ମନୁଷ୍ୟକୁ ବରବାଦ କରିପାରେ ଏହି ଛୋଟଛୋଟ ଭୁଲ: ଜାଣନ୍ତୁ କାହିଁକି ଏପରି କହିଛନ୍ତି ଚାଣକ୍ୟ

ଆଜି ବି ବେଶ୍‌ ଲୋକପ୍ରିୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ର। ଏହାକୁ ଭଲ ଭାବେ ବୁଝି ଜୀବନରେ ପ୍ରୟୋଗ କଲେ ଅନେକ ସମସ୍ୟାର ସମାଧାନ ସହଜରେ ହୋଇଯାଇଥାଏ। ନିଜର ନୀତିଶାସ୍ତ୍ରର ଏକ ଶ୍ଳୋକରେ ଚାଣକ୍ୟ ମନୁଷ୍ୟକୁ ବରବାଦ କଲାଭଳି ତଥା ସାରାଜୀବନ କଷ୍ଟ ଦେଲାଭଳି କିଛି ଭୂଲ ବିଷୟରେ ଉଲ୍ଲେଖ କରିଛନ୍ତି।

-ଧାର୍ମିକ କାର୍ଯ୍ୟକୁ ମହତ୍ୱ ଦେଇଛନ୍ତି ଚାଣକ୍ୟ। ସେ କୁହନ୍ତି ମନୁଷ୍ୟ ଯଦି କୌଣସି ଧାର୍ମିକ କାର୍ଯ୍ୟରେ ଭୁଲ କରିଦେଇଥାଏ ତେବେ ତାକୁ ତାହାର ସୁଫଳ ମିଳିବା ପରିବର୍ତ୍ତେ ବିପରିତ ପରିଣାମ ଭୋଗିବାକୁ ପଡ଼ିଥାଏ। ଏଣୁ ଏଭଳି କାର୍ଯ୍ୟ ସତର୍କତାର ସହ କରିବା ଉଚିତ।

– ରୋଗଗ୍ରସ୍ତ ବ୍ୟକ୍ତି ଯଦି ରୋଗରେ ଥାଇ ବି ଭୂଲ ଔଷଧ ସେବନ କରେ ତେବେ ତାର ଜୀବନ ଯାଇପାରେ। ଏଣୁ କୌଣସି ଔଷଧ ସେବନ କରିବା ପୂର୍ବରୁ ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଜାଣିବା ଉଚିତ ବୋଲି କହିଛନ୍ତି।

-ସୁଖୀ ରହିବା ପାଇଁ ମନୁଷ୍ୟ ସାରା ଜୀବନ ଧନସମ୍ପତ୍ତି ଅର୍ଜନ କରିବାରେ ଲାଗିଥାଏ। ହେଲେ ଯଦି ଧନର ସଠିକ୍‌ ବ୍ୟବହାର ବିଷୟରେ ସେ ଅଜ୍ଞ ଥାଏ ତେବେ ସେ କିଛି ଦିନ ମଧ୍ୟରେ ବରବାଦ ହୋଇଯାଏ। ଏଣୁ ଧନ ଖର୍ଚ୍ଚ କରିବା ସମୟରେ ବ୍ୟକ୍ତିଙ୍କୁ ସତର୍କ ରହିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।

-କୌଣସି ବ୍ୟକ୍ତିର ଜୀବନରେ ଗୁରୁଙ୍କ ଭୂମିକା ପ୍ରମୁଖ। ଚାଣକ୍ୟ କୁହନ୍ତି, ମନୁଷ୍ୟ ନିଜ ଗୁରୁଙ୍କ କଥା ନ ମାନିଲେ ଜୀବନରେ ମିଳିବାକୁ ଥିବା ସୁଖରୁ ବଞ୍ଚିତ ରହିଥାଏ।

-ଅଧିକ ଭୋଜନ ଖାଉଥିବା ବ୍ୟକ୍ତି ଜୀବନରେ ସୁଖ ଆସେନାହିଁ। ବରଂ ତାଙ୍କ ଭିତରେ ଦରିଦ୍ରତା ବସା ବାନ୍ଧେ। ଏଣୁ ସେ ଶୀଘ୍ର ବରବାଦ ହୋଇଯାଏ ବୋଲି ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇବ୍ରୋ ଟ୍ରେଣ୍ଡ

ଫ୍ୟାଶନରେ ଅପଡେଟ୍‌ ରହିବାକୁ ସମସ୍ତେ ପସନ୍ଦ କରନ୍ତି। ସେଥିପାଇଁ ସବୁବେଳେ ନୂଆ ନୂଆ ଫ୍ୟାଶନ ଡିଜାଇନ୍‌ ଆପଣେଇବାକୁ ଚାହାନ୍ତି। ଡ୍ରେସ ହେଉ କି ହେୟାର ଷ୍ଟାଇଲ୍‌...

ଚେହେରା ଅନୁସାରେ ଏଭଳି ବାଛନ୍ତୁ ଇୟର୍‌ ରିଂ

ମହିଳାମାନଙ୍କୁ ଆକର୍ଷଣୀୟ ଲୁକ୍‌ ଦେବାରେ ଇୟର୍‌ ରିଂର ମଧ୍ୟ ବିଶେଷ ଭୂମିକା ରହିଥାଏ। ତେବେ ସବୁ ମହିଳାଙ୍କୁ ଯେ ସବୁ ପ୍ରକାରର ଇୟର୍‌ ରିଂ ମାନିବ...

ଉପକାରୀ ଗୁଡ଼

ଗୁଡ ଖାଇଲେ ତାହା ଶରୀରକୁ ଉଷ୍ଣ ରଖିଥାଏ। ଥଣ୍ଡା, କାଶ, କଫଜନିତ ସମସ୍ୟା ସହ ଜଡ଼ିତ କି ? ଯଦି ହଁ, ତେବେ ପ୍ରତିଦିନ ଅଳ୍ପ...

ଲକ୍‌ଡାଉନ୍‌ରେ ବାହାରକୁ ଯାଉଥିଲେ…

କରୋନା ସଂକ୍ରମଣ ପାଇଁ ଏବେ ଗୃହିଣୀମାନେ ବହୁ ଭାବରେ ସତର୍କ । କାହିଁକି ନା ପରିବାର ସଦସ୍ୟଙ୍କୁ ସୁସ୍ଥ ରଖିବା ଦାୟିତ୍ୱ ଅନେକାଂଶରେ ସେମାନଙ୍କର। ତେଣୁ...

ସ୍ମୃତିଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ ମନେ ମନେ ଗାଆନ୍ତୁ ଗୀତ

ବୟସର ମଧ୍ୟବର୍ତ୍ତୀ ସୋପାନରେ ପହଞ୍ଚିବା ପରେ ଶାରୀରିକ ଏବଂ ମାନସିକ ରୂପରେ ଧୀରେ ଧୀରେ ମଣିଷ ଦୁର୍ବଳ ହୋଇପଡ଼େ। ଏସମୟରେ ଅନେକଙ୍କ କ୍ଷେତ୍ରରେ ସ୍ମୃତି ଶକ୍ତି...

ସୂର୍ଯ୍ୟୋପରାଗ: ଗର୍ଭବତୀ ଏହିସବୁ ଦିଗ ପ୍ରତି ଦିଅନ୍ତୁ ଦୃଷ୍ଟି

୨୬ ତାରିଖ ସକାଳେ ଏକ ବିରଳ ସୂର୍ଯ୍ୟୋପରାଗ ସଂଘଠିତ ହେବ। ଏହା ଦକ୍ଷିଣ-ଭାରତର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବାକୁ ଥିବାବେଳେ ଓଡ଼ିଶାରେ ଆଂଶିକ ଭାବେ...

ଅବସାଦ ଦୂର କରିବାର ନୂଆ ଉପାୟ

ଆଜିକାଲି ଅନେକ କେତେକ କାରଣରୁ ଅବସାଦଗ୍ରସ୍ତ ହେଉଛନ୍ତି। କେତେକ କାରଣ ଏଥିପାଇଁ ଦାୟୀ। ହେଲେ ଅବସାଦରୁ ରକ୍ଷା ପାଇବାର ସହଜ ତଥା ସରଳ ଉପାୟ ହାତପାହାନ୍ତାରେ...

ସଜାନ୍ତୁ ରୋଷେଇ ଘର

ଘର ସଜାଇବାକୁ ସମସ୍ତଙ୍କୁ ଭଲ ଲାଗେ। ଦୀପାବଳିରେ ଆପଣ ଘର ସଜାଉଥିଲେ ଏଥିରେ ରୋଷେଇ ଘରକୁ ସାମିଲ କରିବାକୁ ଭୁଲନ୍ତୁ ନାହିଁ.. ଆପଣ ନିଜ କିଚେନକୁ...

Advertisement
Archives

Model This Week