Posted inଜାତୀୟ

ଚମ୍ପାଇ ସୋରେନଙ୍କ ଅଲଗା ପାର୍ଟି କରିବା ଦ୍ୱାରା ଭାଜପାକୁ ବଡ଼ ଫାଇଦା! ଝାଡଖଣ୍ଡ ନିର୍ବାଚନରେ ୧୪ସିଟ୍‌ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ଗତ ୩ଦିନ ଧରି ଏକ ବିଳାସପୂର୍ଣ୍ଣ ହୋଟେଲରେ କ୍ୟାମେରା ୟୁନିଟ୍ସ ପ୍ରସ୍ତୁତ ଅଛନ୍ତି। ସମସ୍ତେ ଝାଡଖଣ୍ଡର ପୂର୍ବତନ ସିଏମ ଚମ୍ପାଇ ସୋରେନଙ୍କ ଏକ ଝଲକକୁ ନିଜ କ୍ୟାମେରାରେ କଏଦ କରିବାକୁ ଚାହୁଁଛନ୍ତି। ଆଶା କରାଯାଉଥିଲା କି, କେନ୍ଦ୍ରୀୟ ଗୃହମନ୍ତ୍ରୀ ଓ ଭାଜପା ଶୀର୍ଷ ନେତୃତ୍ୱଙ୍କ ସହିତ ତାଙ୍କର ବୈଠକ ହେବ। କିନ୍ତୁ ଚମ୍ପାଇ ସୋରେନ ଭାଜପାର କୌଣସି ଶୀର୍ଷ ନେତୃତ୍ୱଙ୍କ ସହ ବୈଠକ ନ କରି ଦିଲ୍ଲୀ ଚାଲି ଯାଇଥିଲେ। ଆଉ ଏମିତି ବି କୁହାଯାଇପାରେ କି, ତାଙ୍କର କୌଣସି ବୈଠକକୁ ସାର୍ବଜନୀକ ରୂପେ ଚର୍ଚ୍ଚା ହୋଇ ନ ଥିଲା।

ଚମ୍ପାଇ ସୋରେନ ଝାଡଖଣ୍ଡର ନିଜ ନିର୍ବାଚନମଣ୍ଡଳୀ ସରାୟକେଲା ପହଞ୍ଚିବା ପରେ ନୂଆ ରାଜନୈତିକ ପାର୍ଟି କରିବାର ଘୋଷଣା କରିଥିଲେ। ଏଥିସହ ସେ ଏହି ରାଜନୈତିକ ଯାତ୍ରାରେ ଯେକୌଣସି ରାଜନୈତିକ ପାର୍ଟି ସହ ହାତ ମିଳାଇବେ ବୋଲି କହିଥିଲେ।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଝାଡଖଣ୍ଡର ପୂର୍ବ ସିଏମ ଖୁବ୍‌ଶୀଘ୍ର ନିଜର ମେଣ୍ଟ ସରକାର ଗଠନ କରିବାକୁ ଯାଉଛନ୍ତି। ଚମ୍ପାଇ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ଫେରିବାର ଆଉ କୌଣସି ବାଟ ଦିଶୁନାହିଁ। କୁହାଯାଉଛି କି, ଜେଏମଏମର ଶୀର୍ଷ ନେତା ଏବେ ଚମ୍ପାଇଙ୍କ ଶତ୍ରୁ ହୋଇଯାଇଛନ୍ତି। ହେଲେ ସେ ନିଜର ନୂଆ ଦଳ ପାଇଁ ଜେଏମଏମକୁ ଭାଙ୍ଗିବେ ନାହିଁ। ଏହାପରେ ବି, ଜେଏମଏମର କିଛି ନେତା ଚମ୍ପାଇଙ୍କ ସହ ଯୋଗାଯୋଗରେ ଅଛନ୍ତି। ଦାଗୀ ବିଧାୟକ ଚମରା ଲିଣ୍ଡାଙ୍କ ପରି ନେତା ନୂଆ ଦଳରେ ଯୋଗ ଦେଇ ପାରନ୍ତି।

ତେବେ ଚମ୍ପାଇଙ୍କ ଏହି ନିଷ୍ପତ୍ତି ପରେ କୁହାଯାଉଛି ଯେ, ଏହି ମାମଲାରେ ଭାଜପା ପାଇଁ ସବୁଠାରୁ ଭଲ ବିକଳ୍ପ କ’ଣ? ଝାଡଖଣ୍ଡର ପୂର୍ବତନ ସିଏମଙ୍କୁ ଭାଜପାରେ ସାମିଲ୍‌ କରିବା ନା ନୂଆ ସଂଗଠନ ତିଆରି କରିବା? ଚର୍ଚ୍ଚା ହେଉଛି କି, ଚମ୍ପାଇଙ୍କ ନେତୃତ୍ୱରେ ନୂଆ ରାଜନୈତିକ ସଂଗଠନ ଗଠନ ହେବା ପରେ ଭାଜପାକୁ ଫାଇଦା ମିଳିବ। ଭାଜପା ୨୦୨୪ରେ ଝାଡଖଣ୍ଡ ନିର୍ବାଚନରେ ନୂଆ ଦଳ ସହ ମେଣ୍ଟ ଗଠନ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri