଘରେ ଜ୍ବରରେ ପୀଡ଼ିତ ଥିବା ବିଗ୍ରହମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ଆଜି ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି। ସକାଳୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତିକାନ୍ତି ସମାପନ ପରେ ନବଯୌବନ ଦର୍ଶନ ଆରମ୍ଭ ହୋଇଥିଲା। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟରେ ପରିମାଣିକ ଓ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ତେବେ ଦୀର୍ଘ ୧୫ ଦିନ ପରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତଗଣ ଭାବବିହ୍ବଳ ହୋଇପଡ଼ିଥିଲେ। ନବଯୌବନ ଦର୍ଶନ ପରେ ଆଜି ଅପରାହ୍ନରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇଛନ୍ତି। ତେବେ ଚିତ୍ରଡ଼ା ରଥ ପରମ୍ପରା ଅନୁଯାୟୀ, କାଲି ରଥାଟଣା ଆରମ୍ଭ ହୋଇ ବ୍ଲକ ଛକ ନିକଟରେ ଠାକୁର ଗୋଟିଏ ରାତି ରହଣି କରିବା ପରେ ତା’ପର ଦିନ ପୁଣି ରଥାଟଣା ହୋଇ ମାଉସୀମା ମନ୍ଦିରରେ ପହଞ୍ଚିବେ।


Enter your email to get our daily news in your inbox.

All Right Reserved By Dharitri.Com

ନର୍ସିଂହୋମ୍‌ରେ ନଆଁ, ରାସ୍ତାରେ ରୋଗୀ

କଟକ/ଭୁବନେଶ୍ୱର,୧୪।୭(ଶିଳ୍ପା ପ୍ରିୟଦର୍ଶିନୀ/ ଅନିଲ ଦାସ): ନର୍ସିଂହୋମ୍‌ ‘ତ୍ରିଶା ହସ୍ପିଟାଲ’ରେ ନିଅଁା ଲାଗିଥିବାବେଳେ କର୍ମଚାରୀ ଓ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ।...

ଝାଡ଼ାବାନ୍ତିରେ ଚାଲିଗଲା ଜଣଙ୍କର ଜୀବନ

ମାଥିଲି,୧୩ା୭(ସୁବାସ ଚନ୍ଦ୍ର ଖୁଡୁପିଆ): ମାଲକାନଗିରି ଜିଲା ମାଥିଲି ବ୍ଲକ କର୍ତ୍ତନପାଲି ପଞ୍ଚାୟତ କୋପ୍ରା ଗାଁ ମାଡିସାହିରେ ୧୭ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ...

‘ବଡ଼ ଅଟ୍ଟାଳିକାରୁ ହିଁ ଆରମ୍ଭ ହେବ ଉଚ୍ଛେଦ, ଶେଷ ହେବ ମାଫିଆଙ୍କ ଯୁଗ’

ବରଗଡ଼,୧୩ା୭(ପ୍ରେମାନନ୍ଦ ଖମାରୀ): ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ବରଗଡ଼ ଗସ୍ତରେ ଆସିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ସହରସ୍ଥିତ...

କାଲିଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀରେ ଉପସ୍ଥିତ ରହିବେ ଏହିମାନେ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୭: ଆସନ୍ତାକାଲି ଅର୍ଥାତ୍‌ ରବିବାରଠାରୁ ପୁରୀ ଯାଇ ରଥଯାତ୍ରାର ଅବଶିଷ୍ଟ ରୀତିନୀତି ନିରୀକ୍ଷଣ କରିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ...

ରତ୍ନଭଣ୍ଡାର ଖୋଲାଯିବା ସମୟରେ କେଉଁମାନେ ଯିବେ ଭିତରକୁ ଜାଣନ୍ତୁ…

ପୁରୀ,୧୩ା୭: ସବୁ ପ୍ରତୀକ୍ଷାର ହେବ ଅନ୍ତ। ଆସନ୍ତକାଲି ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇ ସ୍ବର୍ଣ୍ଣ ଅଳଙ୍କାର ଗଣତି ହେବ। ଏନେଇ ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି,...

ରତ୍ନଭଣ୍ଡାର ଖୋଲିବା ନେଇ ଏସ୍‌ଓପି ପ୍ରଦାନ କଲେ ରାଜ୍ୟ ସରକାର, ଏଥିରେ ରହିଛି…

ପୁରୀ,୧୩ା୭: ରତ୍ନଭଣ୍ଡାର ଖୋଲାଯିବା ନେଇ ଶନିବାର ଏସ୍‌ଓପି ପ୍ରଦାନ କରାଯାଇଛି। ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସ୍‌ଓପି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି ବୋଲି ଆଇନମନ୍ତ୍ରୀ...

‘ଛାତିଥରା ଦୃଶ୍ୟ’ ଏକା ସାଙ୍ଗରେ ଗାଁ ଶ୍ମଶାନରେ ଜଳିଲା ମା’ ପୁଅଙ୍କ ଜୁଇ, ପୂରା ଘଟଣା ଜାଣିଲେ…

ଯାଜପୁର,୧୩।୭: ଛାତିଥରା ଦୃଶ୍ୟ, ଗାଁ ଶ୍ମଶାନରେ ଜଳିଲା ଉଭୟ ମା’ ପୁଅଙ୍କ ଜୁଇ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri