Posted inଜାତୀୟ

ଭାଜପାକୁ ପଛରେ ପକାଇ ବହୁ ଭୋଟରେ ଆଗେଇଲେ ଚନ୍ଦ୍ରଶେଖର ଆଜାଦ

ଲକ୍ଷ୍ନୌ,୪।୬: ଚନ୍ଦ୍ରଶେଖର ଆଜାଦ ଉତ୍ତରପ୍ରଦେଶର ନାଗିନ ଲୋକ ସଭା ଆସନରୁ ଆଗୁଆ ଅଛନ୍ତି। ଭାଜପା ପ୍ରାର୍ଥୀ ଏଠାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର ୩୬ଟି ଆସନରେ ଆଗୁଆ ରହିଛି। ଭାରତୀୟ ଜନତା ପାର୍ଟି ୩୪ ଟି ଆସନରେ ଏବଂ କଂଗ୍ରେସ ୭ଟି ଆସନରେ ଆଗୁଆ ରହିଛି।
ଚନ୍ଦ୍ରଶେଖର ଆଜାଦ ଆରମ୍ଭରୁ ନାଗିନ ଲୋକ ସଭା ଆସନରେ ଆଗୁଆ ରହିଆସିଛନ୍ତି। ୯୯,୩୯୦ ଭୋଟ ସହ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ପ୍ରଥମ ସ୍ଥାନରେ ଅଛନ୍ତି। ଭାଜପାର ଓମ କୁମାର ୭୦,୧୯୦ ଭୋଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଏବଂ ସମାଜବାଦି ଦଳର ମନୋଜ କୁମାର ୧୯,୧୧୬ଭୋଟ ସହ ତୃତୀୟ ସ୍ଥାନରେ ଅଛନ୍ତି। ବହୁଜନ ସମାଜ ପାର୍ଟିର ସୁରେନ୍ଦ୍ର ପାଲ ସିଂ ୩୪୪୨ ଭୋଟ ସହ ଚତୁର୍ଥ ସ୍ଥାନରେ ଅଛନ୍ତି।
୧୯ଏପ୍ରିଲରେ ପ୍ରଥମ ପର୍ଯ୍ୟାୟରେ ନାଗିନରେ ମତଦାନ ଅନୁଷ୍ଠିତ ହୋଇଥିଲା। ନାଗିନ ଅନୁସୂଚିତ ଜାତି ପାଇଁ ଏକ ସଂରକ୍ଷିତ ଆସନ। ନାଗିନ ବିଜନୋର ଜିଲାର ଏକ ତହସିଲ। ଏହି ଆସନ ୨୦୦୮ରେ ଡିଲିମିଟେସନ ପରେ ୨୦୦୯ରେ ସୃଷ୍ଟି ହୋଇଥିଲା। ଏହା ପୂର୍ବରୁ ବିଜନୋର ଲୋକସଭା ଆସନର ଏକ ଅଂଶ ଥିଲା। ଏହି ନିର୍ବାଚନରେ ସମସ୍ତଙ୍କ ଆଖି ନାଗିନ ଆସନ ଉପରେ ରହିଛି। ଏହାର ଅନେକ କାରଣ ଅଛି । ଆଜାଦ ସମାଜ ପାର୍ଟି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ନିଜେ ଏଠାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଭାଜପାର ଓମ କୁମାର, ସମାଜବାଦୀ ପାର୍ଟିର ମନୋଜ କୁମାର ଏବଂ ବିଏସପିର ସୁରେନ୍ଦ୍ର ପାଲ ସିଂ ମଇଦାନରେ ଅଛନ୍ତି। ୨୦୦୯ରେ ଆସିଥିବା ନାଗିନା ଆସନ, ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଷ୍ଠିତ ତିନିଟି ନିର୍ବାଚନରେ ପ୍ରତ୍ୟେକ ଥର ଏକ ଭିନ୍ନ ଦଳବୁ ବିଜୟ ମୁକୁଟ ପିନ୍ଧାଉଛି। ୨୦୦୯ ଲୋକ ସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ଯଶବୀର ସିଂ, ୨୦୧୪ନିର୍ବାଚନରେ ଯଶବନ୍ତ ସିଂ ଏବଂ ୨୦୧୯ସାଧାରଣ ନିର୍ବାଚନରେ ବିଏସପିି ଟିକେଟରେ ଗିରିଶ ଚନ୍ଦ୍ର ଏମପି ଭାବରେ ନିର୍ବାଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ଏନ୍‌ଏସି ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପ୍ରସ୍ତୁତି

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ସାଙ୍ଗଠନିକ ସଭା ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

ଭାଜପା ମୁହାଁ ନେତା କର୍ମୀ

ହାଟଡିହୀ,୨୦।୯(ଶୁଭକାନ୍ତ ନାୟକ): ଆଗକୁ ପଞ୍ଚାୟତ ନିର୍ବାଚନ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ,…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

ବିହାରୀ କଏଦୀ ଫେରାର ଘଟଣା: ଚୌଦ୍ୱାର ଜେଲ ଅଧୀକ୍ଷକ ଗିରଫ

କଟକ,୨୦।୯(ପ୍ରଭୁ କଲ୍ୟାଣ ପାଲ ): ବିହାରୀ କଏଦୀ ଫେରାର ଘଟଣାରେ ଗିରଫ ହେଲେ ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳ। ଜେଲ ମିନିଟି ବୁକ୍‌ରେ ଜାଲିଆତି ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?