ଚମକ ଭରିଛି ଚାନ୍ଦିମେଢ଼

ଢେଙ୍କାନାଳ ଅଫିସ, ୧୧।୧୦ (ରତନ ନାୟାର): ଆରମ୍ଭ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ପବିତ୍ର କୁମାରପୂର୍ଣ୍ଣିମା ରାତିରେ ଧରାବତରଣ କରିଛନ୍ତି ଧନଦାତ୍ରୀ। ବେଦମନ୍ତ୍ର ଧ୍ୱନିରେ ମଣ୍ଡପରେ ପାରମ୍ପରିକ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବାବେଳେ ଆକର୍ଷଣ ସାଜିଛି ମା’ଙ୍କ ସୁବର୍ଣ୍ଣ ଆଭୂଷଣ। ସହରର ପ୍ରଥମ ମେଢ଼ ଶ୍ରୀଶ୍ରୀ ମଉଡ଼ମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମିନାବଜାର, ଗୁଡ଼ିଆନାଳୀ, କୈବଲ୍ୟ ବଜାର, ଗଣେଶ ବଜାର, ଲକ୍ଷ୍ମୀ ବଜାର ପକ୍ଷରୁ ଚିତ୍ତାକର୍ଷକ ତାରକସି ରୂପା ମେଢ଼ ଦେଖିବାକୁ ପ୍ରଥମ ଦିନରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବିପୁଳ ଉତ୍କଣ୍ଠା।
ଐତିହ୍ୟ, ପରମ୍ପରାକୁ ନେଇ ସମୃଦ୍ଧ ଢେଙ୍କାନାଳ ଲକ୍ଷ୍ମୀପୂଜାରେ ମା’ଙ୍କ ଅଳଙ୍କାର ବିନ୍ୟାସ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଆସିଛି। ପ୍ରତିଯୋଗିତାମୂଳକ ପୂଜାରେ ପ୍ରାୟ ସମସ୍ତ ପୂଜା ପ୍ରତିଷ୍ଠାନ ଆକର୍ଷଣୀୟ ଢଙ୍ଗରେ ସାଜସଜ୍ଜା କରୁଥିବାବେଳେ ଦେବୀଙ୍କ ନିକଟରେ ଲାଗି ହେଉଥିବା ସୁନାରୁପା ଅଳଙ୍କାରର ଗୁରୁତ୍ୱ ମଧ୍ୟ ସମୟକ୍ରମେ ବଢ଼ିଛି। ମିନାବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ସର୍ବପ୍ରଥମେ ଆରମ୍ଭ ହୋଇଥିଲା ଚାନ୍ଦିମେଢ଼ ପରମ୍ପରା। ତେବେ ଏକ ଅସ୍ବାଭାବିକ ଘଟଣାକ୍ରମେ ୧୯୭୫ରେ ସୂକ୍ଷ୍ମ କାରୁକାର୍ଯ୍ୟଯୁକ୍ତ ଉକ୍ତ ଚାନ୍ଦିମେଢ଼ ଚୋରି ହୋଇଯାଇଥିଲା। ଏହାର ଦୀର୍ଘଦିନ ପରେ ୨୦୦୪ରେ ପୁନର୍ବାର ୧୬୦ କେଜି ଚାନ୍ଦିରେ ପୁଣି ମେଢ଼ ପ୍ରସ୍ତୁତ କରାଯାଇଥିଲା। ସେତେବେଳେ ଚାନ୍ଦି କିଲୋଗ୍ରାମ୍‌ ପିଛା ୩୦ ହଜାର ଟଙ୍କା ଥିଲା। ତଦନୁଯାୟୀ ଉକ୍ତ ମେଢ଼ରେ ସେହି ସମୟରେ ଖର୍ଚ୍ଚ ହୋଇଥିଲା ପ୍ରାୟ ୫୦ ଲକ୍ଷ ଟଙ୍କା। ତେବେ ୨୦୧୦ରେ ପ୍ରତିଷ୍ଠାନ ଆଉ ଏକ ପାଦ ଆଗକୁ ଯାଇ ମା’ଙ୍କ ପାଇଁ ଦେଢ଼ କିଲୋଗ୍ରାମ ଓଜନର ସୁନା ମୁକୁଟ ତିଆରି କରିଥିଲା। ଚଳିତବର୍ଷ ୨ଟି ସୁନା ମୟୂର ମା’ଙ୍କ ଶୋଭା ବଢ଼ାଉଛନ୍ତି।
ସେହିପରି ୨୦୧୫ରେ ଚାନ୍ଦିମେଢ଼ କ୍ଲବରେ ସାମିଲ ହୋଇଥିଲା କୈବଲ୍ୟ ବଜାର। ମା’ ପଦ୍ମାଳୟାଙ୍କ ଲାଗି ୧୨୦ କିଲୋଗ୍ରାମ ଓଜନର ଚାନ୍ଦିମେଢ଼ ଏବଂ ୧ କିଲୋଗ୍ରାମ ଓଜନର ସୁନା ମୁକୁଟ ତିଆରି କରାଯାଇଥିଲା। ୨୦୧୮ରେ ଗୁଡ଼ିଆନାଳି ପୂଜା ପ୍ରତିଷ୍ଠାନ ପକ୍ଷରୁ ୧୨୦ କେଜି ଏବଂ ଗଣେଶ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ୩ କୁଇଣ୍ଟାଲ ଚାନ୍ଦିରେ ମେଢ଼ ନିର୍ମାଣ କରାଯାଇଥିଲା। ଏଥିସହ ଉଭୟ ପୂଜା ମଣ୍ଡପରେ ସ୍ବତନ୍ତ୍ର ଭାବେ ସୁବର୍ଣ୍ଣ ଅଳଙ୍କାର ପ୍ରସ୍ତୁତ କରାଯାଇଛି। ଆଗାମୀ ବର୍ଷ ଗଣେଶ ବଜାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ୍‌ ଜୁବିଲି ଉତ୍ସବ ପାଳନ କରିବ। ଏଥିଲାଗି ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅନୁରୂପ ଭାବେ ଚଳିତ ବର୍ଷ ୭୫ବର୍ଷ ପୂର୍ତ୍ତି ପାଳନ କରୁଥିବା ଲକ୍ଷ୍ମୀବଜାର ପ୍ରତିଷ୍ଠାନ ପକ୍ଷରୁ ପ୍ରାୟ ଦେଢ଼ କୁଇଣ୍ଟାଲ ଚାନ୍ଦିରେ ମେଢ଼ ପ୍ରସ୍ତୁତ କରାଯାଇଛି। ସୁବର୍ଣ୍ଣ ମୁକୁଟ, ନାନାଦି ଅଳଙ୍କାରରେ ମା’ ଝଟକୁଛନ୍ତି। ପୂଜା ପେଣ୍ଡାଲଗୁଡ଼ିକୁ ଲଗାଯାଇଥିବା ରଙ୍ଗିନ ଆଲୋକମାଳାରେ ଚମକି ଉଠୁଥିବା ଅଳଙ୍କାର ମନମୋହୁଛି। ବର୍ଷାପାଗ ସତ୍ତ୍ୱେ ସନ୍ଧ୍ୟା ଦର୍ଶନ କରିବା ଲାଗି ମଣ୍ଡପରେ ସୋମବାର ପ୍ରବଳ ଭିଡ଼ ହୋଇଥିଲା। ପୋଲିସ ପକ୍ଷରୁ ସୁରକ୍ଷା କଡ଼ାକଡ଼ି କରାଯିବା ସହ ଶୃଙ୍ଖଳିତ ଦର୍ଶନ ଲାଗି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପ୍ରତିବର୍ଷ କିଛି ନୂଆ ଅଳଙ୍କାର ଲାଗି ହେଉଛି
୧୯୭୪ରେ ମିନାବଜାର ପୂଜା ପ୍ରତିଷ୍ଠାନ ଚାନ୍ଦିମେଢ଼ କରିଥିଲା। ତେବେ ୧୯୭୫ରେ ତାହା ଚୋରି ହୋଇଗଲା। ୨୦୦୪ରୁ ନିୟମିତ ମା’ ଚାନ୍ଦିମେଢ଼ରେ ଦର୍ଶନ ଦେଉଛନ୍ତି। ପ୍ରତିବର୍ଷ ମା’ ଲକ୍ଷ୍ମୀଙ୍କ ନିକଟରେ କିଛି ନା କିଛି ସୁନା ଅଳଙ୍କାର ଲାଗି ହୋଇଥାଏ।
-ନିରୋଦ କୁମାର ସାହୁ, କାର୍ଯ୍ୟକାରୀ ସଭାପତି, ମିନାବଜାର

ଚଳିତବର୍ଷ ଉଚ୍ଚମାନର ସାଜସଜ୍ଜା ହୋଇଛି
୨୦୧୮ରୁ ଗୁଡ଼ିଆନାଳୀ ପୂଜା ମଣ୍ଡପ ପକ୍ଷରୁ ଚାନ୍ଦିମେଢ଼ କରାଯାଉଛି। ରୁପାଖଚିତ ଆକର୍ଷଣୀୟ ମେଢ଼ ଦେଖିବାକୁ ଲୋକମାନେ ଆଗ୍ରହୀ ହେଉଛନ୍ତି। ସେଥିପାଇଁ ଚଳିତବର୍ଷ ଉଚ୍ଚମାନର ସାଜସଜ୍ଜା କରାଯାଇଛି।
-ପ୍ରଦୀପ କୁମାର ମହାନ୍ତି, ସଭାପତି, ଗୁଡ଼ିଆନାଳୀ ପୂଜା କମିଟି

ମା’ଙ୍କ ସୁନା ମୁକୁଟ ଆକର୍ଷଣୀୟ ହୋଇଛି
ଲକ୍ଷ୍ମୀବଜାର ପୂଜା ପ୍ରତିଷ୍ଠାନ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ୍‌ ଜୁବିଲି ପାଳନ କରୁଛି। ପୂଜା କମିଟି ପକ୍ଷରୁ ପ୍ରଥମ ଥର ମା’ଲକ୍ଷ୍ମୀଙ୍କ ଚାନ୍ଦି ମେଢ଼ କରାଯାଇଛି। ମା’ଙ୍କ ସୁବର୍ଣ୍ଣ ମୁକୁଟ, ଅଳଙ୍କାର ମଧ୍ୟ ବେଶ୍‌ ଆକର୍ଷଣୀୟ ହୋଇଛି।
-ରଙ୍ଗାଧର ପାତ୍ର, କାର୍ଯ୍ୟକାରୀ ସଭାପତି, ଲକ୍ଷ୍ମୀବଜାର


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?