ସମାଲୋଚନାକୁ ଭୟ କଲେ ପରିବର୍ତ୍ତନ ଅସମ୍ଭବ: ତଥାଗତ

ଘସିପୁରା/ଆନନ୍ଦପୁର,୮ା୯(ନିରଞ୍ଜନ ସାହୁ/ସୁଶାନ୍ତ କୁମାର ସାହୁ): ସମାଲୋଚନାକୁ ଭୟ କରି ପଦକ୍ଷେପ ଗ୍ରହଣ କରା ନ ଗଲେ ପରିବର୍ତ୍ତନ ଅସମ୍ଭବ। ଏହା ସବୁ କ୍ଷେତ୍ରରେ ପ୍ରଯୁଜ୍ୟ। ଜଣେ ଗଛଟିଏ ଲଗାଉଛି, ଅନ୍ୟ ଜଣେ କହୁଛି କାହିଁକି ଲଗାଉଛୁ, ତାହାକୁ ଅଣଦେଖା କରି ଆଗକୁ ବଢ଼ିବା ସମାଜ ପାଇଁ ମଙ୍ଗଳ। ଯେମିତି ସୁସ୍ଥ ପ୍ରଶାସନିକ ବ୍ୟବସ୍ଥାରେ ନିଆଯାଉଥିବା କୌଣସି ଉତ୍ତମ ପଦକ୍ଷେପକୁ ଯଦି କେହି ସମାଲୋଚନା କରେ ତାକୁ ଅଣଦେଖା କରି ଆଗକୁ ବଢ଼ିବା ବୁଦ୍ଧିମାନ୍‌ର କାମ ହେବା ଆବଶ୍ୟକ। ତା’ହେଲେ ସମାଜର ବିକାଶ ସମ୍ଭବ। କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ଫକୀରପୁରର ସିଟି ସ୍କୁଲ ପରିସରରେ ରବିବାର ଆୟୋଜିତ ପ୍ରଥମ ଓଡ଼ିଶା କ୍ଲାଇମେଟ୍‌ କନକ୍ଲେଭ୍‌ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ସମବେତ ଯୁବପିଢ଼ିଙ୍କୁ ଆହ୍ବାନ ଦେଇଥିଲେ।
ନିଜ ବକ୍ତବ୍ୟରେ ତଥାଗତ ଆହୁରି କହିଥିଲେ, ରାଜନୀତିଠାରୁ ଦୂରେଇ ରହି ‘ଆନିମଲ୍‌-ମ୍ୟାନ୍‌’ ଓ ‘ମାଟି କଥା’ ଦୁଇଗୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ରଖି କାମ କରୁଛନ୍ତି। ଏଥିସହ କଥା ଛଳରେ ତ୍ରୁଟିଗତ ପ୍ରଶାସନିକ ବ୍ୟବସ୍ଥାକୁ କଡ଼ା ସମାଲୋଚନା କରି ରାସ୍ତା ନିର୍ମାଣ ଆଳରେ ଗଛ କଟା ଚାଲିଥିବ, ଶେଷରେ ରାସ୍ତା ରହିଥିବ ମଣିଷ ନ ଥିବ। ଏହିଭଳି ବ୍ୟବସ୍ଥାରେ ସୁଧାର ଆସିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଯୋଗଦେଇ ପରିବେଶର ସୁରକ୍ଷା ଦାୟିତ୍ୱ ଯୁବପିଢ଼ିଙ୍କ ଉପରେ ନିର୍ଭର କରୁଛି। ଛୋଟ ଛୋଟ ଗଛ ଲଗାଇ ପରିବେଶକୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ବ୍ୟକ୍ତିବିଶେଷ ବଡ଼ ବଡ଼ ଗଛର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଲେ ପରିବେଶର ସନ୍ତୁଳନ ସହଜରେ ହୋଇପାରନ୍ତା ବୋଲି ପ୍ରକାଶ କରିଥିଲେ। ଏପରିକି ଜଙ୍ଗଲକୁ ନିଅଁା ଦାଉରୁ ସୁରକ୍ଷା ଦେବା, ଜଙ୍ଗଲରୁ ଗଛ ଧ୍ୱଂସ ହେବାକୁ ଦିଆ ନ ଯିବା ଦିଗରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଫକୀରପୁର ସିଟି ସ୍କୁଲର ଅଧ୍ୟକ୍ଷ ଡ. କାର୍ତ୍ତିକେଶ୍ୱର ରାଉଳ, ଆନନ୍ଦପୁର ଆଞ୍ଚଳିକ ଟ୍ରେନିଂ କଲେଜର ସହକାରୀ ପ୍ରଫେସର ଡ. ସବିତା ଜେନା, ପରିବେଶବିତ୍‌ ବୈଲୋଚନ ସୂତାର, ସରୋଜ କୁମାର ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇ ଧରିତ୍ରୀର ସହଯୋଗରେ ଆୟୋଜିତ ପ୍ରଥମ ଓଡ଼ିଶା କ୍ଲାଇମେଟ୍‌ କନକ୍ଲେଭ୍‌ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏଥିସହିତ ଉପସ୍ଥିତ ଯୁବପିଢ଼ିଙ୍କୁ ପରିବେଶ ସୁରକ୍ଷା ଦିଗରେ ଆଗେଇ ଆସିବାକୁ ଆହ୍ବାନ ଦେବା ସହିତ ପୃଥିବୀକୁ ବିପର୍ଯ୍ୟୟରୁ ମୁକ୍ତ କରିବାକୁ ଉଦ୍ୟମ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ଏହି ଅବସରରେ ବର୍ତ୍ତମାନ ପରିବେଶର ଯେଉଁ ପ୍ରଭାବ ରହିଛି, ଏହା କ’ଣ ପାଇଁ ଏବଂ ଏହାର ନିରାକରଣ କିପରି କରାଯାଇପାରିବ ଏ ନେଇ ସଭାରେ ପରିବେଶବିତ୍‌ ନିରଞ୍ଜନ ସାହୁ, ଚନ୍ଦନ କୁମାର ପଣ୍ଡା, ସର୍ବେଶ୍ୱର ଦଳେଇ, ଶୁଭସ୍ମିତା ମିଶ୍ର, କାଉନ୍‌ସିଲର ସନତ କର, ସୁରେନ୍ଦ୍ର ଦାସ ପ୍ରମୁଖ ନିଜର ମତ ଉପସ୍ଥାପନ କରିଥିଲେ। କେନ୍ଦୁଝର ଜିଲାର ବିଭିନ୍ନ ପ୍ରାନ୍ତରୁ ଅନେକ ମହିଳା, ପୁରୁଷ ପରିବେଶବିତ୍‌ କିପରି ନିଜର ନିତିଦିନ କାର୍ଯ୍ୟରୁ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟ କରିପାରିବେ ଏହି ପ୍ରସଙ୍ଗରେ ଉପସ୍ଥିତ ଜନସାଧାରଣକୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମକୁ ପରିବେଶବିତ୍‌ ତ୍ରିଲୋଚନ ସାହୁ ସଂଯୋଜନା କରିଥିବା ବେଳେ ପ୍ରାରମ୍ଭରେ ସାମାଜିକକର୍ମୀ ଅନିଲ ସାହୁ ଅତିଥିଙ୍କୁ ସଭାକୁ ନିମନ୍ତ୍ରଣ କରିଥିଲେ। ମା’ ତାରିଣୀଙ୍କ ଫଟୋଚିତ୍ର ନିକଟରେ ଅତିଥିମାନେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପରିବେଶବିତ୍‌ ବଳଦେବ ପତି ଅତିଥି ପରିଚୟ ପ୍ର୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ୧୫୦ରୁ ଊର୍ଦ୍ଧ୍ୱ ଯୁବପିଢ଼ି, ପରିବେଶବିତ୍‌, ସଚେତନ ନାଗରିକ ଯୋଗଦେଇଥିଲେ। ଶେଷରେ ଫକୀରପୁର ସିଟି ସ୍କୁଲ ପରିସରରେ ଅତିଥିଙ୍କ ଦ୍ୱାରା ଚାରା ରୋପଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri