Posted inଜାତୀୟ

ଟିଏମ୍‌ସି ନେତାଙ୍କୁ ହରାଇଲେ ଝୁମ୍ପୁଡ଼ିରେ ରହୁଥିବା ଏହି ମହିଳା, ହେଲେ ଭାଜପା ବିଧାୟକ

କୋଲକାତା,୩।୫: ପଶ୍ଚିମବଙ୍ଗର ସାଲତୋରା ନିର୍ବାଚନ ମଣ୍ଡଳୀରୁ ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀ ଚନ୍ଦନା ବାଉରୀଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି। ୩୦ ବର୍ଷୀୟା ଚନ୍ଦନା ତୃଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ସନ୍ତୋଷ କୁମାର ମଣ୍ଡଳଙ୍କୁ ୪୦୦୦ରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି। ଚନ୍ଦନାଙ୍କ ଏହି ବିଜୟୀକୁ ଲୋକେ ସାଧାରଣ ଜନତାଙ୍କ ବିଜୟ ବୋଲି କହୁଛନ୍ତି।

ତିନୋଟି ସନ୍ତାନର ମା’ ଚନ୍ଦନାଙ୍କ ନିକଟରେ କେବଳ ୩୧,୯୮୫ ଟଙ୍କାର ସମ୍ପତ୍ତି ରହିଛି। ତାଙ୍କ ସ୍ବାମୀ ଜଣେ ରାଜମିସ୍ତ୍ରୀ। ଏହି ଦମ୍ପତିଙ୍କ ନିକଟରେ ୩ଟି ଛେଳି ଏବଂ ଗୋଟିଏ ଗାଈ ରହିଛି।

ଏନେଇ ଚନ୍ଦନା କହିଛନ୍ତି, ଯେତେବେଳେ ଟିକେଟ୍‌ ଦେବାକୁ ତାଙ୍କ ନାମ ଘୋଷଣା କରାଗଲା ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ଲୋକ ମୋତେ ନାମାଙ୍କନପତ୍ର ଦାଖଲ କରିବାକୁ ପ୍ରୋତ୍ସାହିତ କରିଥିଲେ। ମାତ୍ର ମୋତେ ଏହା ଜଣା ନ ଥିଲା।

ଚନ୍ଦନାଙ୍କ ବିଜୟରେ ତାଙ୍କ ସମର୍ଥକମାନେ ଖୁସି ବ୍ୟକ୍ତି କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ବିନା କୌଣସି ରାଜନୈତିକ ସଂଯୋଗ ନ ଥାଇ ଜଣେ ସାଧାରଣ ମହିଳା ନିର୍ବାଚନରେ ବିଜୟ ଲାଭ କରିବା ସାଧାରଣ କଥା ନୁହେଁ। ବର୍ତ୍ତମାନ ଚନ୍ଦନାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ସୁଦ୍ଧା ଦିଲ୍ଲୀ ଜିମ୍‌ଖାନା ପରିସର ଦଖଲକୁ ନିଆଯିବ ନାହିଁ

ନୂଆଦିଲ୍ଲୀ,୨୭ା୫: ଔପନିବେଶୀୟ ଯୁଗରୁ ରହିଆସିଥିବା ଦିଲ୍ଲୀ ଜିମ୍‌ଖାନା ପରିସରକୁ କେନ୍ଦ୍ର ସରକାର ଜୁନ୍‌ ୫ ସୁଦ୍ଧା ବଳପୂର୍ବକ ଦଖଲକୁ ନେବେ ନାହିଁ ବୋଲି ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କୁ…

ପରାଜୟ ପରେ ମମତାଙ୍କୁଠୁ ଦୂରୋଉଛନ୍ତି କର୍ମୀ, ଇସ୍ତଫା ଦେଲେ ୧୦୦ କାଉନସିଲର

କୋଲକାତା,୨୭ା୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପରାଜୟ ପରେ ନେତା ଓ କର୍ମୀମାନେ ଦଳରୁ ଦୂରେଇବା ଆରମ୍ଭ କରିଛନ୍ତି। ଏମ୍‌ପି କାକୋଲି…

OAS ପରୀକ୍ଷାରେ କମାଲ୍‌ କଲେ ଦେବଗଡର ପିୟୁଷ: ଦ୍ୱିତୀୟ ପ୍ରଚେଷ୍ଟାରେ ହାସଲ କଲେ ସଫଳତା

ଦେବଗଡ଼, ୨୭।୫(ଶଶାଙ୍କ ଶେଖର ଝାଙ୍କର): ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓସିଏସ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଦେବଗଡ ସହରର ପିୟୁଷ ସାହୁ ୪୦…

ଜୁନ୍‌ ୧ରୁ ଅଗ୍ନିପଥ ଯୋଜନା:ଜାଣନ୍ତୁ କେମିତି କରିବେ ଆବେଦନ

କଟକ,୨୭।୫(କାର୍ତ୍ତିକ ସାହୁ):ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡ୍‌ର ଅନ୍‌ଲାଇନ ସାଧାରଣ ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ ୧ରୁ ୧୨ ତାରିଖ ପର୍ଯ୍ୟନ୍ତ…

ଏପିଆର କନଷ୍ଟେବଳଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ହାଟଡିହୀ/ଛେନାପଦୀ,୨୭l୫(ଶୁଭକାନ୍ତ ନାୟକ/ନିରାକାର ପରିଡା): ଗତ ମାର୍ଚ୍ଚ ମାସ ୩୦ ତାରିଖ ବିଳମ୍ବିତ ରାତିରେ କେନ୍ଦୁଝର ଜିଲା ନନ୍ଦିପଦା ଥାନାର ଜଣେ କାର୍ଯ୍ୟରତ ଏପିଆର କନଷ୍ଟେବଳଙ୍କୁ ଆକ୍ରମଣ ଅଭିଯୋଗରେ…

କନ୍ୟା ଆସିଲେନି, ଫେରିଲେ ୪୨ ବର, ପୂରା ଘଟଣା ଜାଣିଲେ…

ଭୋପାଳ,୨୭ା୫: ବିବାହର ସ୍ବପ୍ନ ଦେଖାଇ ୪୨ଜଣ ଯୁବକଙ୍କଠାରୁ ଟଙ୍କା ଆଦାୟ କଲେ। ଏପରି କି ବିବାହ ପାଇଁ ଦିନ ଏବଂ ସ୍ଥାନ ଧାର୍ଯ୍ୟ କରି ଡକାଇଲେ। ସେହି…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri