Posted inଜାତୀୟ

ଫୋନ୍‌ ଟ୍ୟାପିଂ ଅଭିଯୋଗ ଆଣିଲେ ଚନ୍ଦ୍ରାବାବୁ

ଅମରାବତି, ୧୮ା୮: ଆନ୍ଧ୍ରପ୍ରଦେଶରେ ରାଜନୈତିକ ଫାଇଦା ହାସଲ କରିବା ଲାଗି ଶାସକ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ବେଆଇନ ଭାବେ ଫୋନ୍‌ ଟ୍ୟାପିଂ କରୁଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରାବାବୁ ନାଇଡୁ ଅଭିଯୋଗ କରିଛନ୍ତି। କେବଳ ବିରୋଧୀ ଦଳ ନେତା, ଗଣମାଧ୍ୟମ ପ୍ରତିନିଧୀ, ଆଇନଜୀବୀଙ୍କର ନୁହେଁ, ଗଣତନ୍ତ୍ରର ତୃତୀୟ ସ୍ତମ୍ଭ ନ୍ୟାୟପାଳିକାକୁ ମଧ୍ୟ ଟାର୍ଗେଟ କରାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସେ ଏନେଇ ଚିଠି ଲେଖି ଉପଯୁକ୍ତ ତଦନ୍ତ ଲାଗି ଅନୁରୋଧ କରିଛନ୍ତି। କେତେକ ଘରୋଇ କ୍ଷେତ୍ରରେ ମଧ୍ୟ ବେଆଇନ ଭାବେ ସଫ୍ଟଓ୍ବେର ବ୍ୟବହାର କରାଯାଇ ଫୋନ୍‌ ଟ୍ୟାପିଂ କରାଯାଉଥିବା ଉଲ୍ଲେଖ କରାଯାଇଛି। ଏହି ବେଆଇନ ଫୋନ୍‌ ଟ୍ୟାପିଂକୁ ରୋକା ନ ଗଲେ ଭବିଷ୍ୟତରେ ଦେଶର ସୁରକ୍ଷା ଓ ଏକତା ପ୍ରତି ବହୁତ ବଡ଼ ସମସ୍ୟା ଉପୁଜିବାର ଆଶଙ୍କା ରହିଛି ବୋଲି ଚନ୍ଦ୍ରାବାବୁ ଦର୍ଶାଇଛନ୍ତି। ଏହା ସମ୍ବିଧାନର ଧାରା ୧୯, ୨୧କୁ ଉଲ୍ଲଂଘନ କରୁଛି। ଏଭଳି ବେଆଇନ କାର୍ଯ୍ୟକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ହସ୍ତାକ୍ଷପ କରନ୍ତୁ ବୋଲି ଚନ୍ଦ୍ରାବାବୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖିରେ ଲୁହ ନେଇ ରାବ୍ରୀଙ୍କ ଘରୁ ବାହାରିଲେ ବୋହୂ ଐଶ୍ୱର୍ଯ୍ୟା

ପାଟନା,୧୩।୯:  ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ସ୍ତ୍ରୀ ଐଶର୍ଯ୍ୟା କାନ୍ଦି କାନ୍ଦି ନିଜ ବାପଘରକୁ...

ଅଶୀଳ ଭିଡିଓ ଶୁଟ୍‌ କରି ଆମେରିକୀୟ ମହିଳା ଗିରଫ

ଡେରାଡୁନ, ୧୮।୧୦: ଉତ୍ତରାଖଣ୍ଡର ଋଷିକେଶ ପ୍ରସିଦ୍ଧ ଲ୍ୟାଣ୍ଡମାର୍କ ତଥା ଲକ୍ଷ୍ମଣଝୁଲା ଉପରେ ଅଶୀଳ ଭିଡିଓ ଶୁଟ୍‌ରେ ଅଂଶଗ୍ରହଣ କରିବା ଅଭିଯୋଗରେ ଜଣେ ୩୦ ବର୍ଷୀୟା ଆମେରିକୀୟ...

ପାଣି ବିଲ ଛାଡ଼ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀବାସୀଙ୍କ ପାଇଁ ପୁଣି ଥରେ ଏକ ବଡ଼ ଉପହାର ଘୋଷଣା କରାଯାଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି।...

କରୋନା ଅଣାୟତ୍ତ: ୨୦ ଦିନରେ ୨୦ ଲକ୍ଷ ଟପିବା ଆଶଙ୍କା

ନୂଆଦିଲ୍ଲୀ, ୧୮।୭: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଆସନ୍ତା ୨୦ ଦିନରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହୋଇ ୨୦ ଲକ୍ଷ...

ପ୍ରେମିକ ସହ ଫୋନ୍‌ରେ କଥା ହେଉଥିବା ଦେଖି ଝିଅର ଚୁଟିକାଟି ହାତୁଡ଼ିରେ ହାତପାଦ ଛେଚିଲେ ପିତା

ବରେଲି,୯।୬: ଉତ୍ତର ପ୍ରଦେଶର ବରେଲିରେ ଏକ ଲୋମ ଟାଙ୍କୁର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ଇଜ୍ଜତନଗରରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସହ ଫୋନ୍‌ରେ...

କାର୍‌ ଦୁର୍ଘଟଣାରେ ଶବାନା ଆଜମୀ ଆହତ

ମୁମ୍ବାଇ,୧୮।୧: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଏକ ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି। ମୁମ୍ବାଇ-ପୁନେ ଏକ୍ସପ୍ରେସଓ୍ବେର କାହଲପୁରଠାରେ ତାଙ୍କ କାର୍‌ ଦୁର୍ଘଟଣା ହେବା ସହ...

କୃଷକଙ୍କ ସହ ଆତଙ୍କବାଦୀ ଭଳି ବ୍ୟବହାର ହେଉଛି: ସଞ୍ଜୟ ରାଉତ

ମୁମ୍ବାଇ,୨୯ ।୧୧: କୃଷି ଆଇନକୁ ନେଇ ପ୍ରାୟ ୪ ଦିନ ହେବ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ସର୍‌କାର ଏବେ ପର୍ଯ୍ୟନ୍ତ ସେମାନଙ୍କୁ ଦିଲ୍ଲୀ-ହରିୟାଣାକୁ...

ସନ୍ଦିଗ୍ଧ ଅବସ୍ଥାରେ ଘରୁ ମିଳିଲା ପୂରା ପରିବାରର ମୃତଦେହ: ମୁହଁରେ ଲାଗିଥିଲା କଳା ଟେପ୍‌

ଗାଜିଆବାଦ,୫।୭: ଗାଜିଆବାଦ ମସୁରୀରେ ଏକ ଲୋମଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଛି। ଶୁକ୍ରବାର ସକାଳେ ନ୍ୟୁ...

Advertisement
Archives

Model This Week