ଚଣ୍ଡିଖୋଲ-ପାରାଦୀପ ଏନ୍‌ଏଚ୍‌ ପାଲଟିଛି ମୃତ୍ୟୁଯନ୍ତା

ଚଣ୍ଡିଖୋଲ,୧୨।୪(ଡି.ଏନ.ଏ.): ଚଣ୍ଡିଖୋଲ-ପାରାଦୀପ ୫୩ନଂ. ଜାତୀୟ ରାଜପଥ(ଏନ୍‌ଏଚ୍‌) ଏବେ ନିରାପଦ ନୁହେଁ, ଏହା ମୃତ୍ୟୁଯନ୍ତା ପାଲଟିଛି। ଏହି ରାଜପଥରେ ଦୈନିକ ଦୁର୍ଘଟଣା ଘଟି ଜୀବନ ଯାଉଥିବାବେଳେ ଅଧିକାଂଶ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ରାସ୍ତା ଅବରୋଧ କରି ଠିଆ ହୋଇଥିବା ଲୁହାପଥର ବୋଝେଇଟ୍ରକ୍‌ଗୁଡ଼ିକ ଦୁର୍ଘଟଣାର ମୁଖ୍ୟକାରଣ ପାଲଟିଛନ୍ତି। ପାରାଦୀପ ବନ୍ଦରକୁ ଲୁହା ପଥର ବୋଝେଇ କରି ଯାଉଥିବା ଟ୍ରକ୍‌ଗୁଡ଼ିକରୁ ଖଲାସରେ ବିଳମ୍ବ ଯୋଗୁ ହଜାରହଜାର ଟ୍ରକ୍‌ ପାରାଦୀପଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଲମ୍ବିଛନ୍ତି। ୪ ଲେନ୍‌ ବିଶିଷ୍ଟ ଏହି ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଅଚଳ ଅବସ୍ଥାରେ ରହିଛି। ସେଥିପାଇଁ ଦୈନିକ ଦୁର୍ଘଟଣା ଘଟୁଥିବାବେଳେ ଏହାର କୌଣସି ପ୍ରତିକାର ହୋଇନାହିଁ।
ଗତ ଶନିବାର ଏହି ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଚାରିନଙ୍ଗଳ ଛକ ନିକଟରେ ଦୁର୍ଘଟଣା ଘଟି ୩ଜଣଙ୍କ ମୃତ୍ୟୁ ହୋଇଥିଲା। ୬ଜଣ ଗୁରୁତର ହୋଇଥିଲେ। ସେହିଭଳି ରବିବାର କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବଳଭଦ୍ରପୁର ଛକଠାରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଥିଲେ। ଠିକ୍‌ ସେହିଦିନ ମାର୍ଶାଘାଇ ଥାନା ଅନ୍ତର୍ଗତ ନୀଳାଚଳ ବଜାରରେ ଦୁର୍ଘଟଣା ଘଟି ଜଣଙ୍କ ଜୀବନ ଯାଇଛି। ଯେଉଁଥି ପାଇଁ କିଛି ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ହୋଇଥିଲା। ଏହି ରାଜପଥରେ ଦୁଇ ଦିନରେ ୫ ଜଣଙ୍କ ମୃତ୍ୟୁ ଓ ୧୦ରୁ ଅଧିକ ଆହତ ହେବା ଘଟଣା ସମ୍ପୂର୍ଣ୍ଣ ରାଜପଥ ପାର୍ଶ୍ୱ ଗ୍ରାମଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି କରିଛି। ଜାତୀୟ ରାଜପଥରେ ଯାତାୟାତ ବିପଦଜନକ ହୋଇପଡ଼ିଛି। ତେଣୁ ତୁରନ୍ତ ଏହି ରାଜପଥରୁ ୮୨ କିଲୋମିଟର ପର୍ଯ୍ୟନ୍ତ ଅବରୋଧ ହଟାଇବା ଆବଶ୍ୟକ। ପାରାଦୀପ ପର୍ଯ୍ୟନ୍ତ ଲମ୍ବାଧାଡ଼ିରେ ଟ୍ରକ୍‌ଗୁଡ଼ିକ ଧୀରେଧୀରେ ଯାଉଥିବାବେଳେ ଏକ କମ୍ପାନୀର ଟ୍ରକ୍‌ଗୁଡ଼ିକ ରାତିରେ ଦକ୍ଷିଣ ପାର୍ଶ୍ୱରେ ଧାଡ଼ିରେ ଠିଆ ହୋଇଥିବା ଟ୍ରକ୍‌କୁ ଅତିକ୍ରମ କରି ଯାଉଛନ୍ତି। ସେଥିପାଇଁ ମଧ୍ୟ ଦୁର୍ଘଟଣା ଘଟୁଛି। ତୁରନ୍ତ ରାସ୍ତା ଅବରୋଧ ହଟାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ଚଣ୍ଡିଖୋଲ ଆର୍‌ଟିଓ ସମ୍ବିତ କୁମାରଙ୍କୁ ପଚାରିବାରୁ ସେ କହିଛନ୍ତି, ଏହାବନ୍ଦର କର୍ତ୍ତୃପକ୍ଷଙ୍କ କାର୍ଯ୍ୟ, ଆମର ନୁହେଁ। ଏହି ଜାତୀୟ ରାଜପଥରେ ୩ ଜିଲାର ଆର୍‌ଟିଓ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?