ନିର୍ଦ୍ଦେଶ ଉଲ୍ଲଂଘନ କରି ବଦଳ

ଅନୁଗୋଳ ଅଫିସ, ୨୨।୧୨ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସରକାରଙ୍କ ନିର୍ଦ୍ଦେଶକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। କେତେବେଳେ ବଦଳି ନିର୍ଦ୍ଦେଶର ପାଳନ ହେଉ ନାହିଁ ତ ପୁଣି କେବେ ବଦଳି ନ କରିବାକୁ ଚିଠି ଆସିଥିବା ସତ୍ତ୍ୱେ ତାହାକୁ ଅମାନ୍ୟ କରି ବଦଳି କରାଯାଉଛି। ଅଭିଯୋଗ ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଜାନୁୟାରୀ ୨୫ ତାରିଖରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କ ନିକଟକୁ ଚିଠି (ନଂ ୨୧୮୫) ଆସିଥିଲା। ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏନ୍‌ଏଚ୍‌ଏମ୍‌ ଏବଂ ଅନ୍ୟ ସ୍କିମ୍‌ରେ ଚାକିରି କରିଥିବା କର୍ମଚାରୀମାନଙ୍କୁ ସ୍ଥାୟୀ ପାରାମେଡିକାଲ ଷ୍ଟାଫ ଭାବେ ଥଇଥାନ କରାଯିବ ବୋଲି କୁହାଯାଇଥିଲା। ଏପରି କି ସେମାନଙ୍କୁ ବଦଳି କରିବାକୁ ସରକାରଙ୍କ ପକ୍ଷରୁ ଚିଠିରେ ବାରଣ କରାଯାଇଥିଲା। ତଦନୁଯାୟୀ ଜିଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ୨୮ ଜଣ କର୍ମଚାରୀଙ୍କ ଚାକିରି ସ୍ଥାୟୀ ହୋଇଗଲା। ମାତ୍ର ବଦଳି ନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଥିବା ସତ୍ତ୍ୱେ ୬ ମାସ ପର୍ଯ୍ୟନ୍ତ ଚିଠି ଚପାଇ ରଖିଥିବା କର୍ତ୍ତୃପକ୍ଷ ଜୁନ୍‌ ୪ ତାରିଖରେ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରୁ ଚିଠି ନଂ- ୧୦୭୫ରେ ମାତ୍ର ୪/୫ଜଣଙ୍କୁ ବାଦଦେଇ ଅନ୍ୟମାନଙ୍କ ବଦଳି କରିଦେଲେ। ସିଡିଏମ୍‌ଓଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ କର୍ମଚାରୀ ଏପରି ବେଆଇନ କାର୍ଯ୍ୟ କରିଥିବା କୁହାଯାଉଥିବା ବେଳେ ସରକାରୀ ନିର୍ଦ୍ଦେଶକୁ ସିଡିଏମ୍‌ଓ କିପରି ଉଲ୍ଲଂଘନ କରି ଚିଠିରେ ଦସ୍ତଖତ କଲେ ତାହା ଚର୍ଚ୍ଚାର ବିଷୟ ହୋଇଛି। ସିଡିଏମ୍‌ ତ୍ରିଲୋଚନ ପ୍ରଧାନଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ମତାମତ ମିଳିପାରି ନାହିଁ। ଏ ସମ୍ପର୍କରେ ଜିଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଘଟଣାର ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ

ରାଜନଗର,୨୬ା୬(ଭାସ୍କର ରାଉତରାୟ): ସମଗ୍ର ରାଜ୍ୟରେ କେଉଁଠି କେଉଁଠି ବେଆଇନ ବାଲି ଚାଲାଣକୁ ନେଇ ପୋଲିସ ପ୍ରଶାସନଙ୍କ ସହିତ ମାଫିଆଙ୍କର ମୁକାବିଲା ଏପରକି ଆକ୍ରମଣ ଭଳି ଅନେକ ଘଟଣା…

ତାମିଲନାଡୁ ଗ୍ୟାସ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର,୨୬।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍‌ ଘଟଣାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ବବି ଦାସଙ୍କୁ ଭେଟିଲେ ସୁଜାତା ପାଣ୍ଡିଆନ: ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର,୨୬।୬: ପୂର୍ବତନ ଆଇଏଏସ୍‌ ଅଫିସର ତଥା କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ବିଜେଡିରେ ସାମିଲ ହେବାପରେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଆଗକୁ ସେ କୁଆଡେ…

ବହି ତ୍ରୁଟି ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର, ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୬: ଓଡ଼ିଆ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି, ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର…

ଅନିଶ୍ଚିତତାରେ ଆଖଡ଼ାଶାଳି ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର, ଭାଜପା ସରକାର ଗଠନ ପରେ ବି ରାଜନେତାମାନେ ଚୁପ୍‌

କେନ୍ଦ୍ରାପଡ଼ା,୨୬ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଆଖଡ଼ାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପିପିପି ମୋଡ୍‌ରେ ପାରାଦୀପ ପୋର୍ଟ ଏହାର…

ନିଜ କାର୍ଯ୍ୟକୁ ଫେରିଲେ ସରପଞ୍ଚ ଚାମେଲୀ ଓଝା, ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି…

ମହାକାଳପଡ଼ା, ୨୬ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରୀ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ରୋକାଯିବା ଓ କରାଯାଇଥିବା କାମର ବିଲ୍‌ ପ୍ରଦାନ କରାଯାଉ ନ…

ଷ୍ଟାଣ୍ଡିଙ୍ଗ କମିଟି ଗଠନ କଲେ ବାଚସ୍ପତି: କେଉଁ ନେତାଙ୍କୁ କି ଦାୟିତ୍ୱ ମିଳିଲା, ଦେଖନ୍ତୁ ଲିଷ୍ଟ…

ଭୁବନେଶ୍ୱର,୨୬।୬: ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଓ ପିଏସି କମିଟି ଗଠନ କଲେ ବାଚସ୍ପତି। ୩୫ରୁ ଅଧିକ ପିଏସି କମିଟି ଓ ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି।…

କବାଟ ବନ୍ଦ କରି ମିଶ୍ରଣ: ସୁଜାତା ପାଣ୍ଡିଆନ୍‌ ବିଜେଡିରେ ମିଶିବା ପଛରେ ଅଛି…

ଭୁବନେଶ୍ୱର,୨୬ା୬(ସୁନିତ୍‌ ମିଶ୍ର):ଶଙ୍ଖ ଭବନ ଅଡିଟୋରିୟମ ଭିତରେ ଖୁବ୍‌ କମ୍‌ ଲୋକଙ୍କୁ ନେଇ ଏକ କବାଟ ବନ୍ଦ ମିଶ୍ରଣ ପର୍ବ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri