ପ୍ରଶିକ୍ଷଣରେ ପରିବର୍ତ୍ତନ

Dillip Cherian

ମଶୌରିସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ନ୍ୟାଶ୍‌ନାଲ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ର ନୂଆ ନିର୍ଦ୍ଦେଶକ କଟିକିଥାଲା ଶ୍ରୀନିବାସ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ।
ଏହି ଦାୟିତ୍ୱ ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ। ଚଳିତ ବର୍ଷ ଅକ୍ଟୋବରରେ ମଶୌରି କେନ୍ଦ୍ରରେ ପ୍ରଥମେ ଆଇଏଏସ୍‌ ଅଧିକାରୀମାନଙ୍କ ସହ ଅଣ ଆଇଏଏସ୍‌ ଅଧିକାରୀମାନେ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶରେ ମିଡ୍‌ କ୍ୟାରିୟର ଟ୍ରେନିଂ ବା ପ୍ରଶିକ୍ଷଣ ନେବା ଦେଖିବାକୁ ମିଳିବ। ‘ମିଶନ୍‌ କର୍ମଯୋଗୀ’ ଯୋଜନାରେ ସେମାନେ ଏହି ପ୍ରଶିକ୍ଷଣ ନେବେ। ନିକଟରେ ୨୬ ଜଣ ଆଇଆର୍‌ଏସ୍‌, ଆଇଆର୍‌ଟିଏସ୍‌ ଏବଂ ଆଇଆର୍‌ପିଏସ୍‌ କ୍ୟାଡରର ୨୬ ଜଣ ଅଧିକାରୀଙ୍କୁ ଯୁଗ୍ମ ସଚିବ କିମ୍ବା ତତ୍ତୁଲ୍ୟ ପଦବୀରେ ନିଯୁକ୍ତି ଦେବା ଲାଗି ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏହା ଆଇଏଏସ୍‌ଙ୍କ ସହ ଅନ୍ୟ ସର୍ବ ଭାରତୀୟ କ୍ୟାଡରଗୁଡ଼ିକର ଏକ କ୍ରମିକ ସମୀକରଣକୁ ସୂଚିତ କରୁଛି। ଆଉ କେତେକେ ଏମିତି ହେବ ନାହିଁ ବୋଲି ଭାବୁଛନ୍ତି। ବାବୁମାନଙ୍କର ବିଶେଷତାର ଶେଷ ସମୟ ପାଖେଇ ଆସୁଛି ବୋଲି ଏମାନେ ମନେକରୁଛନ୍ତି। ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ସିଭିଲ୍‌ ସର୍ଭିସ୍‌ର ଦୁଇଟି ବ୍ୟାଚ୍‌ର ଆଇଏଏସ୍‌ ଓ ଅଣ ଆଇଏଏସ୍‌ ଅଧିକାରୀମାନେ ଏକାଠି ହେବେ। ଏ ପର୍ଯ୍ୟନ୍ତ କେବଳ ଆଇଏଏସ୍‌ ଅଧିକାରୀମାନେ ମିଡ୍‌ କ୍ୟାରିୟର ଟ୍ରେନିଂ ପାଇଁ ଯାଉଥିଲେ। ସେହିପରି ଆଇପିଏସ୍‌ ଅଧିକାରୀମାନେ ମିଡ୍‌ କ୍ୟାରିୟର ଟ୍ରେନିଂ ଲାଗି ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାଶ୍‌ନାଲ ପୋଲିସ ଏକାଡେମୀକୁ ଯାଉଥିତ୍ଲେ। ହେଲେ ଏବେ କିଛି ସମୟ ପାଇଁ ଏହିସବୁ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ଦୁଇବର୍ଷ ପୂର୍ବେ ମଶୌରି ଏକାଡେମୀରେ କେବଳ ଆଇଏଏସ୍‌ଙ୍କ ପାଇଁ ଉଦ୍ଦିଷ୍ଟ ଫାଉଣ୍ଡେଶନ କୋର୍ସରେ ଅନ୍ୟ ସେଣ୍ଟ୍ରାଲ ଗ୍ରୁପ ଏ’ ସର୍ଭିସଗୁଡ଼ିକୁ ସାମିଲ କରାଯାଇଥିଲା। ଏଣୁ ଏବକାର ନିଷ୍ପତ୍ତି ଆଇଏଏସ୍‌ ଓ ଅଣ ଆଇଏଏସ୍‌ ବାବୁମାନଙ୍କ ମଧ୍ୟରେ ରହିଥିବା ଦୂରତା କମାଇବ ଓ ଗୋଟିଏ ଜାଗାରେ ପ୍ରଶିକ୍ଷଣ ଦେଇ ପ୍ରଶାସନିକ କ୍ଷେତ୍ରରେ ସଂସ୍କାର ଆଣିବାରେ ସରକାରଙ୍କ ଉଦ୍ୟମକୁ ଆହୁରି ମଜଭୁତ କରିବ।
ସ୍ମାର୍ଟଫୋନ୍‌କୁ ନେଇ ଆନ୍ଦୋଳନ
ସରକାର ଦେଇଥିତ୍ବା ନିମ୍ନମାନ ତଥା ତ୍ରୁଟିଯୁକ୍ତ ସ୍ମାର୍ଟଫୋନ୍‌ ଫେରାଇବାକୁ ନେଇ ମହାରାଷ୍ଟ୍ରରେ ଅଙ୍ଗନଓ୍ବାଡି କର୍ମୀମାନେ ଆନ୍ଦୋଳନ ଚଳାଇଛନ୍ତି। ଅନେକେ ସେମାନଙ୍କ ପଞ୍ଚାୟତ ସମିତି ଅଧିକାରୀଙ୍କୁ ଫୋନ୍‌ ଫେରାଇ ଦେଇ ନୂଆ ଓ ଉନ୍ନତ ମାନର ସ୍ମାର୍ଟଫୋନ୍‌ ଯୋଗାଇଦେବାକୁ ଦାବି କରିଛନ୍ତି। ଶୁଣିବାକୁ ମିଳୁଛି, ମହାରାଷ୍ଟ୍ରର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତୀ ଚନ୍ଦ୍ରକାନ୍ତ ଠାକୁର ଏବଂ ବିଭାଗୀୟ ସଚିବ ଆଇ.ଏ. କୁନ୍ଦନ ଏ ବାବଦରେ କେନ୍ଦ୍ର ସହ ଯୋଗାଯୋଗ କରି ପରବର୍ତ୍ତୀ ନିର୍ଦ୍ଦେଶ ଅପେକ୍ଷାରେ ରହିଛନ୍ତି। ବହୁ ରାଜ୍ୟର ବାବୁମାନେ ମଧ୍ୟ କେନ୍ଦ୍ରକୁ ଏଭଳି ସମାନ ଅଭିଯୋଗ ସମ୍ପର୍କରେ ସୂଚିତ କରିଛନ୍ତି। ଆନ୍ଦୋଳନ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲେ ମଧ୍ୟ ଏହା କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ(ଡବ୍ଲ୍ୟୁସିଡି)ର ବାବୁମାନଙ୍କୁ ଅଡୁଆରେ ପକାଇଦେଇଛି। କିଏ ଏହି ଫୋନ୍‌ଗୁଡ଼ିକ ପାଇଁ ଅର୍ଡର କରିଥିଲେ ଏବଂ ଗୁରୁତ୍ୱପୂର୍ଣ୍ଣ ନ୍ୟୁଟ୍ରିଶନ ଡାଟା ଜାଣିବା ଲାଗି ଅଙ୍ଗନଓ୍ବାଡି କର୍ମୀମାନେ କାହିଁକି କଷ୍ଟକର ‘ପୋଷଣ ଟ୍ରାକର ଆପ୍‌’ଉପଯୋଗ କରୁଛନ୍ତି, ତା’ଉପର ତଦନ୍ତ କରିବା ପାଇଁ ଡବ୍ଲ୍ୟୁସିଡି ସଚିବ ଇଣ୍ଡେଭର ପାଣ୍ଡେ ତାଙ୍କ ବାବୁମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଦୋଳନରତ ଅଙ୍ଗନଓ୍ବାଡି କର୍ମୀମାନେ ଏ ସମସ୍ୟା ସମ୍ପର୍କରେ ସିଧାସଳଖ ଡବ୍ଲ୍ୟୁସିଡି ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଜଣାଇଛନ୍ତି; ଯଦିଓ ଏହି ସମସ୍ୟା ତାଙ୍କ ନଜରକୁ ଆସିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହି ଆନ୍ଦୋଳନ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହେବାର ଆଶଙ୍କା ଥିତ୍ବାରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମ୍‌ଓ) ଏହାକୁ ନିୟନ୍ତ୍ରଣ କରିବାର ସମ୍ଭାବନା ରହିଛି। ଦେଶରେ ପାଖାପାଖି ୧.୪ ମିଲିୟନ ଅଙ୍ଗନଓ୍ବାଡି କର୍ମୀ ରହିଛନ୍ତି ଓ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ସମସ୍ତଙ୍କ ଲାଗି ଆପ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି।
ଆଶା ଚୂର୍‌ମାର
ଚଳିତ ମାସ ଶେଷ ସୁଦ୍ଧା ଅବସର ନେବାକୁ ଥିବା କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଚାକିରି କାଳ ଏକ ବର୍ଷ ବଢ଼ାଇବା ଲାଗି ସରକାର ସ୍ବୀକୃତି ପ୍ରଦାନ କରିଛନ୍ତି। କ୍ୟାବିନେଟ ସଚିବମାନଙ୍କ କାର୍ଯ୍ୟକାଳ ସମ୍ପ୍ରସାରିତ କରିବାର ପୂର୍ବବର୍ତ୍ତୀ ଘଟଣାକୁ ଲକ୍ଷ୍ୟ କଲେ ଏବକାର ଘଟଣା ସହ ସାମଞ୍ଜସ୍ୟ ଥିବା ଭଳି ମନେହେଉଛି। ଗୌବାଙ୍କ ପୂର୍ବରୁ ପି.କେ. ସିହ୍ନା ମଧ୍ୟ ତାଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ପରେ ପଦରେ ରହି ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କ କାର୍ଯ୍ୟକାଳ ବହୁଥର ସମ୍ପ୍ରସାରିତ କରାଯାଇଥିଲା। ସରକାର ଗୌବାଙ୍କ କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କରେ ଘୋଷଣା କରିବାର ଠିକ୍‌ ପରେ ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲାଙ୍କ କାର୍ଯ୍ୟକାଳ ବର୍ଷେ ବଢ଼ାଇଛନ୍ତି। ଏହି ଘଟଣାରେ କେତେ ଜଣ ବରିଷ୍ଠ ଅମଲାତନ୍ତ୍ରୀ ଦୁଃଖିତ୍ତ ହେଲେ ମଧ୍ୟ ନୀରବ ରହିଛନ୍ତି। କ୍ୟାରିୟରକୁ ନେଇ ସେମାନଙ୍କ ଆଶା ଶୀର୍ଷରେ ଥିବାବେଳେ ସରକାରଙ୍କ ଏଭଳି ଘୋଷଣା ତାହାକୁ ଚୂରମାର କରିଦେଇଛି। ବହୁ ସମୟରେ ଅମଲାତନ୍ତ୍ରୀମାନେ ସବୁଠୁ କ୍ଷମତାଶାଳୀ କ୍ୟାବିନେଟ ସଚିବ ଓ ସ୍ବରାଷ୍ଟ୍ର ସଚିବ ପଦବୀରେ ଆସୀନ ହେବା ଲାଗି ଅପେକ୍ଷାରେ ଥାଆନ୍ତି। ତେବେ ସାମ୍ପ୍ରତିକ ପରିସ୍ଥିତିରେ ଏହା ଆଶା କରାଯାଇପାରେନା। କାରଣ ଜଣେ ଗୋଟିଏ ପଦବୀରେ ଓ୍ୟପଚାରିକ ଭାବେ ନିଯୁକ୍ତି ପାଇବା ପୂର୍ବରୁ ଅନ୍ୟ ଜଣେ ସେହି କାର୍ଯ୍ୟ ତୁଲାଇବା ଧାରା ଏବେ ଚାଲୁଛି। ହେଲେ ଏଥର ଏହି ଧାରାରେ ସେଭଳି ବାବୁଙ୍କ ଅଭାବ ପରିଲକ୍ଷିତ ହୋଇଛି, ଯେଉଁଥିପାଇଁ ସରକାର ସମ୍ଭବତଃ ଏଭଳି ନିଷ୍ପତ୍ତି ନେଇଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri