ଦିଲ୍ଲୀରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗିରଫ

ଭୁବନେଶ୍ୱର,୧୪।୯ (ବ୍ୟୁରୋ): ଆୟକର ଟିକସ ରିଫଣ୍ଡ୍‌ ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଦିଲ୍ଲୀ ଏନ୍‌ସିଆର୍‌ ଅଞ୍ଚଳରୁ ଜଣେ ଚାର୍ଟାଡର୍ର୍ ଆକାଉଣ୍ଟାଣ୍ଟ୍‌(ଇଣ୍ଟରମିଡିଏଟ)ଙ୍କୁ ଗିରଫ କରିଛି। ସେ ହେଲେ ହରିୟାଣା ଫରିଦାବାଦ୍‌ର ନୀରଜ ସିଙ୍ଗ୍‌ଲା(୨୮)। ଅଭିଯୁକ୍ତ ନୀରଜଙ୍କୁ ଗତ ଶୁକ୍ରବାର ଗିରଫ ପରେ ଫରିଦାବାଦ୍‌ ଜେଏମ୍‌ଏଫ୍‌ସି କୋର୍ଟକୁ ଚାଲାଣ କରାଯାଇଥିଲା। ସେଠାରୁ ଅଭିଯୁକ୍ତଙ୍କୁ ୩ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ଇଓଡବ୍ଲ୍ୟୁ ମଙ୍ଗଳବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ନୀରଜଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ନୀରଜଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଇଓଡବ୍ଲ୍ୟୁ ଆବେଦନ କରିଥିଲା। ଏନେଇ ଅନୁମତି ମିଳିଥିବା ବେଳେ ବୁଧବାର ଅପରାହ୍ନଠୁ ତାଙ୍କୁ ଜେଲରୁ ଅଣାଯାଇ ପଚରାଉଚରା କରାଯିବ। ଏଥିସହ ଏହି ର଼୍ୟାକେଟରେ ଥିବା ଅନ୍ୟମାନଙ୍କୁ ଗିରଫ କରାଯିବାକୁ ଚେଷ୍ଟା କରାଯିବ ବୋଲି ଇଓଡବ୍ଲ୍ୟୁ ଏସ୍‌ପି ଦିଲୀପ ତ୍ରିପାଠୀ କହିଛନ୍ତି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ନୀରଜଙ୍କ ଏମ୍‌/ଏସ୍‌ ଅଲ୍‌ ଇଣ୍ଡିଆ ଟ୍ରାନ୍ସପୋର୍ଟ ସର୍ଭିସେସ୍‌, ସିକେଏସ୍‌ ଆକାଉଷ୍ଟିକ୍ସ ଓ ଏମ୍‌/ଏସ୍‌ ଜିଡିଏସ୍‌ ଆସୋସିଏସ୍‌ଟ୍ସ ନାମରେ ୩ କମ୍ପାନୀ ରହିଛି। ଅଭିଯୁକ୍ତ ନୀରଜ ଏବଂ ଅନ୍ୟମାନେ ଟିଡିଏସ୍‌ ରିଫଣ୍ଡ ଠକେଇ କରିବାକୁ ଆପରାଧିକ ଯୋଜନା କରିଥିଲେ। ରସୁଲଗଡ଼ସ୍ଥିତ ଏମ୍‌/ଏସ୍‌ ଆଇଏଏମ୍‌ଓ ସଲ୍ୟୁଶନ୍‌ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀର ୨୦୧୯-୨୦ ଚାଲାଣକୁ ୨୦୨୦-୨୧ର ଦର୍ଶାଇ ଟିଡିଏସ୍‌ ରିଫଣ୍ଡ ପାଇବାକୁ ଆୟକର ବିଭାଗରେ ଆବେଦନ କରିଥିଲେ। ୩୨ ଜଣ ହିତାଧିକାରୀଙ୍କୁ ୨.୭୦ କୋଟି ଟଙ୍କା ଟିଡିଏସ୍‌ ରିଫଣ୍ଡ ମିଳିବାକୁ ଥିବା ତାଙ୍କ ଆବେଦନରେ ଦର୍ଶାଇଥିଲେ। ଏହାପରେ ଆୟକର ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ୧.୪୦ କୋଟି ଟଙ୍କା ଦିଆଯିବା ପରେ ଫେକ୍‌ ବୋଲି ଜଣାପଡ଼ିବାରୁ ଏହା ଉପରେ ରୋକ ଲାଗିଥିଲା। ଏହି ଠକେଇ ର଼୍ୟାକେଟ ବିଷୟରେ ଜଣାପଡ଼ିବା ପରେ ଆୟକର ବିଭାଗ ପକ୍ଷରୁ ଇଓଡବ୍ଲ୍ୟୁରେ ଅଭିଯୋଗ ହୋଇଥିଲା। ଇଓଡବ୍ଲ୍ୟୁ ଅଗଷ୍ଟ ୨୭ରେ ଆଇଟି ଆକ୍ଟ ସହ ଆଇପିସିର ବିଭିନ୍ନ ଦଫାରେ ଏକ ମାମଲା (ନଂ.୧୫/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ୧ କୋଟି ୪୦ ଲକ୍ଷ ଠକେଇ ଟଙ୍କା ମଧ୍ୟରୁ ୧୭.୭୭ ଲକ୍ଷ ଟଙ୍କା ଅଭିଯୁକ୍ତ ନୀରଜଙ୍କ ଦ୍ୱାରା ଠକେଇ କରାଯାଇଥିବା ଜଣାପଡ଼ିଥିଲା। ଏପରି କି ବାକି ଟଙ୍କା ଅନ୍ୟ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଯାଇଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri