Champions Trophy 2025: PCBକୁ ଆଉ ଏକ ବଡ଼ ଝଟ୍‌କା, ଏବେ ପାକିସ୍ତାନ ଯିବାକୁ ସଫା ସଫା ମନା କରିଦେଲେ…

ନୂଆଦିଲ୍ଲୀ,୫।୨: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଅମ୍ପାୟାର ନୀତିନ ମେନନ ପାକିସ୍ତାନ ଯିବାକୁ ମନା କରିଦେଇଛନ୍ତି। ରିପୋର୍ଟ ଅନୁସାରେ, ICC ପ୍ୟାନେଲରେ ସାମିଲ ଏହି ଅମ୍ପାୟାର ପାକିସ୍ତାନ ଯାଉନାହାନ୍ତି। ପୂର୍ବରୁ ଭାରତୀୟ ଦଳ ମଧ୍ୟ ପାକିସ୍ତାନ ଯିବାକୁ ମନା କରିଦେଇଥିଲା। ଏବେ ଭାରତୀୟ ଅମ୍ପାୟାର ନୀତିନ ମେନନ ମଧ୍ୟ ଏହି ନିଷ୍ପତ୍ତି ନେଇ ପିସିବିକୁ ବଡ଼ ଝଟ୍‌କା ଦେଇଛନ୍ତି। ଏହି କାରଣରୁ ଚାମ୍ପିଅନ୍ସ ଟ୍ରଫି ପାଇଁ ଜାରି ହୋଇଥିବା ଅମ୍ପାୟାରଙ୍କ ତାଲିକାରେ ନୀତିନଙ୍କ ନାମ ନାହିଁ।

ଚାମ୍ପିଅନ୍ସ ଟ୍ରଫିରେ କୁମାର ଧର୍ମସେନା, କ୍ରିସ ଗାଫନି, ମାଇକେଲ ଗଫ୍‌, ଆଡ୍ରିଆନ ହୋଲ୍ଡଷ୍ଟକ୍‌, ରିଚାର୍ଡ ଇଲିଙ୍ଗୱର୍ଥ, ରିଚାର୍ଡ କେଟଲ୍‌ବ୍ରୋ, ଏହସାନ୍‌ ରାଜା, ପଲ୍‌ ରାଇଫଲ, ଶରାଫୁଦ୍ଦୌଲା ଇବ୍ନେ ଶାହିଦ, ରଡ୍‌ନି ଟକର୍‌, ଆଲେକ୍ସ ୱାର୍ଫ, ଜୋଏଲ ୱିଲସନ ପ୍ରମୁଖ ଅମ୍ପାୟାରିଂ କରିବେ।

ବଡ଼ ଖବର ହେଉଛି ଯେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଏବଂ ଅଭିଜ୍ଞ ICC ମ୍ୟାଚ୍‌ ରେଫ୍‌ରି ଜାଭାଗଲ ଶ୍ରୀନାଥ ମଧ୍ୟ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ପଡ଼ିଛନ୍ତି। ତାଙ୍କୁ ମଧ୍ୟ ମ୍ୟାଚ୍‌ ରେଫରିଙ୍କ ପ୍ୟାନେଲରେ ସୁଯୋଗ ମିଳିନାହିଁ। ଚାମ୍ପିଅନ୍ସ ଟ୍ରଫି ସମୟରେ ଡେଭିଡ ବୁନ, ଆଣ୍ଡ୍ରୁ ପାଇକ୍ରଫ୍ଟ ଏବଂ ରଞ୍ଜନ ମାଦୁଗାଲେ ମ୍ୟାଚ୍‌ ରେଫରି ହେବେ।

ନୀତିନ ମେନନ ୪୦ଟି ଟେଷ୍ଟ ମ୍ୟାଚରେ ଅମ୍ପାୟାରିଂ କରିଛନ୍ତି, ଯେଉଁଥିରେ ସେ ୩୦ ଥର ଫିଲ୍ଡ ଅମ୍ପାୟାର ଏବଂ ୧୦ ଥର ଟିଭି ଅମ୍ପାୟାର ଥିଲେ। ସେ ୭୫ଟି ODI ମ୍ୟାଚ୍‌ରେ ଅମ୍ପାୟାରିଂ କରିଛନ୍ତି। ଯେତେବେଳେ ଟି-୨୦ରେ ମଧ୍ୟ ସେ ୭୫ଟି ମ୍ୟାଚ ରେ ଅମ୍ପାୟାରିଂ କରିଛନ୍ତି। ସେ ୧୩ଟି ମହିଳା ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଅମ୍ପାୟାରିଂ ମଧ୍ୟ କରିଛନ୍ତି। ଜାଭଗଲ ଶ୍ରୀନାଥଙ୍କର ମ୍ୟାଚ୍‌ ରେଫରି ଭାବରେ ଏକ ଲମ୍ବା କ୍ୟାରିୟର ଅଛି। ଏହି କିମ୍ବଦନ୍ତୀ ୭୯ ଟେଷ୍ଟ ଏବଂ ୨୭୨ ଦିନିକିଆରେ ମ୍ୟାଚ୍‌ ରେଫରି ରହିସାରିଛନ୍ତି। ଏହା ବ୍ୟତୀତ ସେ ୧୩୬ ଟି-୨୦ ମ୍ୟାଚ୍‌ରେ ମଧ୍ୟ ଏହା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

ମେସିଙ୍କ ୭୦ଫୁଟ୍‌ର ପ୍ରତିମୂର୍ତ୍ତି ଉନ୍ମୋଚିତ

କୋଲକାତା, ୧୩ା୧୨: ଶନିବାର କୋଲକାତାର ଲେକ୍‌ ସହର ଅନ୍ତର୍ଗତ ଶ୍ରୀଭୂମି ସ୍ପୋର୍ଟିଂ କ୍ଲବ ପରିସରରେ ଷ୍ଟାର ଫୁଟ୍‌ବଲର ଲାୟୋନେଲ ମେସି ତାଙ୍କର ଏକ ୭୦ଫୁଟ୍‌ ଉଚ୍ଚତା...

ଓଲଟିଗଲା ବାଜି, ୪୦ ବର୍ଷ ପୁରୁଣା ବାମ ଗଡ଼କୁ ଭାଙ୍ଗିଲା ଭାଜପା

ତିରୁଭାନନ୍ତପୁରମ,୧୩।୧୨: କେରଳର ନଗର ନିଗମ ନିର୍ବାଚନରେ ତିରୁଭାନନ୍ତପୁରମ ନଗର ନିଗମରେ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ଐତିହାସିକ ବିଜୟ ହାସଲ କରିଛି। ଚାରି ଦଶନ୍ଧି...

ସରକାରୀ ଜମି ଛାଡିଲେ ନାହିଁ : ଜିଦ୍‌ରେ ଅଟଳ ଅନକ ଡୁଙ୍ଗୁରୁ ଗ୍ରାମବାସୀ, ଲାଗିଲା ୧୬୩ ଧାରା

ମୋହନା,୧୩।୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନକଡୁଙ୍ଗୁରୁ ଗାଁ ନିକଟରେଥିବା ବିବାଦୀୟ ସରକାରୀ ଜମିରେ ଲାଗିଲା ବିଏନ୍‌ଏସ୍‌ ଧାରା ୧୬୩ । କିଛିଦିନ ହେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri