ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର ପ୍ରଜା ବୋଲି ଗଣିଥାଏ। ଏଭଳି ଆକ୍ରମଣ ଦେଶର ଅର୍ଥନୈତିକ ତଥା ରାଜନୈତିକ ବ୍ୟବସ୍ଥାକୁ ନିୟନ୍ତ୍ରଣକରି ସଂସ୍କୃତିକୁ ବଦଳାଇ ଦେଇପାରେ। ଅନ୍ୟପକ୍ଷରେ ଦେଶାନ୍ତର ଗମନ ଅର୍ଥାତ୍‌ ଲୋକେ ସେମାନଙ୍କ ମୂଳ ସ୍ଥାନରୁ ନୂତନ ସ୍ଥାନକୁ ଯାଇ ସେଠାକାର ପରିବେଶ ସହ ଖାପଖୁଆଇ ଜୀବନ ନିର୍ୱାହ କରିଥାନ୍ତି। ହେଲେ ସମୟକ୍ରମେ ପ୍ରବାସୀ ଓ ମୂଳବାସୀଙ୍କ ସଂସ୍କୃତି ମଧ୍ୟରେ ବିଭେଦ ଦେଖାଦେଇ ଉତ୍ତେଜନା ପ୍ରକାଶ ପାଏ। ଏହା ଏବେ କେତେକ ଦେଶରେ ଦେଖାଗଲାଣି। ଉଦାହରଣ ସ୍ୱରୂପ, ମୁସଲମାନ ପ୍ରବାସୀମାନେ ବ୍ରିଟେନ୍‌ରେ ହିଂସା ସୃଷ୍ଟିକରିବା ସହ ଅନେକ ୟୁରୋପୀୟ ଦେଶରେ ଅଶାନ୍ତିର କାରଣ ପାଲଟୁଥିବା ଦେଖାଗଲାଣି। ଆକ୍ରମଣ କହିଲେ ଲୁଣ୍ଠନ, ଉପନିବେଶବାଦ ଏବଂ ସାମ୍ରାଜ୍ୟବାଦ ପ୍ରତିଷ୍ଠାକୁ ସୂଚିତକରେ। ଲୁଣ୍ଠନକାରୀ ଆକ୍ରମଣକରି ଧନ ନେଇ ଚାଲିଯାଆନ୍ତି , ସେମାନେ ରାଜନୈତିକ ଏବଂ ଅର୍ଥନୈତିକ ବ୍ୟବସ୍ଥାକୁ ନିୟନ୍ତ୍ରଣକରି ରଖିବାକୁ ଚାହାନ୍ତି ନାହିଁ, ଯାହା ଘଟିଥିଲା ଗଜ୍‌ନୀର ମହମ୍ମଦଙ୍କ କ୍ଷେତ୍ରରେ। ଆଜକୁ ହଜାରେ ବର୍ଷ ପୂର୍ୱେ ସେ ଭାରତକୁ ଲୁଣ୍ଠନକରି ଚାଲିଯାଇଥିଲେ। ଉପନିବେଶବାଦୀମାନେ କୌଣସି ଦେଶକୁ ପ୍ରବେଶକରି ସେଠାକର ରାଜନୈତିକ ଓ ଆର୍ଥିକ ବ୍ୟବସ୍ଥା ନିୟନ୍ତ୍ରଣକୁ ନେଇ ଶାସକ ପାଲଟିଯାଆନ୍ତି। ଉଦାହାଣ ସ୍ୱରୂପ ତୁର୍କୀର ସମ୍ରାଟ ମୁଇଜାଦ୍‌-ଦିନ୍‌ ମହମ୍ମଦ ଘୋରୀଙ୍କ ମୃତ୍ୟୁ ପରେ ତାଙ୍କ ସେନାଧ୍ୟକ୍ଷ ମାମୁଲୁକ କୁତୁବୁଦ୍ଦିନ୍‌ ଆଇବେକ୍‌ଙ୍କ ଦିଲ୍ଲୀ ସୁଲତାନ ପ୍ରତିଷ୍ଠା କରିଥିଲେ। ସମୟକ୍ରମେ ମୋଗଲଙ୍କର ରାଜପୁତଙ୍କ ସହ ସମ୍ପର୍କ ବଢ଼ିଲା, ଏପରିକି ବୈବାହିକ ସମ୍ପର୍କ ବୃଦ୍ଧିପାଇଲା। ଫଳରେ ମୋଗଲମାନେ ନିଜକୁ ବିଦେଶୀ ମନେ ନ କରି ସ୍ଥାନୀୟ ଲୋକ ବୋଲି ଭାବିନେଲେ। ଏଭଳି ଭାବନାକୁ ଭାରତର ଅନେକ ମୂଳ ଭାରତୀୟ ଗ୍ରହଣ କରିପାରୁ ନ ଥିଲେ। ସାମ୍ରାଜ୍ୟବାଦୀମାନେ ନିଜ ଦେଶକୁ ଧନ ଆଣିବା ସକାଶେ ଦୂର ଦେଶରେ ଶାସନ କରନ୍ତି , ଯାହା ବ୍ରିଟେନ ଏବଂ ଇଟାଲୀ କ୍ଷେତ୍ରରେ ଦେଖିବାକୁ ମିଳିଛି।
ଭାରତକୁ ବିଭିନ୍ନ ସମୟରେ ଅନ୍ୟ ଦେଶର ଲୋକେ ଆସିଛନ୍ତି। ଆଦି ମାନବ ଆଫ୍ରିକାର ମୂଳ ବାସିନ୍ଦା ଏବଂ ସେମାନେ ୬୦,୦୦୦ ବର୍ଷ ପୂର୍ୱେ ସେଠାରୁ ଆସି ପ୍ରଥମେ ଭାରତରେ ପହଞ୍ଚିଥିଲେ। ୧୦,୦୦୦ ବର୍ଷ ପୂର୍ୱେ ଇରାନୀୟ କୃଷକଙ୍କ ପୂର୍ୱପୁରୁଷମାନେ ଭାରତ ଆସିଥିଲେ। ସେମାନେ ଭାରତରେ ଗହମ ଓ ବାର୍ଲି ଚାଷ ଆରମ୍ଭ କରିଥିଲେ। ସେହିଭଳି ୪,୦୦୦ ବର୍ଷ ପୂର୍ୱେ ଦକ୍ଷିଣ ପୂର୍ୱ ଏସିଆରୁ ‘ମୁଣ୍ଡା’ମାନେ ଭାରତକୁ ଆସି ରୁଆ ପ୍ରଣାଳୀରେ ଧାନଚାଷ ଆରମ୍ଭ କରିଥିଲେ। ଏହାପରେ ପାଖାପାଖି ୩,୫୦୦ ବର୍ଷ ପୂର୍ୱେ ଆର୍ଯ୍ୟମାନେ ଘୋଡ଼ା ନେଇ ଭାରତକୁ ଆସିଥିଲେ। ବିଶେଷକରି ଏହିସବୁ ଦେଶାନ୍ତର ଗମନ ଆନୁବଂଶିକ ଓ ଭାଷା ଅଧ୍ୟୟନରୁ ଜାଣିବାକୁ ମିଳେ।
ଖ୍ରୀଷ୍ଟପୂର୍ୱ ୬ଷ୍ଠରୁ ୪ର୍ଥ ଶତାବ୍ଦୀ ମଧ୍ୟରେ ପାରସ୍ୟ ସମ୍ରାଟ ସାଇରସ୍‌ ଦି ଗ୍ରେଟ୍‌ ଏବଂ ପରେ ଡାରିଅସ୍‌ ଓ୍ୱାନ୍‌ କ୍ରମାଗତ ଉତ୍ତର-ପଶ୍ଚିମ ଭାରତ ଉପରେ ଆକ୍ରମଣ କରି ଦଖଲ କରିନେଇଥିଲେ। ଏହାସହ ମୋର୍ଯ୍ୟ ଏବଂ ଗୁପ୍ତ ସାମ୍ରାଜ୍ୟ ପାରସ୍ୟ ପ୍ରଶାସନର କେନ୍ଦ୍ରୀଭୂତ ଅମଲାତନ୍ତ୍ର ବ୍ୟବସ୍ଥାକୁ ଗ୍ରହଣ କରିଥିଲେ। ସେହି ସମୟରେ ବ୍ରାହ୍ମୀ ଲିପି ଉଦ୍ଭାବନ ହୋଇଥିଲା ଏବଂ ତାହା ଭାରତରୁ ଦକ୍ଷିଣ ପୂର୍ୱ ଏସିଆକୁ ବ୍ୟାପିଥିଲା। ଏହି ସମୟରେ ରାଜାମାନେ ପାର୍ସୀ ସମ୍ରାଟଙ୍କ ଭଳି ନିଜ ଶକ୍ତି ସୂଚିତ କରିବା ଲାଗି ସ୍ତମ୍ଭ ନିର୍ମାଣ କରିଥିଲେ। ପରେ ଖ୍ରୀଷ୍ଟପୂର୍ୱ ୩୦୦ରୁ ଖ୍ରୀଷ୍ଟାବ୍ଦ ୩୦୦ ମଧ୍ୟରେ ବିଦେଶରୁ ଅନେକ ଜନଜାତି ଯଥା ଗ୍ରୀକ୍ସ (ଯବନ), ସ୍କିଥିଆନ (ସାକସ୍‌), ପାର୍ଥିଆନ (ପଲ୍ଲଭ) ଏବଂ ୟୁହେ-ଚି (କୁଶାଣ) ଭାରତକୁ ଆସିଥିଲେ। ସେମାନେ ଗଙ୍ଗା ନଦୀ ଅବବାହିକାରୁ ହିନ୍ଦୁକୁଶ ପର୍ୱତ ଦେଇ ଇରାନ ପର୍ଯ୍ୟନ୍ତ ବ୍ୟାପିଥିବା ବାଣିଜ୍ୟ ପଥକୁ ନିୟନ୍ତ୍ରଣ କରିବାକୁ ଚାହିଁଥିଲେ। ଏମାନଙ୍କ ମଧ୍ୟରୁ ଅନେକେ ବୌଦ୍ଧ ଓ ଜୈନ ଧର୍ମ ଗ୍ରହଣ କରିବା ସହ ବାଣିଜ୍ୟ କାରବାରକୁ ସୁଗମ କରିବା ସକାଶେ ମୁଦ୍ରା ପ୍ରଚଳନ କରିପାରିଥିଲେ। ପଞ୍ଚମ ଶତାବ୍ଦୀରେ ଗୁପ୍ତ ସାମ୍ରାଜ୍ୟ ସମୟରେ ହୁଣ (ହୁନ୍‌)ମାନେ ମଧ୍ୟ-ଏସିଆରୁ ଭାରତକୁ ଆସିଥିଲେ। ସେମାନେ ଗୁପ୍ତ ସାମ୍ରାଜ୍ୟକୁ ଦୁର୍ୱଳ କରିଦେବା ସହ ବୌଦ୍ଧମଠଗୁଡ଼ିକର ପତନର କାରଣ ହୋଇଥିଲେ। ସେହି ସମୟରେ ଭାରତର ବାଣିଜି୍ୟକ ଭାଗୀଦାରି ରୋମ୍‌ ସାମ୍ରାଜ୍ୟର ପତନ ମଧ୍ୟ ଘଟିଥିଲା। ଫଳରେ ବ୍ୟବସାୟୀଙ୍କ ଗୁରୁତ୍ୱ କମିଗଲା ଓ କୃଷିର ଉନ୍ନତି ଘଟିଲା। ସମୟକ୍ରମେ ବୈଦ୍ଧଧର୍ମ -ବାଣିଜ୍ୟ ଆଧାରିତ ସଂସ୍କୃତି ବ୍ରାହ୍ମଣକୈନ୍ଦ୍ରିକ କୃଷ ତଥା ମନ୍ଦିର ସଂସ୍କୃତିକୁ ପରିବର୍ତ୍ତନ ହୋଇଥିଲା। ଫଳରେ ସଂସ୍କୃତ ଦରବାରି ଭାଷା ହୋଇ ଆଫଗାନିସ୍ତାନ ଓ ଭିଏଟ୍‌ନାମକୁ ବ୍ୟାପିଥିଲା।
ସପ୍ତମ ଶତାବ୍ଦୀରେ ଆରବରେ ଇସ୍‌ଲାମର ଉତ୍‌ଥାନ ଘଟିଥିଲା। ନାବିକମାନଙ୍କ ଦ୍ୱାରା ଏହା ଉପକୂଳ ଭାରତରେ ପହଞ୍ଚିଥିଲା, ଯେଉଁଥିପାଇଁ ଗୁଜରାଟ, କୋଙ୍କଣ ଏବଂ କେରଳର ପଶ୍ଚିମ ଉପକୂଳରେ ପୁରାତନ ମସ୍‌ଜିଦ ଦେଖିବାକୁ ମିଳେ। ଦ୍ୱାଦଶ ଶତାବ୍ଦୀ ସୁଦ୍ଧା ମଧ୍ୟ-ଏସୀୟ ସେନାଧ୍ୟକ୍ଷମାନେ ପ୍ରଥମେ ଇସ୍‌ଲାମ ଧର୍ମ ଗ୍ରହଣକରି ଦିଲ୍ଲୀ ସହରରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ଏବଂ ଅର୍ଥନୈତିକ ବ୍ୟବସ୍ଥା ହାତକୁ ନେଇଥିଲେ। ସେମାନେ ମଧ୍ୟ ଆଇନ ବ୍ୟବସ୍ଥାକୁ ନିୟନ୍ତ୍ରଣକୁ ନେଇଥିଲେ, ଯାହା ଏକ ପ୍ରକାର ଆକ୍ରମଣ ଥିଲା । ଏଭଳି ପଦକ୍ଷେପ ସବୁ ଥିଲା ଏକ ନୂତନ ଚିନ୍ତାଧାରା । ଏତିକିବେଳେ ସଂସ୍କୃତ ପରିବର୍ତ୍ତେ ପାର୍ସୀ ଦରବାରି ଭାଷା ହୋଇଥିଲା । ତୁର୍କୀ, ପାର୍ସୀ ଏବଂ ଆଫଗାନଙ୍କ ସପକ୍ଷରେ ବ୍ରାହ୍ମଣମାନେ ରହିବା ଯୋଗୁ ମନ୍ଦିର ପ୍ରତି ଲୋକଙ୍କ ସମର୍ଥନ କମିବାକୁ ଲାଗିଲା ଏବଂ ମସ୍‌ଜିଦ ଏବଂ ରାଜକୀୟ କବର ନିର୍ମାଣ ବୃଦ୍ଧିପାଇଥିଲା। ଅଧିକ ବିକେନ୍ଦ୍ରୀକୃତ ପୁରାତନ ରାଜମଣ୍ଡଳ ବ୍ୟବସ୍ଥା ବଦଳରେ କେନ୍ଦ୍ରୀକୃତ ପାର୍ସୀ ବ୍ୟବସ୍ଥା ସାମ୍ନାକୁ ଆସିଥିଲା। ତୁର୍କୀମାନେ କାଗଜ ଏବଂ କଲମର ବ୍ୟବହାର ଜାଣିଥିଲେ। ଫଳରେ ଭାରତରେ ପୂର୍ୱରୁ ବ୍ୟବହାର କରାଯାଉଥିବା ପଥର, ତମ୍ୱା ଗଛଛାଲି ଏବଂ ବରଡ଼ାପତ୍ର ବଦଳରେ ଅଧିକ ବ୍ୟବହାର ହେଲା।
ଗୋଆ ୧୫୧୦ରେ ବିଜାପୁର ସାମ୍ରାଜ୍ୟ ଅଧୀନକୁ ଚାଲିଗଲା ପରେ ପର୍ତ୍ତୁଗୀଜ ଉପନିବେଶବାଦ ଆରମ୍ଭ ହୋଇଥିଲା। ପର୍ତ୍ତୁଗୀଜମାନେ ପଶ୍ଚିମ ଉପକୂଳ ଏବଂ ପଶ୍ଚିମ ସମୁଦ୍ରକୁ ନିୟନ୍ତ୍ରଣକୁ ନେଇଗଲେ ଓ ଟିକସ ଆଦାୟକଲେ, ଯାହା ପୂର୍ୱରୁ କେବେ ବି ଏଭଳି ଘଟି ନ ଥିଲା। ସେମାନେ ଖ୍ରୀଷ୍ଟିଆନ ମିଶନ ଏବଂ ପ୍ରିଣ୍ଟିଂ ପ୍ରେସ୍‌ ଆରମ୍ଭ କରିଥିଲେ ଓ ସ୍ଥାନୀୟ ଭାଷାଗୁଡ଼ିକ ଅନୁବାଦ ଲେଖା ପ୍ରକାଶ କରିଥିଲେ। ପର୍ତ୍ତୁଗୀଜଙ୍କୁ ଡଚ୍‌, ଫ୍ରାନ୍ସ ଏବଂ ଇଂଲଣ୍ଡ ଅନୁସରଣକରି ଗଣିତ, ପ୍ରମାଣ ଆଧାରିତ ନୂତନ ବିଜ୍ଞାନ ଚିନ୍ତାଧାରାକୁ ସାମ୍ନାକୁ ଆଣିଥିଲେ। ପର୍ତ୍ତୁଗୀଜମାନେ ଶିଳ୍ପ ବିପ୍ଳବ ଆଣିଥିଲେ । ସମଗ୍ର ବିଶ୍ୱରେ ପୁରାତନ କୃଷି ଏବଂ ସାମନ୍ତବାଦ ବ୍ୟବସ୍ଥାର ପରିବର୍ତ୍ତନ ଆଣିଥିଲେ, ଯାହା ବିଶେଷକରି ଅଷ୍ଟାଦଶ ଶତାବ୍ଦୀରେ ତୀବ୍ର ହୋଇଥିଲା ଯେତେବେଳେ ଦିଲ୍ଲୀକୁ ଇରାନର ନାଦିର ଶାହା ଲୁଣ୍ଠନ କରିଥିଲେ। ତା’ପରେ ଅହମ୍ମଦ ଶାହା ଅବ୍‌ଦଲି ଆସିଥିଲେ। ଏହିସବୁ ଘଟଣାରୁ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ମୋଗଲ ସାମ୍ରାଜ୍ୟର ଦୁର୍ୱଳତାକୁ ପରଖି ଉପନିବେଶବାଦର ପ୍ରସାର କରିପାରିଥିଲା। ଏହିଭଳି ଭାବେ ବିଭିନ୍ନ ସମୟରେ ଭାରତକୁ ବହୁ ସ୍ଥାନରୁ ଲୋକେ ଆସି ଆକ୍ରମଣ କରିଥିଲେ ଏବଂ ଭାରତୀୟ ସଂସ୍କୃତିର ପରିବର୍ତ୍ତନ ଘଟାଇଥିଲେ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

ଭୋଜି ଖାଇବାକୁ ଆସି କଳାକନା ବୁଲାଇଦେଲେ ସମ୍ପର୍କୀୟ: ନେଇଗଲେ ୧୯ ଭରି ସୁନା ଓ ୧୪ ଭରି ରୂପା ଅଳଙ୍କାର

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଉଦୟ ନାରାୟଣ ସାହି ର ନାରାୟଣ ଦାସଙ୍କ ଘର ଆଲମିରା ରୁ ପ୍ରାୟ ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri