ଏହି ରାଶିର ମହିଳାଙ୍କ ପ୍ରେମରେ ଶୀଘ୍ର ପଡ଼ିଥାନ୍ତି ଯୁବକ; ହେଲେ ସ୍ବାମୀଙ୍କ ଉପରେ ହୁକୁମ୍‌ ଚଲାଇବାକୁ…

ଆଜିର ରାଶି ସମ୍ବନ୍ଧୀୟ ଆଲୋଚନାରେ ବିଛା ରାଶିର ମହିଳାଙ୍କ ବିଷୟରେ ଆଲୋଚନା କରିବା। ଏମାନେ ବହୁତ ମହତ୍ୱାକାଂକ୍ଷୀ ହୋଇଥାନ୍ତି। ଜୀବନରେ ଯାହାକୁ ହାସଲ କରିବାକୁ ଏମାନେ ସ୍ଥିର କରିଥାନ୍ତି ତାକୁ ପାଇବା ପରେ ହିଁ ନିଶ୍ୱାସ ମାରନ୍ତି। ଏମାନେ ନିଜ ଆଗରେ ସ୍ବାମୀଙ୍କୁ ଖାତିର କରନ୍ତି ନାହିଁ। ସେମାନଙ୍କ ହିସାବରେ ହିଁ ସବୁକିଛି ହେଉ ବୋଲି ସେମାନେ ଚାହିଁଥାନ୍ତି। ଏଥିପାଇଁ ଏମାନେ ସ୍ବାର୍ଥୀ ବୋଲି ଅନେକେ ଭାବନ୍ତି। ହେଲେ ପ୍ରେମ ସମ୍ପର୍କ କଥା ପଡ଼ିଲେ ଏମାନେ ବହୁତ ରୋମାଣ୍ଟିକ୍‌ ଏବଂ ସ୍ବାମୀଙ୍କ ଉପରେ ହୁକୁମ୍‌ ଚଲାନ୍ତି ବୋଲି କୁହାଯାଏ।

ଜ୍ୟୋତିଷ ଅନୁଯାୟୀ, ଏହି ରାଶିର ଯୁବତୀ/ମହିଳା ପ୍ରତ୍ୟେକ କାମ କରିବା ପୂର୍ବରୁ ନିଜର ଲାଭ ଦେଖିଥାନ୍ତି। ଯେଉଁଠାରେ ବି ରୁହନ୍ତି ଏମାନେ ବଡ଼ ବଡ଼ ଲୋକଙ୍କ ସହ ଏମାନେ ଭଲ ସମ୍ପର୍କ କରିଦେଇଥାନ୍ତି। ପରିଶ୍ରମ କରି ଏମାନେ କ୍ୟାରିୟରରେ ବହୁତ ଆଗକୁ ଯାଇଥାନ୍ତି। ବ୍ୟକ୍ତିତ୍ୱକୁ ଦେଖି ସମସ୍ତେ ଏମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି।

ଏହି ରାଶିର ମହିଳା ଏପରି ଜୀବନସାଥୀ ଖୋଜନ୍ତି, ଯିଏ ସବୁବେଳେ ତାଙ୍କ କଥା ଶୁଣିବ। ସବୁ ଅସୁବିଧାରେ ଏମାନେ ପାର୍ଟନରଙ୍କ ସହ ଛିଡ଼ା ହୋଇଥାନ୍ତି। ଏମାନେ ବେଶ ଭାଗ୍ୟଶାଳୀ ହୋଇଥାନ୍ତି। ଏଥିଯୋଗୁ ଜୀବନରେ ଏମାନଙ୍କୁ ଧନ ସମ୍ବନ୍ଧୀୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ନ ଥାଏ। ଏହି ମହିଳାମାନେ ଆତ୍ମନିର୍ଭର ହୋଇଥାନ୍ତି। ନିଜ ସାମର୍ଥ ମୁତାବକ ଏମାନେ ପ୍ରତ୍ୟେକଟି ଜିନିଷ କରିବାକୁ ଇଚ୍ଛୁକ ଥାନ୍ତି।

କର୍ମଜୀବନକୁ ଏମାନେ ବହୁତ ପସନ୍ଦ କରିଥାନ୍ତି। ଏମାନଙ୍କ ପ୍ରତି ପୁରୁଷମାନେ ଶୀଘ୍ର ଆକର୍ଷିତ ହୋଇଯାଇଥାନ୍ତି। ହେଲେ ସେମାନେ ସହଜରେ କାହା ଜାଲରେ ଫସି ନ ଥାନ୍ତି। କାରଣ ଏମାନଙ୍କର ହୃଦୟ ଜିତିବା କଷ୍ଟକର ହୋଇଥାଏ।

ଥରେ ପ୍ରେମ ହେଲା ପରେ ଏମାନେ ସାଥୀଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ସମ୍ପର୍କକୁ ନେଇ ବେଶ ସଚ୍ଚୋଟ ଥାନ୍ତି ସେମାନେ। ସାଥୀଙ୍କ ଛୋଟ ବଡ଼ ଆବଶ୍ୟକତାକୁ ବି ସେମାନେ ପୂରଣ କରିଥାନ୍ତି। ଏମାନଙ୍କୁ ଗେହ୍ଲାରେ କିଛି କହିଲେ ଏମାନେ କରିଦେଇଥାନ୍ତି। ହେଲେ ସ୍ବାଭିମାନକୁ ଆଞ୍ଚ ଆସିଲେ ଏମାନେ କିଛି ବି କରିବାକୁ ଅମଙ୍ଗ ହୋଇଥାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଭୋ ଭୋ ହୋଇ କାନ୍ଦି ଗଡ଼ିଲେ ମା’, ଭାଇ ଦେଲେ ମୁଖାଗ୍ନି; ପଞ୍ଚଭୂତରେ ବିଲୀନ ହେଲେ ଟ୍ବିଶା…

ଭୋପାଳ,୨୪।୫: ପଞ୍ଚଭୂତର ବିଲୀନ ହେଲେ ମଡେଲ ତଥା ଅଭିନେତ୍ରୀ ଟ୍ବିଶା ଶର୍ମା। ରବିବାର ଭୋପାଳର ଭଦଭଦା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଟ୍ବିଶାଙ୍କ…

କାଲିଠୁ ନୌତପ ଆରମ୍ଭ; ତୁଳା ରାଶି ସମେତ ୪ରାଶିର ଫିଟିବ ଭାଗ୍ୟ, ଧନଲାଭ…

ସୂର୍ଯ୍ୟ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିବା ସମୟରେ ନୌତପ ଆରମ୍ଭ ହୁଏ। ନୌତପ ସମୟରେ, ନଅ ଦିନ ପ୍ରବଳ ଗରମ ସହ୍ୟ କରିବାକୁ ପଡ଼ିଥାଏ। ନୌତପ ମେ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

କ’ଣ ମୋଦିଙ୍କ ଗୋଟିଏ କଥାରେ ବିଦେଶ ଯିବା ବନ୍ଦ କରିଦେଲେ ଭାରତୀୟ? ଚମକାଇ ଦେବ RBIର ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଅପିଲର ପ୍ରଭାବ ଭାରତୀୟମାନଙ୍କ ବିଦେଶ ଯାତ୍ରା ଧାରାରେ ପ୍ରକାଶ ପାଇବା ଆରମ୍ଭ କରିଛି କି? ଭାରତୀୟ ରିଜର୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri