ନିଜକୁ ବଦଳାନ୍ତୁ

”ସର୍ବପ୍ରଥମେ ଏହା ବୁଝିବା ବହୁ ଜରୁରୀ ଯେ ଜୀବନ ହେଉଛି ସୁଖ-ଦୁଃଖର ସମନ୍ବୟ। ଯେତେବେଳେ ଆମେ ସୁଖ ସହଜରେ ଗ୍ରହଣ କରୁ ସେମିତି ଦୁଃଖକୁ ଧୈର୍ଯ୍ୟର ସହ ସାମ୍ନା କରିବାକୁ ପଡ଼ିବ। ଜୀବନ ରାସ୍ତାରେ ଚାଲିବା ସମୟରେ ଝୁଣ୍ଟିବା ଏବଂ ପାଦରେ କଣ୍ଟା ଲାଗିବା ଏକ ସାଧାରଣ କଥା। ଆପଣ ଏକଥା ମନରେ ଭାବିନିଅନ୍ତୁ ଯେ ଜୀବନରେ ପ୍ରତିଟି ମୁହୂର୍ତ୍ତ ଆମ ପାଇଁ ସୁଖ ହୋଇ ନ ପାରେ।“

ଯଦି ଆପଣଙ୍କୁ କିଏ ଖରାପ ବ୍ୟବହାର କରୁଛି ,ତେବେ ସେ ସମୟରେ ଆପଣଙ୍କୁ ବହୁ ଦୁଃଖ ଲାଗିଥାଏ। ତେବେ ଆପଣ ସେ କଥାକୁ ବାରମ୍ବାର ମନେପକାଇ ନିଜ ଦୁଃଖକୁ ଆହୁରି ଦ୍ୱିଗୁଣିତ କରିଦେଇଥାନ୍ତି। ପୁଣି ବେଳେବେଳେ ଆପଣଙ୍କ ମନରେ ସ୍ଥାୟୀ ରୂପରେ ଏ ଘଟଣା ପ୍ରତିଶୋଧର ନିଆଁରେ ପରିଣତ ହୋଇଯାଏ। ପ୍ରାଚୀନକାଳରେ ସନ୍ଥ ଓ ଋଷିମାନେ କହୁଥିଲେ, ଆମକୁ ନମ୍ର ଓ କ୍ଷମାଶାଳୀ ହେବା ଆବଶ୍ୟକ। ଏଠାରେ ଆମେ ଗୌତମ ବୁଦ୍ଧଙ୍କ କଥା କହିବାକୁ ଚାହିଁବୁ । ସେ କହିଥିଲେ, ଆମେ ମାତା ଧରିତ୍ରୀ ପରି ସହନଶୀଳ ହେବା ଆବଶ୍ୟକ।
ଛାଡ଼ନ୍ତୁନି ସଂଯମର ହାତ
ଘର ହେଉକି ଅଫିସ୍‌ ପ୍ରତିଦିନ ଦିନଚର୍ଯ୍ୟା ମଧ୍ୟରେ ଛୋଟମୋଟ ବୈଚାରିକ ମତଭେଦ ଦେଖାଯିବା ସ୍ବାଭାବିକ। ଏପରି ସ୍ଥିତିରେ ଆପଣ ନିଜର ଧୈର୍ଯ୍ୟଶକ୍ତି ହରାଇବା ଉଚିତ ନୁହେଁ। ହୋଇପାରେ ଏପରି ସ୍ଥିତିରେ ଆପଣଙ୍କୁ ଅଧିକ ରାଗ ଲାଗିପାରେ। ସାମ୍ନାରେ ଉପସ୍ଥିତ ବ୍ୟକ୍ତି ପାଇଁ ମନରେ କେତେକ ନକାରାତ୍ମକ ବିଚାରଧାରା ଆସୁଥିବ, କିନ୍ତୁ ଅମାନିଆ ମନକୁ ନିୟନ୍ତ୍ରିତ କରିବା ବହୁ ଜରୁରୀ । ଯଦି କୌଣସି ପରିସ୍ଥିତିରେ ଏମିତି କିଛି ସମସ୍ୟା ଉପୁଜୁଛି ମନକୁ ନିୟନ୍ତ୍ରଣରେ ରଖି ଆଗକୁ ବଢ଼ନ୍ତୁ।
ଜୀବନ : ସୁଖ-ଦୁଃଖର ସମନ୍ବୟ
ସର୍ବପ୍ରଥମେ ଏହା ବୁଝିବା ଜରୁରୀ ଯେ ଜୀବନ ହେଉଛି ସୁଖ-ଦୁଃଖର ସମନ୍ବୟ। ଯେମିତି ଆମେ ସୁଖକୁ ସହଜରେ ଗ୍ରହଣକରୁ ସେମିତି ଦୁଃଖକୁ ଧୈର୍ଯ୍ୟର ସହ ସାମ୍ନା କରିବାକୁ ପଡ଼ିବ। ଜୀବନ ରାସ୍ତାରେ ଚାଲିବା ସମୟରେ ଝୁଣ୍ଟିବା ଏବଂ ପାଦରେ କଣ୍ଟା ଲାଗିବା ଏକ ସାଧାରଣ କଥା। ଆପଣ ଏକଥା ମନରେ ଭାବିନିଅନ୍ତୁ ଯେ ଜୀବନରେ ପ୍ରତିଟି ମୁହୂର୍ତ୍ତ ଆମ ପାଇଁ ସୁଖ ହୋଇ ନ ପାରେ। ଅନ୍ୟମାନେ ସବୁବେଳେ ଆପଣଙ୍କୁ ପ୍ରଶଂସା କରିବେ ତାହା ଠିକ୍‌ ନୁହେଁ। ଆପଣଙ୍କ ସମ୍ବନ୍ଧରେ ଆଲୋଚନା ଶୁଣିବାକୁ ସବୁବେଳେ ପ୍ରସ୍ତୁତ ରୁହନ୍ତୁ। ଅନ୍ୟର ଫିଡ୍‌ବ୍ୟାକ୍‌କୁ ଗମ୍ଭୀରତାର ସହ ନିଅନ୍ତୁ ଏବଂ ତାକୁ ଆଧାରକରି ନିଜ ଭୁଲ୍‌କୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ‘ମୁଁ ସବୁଠୁ ଜ୍ଞାନୀ ଓ ବାକି ସବୁ ଅଜ୍ଞାନ ’-ଏପରି ଭାବନା ମନରେ ଆସିବାକୁ ଦିଅନ୍ତୁ ନାହିଁ। ଦିନରାତି ଈର୍ଷା, ଦ୍ୱେଷ ଏବଂ ପ୍ରତିଶୋଧର ନିଆଁରେ ଜଳୁଥିବା ବ୍ୟକ୍ତି ନିଜର ପାର୍ଶ୍ୱ ବାତାବରଣକୁ ନକାରାତ୍ମକ ଭାବନରେ ପରିପୂର୍ଣ୍ଣ କରିଦେଇଥାନ୍ତି। ଏପରି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ଶରୀର ମନ ଓ ଆତ୍ମା ମଧ୍ୟରେ ଠିକ୍‌ ତାଳମେଳ ରହିବା ଆବଶ୍ୟକ। ଅନ୍ୟର ଖରାପ ଚିନ୍ତା କରିବା ଅପେକ୍ଷା ସଚ୍ଚୋଟତା ସହ ଆତ୍ମମନ୍ଥନ କରିବା ସଙ୍ଗେ ସଙ୍ଗେ ନିଜର ଭୁଲ୍‌ କ’ଣ ରହୁଛି ତାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ ।
ଅତି ଭାବୁକତା ହେବା କ୍ଷତିକାରକ
ଚିନ୍ତାମୁକ୍ତ ଜୀବନ ଲାଗି ଭାବନାତ୍ମକ ଚିନ୍ତାଧାରାକୁ ନିଜଠୁ ଦୂରେଇ ରଖିବା ଭଲ। ଏହି କଥା ସବୁବେଳେ ମନେରଖିବା ଉଚିତ ଯେ, ସମସ୍ତଙ୍କର ଭଲ ଓ ମନ୍ଦ ଭାବନା ରହିଛି। ବେଳେ ବେଳେ ମଣିଷ ଭାବନାତ୍ମକ ଚିନ୍ତାଧାରାକୁ ନେଇ ଚିନ୍ତାଗ୍ରସ୍ତ ହୋଇଥାଏ। ଅତୀତର କଟୁ କଥାକୁ ବାରମ୍ବାର ମନେ ନ ପକାଇବା ଭଲ। ମଝିରେ ମଝିରେ ମନକୁ ସଫା କରିବା ମଧ୍ୟ ଜରୁରୀ। ଏଥିପାଇଁ ନିୟମିତ ଯୋଗ ଏବଂ ଧ୍ୟାନ କରିପାରନ୍ତି। ଯେତେବେଳେ ଆପଣ ନିଜ ଭାବନାକୁ ଅଧିକାଂଶ ସମୟ ସନ୍ତୁଳିତ ରଖିପାରିବେ ସେତେବେଳେ ସାମ୍ନା କରୁଥିବା ସମସ୍ୟାଗୁଡ଼ିକ ଆଉ ଆପଣଙ୍କୁ ବୋଝ ସଦୃଶ ଲାଗିବ ନାହିଁ। ସେଗୁଡ଼ିକ ଆପଣ ସହଜରେ ମଧ୍ୟ ସମାଧାନ କରିପାରିବେ।
କ୍ଷମା କରନ୍ତୁ, ଭୁଲିଯାନ୍ତୁ
ଆମର ଉନ୍ନତି ଓ ଖୁସିରେ ପ୍ରତିବନ୍ଧକ ସାଜିପାରେ ଅତୀତର ଦୁଃଖଦ ଘଟଣା, ଯାହା ବାରମ୍ବାର ନକାରାତ୍ମକ ଭାବନାକୁ ଜାଗ୍ରତ କରିଥାଏ। ଏହାଦ୍ୱାରା ଆମେ ବାରମ୍ବାର ରାଗିବା ସହ ଦୁଃଖୀ ହୋଇ ଅନ୍ୟମାନଙ୍କ ବିଷୟରେ ଖରାପ ଭାବିଥାଉ। ପ୍ରତିଶୋଧର ଭାବନାରୁ ନିଜକୁ ବାହାର କରିବାକୁ ହେଲେ ଯଦି ଆପଣଙ୍କୁ କିଏ ଖରାପ ବ୍ୟବହାର କରିଛି ତେବେ ସେ ଘଟଣାକୁ ଜଲ୍‌ଦି ଭୁଲିଯିବାକୁ ଚେଷ୍ଟା କରନ୍ତୁ। ତାକୁ କ୍ଷମା କରିବାକୁ ହେଲେ ନିଜ ହୃଦୟ ମଧ୍ୟ ସେତିକି ଉଦାର ହେବା ଦରକାର। ଯଦି ଆପଣ ସତ୍‌ ପଥରେ ଅଛନ୍ତି ତେବେ ଆପଣ ବିଚଳିତ ହେବା ଠିକ୍‌ ନୁହେଁ। ନିଜର ମାନସିକତାକୁ ସକାରାତ୍ମକ ରଖିଲେ ଆପଣ ନିଜ ଜୀବନକୁ ଭଲ ଭାବରେ ଉପଭୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

୨୨ ଅଗଷ୍ଟରୁ ସକ୍ରିୟ ହେବ ବୁଧ-କେତୁଙ୍କ ‘ଜଡତ୍ୱ ଯୋଗ’: ଏହି ୪ ରାଶି ଉପରେ ପଡ଼ିବ ନକାରାତ୍ମକ ପ୍ରଭାବ!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ବା ‘ଗୋଚର’କୁ ବେଶ ଗୁରୁତ୍ୱ ଦିଆଯାଏ। ଗ୍ରହମାନଙ୍କ ସ୍ଥିତିରେ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ ବୋଲି…

ସେପ୍ଟେମ୍ବର ୧ରେ ବୁଧ-ଗୁରୁ-ମଙ୍ଗଳଙ୍କ ମହାଚଳନ: ସୁନା ଥାଳିରେ ଖାଇବେ ଏହି ୫ ରାଶି!

ଗଣିତ ଜ୍ୟୋତିଷ ଗଣନା ଏବଂ ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୧ ସେପ୍ଟେମ୍ବର ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ଦିନ ହେବ। ଏହି ଦିନ ଅନେକ ଗ୍ରହ…

ଅଗଷ୍ଟର ଶେଷ ସପ୍ତାହରେ ବୁଧାଦିତ୍ୟ ରାଜଯୋଗ: କ୍ୟାରିୟର ସହ ଲଭ୍‌ ଲାଇଫରେ ବୃଷ, ମିଥୁନ ସହ ଏହି ରାଶିଙ୍କୁ…

ଅଗଷ୍ଟର ଶେଷ ସପ୍ତାହ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ସମୟରେ ବୁଧ ସିଂହ ରାଶିରେ ଗୋଚର କରିବେ। ସିଂହରେ ପୂର୍ବରୁ ସୂର୍ଯ୍ୟ ରହିଥିବାରୁ ବୁଧ…

୪୯ ଦିନ ପରେ ଶନିଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ; ଦଶହରା ପୂର୍ବରୁ ୬ ରାଶି ହେବେ ମାଲାମାଲ୍‌!

୯ ଅକ୍ଟୋବର ୨୦୨୬ରେ ଶନି ନକ୍ଷତ୍ର ପରିବର୍ତ୍ତନ କରିବେ। ଦଶହରା ପୂର୍ବରୁ ଶନିଙ୍କର ଏହି ଚାଲ୍ ୬ଟି ରାଶି ପାଇଁ ଶୁଭ ବୋଲି ଧରାଯାଉଛି। ଜାଣନ୍ତୁ କେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri