ଅନିଶ୍ଚିତତାରେ ଚନ୍ଦନେଶ୍ୱର ଜୀଉଙ୍କ ଚଡ଼କମେଳା

ଭୋଗରାଇ,୨୧।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କମେଳା ଚଳିତବର୍ଷ ହେବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। କୋଭିଡ୍‌ କଟକଣା କୋହଳ ହେବା ପରଠୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ସହିତ ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ସ୍ବାଭାବିକ ହେବାରେ ଲାଗିଛି। ତେବେ ସମ୍ଭାବ୍ୟ ଚତୁର୍ଥ ଲହରର ମୁକାବିଲା ପାଇଁ ଏବେଠୁ ସଚେତନ ହେବା ଲାଗି ସତର୍କ କରାଯାଉଥିବାରୁ ଚଡ଼କ ମେଳା ହେବା ନେଇ ଅନିଶ୍ଚିତତା ଲାଗି ରହିଛି। ସୋମବାର ଟ୍ରଷ୍ଟ ବୋର୍ଡ଼ ଓ ଜିଲାପ୍ରଶାସନ ପକ୍ଷରୁ ତାଳସାରୀ ଓଟିଡିସିରେ ହେବାକୁ ଥିବା ବୈଠକ ଉପରେ ସଭିଙ୍କ ନଜର ରହିଛି।
ପୂର୍ବ ଭାରତର ଅନ୍ୟତମ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚୈତ୍ର ଚଡ଼କମେଳା ଏପ୍ରିଲ ପହିଲାରୁ ଶୁଭାରମ୍ଭ ହେବାକୁ ଯାଉଛି। ଦୁଇବର୍ଷ ଧରି ବିନାଭକ୍ତରେ ଏହି ମେଳା ଅନୁଷ୍ଠିତ ହେଉଥିବା ବେଳେ ଚଳିତବର୍ଷ ମେଳା ହେବା ନେଇ ରାଜ୍ୟ ଓ ରାଜ୍ୟ ବାହାରର ଶୈବଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ସୂଚନା ଯେ, ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରେ ଚନ୍ଦନେଶ୍ୱର ଜୀଉଙ୍କ ଚୈତ୍ର ଚଡ଼କ ମେଳା ଓଡ଼ିଶାରେ ଦ୍ୱିତୀୟ ବୃହତ୍ତମ ମେଳା ଭାବେ ଖ୍ୟାତି ଅର୍ଜନ କରିଛି। ଏହି ମେଳା ୧୪ଦିନ ଧରି ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେଉଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଚଡ଼କମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ଦୋକାନୀମାନେ ନିଜର ପସରା ମେଲାଇ ରୋଜଗାରର ବାଟ ଆପଣାଉ ଥିବାବେଳେ ମେଳା ବନ୍ଦ ହେଲେ ଦୋକାନୀଙ୍କ ସହିତ ସେବାୟତ, ପୂଜାରୀମାନେ ଅଧିକ ପ୍ରଭାବିତ ହେବେ ବୋଲି କୁହାଯାଉଛି। କେତେକ ମେଳା ହେବାକୁ ନେଇ ଯୁକ୍ତି ବାଢ଼ିଥିବା ବେଳେ ଅନ୍ୟ କେତେଜଣ ଗ୍ରାମବାସୀ ଓ ସେବାୟତ ମେଳା ବନ୍ଦ ରହୁ ବୋଲି ପ୍ରଶାସନ ପାଖରେ ଦାବି କରିଥିବା ସୂଚନା ମିିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?