ସାହିରେ ପଶି ଗୋଡ଼ାଇ ହାଣିଲେ, ଗାଡ଼ି ଭାଙ୍ଗିଲେ

ଭୁବନେଶ୍ୱର,୭।୮(ବ୍ୟୁରୋ): ମାଷ୍ଟରକ୍ୟାଣ୍ଟିନ ଛକରେ ଅସାମାଜିକଙ୍କ ଆତଙ୍କରାଜ୍‌ ମନରୁ ନ ଲିଭୁଣୁ ଶୁକ୍ରବାର ରାତିରେ ମଞ୍ଚେଶ୍ୱର ଥାନାଞ୍ଚଳରେ ଆଉଏକ ଘଟଣା ଘଟିଛି। ୬୦ରୁ ୭୦ଜଣ ଯୁବକ ପଳାଶୁଣୀ ମୁଣ୍ଡାସାହିରେ ପଶି ଆତଙ୍କ ଖେଳାଇଛନ୍ତି। ବିଭିନ୍ନ ମାରଣାସ୍ତ୍ରରେ ସାହିର ଲୋକଙ୍କୁ ଆକ୍ରମଣ କରିବା ସହ ଏକାଧିକ ଘର ଓ ଗାଡି ଭାଙ୍ଗି ଦେଇଛନ୍ତି। ଆକ୍ରମଣରେ ମୁଣ୍ଡାସାହିର ୬ ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ଅଛନ୍ତି। ସେମାନେ ହେଲେ ଛବୀନ୍ଦ୍ର ଦାଶ(୬୦), ଜଗନ୍ନାଥ ସିଙ୍କୁ(୧୭), ରାଉତ ବଦ୍ରା(୫୦), ସୁରଜ ବେହେରା(୧୯) ରଘୁନାଥ ମୁଣ୍ଡା(୬୦) ଓ ବିପିନ ପୁର୍ତ୍ତି(୩୫)। ପୋଲିସ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ରାସ୍ତାରେ ବିଭିନ୍ନ ସ୍ଥାନରେ ରକ୍ତର ଛିଟା ପଡିଛି। ଘଟଣାପରେ ସାହିବାସିନ୍ଦା ରାଜପଥକୁ ଅବରୋଧ କରିବାରୁ ଗାଡ଼ିମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସାହିବାସିନ୍ଦାଙ୍କ ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସିସିଟିଭି ଫୁଟେଜରେ ଆକ୍ରମଣ ସମୟ ଦୃଶ୍ୟ ରହିଛି। ସେଥିରୁ ଆକ୍ରମଣକାରୀଙ୍କୁ ଚିହ୍ନଟ ପାଇଁ ପୋଲିସ ଉଦ୍ୟମ କରୁଛି। ପୂର୍ବ ଘଟଣାକୁ ନେଇ ଏପରି ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଆକ୍ରମଣକାରୀମାନେ କେଉଁ ଅଞ୍ଚଳର ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରି ନ ଥିବାବେଳେ ଗାଡ଼କଣ କିମ୍ବା ଶୀରାମନଗର ଅଞ୍ଚଳର ବୋଲି ଚର୍ଚ୍ଚା ହେଉଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଗୁରୁବାର ରାତି ପ୍ରାୟ ୮ଟାରେ ରାସ୍ତାରେ ଥିବା ଏକ ଖୋଲା ଚାନ୍ଦିନୀରେ ମୁଣ୍ଡା ସାହିର କେତେଜଣ ପିଲା କ୍ୟାରମ୍‌ ଖେଳ ସାରି ଘରକୁ ଫେରୁଥିଲେ। ସେହି ବାଟ ଦେଇ ଅନ୍ୟ ସାହିର ୫ଜଣ ଯୁବକ ଯାଉଥିଲେ। ତାଙ୍କ ମଧ୍ୟରୁ ଜଣେ ଯୁବକ କ୍ୟାରମ୍‌ ବୋର୍ଡ ନେଇ ଆସୁଥିବା ନାବାଳକଙ୍କୁ କ’ଣ ପାଇଁ ରାସ୍ତାରେ କ୍ୟାରମ୍‌ ଖେଳୁଛୁ ବୋଲି କହି ଚାପୁଡା ମାରିଥିଲେ। ଏହାପରେ ମୁଣ୍ଡାସାହି ଓ ଅନ୍ୟସାହିର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ମୁଣ୍ଡାସାହିର କେତେଜଣ ବରିଷ୍ଠ ବ୍ୟକ୍ତିଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା। ହେଲେ ଯେଉଁ ୫ଯୁବକ ମାଡ ଖାଇଥିଲେ ସେମାନେ ତାଙ୍କ ସାହିର ଅନ୍ୟ ଯୁବକ ଓ ସହଯୋଗୀଙ୍କୁ ଧରି ଶୁକ୍ରବାର ରାତିରେ ମୁଣ୍ଡା ସାହିରେ ପଶି ଆକ୍ରମଣ କରିଥିଲେ। ଏହା ପୂର୍ବରୁ ସେମାନେ ବିଦ୍ୟୁତ୍‌ ସଂଯୋଗ କାଟି ଦେଇଥିଲେ। ଅନ୍ଧାରର ସୁଯୋଗ ନେଇ ସେମାନେ ସାହିର ରାସ୍ତାରେ ଥୁଆ ହୋଇଥିବା ବାଇକ୍‌, ଅଟୋକୁ ବାଡେଇ ଭାଙ୍ଗିଥିଲେ। ଭୟରେ ମୁଣ୍ଡାସାହିର ବାସିନ୍ଦା ଘର ଭିତରେ ପଶି ଯାଇ କବାଟ ଝରକା ବନ୍ଦ କରି ଦେଇଥିଲେ। ଯେଉଁମାନେ ବାହାରେ ଥିଲେ ତାଙ୍କୁ ଖଣ୍ଡା, ଭୁଜାଲି ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଲୋକେ ଘରେ ପଶିଯିବା ପରେ ବି ସେମାନେ ଆଜବେଷ୍ଟସ ଓ ଅନ୍ୟ ଘରକୁ ଭଙ୍ଗାରୁଜା କରିଥିଲେ।

ଗୋଷ୍ଠୀ ଅପରାଧ ରୋକିପାରୁନି କମିଶନରେଟ ପୋଲିସ

ଭୁବନେଶ୍ୱର କମିଶନରେଟ ପୋଲିସ ଅଞ୍ଚଳରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିଗିଡିବାରେ ଲାଗିଛି। ବଦନାମ ମୁଣ୍ଡାଇବା ପରେ ପୋଲିସ ଏବେ ବଡ଼ ଅପରାଧୀଙ୍କୁ ଟାର୍ଗେଟ କରିଥିବାବେଳେ ସ୍ଥାନୀୟ ଅସାମାଜିକଙ୍କ ରାଜୁତି ସୀମା ଟପିଛି। ସହରେ ଘଟୁଥିବା ଗୋଷ୍ଠୀ ଅପରାଧ ରାଜଧାନୀବାସୀଙ୍କୁ ଭୟଭୀତ କରିପକାଉଛି। ସେମାନେ ରାଜନୈତିକ ଗୋଷ୍ଠୀ ସହ ସମ୍ପୃକ୍ତ ରହୁଥିବାରୁ ପୋଲିସ ବି ସେମାନଙ୍କ ଦେହରେ ହାତ ମାରୁନି। ସର୍ବସମ୍ମୁଖରେ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଧରି ଆକ୍ରମଣ କରୁଥିଲେ ମଧ୍ୟ ପୋଲିସ ରୋକିପାରୁନି। ଜୁଲାଇ ୨୬ରେ ମାଷ୍ଟକ୍ୟାଣ୍ଟିନ୍‌ସ୍ଥିତ ଷ୍ଟେଶନ ଛକରେ ଦିନ ଦ୍ୱିପ୍ରହରରେ ଗୋଟିଏ ଗୋଷ୍ଠୀର ୧୨ରୁ ଊର୍ଦ୍ଧ୍ୱ ଯୁବକ ସ୍ଥାନୀୟ ବ୍ୟବସାୟୀଙ୍କୁ ଖଣ୍ଡା, ଭୁଜାଲିରେ ଗୋଡାଇ ହାଣିଥିଲେ। ଏଥିରେ ସେକ୍‌ ରୁପଲିନ୍‌, ସେକ୍‌ ସାହିଦ୍‌ ଓ ସେକ୍‌ କାଲାମ ଗୁରୁତର ଆହତ ହୋଇଥିଲେ। ଜନଗହଳି ସତ୍ତ୍ୱେ କ୍ୟାପିଟାଲ ଥାନା ଆଉଟ୍‌ପୋଷ୍ଟର ମାତ୍ର ୧୦୦ ମିଟର ଦୂରରେ ଏହି ଗୋଷ୍ଠୀ ଅପରାଧ ଘଟିଥିଲା। ଏବେ ପଳାଶୁଣି, ପୂର୍ବରୁ ମାର୍କେଟ ବିଲ୍ଡିଂ, ଲକ୍ଷ୍ମୀସାଗର, ଆଇଗିଣିଆ, ସୁନ୍ଦରପଦାରେ ଏଭଳି ଏକାଧିକ ଅପରାଧର ନଜିର ରହିଛି। ଏସବୁ ଗୋଷ୍ଠୀ ଅପରାଧ ରୋକିବାରେ କମିଶନରେଟ ପୋଲିସ ସମ୍ପୂର୍ଣ ବିଫଳ ହୋଇଥିବା ପ୍ରମାଣିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri