ସାହିରେ ପଶି ଗୋଡ଼ାଇ ହାଣିଲେ, ଗାଡ଼ି ଭାଙ୍ଗିଲେ

ଭୁବନେଶ୍ୱର,୭।୮(ବ୍ୟୁରୋ): ମାଷ୍ଟରକ୍ୟାଣ୍ଟିନ ଛକରେ ଅସାମାଜିକଙ୍କ ଆତଙ୍କରାଜ୍‌ ମନରୁ ନ ଲିଭୁଣୁ ଶୁକ୍ରବାର ରାତିରେ ମଞ୍ଚେଶ୍ୱର ଥାନାଞ୍ଚଳରେ ଆଉଏକ ଘଟଣା ଘଟିଛି। ୬୦ରୁ ୭୦ଜଣ ଯୁବକ ପଳାଶୁଣୀ ମୁଣ୍ଡାସାହିରେ ପଶି ଆତଙ୍କ ଖେଳାଇଛନ୍ତି। ବିଭିନ୍ନ ମାରଣାସ୍ତ୍ରରେ ସାହିର ଲୋକଙ୍କୁ ଆକ୍ରମଣ କରିବା ସହ ଏକାଧିକ ଘର ଓ ଗାଡି ଭାଙ୍ଗି ଦେଇଛନ୍ତି। ଆକ୍ରମଣରେ ମୁଣ୍ଡାସାହିର ୬ ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ଅଛନ୍ତି। ସେମାନେ ହେଲେ ଛବୀନ୍ଦ୍ର ଦାଶ(୬୦), ଜଗନ୍ନାଥ ସିଙ୍କୁ(୧୭), ରାଉତ ବଦ୍ରା(୫୦), ସୁରଜ ବେହେରା(୧୯) ରଘୁନାଥ ମୁଣ୍ଡା(୬୦) ଓ ବିପିନ ପୁର୍ତ୍ତି(୩୫)। ପୋଲିସ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ରାସ୍ତାରେ ବିଭିନ୍ନ ସ୍ଥାନରେ ରକ୍ତର ଛିଟା ପଡିଛି। ଘଟଣାପରେ ସାହିବାସିନ୍ଦା ରାଜପଥକୁ ଅବରୋଧ କରିବାରୁ ଗାଡ଼ିମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସାହିବାସିନ୍ଦାଙ୍କ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସିସିଟିଭି ଫୁଟେଜରେ ଆକ୍ରମଣ ସମୟ ଦୃଶ୍ୟ ରହିଛି। ସେଥିରୁ ଆକ୍ରମଣକାରୀଙ୍କୁ ଚିହ୍ନଟ ପାଇଁ ପୋଲିସ ଉଦ୍ୟମ କରୁଛି। ପୂର୍ବ ଘଟଣାକୁ ନେଇ ଏପରି ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଆକ୍ରମଣକାରୀମାନେ କେଉଁ ଅଞ୍ଚଳର ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରି ନ ଥିବାବେଳେ ଗାଡ଼କଣ କିମ୍ବା ଶୀରାମନଗର ଅଞ୍ଚଳର ବୋଲି ଚର୍ଚ୍ଚା ହେଉଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଗୁରୁବାର ରାତି ପ୍ରାୟ ୮ଟାରେ ରାସ୍ତାରେ ଥିବା ଏକ ଖୋଲା ଚାନ୍ଦିନୀରେ ମୁଣ୍ଡା ସାହିର କେତେଜଣ ପିଲା କ୍ୟାରମ୍‌ ଖେଳ ସାରି ଘରକୁ ଫେରୁଥିଲେ। ସେହି ବାଟ ଦେଇ ଅନ୍ୟ ସାହିର ୫ଜଣ ଯୁବକ ଯାଉଥିଲେ। ତାଙ୍କ ମଧ୍ୟରୁ ଜଣେ ଯୁବକ କ୍ୟାରମ୍‌ ବୋର୍ଡ ନେଇ ଆସୁଥିବା ନାବାଳକଙ୍କୁ କ’ଣ ପାଇଁ ରାସ୍ତାରେ କ୍ୟାରମ୍‌ ଖେଳୁଛୁ ବୋଲି କହି ଚାପୁଡା ମାରିଥିଲେ। ଏହାପରେ ମୁଣ୍ଡାସାହି ଓ ଅନ୍ୟସାହିର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମୁଣ୍ଡାସାହିର କେତେଜଣ ବରିଷ୍ଠ ବ୍ୟକ୍ତିଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା। ହେଲେ ଯେଉଁ ୫ଯୁବକ ମାଡ ଖାଇଥିଲେ ସେମାନେ ତାଙ୍କ ସାହିର ଅନ୍ୟ ଯୁବକ ଓ ସହଯୋଗୀଙ୍କୁ ଧରି ଶୁକ୍ରବାର ରାତିରେ ମୁଣ୍ଡା ସାହିରେ ପଶି ଆକ୍ରମଣ କରିଥିଲେ। ଏହା ପୂର୍ବରୁ ସେମାନେ ବିଦ୍ୟୁତ୍‌ ସଂଯୋଗ କାଟି ଦେଇଥିଲେ। ଅନ୍ଧାରର ସୁଯୋଗ ନେଇ ସେମାନେ ସାହିର ରାସ୍ତାରେ ଥୁଆ ହୋଇଥିବା ବାଇକ୍‌, ଅଟୋକୁ ବାଡେଇ ଭାଙ୍ଗିଥିଲେ। ଭୟରେ ମୁଣ୍ଡାସାହିର ବାସିନ୍ଦା ଘର ଭିତରେ ପଶି ଯାଇ କବାଟ ଝରକା ବନ୍ଦ କରି ଦେଇଥିଲେ। ଯେଉଁମାନେ ବାହାରେ ଥିଲେ ତାଙ୍କୁ ଖଣ୍ଡା, ଭୁଜାଲି ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଲୋକେ ଘରେ ପଶିଯିବା ପରେ ବି ସେମାନେ ଆଜବେଷ୍ଟସ ଓ ଅନ୍ୟ ଘରକୁ ଭଙ୍ଗାରୁଜା କରିଥିଲେ।

ଗୋଷ୍ଠୀ ଅପରାଧ ରୋକିପାରୁନି କମିଶନରେଟ ପୋଲିସ

ଭୁବନେଶ୍ୱର କମିଶନରେଟ ପୋଲିସ ଅଞ୍ଚଳରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିଗିଡିବାରେ ଲାଗିଛି। ବଦନାମ ମୁଣ୍ଡାଇବା ପରେ ପୋଲିସ ଏବେ ବଡ଼ ଅପରାଧୀଙ୍କୁ ଟାର୍ଗେଟ କରିଥିବାବେଳେ ସ୍ଥାନୀୟ ଅସାମାଜିକଙ୍କ ରାଜୁତି ସୀମା ଟପିଛି। ସହରେ ଘଟୁଥିବା ଗୋଷ୍ଠୀ ଅପରାଧ ରାଜଧାନୀବାସୀଙ୍କୁ ଭୟଭୀତ କରିପକାଉଛି। ସେମାନେ ରାଜନୈତିକ ଗୋଷ୍ଠୀ ସହ ସମ୍ପୃକ୍ତ ରହୁଥିବାରୁ ପୋଲିସ ବି ସେମାନଙ୍କ ଦେହରେ ହାତ ମାରୁନି। ସର୍ବସମ୍ମୁଖରେ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଧରି ଆକ୍ରମଣ କରୁଥିଲେ ମଧ୍ୟ ପୋଲିସ ରୋକିପାରୁନି। ଜୁଲାଇ ୨୬ରେ ମାଷ୍ଟକ୍ୟାଣ୍ଟିନ୍‌ସ୍ଥିତ ଷ୍ଟେଶନ ଛକରେ ଦିନ ଦ୍ୱିପ୍ରହରରେ ଗୋଟିଏ ଗୋଷ୍ଠୀର ୧୨ରୁ ଊର୍ଦ୍ଧ୍ୱ ଯୁବକ ସ୍ଥାନୀୟ ବ୍ୟବସାୟୀଙ୍କୁ ଖଣ୍ଡା, ଭୁଜାଲିରେ ଗୋଡାଇ ହାଣିଥିଲେ। ଏଥିରେ ସେକ୍‌ ରୁପଲିନ୍‌, ସେକ୍‌ ସାହିଦ୍‌ ଓ ସେକ୍‌ କାଲାମ ଗୁରୁତର ଆହତ ହୋଇଥିଲେ। ଜନଗହଳି ସତ୍ତ୍ୱେ କ୍ୟାପିଟାଲ ଥାନା ଆଉଟ୍‌ପୋଷ୍ଟର ମାତ୍ର ୧୦୦ ମିଟର ଦୂରରେ ଏହି ଗୋଷ୍ଠୀ ଅପରାଧ ଘଟିଥିଲା। ଏବେ ପଳାଶୁଣି, ପୂର୍ବରୁ ମାର୍କେଟ ବିଲ୍ଡିଂ, ଲକ୍ଷ୍ମୀସାଗର, ଆଇଗିଣିଆ, ସୁନ୍ଦରପଦାରେ ଏଭଳି ଏକାଧିକ ଅପରାଧର ନଜିର ରହିଛି। ଏସବୁ ଗୋଷ୍ଠୀ ଅପରାଧ ରୋକିବାରେ କମିଶନରେଟ ପୋଲିସ ସମ୍ପୂର୍ଣ ବିଫଳ ହୋଇଥିବା ପ୍ରମାଣିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?