କାହାକୁ ଭୁଲରେ ବି କୁହନ୍ତୁ ନାହିଁ ନିଜ ବିଷୟରେ ଏସବୁ କଥା, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ନିଜ ‘ନୀତି ଶାସ୍ତ୍ର’ରେ ମନୁଷ୍ୟ ଜୀବନକୁ ସରଳ ଏବଂ ସଫଳ କରିବା ସହ ଜଡିତ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତିର ଚତୁର୍ଦ୍ଦଶ ଅଧ୍ୟାୟର ୧୭ ତମ ଶ୍ଲୋକରେ ଆଚାର୍ଯ୍ୟ ସେ କହିଛନ୍ତି, ଜଣେ ଜ୍ଞାନୀ ବ୍ୟକ୍ତି ନିଜ ବିଷୟରେ କିଛି କଥା କାହାକୁ କହିବା ଉଚିତ ନୁହେଁ। କାରଣ ଅନ୍ୟକୁ ବ୍ୟକ୍ତିଗତ କଥା କହିଲେ ଅପମାନର ସାମ୍ନା କରିବାକୁ ପଡିପାରେ। ନିଜର ଖରାପ ସମୟରେ ଲୋକଙ୍କ ସମର୍ଥନ ମିଳେନାହିଁ।

> ଔଷଧ ବିଷୟରେ- ଚାଣକ୍ୟଙ୍କ ଅନୁଯାୟୀ, ନିଜର ଔଷଧ ବିଷୟରେ କାହାକୁ କହିବା ଉଚିତ ନୁହେଁ। କେଉଁ ରୋଗ ହୋଇଛି ଏବଂ ଏଥିପାଇଁ କେଉଁ ଔଷଧ ସେବନ କରୁଛ ସେ ନେଇ କାହାକୁ କହିବା ଠିକ୍‌ ନୁହେଁ। କାରଣ ଏହାଦ୍ୱାରା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ ।

> ଘରର କଥା – ଚାଣକ୍ୟଙ୍କ ଅନୁଯାୟୀ, ଆପଣଙ୍କ ଘର ସହ ଜଡ଼ିତ କଥା କାହାକୁ କହିିବା ଉଚିତ ନୁହେଁ। ଯେତେ ବିରକ୍ତ ହୁଅନା କାହିଁକି, ନିଜ ଘରର ଦୋଷ କାହାକୁ କୁହ ନାହିଁ। କାରଣ ଏହାଦ୍ୱାରା ଶତ୍ରୁମାନେ ଏହାର ଲାଭ ଉଠାଇବେ।

> ପରିବାରର ସଦସ୍ୟଙ୍କ ସମ୍ପର୍କରେ କୁଚର୍ଚ୍ଚା – ପରିବାର ସଦସ୍ୟଙ୍କ ପ୍ରତି କଦାପି ମନ୍ଦ ଚର୍ଚ୍ଚା କରିବା ଉଚିତ ନୁହେଁ। ଯଦି ଜଣେ ସଦସ୍ୟଙ୍କ ପାଖରେ କିଛି ଅଭାବ ରହିଛି ତେବେ ସେନେଇ କାହାକୁ କୁହନ୍ତୁ ନାହିଁ। କାରଣ ପରିବାର ବିଷୟରେ କୁଚର୍ଚ୍ଚା କରିବା ଦ୍ୱାରା ପରିବାରର ଉପହାସ ହୁଏ। ଏହାଦ୍ୱାରା ନିଜ ସମ୍ମାନ ହାନି ହୁଏ।

> ସମ୍ଭୋଗ କିମ୍ବା ନିଜ ପ୍ରେମସମ୍ପର୍କ ବିଷୟରେ- ସ୍ବାମୀସ୍ତ୍ରୀ ସେମାନଙ୍କର ବୈବାହିକ ଜୀବନ କିମ୍ବା ସମ୍ପର୍କ ବିଷୟରେ କାହାକୁ କହିବା ଉଚିତ ନୁହେଁ। ସମ୍ଭୋଗ ସମୟରେ ଯଦି କୌଣସି ଭୁଲ ହୋଇଥାଏ, ତେବେ ସେ ବିଷୟରେ ଅନ୍ୟ କାହାକୁ କହିବା ଉଚିତ ନୁହେଁ ।

> ଟଙ୍କା ଏବଂ ମନ୍ତ୍ର – ତୁମର ଧନ ବିଷୟରେ କାହାକୁ କୁହ ନାହିଁ । ଯଦି ତୁମେ କିଛି ମନ୍ତ୍ର ଜପ କର, ଏହାକୁ ତୁମ ମନରେ ରଖିବା ଦ୍ୱାରା ଅଧିକ ପ୍ରଭାବ ପଡ଼ିଥାଏ। ଏହା ବ୍ୟତିତ ମନ୍ଦ ଏବଂ ଅପମାନଜନକ କଥାକୁ ନିଜ ମନରେ ରଖିବା ଭଲ। ଏହି କାରଣରୁ ସମାଜରେ ସମ୍ମାନ ବଜାୟ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri