ନିଯୁକ୍ତିରେ ପରିବର୍ତ୍ତନ

ଗତ ସପ୍ତାହରେ ଦିଲ୍ଲୀ ଅମଲାତାନ୍ତ୍ରିକ ପରିସରରେ କିଛି କୌତୂହଳ ଘଟଣା ଘଟିଥିଲା। ସରକାର ଯୁଗ୍ମ ସଚିବ (ଜେଏସ୍‌) କିମ୍ବା ଜେଏସ୍‌ ଭଳି ସମାନ ପଦବୀଗୁଡ଼ିକ ପାଇଁ ୪୨ ଅଧିକାରୀଙ୍କ ନିଯୁକ୍ତି ତାଲିକା ଘୋଷଣା କରିଥିଲେ। ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହି ତାଲିକାରେ ୨୦୦୯ ବ୍ୟାଚ୍‌ର କେବଳ ୧୬ ଜଣ ଆଇଏଏସ୍‌ ଅଧିକାରୀ ଥିଲେ। ଏହା ସ୍ପଷ୍ଟତଃ ଏକ ବିଭାଜନ। ଏହି ସଂଖ୍ୟାକୁ ନେଇ ଆଇଏଏସ୍‌ କ୍ୟାଡରର ପ୍ରତିନିଧିତ୍ୱ ଭଲ ମନେହେଉଥିଲେ ବି ଏହା ନୈରାଶ୍ୟଜନକ। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, କେନ୍ଦ୍ରୀୟ ସଚିବାଳୟ ସେବା (ସିଏସ୍‌ଏସ୍‌) ଅଧିକାରୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗ ନେଇଥିବା ଜଣାପଡ଼ୁଛି। ଏହି ପ୍ରକ୍ରିୟାରୁ ଜଣାପଡ଼ୁଛି ଯେ, କେତେଜଣ ଆଇଏଏସ୍‌ ଅଧିକାରୀ ଜେଏସ୍‌ ସ୍ତରକୁ ପ୍ରବେଶ କରିଥିବାବେଳେ ସିଏସ୍‌ଏସ୍‌ ଓ ଅନ୍ୟ କେନ୍ଦ୍ରୀୟ ସେବାରୁ ଆସିଥିବା ଅଣ-ଆଇଏଏସ୍‌ ଅଧିକାରୀମାନେ ସେମାନଙ୍କ ଅଂଶ ଧୀରେ ଧୀରେ ବୃଦ୍ଧି କରୁଛନ୍ତି। ଏହି ପଦକ୍ଷେପ ସମ୍ଭବତଃ ଆଇଏଏସ୍‌ ଅଧିକାରୀଙ୍କ ପ୍ରାଧାନ୍ୟକୁ ଦୁର୍ବଳ କରିବା ସହ ଅନ୍ୟ ସେବାଗୁଡ଼ିକ ମଧ୍ୟରେ ଅଧିକ ସମାନ ଭାବେ କ୍ଷମତାର ପୁନଃ ବଣ୍ଟନ କରୁଛି କି? ଏଭଳି ପଦକ୍ଷେପ ବାବୁ ପରିସରରେ କଳ୍ପନାଜଳ୍ପନା ସହ ଗୁଞ୍ଜରଣ ସୃଷ୍ଟି କରିଛି। ଆଇଏଏସ୍‌ର ପାରମ୍ପରିକ ଆଧିପତ୍ୟକୁ ନେଇ ସରକାର ଅଧିକ ସତର୍କ ବୋଲି କେତେକେ ବିଚାର କରୁଛନ୍ତି। ଅନ୍ୟମାନେ ଯୁକ୍ତି ବାଢ଼ୁଛନ୍ତି ଯେ, କେନ୍ଦ୍ରର ଆଶା ପୂରଣ କରୁଥିବା ଏହି ସେବା ନିଜେ ଅଧିକ ବିକଶିତ ହେବାରେ ବିଫଳ ହେଉଛି। ସେ ଯାହା ବି ହେଇଥାଉ, ଏହା ସ୍ପଷ୍ଟ ଯେ, ଗୋଟିଏ ସମୟରେ ଆଇଏଏସ୍‌ ଅଧିକାରୀଙ୍କ ପାଇଁ ନିଯୁକ୍ତି ତାଲିକାକୁ ଏକ ସ୍ବାଭାବିକ ପ୍ରଗତି ବୋଲି ବିଚାର କରାଯାଉଥିଲା, ଏବେ ଏଥିରେ ଆଉ ନିଶ୍ଚିତତା ନାହିଁ।
ସମୟୋପଯୋଗୀ ଆଶ୍ୱସ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓ୍ବାଶିଂଟନ୍‌ ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ପଦକ୍ଷେପ ନେଇଥିଲେ। ସେ ଫରେନ୍‌ କରପ୍ଟ ପ୍ରାକ୍ଟିସ୍‌ ଆକ୍ଟ (ଏଫ୍‌ସିପିଏ) ବା ବିଦେଶୀ ଦୁର୍ନୀତି ଆଚରଣ ଆଇନ ଅଧୀନରେ ଥିବା ଅଭିଯୋଗକୁ ବନ୍ଦ କରିବା ପାଇଁ ନ୍ୟାୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆର୍ଥିକ ଅନିୟମିତତା କାର୍ଯ୍ୟ ପାଇଁ ଆଇନଗତ ଯୁଦ୍ଧର ସମ୍ମୁଖୀନ ହେଉଥିବା ଅନେକେ ବିଶ୍ୱସ୍ତରୀୟ ବିଜନେସ୍‌ର ମାଲିକ ଓ କମ୍ପାନୀ ଉପରେ ଏହାର ଏକ ଦୀର୍ଘମିଆଦୀ ପରିଣାମ ପଡ଼ିବାର ସମ୍ଭାବନା ଦେଖାଦେଇଛି। ଆମ ବିଚାରରେ, ଭାରତର ଜଣେ ଉଦ୍ୟୋଗପତି ଆମେରିକାର ନ୍ୟାୟିକ କ୍ଷମତାପ୍ରାପ୍ତ ସଂସ୍ଥାଗୁଡ଼ିକର ଟାର୍ଗେଟ୍‌ ବା ଯାଞ୍ଚରେ ରହିଛନ୍ତି, ତାଙ୍କୁ ଏଥିରୁ ଆଶ୍ୱସ୍ତି ମିଳିପାରେ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ବାବୁମାନେ ଏବେ ଆଶା ବାନ୍ଧିଛନ୍ତି ଯେ, ସେମାନେ ପୁନର୍ବାର ପ୍ରଶଂସା ପାଇପାରିବେ। ଦେଖିବାକୁ ଗଲେ ବିଜନେସ୍‌ ଚୁକ୍ତି ହାସଲ କରିବା ପାଇଁ ବିଦେଶୀ ଅଧିକାରୀଙ୍କୁ ଲାଞ୍ଚ ଦେବା ଉପରେ ଏଫ୍‌ସିପିଏ ୧୯୭୭ରୁ କଟକଣା ଲଗାଇଛି। ଅନେକ ବର୍ଷ ମଧ୍ୟରେ ଏହା ଭାରତ ସମେତ ବିଶ୍ୱରେ ଅନେକ କର୍ପୋରେଟ୍‌ ମାଲିକଙ୍କୁ ଧରିପାରିଛି। ଆମେରିକାର ନ୍ୟାୟିକ ପଦକ୍ଷେପର ଭୟ ଏହାର କମ୍ପାନୀଗୁଡ଼ିକ ଉପରେ ମଧ୍ୟ ଗମ୍ଭୀର ବିପଦ ସୃଷ୍ଟି କରିଛି। ଟ୍ରମ୍ପ୍‌ଙ୍କ ସରକାରୀ ଆଦେଶ ଏଫ୍‌ସିପିଏ ଅଭିଯୋଗ ବିଚାରକୁ ରୋକି ଥିବାେବେଳ ସାମ୍ପ୍ରତିକ ଘଟଣାଗୁଡ଼ିକର ପୁନଃ ମୂଲ୍ୟାୟନ କରାଯାଇପାରେ। ସମ୍ଭବତଃ ଅଭିଯୋଗ କିମ୍ବା ବୁଝାମଣାକୁ ବନ୍ଦ କରିପାରେ, ଯାହା ଅଭିଯୁକ୍ତଙ୍କ ପାଇଁ ଅନୁକୂଳ। ତେବେ ବିଶ୍ୱସ୍ତରରେ କମ୍ପାନୀରେ କାର୍ଯ୍ୟରତ ଲୋକଙ୍କ ମଙ୍ଗଳ ପାଇଁ ଲଢ଼ୁଥିବା ବ୍ୟକ୍ତିମାନେ ଯୁକ୍ତି ଉପସ୍ଥାପନ କରନ୍ତି ଯେ, ଦୁର୍ନୀତି ବିରୋଧୀ ଆଇନକୁ ଦୁର୍ବଳ କଲେ ତାହା କର୍ପୋରେଟ୍‌ ଦୁର୍ନୀତିକୁ ପ୍ରୋତ୍ସାହିତ କରିବ। ଏହାସହ ବିଶ୍ୱରେ ନୈତିକ ମାନକକୁ ମଧ୍ୟ କ୍ଷତି ପହଞ୍ଚାଇବ।
ଅତିରିକ୍ତ ଦାୟିତ୍ୱ
ପୁନର୍ବାର ଗୁଜରାଟ ଅମଲାତାନ୍ତ୍ରିକ ପରିସରରେ ଅଦଳବଦଳ କରାଯାଇଛି। ଏହି କ୍ରମରେ ୯ ଜିଲାପାଳ ଓ ୧୬ ଡିଡିଓଙ୍କ ସମେତ ୬୮ ବରିଷ୍ଠ ଅଧିକାରୀଙ୍କୁ ବଦଳି କରାଯାଇଛି। ଏହି କାର୍ଯ୍ୟ ଶାସନ, ପ୍ରାଥମିକତା ଏବଂ ସ୍ଥାୟିତ୍ୱ ସମ୍ପର୍କରେ ପ୍ରାସଙ୍ଗିକ ପ୍ରଶ୍ନ ଉଠାଇଛି। ମୁଖ୍ୟ ସଚିବ ଭାବେ ପଙ୍କଜ ଜୋଶୀଙ୍କ ନିଯୁକ୍ତିରୁ ଏହା ଆରମ୍ଭ ହୋଇଛି। ସେ ଛାଡ଼ିଯାଇଥିବା ଦାୟିତ୍ୱଗୁଡ଼ିକର ପୁନଃ ବଣ୍ଟନ କରାଯାଇଥିବାବେଳେ ପ୍ରଥମ ଥର ପାଇଁ ଅହମ୍ମଦାବାଦ ଜିଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଏକାବେଳକେ ବଦଳି କରାଯାଇଥିଲା। ଏହି ନିଷ୍ପତ୍ତି ପଛରେ ଏକ ଗଭୀର ରାଜନୈତିକ ଅଭିସନ୍ଧି ଥିବା କୁହାଯାଉଛି। ଏହା ବ୍ୟତୀତ କିଛି ପୁନଃ ନିଯୁକ୍ତି ଘଟଣା ସାମ୍ନାକୁ ଆସିଛି। ସହର ବିକାଶ ଦାୟିତ୍ୱରେ ଥିବା ଅଶ୍ୱିନୀ କୁମାରଙ୍କୁ ଏବେ ବନ୍ଦର ଓ ପରିବହନ ଦାୟିତ୍ୱ ଦିଆଯାଇଛି। ଅର୍ଥ ବିଭାଗର ଅଭିଜ୍ଞ ଅଧିକାରୀ ଟି. ନଟରାଜନଙ୍କୁ ଗୁଜରାଟ ନର୍ମଦା ଭ୍ୟାଲି ଫର୍ଟିଲାଇଜର କମ୍ପାନୀର ଦାୟିତ୍ୱ ଦିଆଯାଇଛି। ଅଭିଜ୍ଞତାରୁ ଲାଭ ଉଠାଇବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। କିନ୍ତୁ ବରିଷ୍ଠ ଅଧିକାରୀମାନଙ୍କୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ହେଉଛି। ଅତିକମ୍‌ରେ ଏବେ ୧୫ ଅଧିକାରୀ ଗୃହ ବ୍ୟାପାର, ବନ୍ଦର ଓ ଶିପିଂ ଏବଂ ପ୍ରଯୁକ୍ତି ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ସେକ୍ଟରରେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏହି ସମୟରେ ଆଇପିଏସ୍‌ କ୍ୟାଡରରେ ଲଗାତର ପରିବର୍ତ୍ତନ ଜାରି ରହିଛି। ଏକ ଡଜନରୁ ଊର୍ଦ୍ଧ୍ୱ ଅଧିକାରୀ ବିଭିନ୍ନ ଦାୟିତ୍ୱରେ ରହିଛନ୍ତି। ଏପରିକି ଗୁଜରାଟର ଦୁର୍ନୀତି ବିରୋଧୀ ବ୍ୟୁରୋ ମୁଖ୍ୟ ଏବଂ ସିଆଡି କ୍ରାଇମ୍‌ ଶାଖା ମୁଖ୍ୟ ପଦବୀ ଖାଲିପଡ଼ିଛି। ତେବେ ବଜେଟ ପରେ ଆଉ ଏକ ପର୍ଯ୍ୟାୟ ଅଦଳବଦଳ ହେବ ବୋଲି ଆଶା କରାଯାଉଛି। ତେବେ ଏଭଳି ପରିବର୍ତ୍ତନ କ’ଣ ଉନ୍ନତି ଆଣିପାରିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?