ଚିନ୍ତାଧାରା ବଦଳୁ

ଗୋଆରେ ଏସ୍‌ସିଓ ବିଦେଶ ମନ୍ତ୍ରୀମାନଙ୍କ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ସହ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଯୋଗଦେଇଥିଲେ। ଏହି ଯୁବମନ୍ତ୍ରୀ ଜଣେ କ୍ଷମତାଶାଳୀ ପରିବାର ସଦସ୍ୟ ଭାବେ ଭାରତରେ ଜଣାଶୁଣା। ତାଙ୍କ ମା’ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ, ଯିଏ ଆତଙ୍କବାଦୀଙ୍କ ଗୁଳିରେ ନିହତ ହୋଇଥିଲେ। ଏ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କର ପାକିସ୍ତାନ ସୃଷ୍ଟ ବିପଜ୍ଜନକ ତଥା ସମସ୍ୟାଭିତ୍ତିକ ସ୍ଥିତି ଉପରେ ପ୍ରତ୍ୟକ୍ଷ ଅଭିଜ୍ଞତା ଅଛି। ଗୋଆରେ ଆୟୋଜିତ ବୈଠକରେ ଆମେ ତାଙ୍କ ପ୍ରତି ଅତ୍ୟନ୍ତ ରୁକ୍ଷ ଶାରୀରିକ ଭାଷା ପ୍ରଦର୍ଶନ କଲୁ। ଆମ ବୈଦେଶିକ ମନ୍ତ୍ରୀ ତାଙ୍କ ସହ କରମର୍ଦ୍ଦନ ନ କରି କେବଳ ନମସ୍କାର କଲେ। ଏହା ଆୟୋଜିତ ବୈଠକରେ ଜଣେ ବ୍ୟକ୍ତିଙ୍କୁ ସତେ ଯେମିିତି ଅବାଞ୍ଛିତ ମନେକରିବା ଭଳି ଥିଲା। ଅନ୍ୟପକ୍ଷରେ ଏହି ଯୁବ ମନ୍ତ୍ରୀ ନିଜର କର୍ତ୍ତବ୍ୟ ଭଲ ଭାବେ ନିଭାଇଥିବା ମେସେଜ ସୋସିଆଲ ମିଡିଆରେ ଚାଲୁଛି, ଯଦିଓ ସେ ଦେଇଥିବା କୌଣସି ସାକ୍ଷାତକାର ମୁଁ ଦେଖିନାହିଁ। ଆମ ସାମ୍ବାଦିକମାନଙ୍କ ପ୍ରଶ୍ନରେ ସେ ନିଜର ସ୍ବରୂପକୁ ପ୍ରକାଶ କରିଦେଲେ ଯାହା କେବେ ଆମ ନେତାମାନେ କରିିନାହାନ୍ତି। ଏବେ ଆମେ ବିଷୟବସ୍ତୁକୁ ଆସିବା। ଆମେ କେମିତି ଆମ ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି କରିବା। ପ୍ରଥମ ପ୍ରଶ୍ନ, ଆମର କୌଣସି ଏଜେନ୍ସି କିମ୍ବା ବ୍ୟବସ୍ଥା ଅଛି କି ନାହିଁ ତା’ଉପରେ ବିଚାର କରିିବା ଉଚିତ। କାରଣ ସେମାନେ ଯାହା କରୁଛନ୍ତି ତାହା ବନ୍ଦ ନ କରିବା ଯାଏ ସାମାନ୍ୟ ସ୍ଥିତି ଫେରିବ ନାହିଁ ବୋଲି ଆମର ଧାରଣା ଅଛି। ସନ୍ତ୍ରାସବାଦ ଯୋଗୁ କଶ୍ମୀରରେ ମୃତ୍ୟୁ ସମ୍ପର୍କିତ ତଥ୍ୟକୁ ନେଇ ମୁଁ ଏକ ପୁସ୍ତକ ଲେଖିଥିଲି। ଦୁଇ ଦଶନ୍ଧି ପୂର୍ବେ ସଂଗ୍ରହ କରିଥିବା ତଥ୍ୟ ଅନୁଯାୟୀ ମୃତ୍ୟୁ ସଂଖ୍ୟା ଥିଲା ୪୦୦୦ରୁ ଊର୍ଦ୍ଧ୍ୱ। ପରେ ଅଟଳ ବିହାରୀ ବାଜପେୟୀ ଏବଂ ମନମୋହନ ସିଂଙ୍କ ଶାସନ କାଳରେ ପ୍ରତିବର୍ଷ ଏହା କମିବାରେ ଲାଗିଥିଲା। ଏବେ ଆମ ସରକାରଙ୍କ ଦୃଷ୍ଟିକୋଣରୁ ଜଣାପଡ଼ୁଛି, କଶ୍ମୀରରେ ସମସ୍ତ ହିଂସା ବାହାର ପ୍ରାୟୋଜିତ ଏବଂ ଏଥିରେ କୌଣସି ସ୍ଥାନୀୟ ତତ୍ତ୍ୱ ନାହିଁ। ତେବେ ଆମ ନିକଟରେ ଥିବା ବିକଳ୍ପଗୁଡ଼ିକ ଥିବାବେଳେ ସାମାନ୍ୟ ସ୍ଥିତି ଫେରାଇବାରେ ସଫଳ ହେବା ଲାଗି ବିଚାର କରିବା ଦରକାର। ପୂର୍ବତନ କୂଟନୀତିଜ୍ଞ ସତିନ୍ଦର ଲାମ୍ବା ‘ଶାନ୍ତିର ସନ୍ଧାନରେ: ୬ ଜଣ ପ୍ରଧାନମନ୍ତ୍ରୀଙ୍କ ସମୟରେ ଭାରତ-ପାକିସ୍ତାନ ସମ୍ପର୍କ’ ନାମକ ପୁସ୍ତକ ନିକଟରେ ପ୍ରକାଶ କରିଥିଲେ। ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫ କଶ୍ମୀରରେ ସାମାନ୍ୟ ସ୍ଥିତି ଫେରାଇବାର ୪ ସୂତ୍ରୀ ଫର୍ମୁଲାକୁ ସେ ସେଥିରେ ସ୍ଥାନିତ କରିଛନ୍ତି। ଏହା ଥିଲା ପର୍ଯ୍ୟାୟକ୍ରମେ ସୈନ୍ୟ ପ୍ରତ୍ୟାହାର ମାଧ୍ୟମରେ ଅଞ୍ଚଳକୁ ସେନାମୁକ୍ତ କରିବା, କଶ୍ମୀର ସୀମାରେ କୌଣସି ପରିବର୍ତ୍ତନ ନ ହେବା, କଟକଣାରେ ନିୟନ୍ତ୍ରଣ ରେଖା ଦେଇ କଶ୍ମୀରମାନଙ୍କ ମୁକ୍ତ ଚଳପ୍ରଚଳ ଏବଂ ଭାରତ, ପାକିସ୍ତାନ ଓ କଶ୍ମୀରକୁ ନେଇ ଜମ୍ମୁ-କଶ୍ମୀରରେ ମିଳିତ ପର୍ଯ୍ୟବେକ୍ଷଣ କରିବା। କିନ୍ତୁ ଏହା ସଫଳ ହୋଇପାରିଲା ନାହିଁ। ପରେ ମନମୋହନଙ୍କ ସରକାର ସମୟରେ ଭାରତ ପକ୍ଷରୁ ଆଉ କିଛି ଗାଇଡ୍‌ଲାଇନ ଜାରି କରାଗଲା। ଏଥିରେ ମୁଶରଫଙ୍କ ୪ଟି ପଏଣ୍ଟ ସମେତ ଅଧିକ କିଛି ଯୋଡ଼ା ଯାଇଥିଲା। ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଦେଇ ବାଣିଜ୍ୟକୁ ଉତ୍ସାହିତ କରିବା, ସବୁ ସ୍ଥାନୀୟ ଉପତ୍ାଦ ଦ୍ରବ୍ୟ ଉପରେ ଥିବା ନନ୍‌ ଟାରିଫ ବାଧା ଦୂର କରିବା, ବାଣିଜ୍ୟ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବା ସହ ଅଧିକ ପଥ ଖୋଲିବା ଭଳି ବାଣିଜ୍ୟ ସମ୍ପର୍କିତ ବିଷୟଗୁଡ଼ିକ ସାମିଲ କରାଯାଇଥିଲା। ଏହା ମଧ୍ୟ ସଫଳ ହେଲା ନାହିଁ। ଭାରତ ଯେଉଁ ଦ୍ରବ୍ୟ ଉପତ୍ାଦନ କରେ ପାକିସ୍ତାନ ତାହା କରେ ନାହିଁ। କିନ୍ତୁ ବାଣିଜି୍ୟକ ବାଧା ସକାଶେ ଆମେ ତାହାକୁ ବିକ୍ରି କରିପାରୁନାହଁୁ ଏବଂ ସ୍ବାଭାବିକ ବା ସାମାନ୍ୟସ୍ଥିତି ଫେରାଇବା ପ୍ରତି ଅନିଚ୍ଛୁକ ହୋଇଛୁ। ଦୁଇ ଦଶ ମଧ୍ୟରେ କିମ୍ବା ଅତି କମ୍‌ରେ କଶ୍ମୀରରେ ସାମାନ୍ୟ ସ୍ଥିତି ଫେରାଇବା ପ୍ରତି ଆଗଭର ହେବା ଆମ ପାଇଁ ତଥା ଆମ ଅର୍ଥ ବ୍ୟବସ୍ଥା ଲାଗି ଲାଭଦାୟକ ହେବ। କିନ୍ତୁ ପୂର୍ବରୁ ଏଥିପ୍ରତି ଯେଭଳି ସରକାରଙ୍କ ଆଗ୍ରହ ନ ଥିଲା ଏବକାର ସରକାରଙ୍କର ମଧ୍ୟ ସେଭଳି ଇଚ୍ଛା ଥିବା ଜଣାପଡ଼ୁନାହିଁ।
ଆମେ ଗୋଆରେ ପୁନର୍ବାର ଆମ ସ୍ଥିତିର ପୁନରାବୃତ୍ତି କଲୁ ଓ ଏହା ଭବିଷ୍ୟତରେ ଲାଗି ରହିବ। ଲାମ୍ବାଙ୍କ ଅନୁଯାୟୀ ସରକାର ସେତେବେଳେ ଯାହା ବିଚାର କରୁଥିଲେ ତାହା ବେଶି ସମୟ ଆମ ଚିନ୍ତାଧାରାରେ ରହି ନାହିଁ। ତେବେ ସମସ୍ୟାର ସମାଧାନ ଲାଗି ଦ୍ୱିତୀୟ ବାଟ ଅଛି କି ନାହିଁ ତାହା ଦେଖିବାକୁ ହେବ। ପାକିସ୍ତାନକୁ ବାଦ୍‌ ଦେଇ ବିଶେଷକରି କଶ୍ମୀରରେ ସମସ୍ୟା ସମାଧାନ ହୋଇପାରିବ କି ନାହିଁ ସେ ସମ୍ପର୍କରେ ବିଚାର କରିବାକୁ ପଡ଼ିବ। ସେଠାରେ ପହଞ୍ଚିବାକୁ ହେଲେ ଆମକୁ ଗ୍ରହଣ କରିବାକୁ ହେବ କିମ୍ବା ଅତି କମ୍‌ରେ ଏକ ସିଦ୍ଧାନ୍ତ ଉପରେ ବିଚାର କରିବାକୁ ପଡ଼ିବ ଯେ, ଯଦି ଆମେ ଆମ ଆଭ୍ୟନ୍ତରୀଣ ସମସ୍ୟା ସମାଧାନ କରିଦେବା ତେବେ ବାହାରର କ୍ଷତିକାରକ ପ୍ରଭାବ ସୀମିତ ହୋଇଯିବ। କିନ୍ତୁ ଏହା ଆମ ବିଚାରଧାରାରେ ନ ଥିବା ଜଣାପଡ଼ୁଛି। ଆମେ ଧରିନେଇଛୁ, ଯଦି ପାକିସ୍ତାନ ଆମ ବିରୋଧରେ ତା’ କାର୍ଯ୍ୟ ବନ୍ଦ କରିଦେବ କିମ୍ବା ପୃଥିବୀରୁ ଆଜି କୌଣସି ପ୍ରକାରେ ଅନ୍ତର୍ଦ୍ଧାନ ହୋଇଯିବ ତେବେ ଆସନ୍ତା କାଲିଠାରୁ କଶ୍ମୀରରେ ବ୍ୟାପକ ସେନା ଏବଂ ଅର୍ଦ୍ଧସାମରିକ ବଳ ମୁତୟନର ଆବଶ୍ୟକ ପଡ଼ିବ ନାହିଁ। ଏଭଳି ଭାବିବା ମୂର୍ଖାମୀର ପରିଚୟ। ଯାହା ହେଉ ଏହା ହିଁ ଏବକାର ସରକାରଙ୍କ ସ୍ଥିତି ଓ ଚିନ୍ତାଧାରା। ଯେ ପର୍ଯ୍ୟନ୍ତ ସରକାର ଏହିଭଳି ଚିନ୍ତାଧାରାରେ ରହିବେ, ସେଯାଏ ଆମ ପଡ଼ୋଶୀ ସହ ସମ୍ପର୍କରେ ଅଗ୍ରଗତି ହେବ ନାହିଁ। ଆମକୁ କୁହାଯାଇଛି, ସେମାନଙ୍କ(ପାକିସ୍ତାନ) ପାଖରେ ସମାଧାନର ଚାବିକାଠି ଅଛି ଏବଂ ସେମାନେ ଏହାକୁ ବ୍ୟବହାର କରିବାକୁ ମନା କରି ଦେଉଛନ୍ତି। ସେମାନେ ମନା କରୁଥିବାରୁ ଆମେ ସେମାନଙ୍କ ସହ ଆଲୋଚନା କରିବୁ ନାହିଁ ବୋଲି କୁହାଯାଉଛି। ଆମ ଏଜେନ୍ସିକୁ ଆମେ ଦୂରେଇ ଦେଇଥିବାରୁ ଆମର ମୂଳ ବିଷୟ ଉପରେ ଧ୍ୟାନ ରହୁନାହିଁ। କିନ୍ତୁ କିଭଳି ଆମେ କରମର୍ଦ୍ଦନ କଲୁ ନାହିଁ ଏବଂ କିଭଳି କ୍ରୋଧିତ ହେଲୁ ତାହା ପ୍ରଚାର କରୁଛୁ। ଏହା ହିଁ ଏବକାର ଭାରତର ବୈଦେଶିକ ନୀତିର ସ୍ଥିତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri