କାମିନୀଙ୍କୁ ବରଣମାଳା ପିନ୍ଧାଇଲେ ଚନ୍ଦନେଶ୍ୱର

ଭୋଗରାଇ,୧୧।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କପର୍ବ ୪ ଅର୍ଘ୍ୟ ରବିବାର ଶେଷ ହୋଇଛି। ଦେବାଧିଦେବ ଚନ୍ଦନେଶ୍ୱରଜୀଉ ଏହି ଅର୍ଘ୍ୟରେ କାମିନୀ ନାମକ ସୁନ୍ଦରୀ ଅସୁରୁଣୀଙ୍କୁ ବରଣମାଳା ପିନ୍ଧାଇଛନ୍ତି। ବିବାହ ସନ୍ଦର୍ଶନ ଲାଗି ଚନ୍ଦନେଶ୍ୱର ପୀଠ ଭକ୍ତମୟ ହୋଇଛି। ରବିବାର ପ୍ରତ୍ୟୁଷରୁ ଭଟ୍ଟପୁର ଗ୍ରାମର ମାଳାକାର ଘରେ ଜନ୍ମିତ କାମିନୀ ଠାକୁରାଣୀଙ୍କ ସହିତ ଚନ୍ଦନେଶ୍ୱର ମହାଦେବଙ୍କ ଚଳନ୍ତି ଘଟକୁ ପୂଜାର୍ଚ୍ଚନା କରାଯାଇ କନ୍ୟା ଓ ବରଙ୍କୁ ପୁଷ୍ପମାଲ୍ୟରେ ସଜ୍ଜିତ କରାଯାଇ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ନିଆଯାଇଛି। ଚାପ, ଢ଼ୋଲ, ମହୁରୀ, ସାହାନାଇ ବାଦ୍ୟ, ଶଙ୍ଖଧ୍ୱନୀ, ରୋଷଣୀ ଓ ହରିବୋଲ ଧ୍ୱନିରେ ରାସ୍ତାଘାଟ ଉଛୁଳି ପଡ଼ିଥିଲା। ଶୋଭାଯାତ୍ରାରେ ଠାକୁରାଣୀ ଓ ଠାକୁରଙ୍କ ଦୁଇଘଟକୁ ସେବାୟତ, ଜୀଉଙ୍କ ଶ୍ରେଷ୍ଠ ୧୩ ଭକ୍ତ, ପଣ୍ଡା, ଟ୍ରଷ୍ଟବୋର୍ଡ଼ର ସଦସ୍ୟମାନେ ଚାମର ବୁଲାଇ ମହାଦେବଙ୍କ ନୀଳ ପୋଖରୀକୁ ନେଇ ପୂଜାର୍ଚ୍ଚନା କଲା ପରେ ମନ୍ଦିର ଗର୍ଭଗୃହକୁ ନିଆଯାଇଥିଲା। ମନ୍ଦିର ରୁଦ୍ଧଦ୍ୱାରରେ ଚନ୍ଦନେଶ୍ୱର ମହାଦେବଙ୍କ ସହିତ କାମିନୀ ଠାକୁରାଣୀଙ୍କର ବିବାହ ସମ୍ପନ୍ନ ହୋଇଥିଲା।
କିମ୍ବଦନ୍ତୀ କହେ
ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ କୂଳ ପାଉ ନ ଥିବା ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତାଙ୍କ ଚୈତ୍ର ଚଡ଼କପର୍ବର ଅନେକ ରୋଚକ କିମ୍ବଦନ୍ତୀ ରହିଛି। ଚୈତ୍ର ମାସରେ ହିନ୍ଦୁଙ୍କ ବିବାହ ହେଉ ନ ଥିବା ବେଳ ସ୍ବୟଂଶିବ ଏହି ମାସରେ ବିବାହ ହେବା ଏକ ବୈଚିତ୍ରମୟ ଆଧ୍ୟାମତ୍ିକ ନିଆରା ଆକର୍ଷଣ ସୃଷ୍ଟି ହୋଇଥାଏ। ଭୋଳାନାଥଙ୍କୁ ପତି ରୂପେ ପାଇବା ନିମନ୍ତେ ଅସୁର କୂଳରେ ଜନ୍ମିତ ସୁନ୍ଦରୀ ଅସୁରୁଣୀ କାମିନୀ କଠୋର ତପସ୍ୟା କରିବାରୁ ଶଙ୍କର ତାଙ୍କୁ ବରଦାନ କରିଥିଲେ। ପରେ ମହାଦେବ ଦୁର୍ଗା ଓ କାଳୀଙ୍କ ସହମତି ବିନା ସେ କିପରି କାମିନୀଙ୍କୁ ପନତ୍ୀ ରୂପେ ଗ୍ରହଣ କରିବେ ବୁଝିପାରି ଚନ୍ଦନେଶ୍ୱର ନିକଟବର୍ତ୍ତୀ ଭଟ୍ଟପୁର ଗ୍ରାମର ମାଳାକାର ଘରେ ମର୍ତ୍ତ୍ୟପୂରରେ ଜନ୍ମ ନେଲେ ସେ ପନତ୍ୀ ରୂପେ ଗ୍ରହଣ କରିବେ ବୋଲି କହିଥିବାର କିମ୍ବଦନ୍ତୀ ରହିଛି। ଅପରପକ୍ଷରେ ମଣିଷର ୧୬ ପ୍ରକାରର କାମନାକୁ ଜୀଉଙ୍କଠାରେ ସମର୍ପଣ ନିମନ୍ତେ କାମନା ବିବାହ ହୁଏ ବୋଲି ଲୋକକଥା ରହିଛି। ଚନ୍ଦନେଶ୍ୱର ମହାଦେବଙ୍କ କାମିନୀ ବିବାହ ସମ୍ପୂର୍ଣ୍ଣ ଓଡ଼ିଆ ରୀତିନୀତିରେ ହେଉଥିବା ବେଳେ ସ୍ଥାନୀୟ ଲୋକେ ଭଗବାନଙ୍କ ଦର୍ଶନ ନିମନ୍ତେ ଭିଡ଼ ଜମାଇଥିଲେ। ଏହି ଉତ୍ସବରେ ଟ୍ରଷ୍ଟବୋର୍ଡ଼ର ସମସ୍ତ ସଦସ୍ୟ, ବିଡିଓ ଶଙ୍କର ପଟ୍ଟନାୟକ, ମୌରସୀ ତପନ କୁମାର ପଣ୍ଡା, ଚେୟାରମ୍ୟାନ୍‌ ପ୍ରବୀର କୁମାର ଗିରିଙ୍କ ସହ ବହୁ ଜନପ୍ରତିନିଧି, ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଆସନ୍ତା ୧୨ ତାରିଖରେ ମହାଦେବଙ୍କ ମହାନୀଳ ପର୍ବ ଅନୁଷ୍ଠିତ ହେଉଥିବାରୁ ସେବାୟତ, ପ୍ରଶାସନ ଓ ଟ୍ରଷ୍ଟ ବୋର୍ଡ଼ ତପତ୍ର ହୋଇପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri