ଚମ୍ପୁଆ ବିଧାନସଭା କ୍ଷେତ୍ର: ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ସ୍ବାଧୀନ ପ୍ରାର୍ଥୀ

ଯୋଡ଼ା,୧୬ା୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଚମ୍ପୁଆ ବିଧାନସଭା କ୍ଷେତ୍ର ୨୦୦୯ଠାରୁ ଚର୍ଚ୍ଚାରେ ରହିଆସିଛି। ଅତୀତରେ କଂଗ୍ରେସର ଗଡ଼ କୁହାଯାଉଥିବା ଏହି ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତୁ ପଟ୍ଟନାୟକ ୨୦୦୯ରେ ଜିତିଥିବା ବେଳେ ୨୦୧୪ରେ ସନାତନ ମହାକୁଡ଼ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟଲାଭ କରି ପତିଆରା ଦେଖାଇଥିଲେ। ୨୦୧୯ରେ ବିଜେଡିରୁ ମୀନାକ୍ଷୀ ମହାନ୍ତ ବିଧାୟକ ହୋଇଥିଲେ।

ଖଣି ଅଞ୍ଚଳ ହୋଇଥିବାରୁ ଏହାକୁ ରାଜ୍ୟର ଅନ୍ୟତମ ଧନୀ ବିଧାନସଭା କ୍ଷେତ୍ର ଭାବେ ଅଭିହିତ କରାଯାଇଥାଏ। ବର୍ତ୍ତମାନ ଆସନ ବିଜେଡି ହାତରେ ଥିବା ବେଳେ ଆଗାମୀ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସରେ ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଲାଣି। ରାଜନୈତିକ ବିଶେଷଜ୍ଞଙ୍କ ମତରେ ଏହି ଆଶାୟୀଙ୍କ ମଧ୍ୟରୁ କେତେକେ ଟିକେଟ ନ ପାଇଲେ ହୁଏତ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନକୁ ଆସିପାରନ୍ତି।

ବର୍ତ୍ତମାନର ସ୍ଥିତି ଦେଖିଲେ ଦୁଇ ପ୍ରମୁଖ ଦଳ ବିଜେଡି, ଭାଜପା ରହିଥିବା ବେଳେ ଏଠାରେ କଂଗ୍ରେସର ସେଭଳି ପ୍ରଭାବ ଥିବା ପରିଲକ୍ଷିତ ହେଉନାହିଁ। ପୂର୍ବତନ କଂଗ୍ରେସ ବିଧାୟକ ଧନୁର୍ଜୟ ସିଦ୍ଧୁ କଂଗ୍ରେସ ଛାଡ଼ି ପ୍ରଥମେ ଭାଜପା ଓ ପରେ ବିଜେଡିକୁ ଡିଆଁ ମାରିଥିଲେ। ସେହିପରି ଏବର ବିଜେଡି ଜିଲା ସଭାପତି ତଥା ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର କଂଗ୍ରେସରୁ ଆସି ବିଜେଡିରେ ମିଶିଛନ୍ତି। ଅନେକ ଟାଣୁଆ ନେତା ବିଜେଡି ମୁହଁା ହୋଇଥିବାରୁ ଦଳରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ଯଦିଓ ଦଳ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତିି ନେଇ ନାହିଁ, ତେଣୁ ଆଶାୟୀ ଯେଝା ବାଟରେ ଭୁବନେଶ୍ୱର ଯାଇ ଟିକେଟ ଲବି କରୁଥିବା ଶୁଣିବାକୁ ମିଳିଛି। ବିଜେଡି ନେତା କୁଶ ଆପଟ, ବିଧାୟିକା ମୀନାକ୍ଷୀ ମହାନ୍ତ, ବଡ଼ବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ, ଖଣି ତଥା ଶିଳ୍ପ ମାଲିକ ଶ୍ରୀନିବାସ ସାହୁ, ଯୋଡ଼ା ଟ୍ରକ୍‌ ମାଲିକ ସଂଘ ସମ୍ପାଦକ ସୁଶାନ୍ତ ବାରିକ, ରମଣୀ ନାଏକ ଏବଂ ଚମ୍ପୁଆ ଏନ୍‌ଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ ପ୍ରମୁଖଙ୍କ ନାମ ଆଶାୟୀ ଭାବେ ରହିଥିବା ଆଲୋଚନା ହେଉଛି। ଏଭଳି ସମୟରେ ଶୁଭଶ୍ରୀ ନାୟକ ନାମ୍ନୀ ଜଣେ ମହିଳା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ପୋଷ୍ଟର ମାରି ଚର୍ଚ୍ଚାକୁ ଆସିଛନ୍ତି। ସେହିପରି ପୂର୍ବତନ ସ୍ବାଧୀନ ବିଧାୟକ ସନାତନ ମହାକୁଡ଼ ସମ୍ବଲପୁର ଓ କେନ୍ଦୁଝରରେ ହୋଇଥିବା କାର୍ଯ୍ୟକ୍ରମକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି। ଏହାକୁ ନେଇ ସନାଙ୍କ ସମର୍ଥକଙ୍କ ମଧ୍ୟରେ ତାଙ୍କ ନେତାଙ୍କ ଟିକେଟ ଆଶା ଉଜ୍ଜୀବିତ କରିଛି। ଆଶାୟୀଙ୍କ ସଂଖ୍ୟା ବଢୁଥିବାରୁ ତାହା ଦଳ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି।

ଗତ ନିର୍ବାଚନରେ ବିଜେଡି ଓ ଭାଜପା ମଧ୍ୟରେ ଭୋଟ ବ୍ୟବଧାନ କମିଥିଲା। ଆସନ୍ତା ନିର୍ବାଚନରେ ଏହି ଦୁଇ ଦଳ ଭିତରେ ଲଢ଼େଇ ହୋଇପାରେ ବୋଲି କୁହାଯାଉଛି। ବିଜେଡି ଭଳି ଭାଜପାରେ ମଧ୍ୟ ଆଶାୟୀ ସଂଖ୍ୟା ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ମୁରଲୀ ଶର୍ମା, ସୁକେଶି ଓରାମ ଓ ଅଗନୁ ଚରଣ ମହାନ୍ତ ପ୍ରମୁଖ ଅଛନ୍ତି। ଅନ୍ୟପକ୍ଷରେ କଂଗ୍ରେସରେ ବିପ୍ଳବ ମିଶ୍ର, ଯଦୁମଣି ବାରିକ, ସରୋଜ ଓରାମ, ଗୁରୁ ବକ୍ସସିଂ ଆହଲୁୱାଲିଆ ପ୍ରମୁଖ ଆଶାୟୀ ଅଛନ୍ତି।

ବିଜୁ ଜନତା ଦଳ ସ୍ବାସ୍ଥ୍ୟ ବୀମା, ୫-ଟି ଜରିଆରେ ହୋଇଥିବା ବିକାଶକୁ ନେଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଥିବା ବେଳେ ଖଣି, ଶିଳ୍ପ ସମୃଦ୍ଧ ଅଞ୍ଚଳରେ ଯୁବତୀଯୁବକଙ୍କ ବେରୋଜଗାର ସମସ୍ୟା, ଅତୀତରେ ଏଠାରେ ଘୋଷଣା କରାଯାଇଥିବା ନୂଆ ବସ୍‌ଷ୍ଟାଣ୍ଡ ଓ ହସ୍ପିଟାଲର ଉନ୍ନତୀକରଣ ଉପରେ ଭୋଟର ପ୍ରଶ୍ନ କରୁଛନ୍ତି। ସେହିପରି ଭାଜପା ପକ୍ଷରୁ ରାମ ମନ୍ଦିର, ମୋଦିଙ୍କ ଗ୍ୟାରେଣ୍ଟି ବିଷୟରେ କୁହାଯାଇ ଭୋଟରଙ୍କୁ ବିଶ୍ୱାସକୁ ଆଣିବା ଲାଗି ଚେଷ୍ଟା କରାଯାଉଥିଲେ ମଧ୍ୟ ଲୋକେ ସ୍ଥାନୀୟ ଅଞ୍ଚଳର ସମସ୍ୟାଗୁଡ଼ିକୁ ନେତାମାନଙ୍କୁ ଦର୍ଶାଉଛନ୍ତି। ଏଥିରେ ମୁଖ୍ୟତଃ ଯାତ୍ରୀବାହୀ ରେଳଗାଡ଼ିର ଅଭାବ ଓ ଅଧାପନ୍ତରିଆ ଜାତୀୟ ରାଜପଥ ଆଦିି ରହିଛି।

ଚମ୍ପୁଆ ରାଜନୀତିରେ ସବୁବେଳେ ସ୍ବାଧୀନ ପ୍ରାର୍ଥୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଭତ୍ତା ଦେଇ ଭୋଟରଙ୍କୁ ଆକୃଷ୍ଟ କରିବା ହେଉ ବା ସିନେମା ଜଗତର ନାମୀଦାମୀ କଳାକାରଙ୍କୁ ଆଣି ଏଠାରେ ଭୋଟରଙ୍କୁ ଆକୃଷ୍ଟ କରିବାର ଦୃଶ୍ୟ ଅତୀତରେ ବାରମ୍ବାର ଦେଖିବାକୁ ମିଳିଛି। ଯଦି ୨୦୦୦ ମସିହାରୁ ଦେଖାଯାଏ ଚମ୍ପୁଆ ନିର୍ବାଚନମଣ୍ଡଳୀରେ ଜଣେ ନେତା ଦୁଇ ଥର ଜିତିଥିବାର ନଜିର ନାହିଁ। ତେଣୁ ୨୦୨୪ ସାଧାରଣ ନିର୍ବାଚନରେ କିଏ କେଉଁ ଦଳରୁ ପ୍ରାର୍ଥୀ ହୋଇ ଜିତାପଟ ମାରୁଛନ୍ତି, ତାହାକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

୨୦୨୬ରେ ବନ୍ଦ ହୋଇଯିବ ଏସବୁ ସରକାରୀ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ସରକାର ଏବେ ସାର୍ୱଜନୀନ କ୍ଷେତ୍ର ବ୍ୟାଙ୍କ (PSU ବ୍ୟାଙ୍କ)ର ପ୍ରତିଛବି ଏବଂ ଭାଗ୍ୟ ଉଭୟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ,...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri