Posted inଖେଳ

ଖେଳାଳିମାନେ ଜିତୁଥିବା ଅଲିମ୍ପିକ୍‌ ପଦକର ମୂଲ୍ୟ କେତେ? କ’ଣ ଥାଏ ତାର ସ୍ବତନ୍ତ୍ରତା ଜାଣନ୍ତୁ…

ଟୋକିଓରେ ଅଲିମ୍ପିକ୍ସ-୨୦୨୦ ଜାରି ରହିଛି। ଚଳିତ ବର୍ଷ ଜୁଲାଇ ୨୩ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଅଗଷ୍ଟ ୮ ଯାଏ ଚାଲିବ। ଏଥିରେ ଚାଇନା ପାଖାପାଖି ୭୫ ପଦକ ଜିତିଥିବା ବେଳେ ସେଥିରେ ୩୪ ସ୍ବର୍ଣ୍ଣ ରହିଛି। ସେହିଭଳି ଭାରତ ପଦକ ତାଲିକାରେ ୬୫ତମ ସ୍ଥାନରେ ରହିଛି। ଏଯାବତ ୫ ମେଡାଲ ନିଜ ନାମରେ କରିଛି ଭାରତ। ସେଥିରେ ୨ ରୋପ୍ୟ ଏବଂ ୩ ବ୍ରୋଞ୍ଚ ରହିଛି।

ପ୍ରତି ୪ ବର୍ଷରେ ଥରେ ଏହି ଅଲିମ୍ପିକ୍‌ ଅନୁଷ୍ଠିତ ହୋଇଥାଏ। ସାରା ବିଶ୍ୱରୁ ସର୍ବଶ୍ରେଷ୍ଠ ଖେଳାଳିମାନେ ଏହି ଅଲିମ୍ପିକ୍ସରେ ଭାଗ ନେବାକୁ ଆସିଥାନ୍ତି। ବିଜେତାମାନଙ୍କୁ ପୁରସ୍କାରସ୍ବରୂପ ସ୍ବର୍ଣ୍ଣ, ରୋପ୍ୟ, ବ୍ରୋଞ୍ଚ ପଦକ ମିଳିଥାଏ। ଆସନ୍ତୁ ଜାଣିବା ଏହି ପଦକ ବିଷୟରେ…

-ପ୍ରତିଥର ଡିଜାଇନ୍‌ ବଦଳିଥାଏ: ଟୋକିଓ ଗେମ୍ସ ପାଇଁ ପଦକଗୁଡ଼ିକୁ ଜାପାନର ଡିଜାଇନର ଜୁନିଚି କାଓ୍ବାନିସି ଡିଜାଇନ୍‌ କରିଥାନ୍ତି। ଏହି ପଦକରେ ଅଲିମ୍ପିକ୍‌ର ପ୍ରତୀକସହ ବିଜୟର ଗ୍ରିକ୍‌ ଦେବୀ ନାଇକିଙ୍କ ଚିତ୍ର ରହିଥାଏ। ଚଳିତ ଥର ଜାପାନର ପାଖାପାଖି ୬.୨୧ ମିଲିୟନ ଇଲେକ୍ଟ୍ରୋନିକ୍‌ ଉପକରଣକୁ ଏକତ୍ରିତ କରି ଧାତୁମାନଙ୍କର ରିସାଇକେଲ୍‌ କରାଯାଇ ପଦକ ଗୁଡ଼ିକୁ ନିର୍ମାଣ କରାଯାଇଛି।

-ପଦକର ବିଶେଷତା: ସ୍ବର୍ଣ୍ଣ, ରୋପ୍ୟ, ବ୍ରୋଞ୍ଚ ପଦକର ବ୍ୟାସ ପାଖାପାଖି ୮୫ ସେମି। ସେହିଭଳି ମେଡାଲଟି ୭.୭ ମିମିରୁ ୧୨.୧ ମିମି ମୋଟା ରହିଥାଏ।

-ସ୍ବର୍ଣ୍ଣ ପଦକରେ କେତେ ସୁନା ଥାଏ: ଅଲିମ୍ପିକ୍‌ ଖେଳର ପ୍ରତ୍ୟେକ ଫାଇନାଲ ମୁକାବିଲାରେ ବିଜେତା ଟିମ୍‌କୁ ସ୍ବର୍ଣ୍ଣ ପଦକ ମିଳିଥାଏ। ହେଲେ କ’ଣ ଆପଣ ଜାଣନ୍ତି ପଦକରେ ନାମମାତ୍ରକୁ ସୁନା ରହିଥାଏ। ବାସ୍ତବରେ ଶୁଦ୍ଧ ଚାନ୍ଦି ଉପରେ ସୁନାର ପ୍ରଲେପ ଦିଆଯାଇ ଏହାକୁ ପ୍ରସ୍ତୁତ କରାଯାଇଥାଏ। ମେଡାଲର ଓଜନ ୫୫୬ ଗ୍ରାମ ଥିଲେ ହେଁ ସେଥିରେ ୬ ଗ୍ରାମର ସୁନା ଥାଏ। ସେହିଭଳି ରୋପ୍ୟ ପଦକରେ ଓଜନ ପାଖାପାଖଇ ୫୫୦ ଗ୍ରାମ ଥାଏ। ଏଥିରେ ଶୁଦ୍ଧ ଚାନ୍ଦି ରହିଥାଏ। ବ୍ରୋଞ୍ଚ ପଦକରେ କପର୍‌ ଏବଂ ଜିଙ୍କ୍‌କୁ ମିଶାଯାଇଥାଏ। ଏଥିରେ ୯୫% କପର ଥିବା ବେଳେ ୫% ଜିଙ୍କ ଥାଏ।

-ପଦକର ମୂଲ୍ୟ କେତେ: ଏବେର ବଜାର ଦର ଅନୁଯାୟୀ ଯଦି ପଦକଗୁଡ଼ିକୁ ତରଳାଇ ଦିଆଯାଏ ତେବେ ସ୍ବର୍ଣ୍ଣ ପଦକର ମୂଲ୍ୟ ୮୦୦ ଡଲାର ଅର୍ଥାତ ୫୯୩୧୯ ଟଙ୍କା ହେବ। ସେହିଭଳି ରୌପ୍ୟ ଏବଂ ବ୍ରୋଞ୍ଚ ପଦକର ମୂଲ୍ୟ କ୍ରମଶଃ ୪୫୦ ଏବଂ ୫ ଡଲାର ହେବ। ହେଲେ ତରଳାଇବାଠାରୁ ସାମାନ୍ୟ ପଦକର ମୂଲ୍ୟ ଅଧିକ ଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?