ସମାଲୋଚନାକୁ ଭୟ କଲେ ପରିବର୍ତ୍ତନ ଅସମ୍ଭବ: ତଥାଗତ

ଘସିପୁରା/ଆନନ୍ଦପୁର,୮ା୯(ନିରଞ୍ଜନ ସାହୁ/ସୁଶାନ୍ତ କୁମାର ସାହୁ): ସମାଲୋଚନାକୁ ଭୟ କରି ପଦକ୍ଷେପ ଗ୍ରହଣ କରା ନ ଗଲେ ପରିବର୍ତ୍ତନ ଅସମ୍ଭବ। ଏହା ସବୁ କ୍ଷେତ୍ରରେ ପ୍ରଯୁଜ୍ୟ। ଜଣେ ଗଛଟିଏ ଲଗାଉଛି, ଅନ୍ୟ ଜଣେ କହୁଛି କାହିଁକି ଲଗାଉଛୁ, ତାହାକୁ ଅଣଦେଖା କରି ଆଗକୁ ବଢ଼ିବା ସମାଜ ପାଇଁ ମଙ୍ଗଳ। ଯେମିତି ସୁସ୍ଥ ପ୍ରଶାସନିକ ବ୍ୟବସ୍ଥାରେ ନିଆଯାଉଥିବା କୌଣସି ଉତ୍ତମ ପଦକ୍ଷେପକୁ ଯଦି କେହି ସମାଲୋଚନା କରେ ତାକୁ ଅଣଦେଖା କରି ଆଗକୁ ବଢ଼ିବା ବୁଦ୍ଧିମାନ୍‌ର କାମ ହେବା ଆବଶ୍ୟକ। ତା’ହେଲେ ସମାଜର ବିକାଶ ସମ୍ଭବ। କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ଫକୀରପୁରର ସିଟି ସ୍କୁଲ ପରିସରରେ ରବିବାର ଆୟୋଜିତ ପ୍ରଥମ ଓଡ଼ିଶା କ୍ଲାଇମେଟ୍‌ କନକ୍ଲେଭ୍‌ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ସମବେତ ଯୁବପିଢ଼ିଙ୍କୁ ଆହ୍ବାନ ଦେଇଥିଲେ।
ନିଜ ବକ୍ତବ୍ୟରେ ତଥାଗତ ଆହୁରି କହିଥିଲେ, ରାଜନୀତିଠାରୁ ଦୂରେଇ ରହି ‘ଆନିମଲ୍‌-ମ୍ୟାନ୍‌’ ଓ ‘ମାଟି କଥା’ ଦୁଇଗୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ରଖି କାମ କରୁଛନ୍ତି। ଏଥିସହ କଥା ଛଳରେ ତ୍ରୁଟିଗତ ପ୍ରଶାସନିକ ବ୍ୟବସ୍ଥାକୁ କଡ଼ା ସମାଲୋଚନା କରି ରାସ୍ତା ନିର୍ମାଣ ଆଳରେ ଗଛ କଟା ଚାଲିଥିବ, ଶେଷରେ ରାସ୍ତା ରହିଥିବ ମଣିଷ ନ ଥିବ। ଏହିଭଳି ବ୍ୟବସ୍ଥାରେ ସୁଧାର ଆସିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଯୋଗଦେଇ ପରିବେଶର ସୁରକ୍ଷା ଦାୟିତ୍ୱ ଯୁବପିଢ଼ିଙ୍କ ଉପରେ ନିର୍ଭର କରୁଛି। ଛୋଟ ଛୋଟ ଗଛ ଲଗାଇ ପରିବେଶକୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ବ୍ୟକ୍ତିବିଶେଷ ବଡ଼ ବଡ଼ ଗଛର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଲେ ପରିବେଶର ସନ୍ତୁଳନ ସହଜରେ ହୋଇପାରନ୍ତା ବୋଲି ପ୍ରକାଶ କରିଥିଲେ। ଏପରିକି ଜଙ୍ଗଲକୁ ନିଅଁା ଦାଉରୁ ସୁରକ୍ଷା ଦେବା, ଜଙ୍ଗଲରୁ ଗଛ ଧ୍ୱଂସ ହେବାକୁ ଦିଆ ନ ଯିବା ଦିଗରେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଫକୀରପୁର ସିଟି ସ୍କୁଲର ଅଧ୍ୟକ୍ଷ ଡ. କାର୍ତ୍ତିକେଶ୍ୱର ରାଉଳ, ଆନନ୍ଦପୁର ଆଞ୍ଚଳିକ ଟ୍ରେନିଂ କଲେଜର ସହକାରୀ ପ୍ରଫେସର ଡ. ସବିତା ଜେନା, ପରିବେଶବିତ୍‌ ବୈଲୋଚନ ସୂତାର, ସରୋଜ କୁମାର ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇ ଧରିତ୍ରୀର ସହଯୋଗରେ ଆୟୋଜିତ ପ୍ରଥମ ଓଡ଼ିଶା କ୍ଲାଇମେଟ୍‌ କନକ୍ଲେଭ୍‌ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏଥିସହିତ ଉପସ୍ଥିତ ଯୁବପିଢ଼ିଙ୍କୁ ପରିବେଶ ସୁରକ୍ଷା ଦିଗରେ ଆଗେଇ ଆସିବାକୁ ଆହ୍ବାନ ଦେବା ସହିତ ପୃଥିବୀକୁ ବିପର୍ଯ୍ୟୟରୁ ମୁକ୍ତ କରିବାକୁ ଉଦ୍ୟମ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ଏହି ଅବସରରେ ବର୍ତ୍ତମାନ ପରିବେଶର ଯେଉଁ ପ୍ରଭାବ ରହିଛି, ଏହା କ’ଣ ପାଇଁ ଏବଂ ଏହାର ନିରାକରଣ କିପରି କରାଯାଇପାରିବ ଏ ନେଇ ସଭାରେ ପରିବେଶବିତ୍‌ ନିରଞ୍ଜନ ସାହୁ, ଚନ୍ଦନ କୁମାର ପଣ୍ଡା, ସର୍ବେଶ୍ୱର ଦଳେଇ, ଶୁଭସ୍ମିତା ମିଶ୍ର, କାଉନ୍‌ସିଲର ସନତ କର, ସୁରେନ୍ଦ୍ର ଦାସ ପ୍ରମୁଖ ନିଜର ମତ ଉପସ୍ଥାପନ କରିଥିଲେ। କେନ୍ଦୁଝର ଜିଲାର ବିଭିନ୍ନ ପ୍ରାନ୍ତରୁ ଅନେକ ମହିଳା, ପୁରୁଷ ପରିବେଶବିତ୍‌ କିପରି ନିଜର ନିତିଦିନ କାର୍ଯ୍ୟରୁ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟ କରିପାରିବେ ଏହି ପ୍ରସଙ୍ଗରେ ଉପସ୍ଥିତ ଜନସାଧାରଣକୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମକୁ ପରିବେଶବିତ୍‌ ତ୍ରିଲୋଚନ ସାହୁ ସଂଯୋଜନା କରିଥିବା ବେଳେ ପ୍ରାରମ୍ଭରେ ସାମାଜିକକର୍ମୀ ଅନିଲ ସାହୁ ଅତିଥିଙ୍କୁ ସଭାକୁ ନିମନ୍ତ୍ରଣ କରିଥିଲେ। ମା’ ତାରିଣୀଙ୍କ ଫଟୋଚିତ୍ର ନିକଟରେ ଅତିଥିମାନେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପରିବେଶବିତ୍‌ ବଳଦେବ ପତି ଅତିଥି ପରିଚୟ ପ୍ର୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ୧୫୦ରୁ ଊର୍ଦ୍ଧ୍ୱ ଯୁବପିଢ଼ି, ପରିବେଶବିତ୍‌, ସଚେତନ ନାଗରିକ ଯୋଗଦେଇଥିଲେ। ଶେଷରେ ଫକୀରପୁର ସିଟି ସ୍କୁଲ ପରିସରରେ ଅତିଥିଙ୍କ ଦ୍ୱାରା ଚାରା ରୋପଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?