ମନ୍ତ୍ର ଓ ଜପ

ଡ. ଇନ୍ଦୁଲତା ଦାସ

ଆଧ୍ୟାତ୍ମିକ ସାଧନାର ଅଗଣିତ ମାର୍ଗ ମଧ୍ୟରୁ ମନ୍ତ୍ରଯୋଗ ଏକ ଅତି ମହତ୍ତ୍ୱପୂର୍ଣ୍ଣ ମାର୍ଗ। ‘ସମାଧି’ ଅବସ୍ଥାକୁ ପ୍ରାପ୍ତ ହେବାପାଇଁ ମନ୍ତ୍ର ମୁଖ୍ୟ ସାଧନ ରୂପରେ ବ୍ୟବହୃତ ହୁଏ। ‘ମନ୍ତ୍ର’ ଶବ୍ଦର ଅନ୍ୟ ଅର୍ଥ ମଧ୍ୟ ରହିଛି। କିନ୍ତୁ ଏଠାରେ କେବଳ ସେହି ମନ୍ତ୍ର ବିଷୟରେ ଉଲ୍ଲେଖ କରାଯାଇଛି; ଯାହା ‘ଜପ’ ପାଇଁ ବ୍ୟବହୃତ ହୋଇପାରେ। ମନ୍ତ୍ରଯୋଗର ଅନ୍ୟ ନାମ ଜପଯୋଗ ମଧ୍ୟ। ବେଦୋକ୍ତ ବିଧିରେ ମନ୍ତ୍ରର ଅଭ୍ୟାସ କରିବାକୁ ଜପ କୁହାଯାଏ। ମହର୍ଷି ପତଞ୍ଜଳି ଜପ ଉପରେ ଅନେକ ଗୁରୁତ୍ୱ ଦେଇଛନ୍ତି। ସମାଧି ପ୍ରାପ୍ତିକୁ ତ୍ୱରାନ୍ବିତ କରିବା ପାଇଁ ଈଶ୍ୱର ପ୍ରଣିଧାନ ଏକ ଅତି ଉପାଦେୟ ସାଧନ। ଈଶ୍ୱରପ୍ରଣିଧାନର ଅର୍ଥ ଈଶ୍ୱରଙ୍କର ନାମ ଜପ ଓ ଈଶ୍ୱରଙ୍କର ଗୁଣର ଧ୍ୟାନ। ପତଞ୍ଜଳିଙ୍କ ମତରେ ଓଁକାର ହିଁ ଈଶ୍ୱରଙ୍କର ବାଚକ ଶବ୍ଦ (ନାମ)। ତେଣୁ ଓଁକାର ଜପ ଓ ଈଶ୍ୱରଙ୍କର ଧ୍ୟାନ କରିବା ଦ୍ୱାରା ସମାଧିପ୍ରାପ୍ତି ଶୀଘ୍ର ହୋଇଥାଏ (ତଜ୍ଜପସ୍ତଦର୍ଥଭାବନମ୍‌ – ଯୋ.ସୂ.)।
ସାଧନାରେ ସ୍ବାଧ୍ୟାୟର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ସ୍ବାଧ୍ୟାୟ କ୍ରିୟାଯୋଗର ଏକ ଅଙ୍ଗ (ତପଃ ସ୍ବାଧ୍ୟାୟେଶ୍ୱର ପ୍ରଣିଧାନାନି କ୍ରିୟାଯୋଗଃ- ଯୋ. ସୂ.)। ପୁଣି ଏହା ‘ନିୟମ’ ନାମକ ଅଷ୍ଟାଙ୍ଗଯୋଗର ଦ୍ୱିତୀୟ ସୋପାନର ଅନ୍ୟତମ ଅଙ୍ଗ (ଶୌଚସନ୍ତୋଷ ତପଃ ସ୍ବାଧ୍ୟାୟେଶ୍ୱର ପ୍ରଣିଧାନାନି ନିୟମାଃ- ଯୋ.ସୂ.) ସ୍ବାଧ୍ୟାୟର ଦୁଇଟି ବିଭାବ ରହିଛି- ପ୍ରଥମଟି ମୋକ୍ଷଶାସ୍ତ୍ର ଅଧ୍ୟୟନ ଓ ଦ୍ୱିତୀୟଟି ପ୍ରଣବାଦି ପବିତ୍ର ମନ୍ତ୍ରର ଜପ (ପ୍ରଣବାଦିପବିତ୍ରାଣାଂ ମନ୍ତ୍ରାଣାଂ ଜପଃ ମୋକ୍ଷଶାସ୍ତ୍ରାଧ୍ୟୟନଂ ବା ବ୍ୟାସଭାଷ୍ୟ ଯୋ.ସୂ.)।
ଜପ ପାଇଁ ଗୃହୀତ ମନ୍ତ୍ରଟି ଏକ ପବିତ୍ର ମନ୍ତ୍ର ହେବା ଆବଶ୍ୟକ। ଭୂତ, ପିଶାଚାଦିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନ୍ୟର କ୍ଷତିସାଧନ କରିବା ପାଇଁ ମଧ୍ୟ ମନ୍ତ୍ର ଜପ କରାଯାଏ। ତେବେ ସେହିପରି ମନ୍ତ୍ରଦ୍ୱାରା ‘ମନ୍ତ୍ରଯୋଗ’ ସାଧନା ହୁଏ ନାହିଁ। ଏଥିପାଇଁ ଏକ ପବିତ୍ର ମନ୍ତ୍ରର ଚୟନ କରାଯିବା ଆବଶ୍ୟକ। ଯଥା – ଓଁ, ଗାୟତ୍ରୀ ମନ୍ତ୍ର, ଓଁ ନମଃ ଶିବାୟ, ଓଁ ନମୋ ଭଗବତେ ବାସୁଦେବାୟ ଇତ୍ୟାଦି। ଦୀର୍ଘ ମନ୍ତ୍ର ଅପେକ୍ଷା କ୍ଷୁଦ୍ର ମନ୍ତ୍ର ଅଧିକ ଶକ୍ତିଶାଳୀ ବୋଲି ବିଦ୍ୱାନ୍‌ମାନେ ମତ ଦିଅନ୍ତି। ତେଣୁ ଏକାକ୍ଷର ମନ୍ତ୍ର ଓଁକାର ସବୁଠାରୁ ଶକ୍ତିଶାଳୀ ବୋଲି ଯୋଗୀମାନେ ମତ ଦିଅନ୍ତି। ନିଜର ଇଷ୍ଟଦେବତାଙ୍କ ଅନୁସାରେ ମନ୍ତ୍ର ଚୟନ କରାଯିବା ଉଚିତ। ଶିବଭକ୍ତ ଶିବଙ୍କର ମନ୍ତ୍ର ଓ ଦେବୀଙ୍କର ଭକ୍ତ ଦେବୀଙ୍କର ମନ୍ତ୍ର ଜପ କରିବା ବିଧେୟ। ମନ୍ତ୍ର ବାରମ୍ବାର ପରିବର୍ତ୍ତନ କରାଯିବା ଉଚିତ ନୁହେଁ। ଜପ ସାଧନା ପାଇଁ କେବଳ ଗୋଟିଏ ମାତ୍ର ମନ୍ତ୍ର ଜପ କରିବା ଉଚିତ। ଏଥିପାଇଁ ଜଣେ ଗୁରୁଙ୍କର ପ୍ରତ୍ୟକ୍ଷ ମାର୍ଗଦର୍ଶନ ଆବଶ୍ୟକ। ଶିଷ୍ୟର ଆଧ୍ୟାତ୍ମିକ ଆବଶ୍ୟକତାକୁ ଆଖିରେ ରଖି ଗୁରୁ ଶିଷ୍ୟ ପାଇଁ ମନ୍ତ୍ରର ଚୟନ କରନ୍ତିି । କେବଳ ସେତିକି ନୁହେଁ, ପଦେ ପଦେ ସେ ଶିଷ୍ୟକୁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କରିଥାଆନ୍ତି।
ମନ୍ତ୍ରଯୋଗର ଅତି ଶୀଘ୍ର ସିଦ୍ଧ ହୋଇଥାଏ ଯଦି ଏହା ଧ୍ୟାନ ବା ଭାବ ସହ କରାଯାଏ। ଆରମ୍ଭରେ ହୁଏତ ଜପ ସହ ଧ୍ୟାନର ସମ୍ମିଶ୍ରଣ କରିବା ସହଜ ହୋଇ ନ ପାରେ । ତଥାପି ସାଧକ କେବଳ ଯାନ୍ତ୍ରିକ ରୂପେ ମନ୍ତ୍ର ଜପ କରିବା ଉଚିତ। ଧୀରେ ଧୀରେ ତାହାର ମନ ଏକାଗ୍ର ହୋଇ ପୁଣି ତାହା ସହ ଭାବର ସଂଯୋଗ ହୋଇଯିବ। ଧ୍ୟାନ ବିହୀନ ଜପ କିଛି ଅଧିକ ସମୟ ସାପେକ୍ଷ। ଜପ ପାଇଁ ଯୋଗାସନ ଯଥେଷ୍ଟ ସହାୟକ ହୋଇଥାଏ । ପଦ୍ମାସନ ବା ସିଦ୍ଧାସନ ପରି କୌଣସି ଆସନରେ ବସି ମନ୍ତ୍ର ଜପ କଲେ ତାହା ଶୀଘ୍ର ଫଳପ୍ରଦ ହୋଇଥାଏ। ଆସନ ସହ ମୂଳବନ୍ଧର ସଂଯୋଗ ଏହାକୁ ଅଧିକ ଫଳପ୍ରଦ କରିଥାଏ। ଜପମାଳାର ବ୍ୟବହାର ମନ୍ତ୍ରଜପକୁ ସହଜ ଓ ବ୍ୟବସ୍ଥିତ କରିଥାଏ। ଏହା ରୁଦ୍ରାକ୍ଷ, ତୁଳସୀ ବା ସ୍ଫଟିକର ହେବା ଉଚିତ। ମାତୃକା ଯୁକ୍ତ ହେଲେ ମନ୍ତ୍ର ପ୍ରଭାବଶାଳୀ ହୋଇଥାଏ ଓ ଅଳ୍ପ ସମୟରେ ସାଧକ ସିଦ୍ଧି ଲାଭ କରିଥାଏ। ‘ଅ’ ରୁ ଆରମ୍ଭ କରି ‘କ୍ଷ’ ପର୍ଯ୍ୟନ୍ତ ଅକ୍ଷରଗୁଡ଼ିକ ବିଭିନ୍ନ ଦେବତାଙ୍କର ବାଚକ ।
ଗୁରୁ ସଦାବେଳେ ମାତୃକାଯୁକ୍ତ ମନ୍ତ୍ର ଶିଷ୍ୟକୁ ଦେବା ଉଚିତ ବୋଲି ଯୋଗୀମାନେ ମତ ଦେଇଥାଆନ୍ତି (ମାତୃକାରହିତଂ ମନ୍ତ୍ରମାଦିଶ୍ୟନ୍ତେ ନ କୁତ୍ରଚିତ୍‌- ବ୍ରହ୍ମବିଦ୍ୟା ଉପନିଷଦ୍‌)।
ନିଜର ଅଜ୍ଞାତରେ ଜୀବ ନିଜର ଶ୍ୱାସ-ପ୍ରଶ୍ୱାସ ସହିତ ସୋଽହଂ ଜପ କରିଥାଏ ବୋଲି ଯୋଗୀମାନେ ମତ ଦିଅନ୍ତି। ତାହାକୁ ଅଜପା ଜପ ବୋଲି କୁହାଯାଏ। ଏହାକୁ ଲକ୍ଷ୍ୟ ରଖି ଏହା ସହିତ ଜପ କଲେ ମଧ୍ୟ ତାହା ସିଦ୍ଧିପ୍ରଦ ହୋଇଥାଏ।
ଠିକ୍‌ ଭାବେ ଦୀର୍ଘ ସମୟ ପର୍ଯ୍ୟନ୍ତ ମନ୍ତ୍ର ଜପ କଲେ ତାହାର କମ୍ପନ ଅଭୂତପୂର୍ବ ପ୍ରଭାବ ସୃଷ୍ଟି କରିଥାଏ। ତାହା ଯେଉଁ ଦେବତାଙ୍କର ମନ୍ତ୍ର ହୋଇଥାଏ ସାଧକ ସମ୍ମୁଖରେ ତାଙ୍କର ରୂପର ଆବିର୍ଭାବ ହୋଇଥାଏ। ତେଣୁ ମହର୍ଷି ପତଞ୍ଜଳି ସ୍ପଷ୍ଟ ଶବ୍ଦରେ ଲେଖିଛନ୍ତି – ସ୍ବାଧ୍ୟାୟାଦିଷ୍ଟଦେବତାସଂପ୍ରଯୋଗଃ (ଯୋ. ସୂ. ) ପ୍ରକୃତରେ ବେଦରେ ଦେବତାମାନଙ୍କର ଯେଇଁ ସ୍ବରୂପର ବର୍ଣ୍ଣନା ହୋଇଛି ତାହା କାଳ୍ପନିକ ନୁହେଁ। ଦ୍ରଷ୍ଟା ଋଷି ତାଙ୍କୁ ସେହି ରୂପରେ ଦର୍ଶନ କରିଛନ୍ତି। ଏହି ଯୁଗରେ ମଧ୍ୟ ମନ୍ତ୍ରଜପ ଦ୍ୱାରା ଦେବତାମାନଙ୍କର ଦର୍ଶନ ସମ୍ଭବ ହୋଇପାରିବାର ଦୃଷ୍ଟାନ୍ତ ରହିଛି। ସ୍ବାମୀ ଶିବାନନ୍ଦ ସରସ୍ବତୀ ନିଜର ‘ଜପଯୋଗ’ ପୁସ୍ତକରେ ଲେଖିଛନ୍ତି ଫ୍ରାନ୍ସରେ ପାଠ ପଢ଼ୁଥିବା ବାରାଣସୀର ଜଣେ ବଙ୍ଗାଳୀ ଛାତ୍ର ଭୈରବଙ୍କ ନାମ ଜପ କରି ତାଙ୍କର ଦର୍ଶନ ଲାଭ କରିଥିଲେ।
ସବୁ ଆଧ୍ୟାତ୍ମିକ ସାଧନା ମଧ୍ୟରେ ‘ମନ୍ତ୍ରଯୋଗ’ ଆପେକ୍ଷିକ ଭାବେ ସରଳ ବୋଲି କୁହାଯାଇଛି (ଅଳ୍ପବୁଦ୍ଧିରିମଂ ଯୋଗଂ ସେବତେ ସାଧକାଧମଃ – ଯୋଗତ୍ବ ଉପନିଷଦ୍‌)। ତେଣୁ ମନ୍ତ୍ରଜପ କଳିଯୁଗ ପାଇଁ ବିଶେଷ ଉପଯୋଗୀ। ଏହି ଯୁଗରେ ମନୁଷ୍ୟର ମାନସିକ ଏକାଗ୍ରତା, ଆଧ୍ୟାତ୍ମିକତା ଓ ଧୈର୍ଯ୍ୟ ଇତ୍ୟାଦିର ପରିମାଣ ଏତେ କମିଯାଇଛି ଯେ ତାହା ପାଇଁ ଅନ୍ୟାନ୍ୟ ଦୁଃସାଧ୍ୟ ସାଧନା କରିବା ଅତି କଷ୍ଟକର। ତେଣୁ ଏହି ସରଳସାଧ୍ୟ ଉପାୟଟି ତାହାର ଲକ୍ଷ୍ୟ ପ୍ରାପ୍ତି ପାଇଁ ବିଶେଷ ସାହାଯ୍ୟକାରୀ।
ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri