Posted inଖେଳ

ଭାରତ ପାଇଁ ହେବ କଡ଼ା ଚ୍ୟାଲେଞ୍ଜ: ଚହଲ, ଓ୍ବାଶିଂଟନଙ୍କୁ ମିଳିପାରେ ସୁଯୋଗ

ପୁଣେ,୨୭।୩: ଇଂଲଣ୍ଡ ବିପକ୍ଷ ଦିନକିଆ ସିରିଜ ଜିତିବା ନେଇ ଏବେ ଭାରତ ଆଗରେ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୧-୧ ବରାବର ସ୍ଥିତିରେ ରହିଛି। ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ(ଏମ୍‌ସିଏ)ଗ୍ରାଉଣ୍ଡରେ ରବିବାର ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଟେଷ୍ଟ ଓ ଟି୨୦ ସିରିଜ ବିଜୟ ପରେ ଦିନିକିଆ ଶୃଙ୍ଖଳା ଜିତିଲେ ଭାରତ ହ୍ୟାଟ୍ରିକ ଅର୍ଜନ କରିବ। ପ୍ରଥମ ମ୍ୟାଚ୍‌ର ପରାଜୟ ପରେ ପ୍ରତ୍ୟାବର୍ତ୍ତନ କରି ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ଜିତି ଭାରତକୁ କଡ଼ା ଜବାବ ଦେଇଛି। ଦ୍ୱିତୀୟ ମ୍ୟାଚ୍‌ର ବ୍ୟାଟିଂ ଉଇକେଟରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ୨୦ଟି ଛକା ମାରି ୩୩୭ ରନର ଟାର୍ଗେଟକୁ ଅତି ସହଜରେ ପୂରଣ କରିଥିଲେ। ଦୁଇ ସ୍ପିନର କୁଲଦୀପ ଯାଦବ ଏବଂ କ୍ରୁନାଲ ପାଣ୍ଡ୍ୟା ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଅନ୍ତିମ ମ୍ୟାଚ୍‌ରେ ଏହି ଦୁଇ ଖେଳାଳିଙ୍କ ବଦଳରେ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ଓ୍ବାଶିଂଟନ ସୁନ୍ଦରଙ୍କୁ ଖେଳାଯାଇପାରେ। ସୁନ୍ଦର ଭଲ ବୋଲିଂ କରିବା ସହ ବ୍ୟାଟିଂରେ ମଧ୍ୟ ଦମ୍‌ ଦେଖାଇବାରେ କ୍ଷମତା ରଖନ୍ତି। ଚହଲ ଏବେ ଶ୍ରେଷ୍ଠ ଫର୍ମରେ ନ ଥିଲେ ମଧ୍ୟ ବର୍ତ୍ତମାନର ସ୍ଥିତିରେ ତାଙ୍କୁ ଅଣଦେଖା କରି ହେବନାହିଁ। ବ୍ୟାଟିଂ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ୩୩୭ ରନ ଆଦୌ କମ ନ ଥିଲା ବୋଲି କୁହାଯାଇପାରେ। ଭାରତ ଏବେ ଇନିଂସ ତିଆରି କରିବାରେ ରଣନୀତିରେ ପରିବର୍ତ୍ତନ କରିବ। ଗତ ମ୍ୟାଚ୍‌ରେ ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ଚାମ୍ପିୟନ ଭଳି ଖେଳିଥିଲା। ଅବଶ୍ୟ ଏହି ଟ୍ରାକରେ ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ପାଓ୍ବାର-ହିଟିଂ କ୍ଷମତା ବଳରେ ବିସ୍ଫୋରକ ବ୍ୟାଟିଂ କରିବାକୁ ସକ୍ଷମ ହୋଇଥିଲେ। କ୍ରମାଗତ ଦୁଇଟି ଇନିଂସରେ କୋହଲି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଦୀର୍ଘଦିନ ଧରି ଶତକ ହାସଲ କରି ନ ଥିବାରୁ ସେ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିବାର ଆବଶ୍ୟକତା ରହିଛି। ତେବେ ରେକର୍ଡ କିମ୍ବା ମାଇଲଖୁଣ୍ଟ ଅତିକ୍ରମ କରିବା ମୋର ଲକ୍ଷ ନୁହେଁ ବୋଲି କୋହଲି ସ୍ପଷ୍ଟ କରିଛନ୍ତି। ଶତକ ହାସଲ କରିବାକୁ କେବେବି କ୍ୟାରିୟରରେ ପ୍ରୟାସ କରିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଶେଷଥର ପାଇଁ କୋହଲି ଦିନିକିଆରେ ୨୦୧୯ ଅଗଷ୍ଟରେ ଶତକ ଅର୍ଜନ କରିଥିଲେ। ବ୍ୟକ୍ତିଗତ ଭାବେ ଶତକ ହାସଲ କରିବା ଅପେକ୍ଷା ଦଳ ଜିତିବା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି କୋହଲି କହିଛନ୍ତି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଫିନିଶର ଭୂମିକାରେ ତାଙ୍କର ପ୍ରଦଶର୍ନ ଜାରି ରଖିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ଏ ନେଇ କେତୋଟି ପ୍ରଶ୍ନ ରହିଛି। ଗତ ଟି୨୦ ସିରିଜରେ ସେ କିଛି ଓଭର ବୋଲିଂ କରୁଥିବାର ଦେଖାଯାଇଥିଲା। ସେହିପରି ଦିନିକିଆରେ ସେ ବୋଲିଂ କରିବାର ଆବଶ୍ୟକତା ରହିଛି। ଦ୍ରୁତ ବୋଲିଂରେ ଶାର୍ଦ୍ଦୁଳ ଠାକୁରଙ୍କ ବିଶ୍ରାମ ଦିଆଗଲେ ଭୁବନେଶ୍ୱର କୁମାର, ୟର୍କର ସ୍ପେଶାଲିଷ୍ଟ ଟି. ନଟ୍‌ରାଜନ ଦାୟିତ୍ୱରେ ରହିବେ। ସେହିପରି ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ମଧ୍ୟରୁ ଜଣକୁ ସୁଯୋଗ ମିଳିବ। ଅପରପକ୍ଷରେ ବିଜୟ ହାସଲ ପରେ ଇଂଲଣ୍ଡର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ବେନ୍‌ ଷ୍ଟୋକ୍ସ ଫର୍ମକୁ ଫେରିବା ଦଳ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ରବିବାର ଆୟୋଜନ ହେବାକୁ ଥିବା ଏହି ମ୍ୟାଚ୍‌ ରୋମାଞ୍ଚକ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ସିରିଜ: ୩-୦ରେ ଇଂଲଣ୍ଡର କ୍ଲିନ୍‌ ସୁଇପ୍‌

କେପ୍‌ଟାଉନ,୩।୧୨(ଏପି): ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡ ୯ ଉଇକେଟରେ ବିଜୟ...

ବିଶ୍ୱ ବ୍ୟାଡମିଣ୍ଟନ୍‌ ର଼୍ୟାଙ୍କିଙ୍ଗ୍‌: ନବମସ୍ଥାନକୁ ଉଠିଲେ ରାଙ୍କିରେଡ୍ଡୀ- ସେଟ୍ଟୀ

ନୂଆଦିଲ୍ଲୀ,୭।୮(ପି.ଟି.)- ସଦ୍ୟ ପ୍ରକାଶିତ ବିଶ୍ୱ ବ୍ୟାଡିମିଣ୍ଟନ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ତିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଉନ୍ନତି କରିଛନ୍ତି। ଡବଲ୍ସ ର଼୍ୟାଙ୍କିଙ୍ଗ୍‌ରେ...

ମ୍ୟାଚ୍‌ ହାରିବା ପରେ ଏମିତି କରି ସମସ୍ତଙ୍କ ହୃଦୟ ଜିତିଲେ ଜାଡେଜା

ଶାରଜା,୧୮।୧୯: ଆଇପିଏଲ ୨୦୨୦ର ଏକ ମ୍ୟାଚ୍‌ରେ ଦିଲ୍ଲୀ ଡେୟାର ଡେଭିଲ୍ସ ଓପନର୍‌ ଶିଖର ଧାଓ୍ବନଙ୍କ ଶତକ ବଳରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ୫ ଉଇକେଟ୍‌ରେ ପରାସ୍ତ...

ଇଣ୍ଡିଆନ ସୁପର ଲିଗ୍‌ : ଗୋଆରେ ପହଁଚିଲେ ଖେଳାଳି

ମାରଗାଓ, ୧୩ା୧୦ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫୁଟ୍‌ବଲ ଟୁର୍ନାମେଣ୍ଟ ଖେଳିବା ଲାଗି ଅଧିକାଂଶ ଘରୋଇ ଖେଳାଳି ଗୋଆରେ ପହଞ୍ଚତ୍ସାରିଲେଣି। ଆସନ୍ତା ମାସରେ କୋଭିଡ୍‌-୧୯...

ଅଷ୍ଟ୍ରେଲିଆ ସମୀକ୍ଷକଙ୍କ ବଡ଼ ଭୁଲ: ସିରାଜଙ୍କ ପରିବର୍ତ୍ତେ ନବଦିପଙ୍କ ପିତାଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି

ସିଡନୀ, ୨୭।୧୧: କରୋନା ମହାମାରି ମଧ୍ୟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ୍‌ ଶୁକ୍ରାବରଠାରୁ ଆରମ୍ଭ ହୋଇଯାଇଛି। ଦୀର୍ଘ ୯ ମାସ ପରେ...

ଓପନରେ ଆୟୁଷ, ବାଳିକାରେ ଜ୍ୟୋତିକା ଅଗ୍ରଣୀ

କଟକ ଅଫିସ,୧୪ା୭-ପୂର୍ବତଟ ରେଳପଥ ପ୍ରତିଷ୍ଠାନ ପରିସରରେ ଚାଲିଥିବା ରାଜ୍ୟ ୯ ବର୍ଷରୁ କମ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଶନିବାର ୪ ରାଉଣ୍ଡ ଖେଳ ଶେଷ ହୋଇଛି। ଓପନ୍‌...

‘ହକିକୁ କ୍ୟାରିୟର କରିଥିବାରୁ ଗର୍ବ ଲାଗୁଛି’

ଭୁବନେଶ୍ୱର, ୧୯।୧ (ତପନ ସ୍ବାଇଁ): ”ଭାରତ ଏବଂ ଓଡ଼ିଶାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ହେଉଛି ହକି ବିଶ୍ୱକପ୍‌। ଏଥିପାଇଁ ସମଗ୍ର ଓଡ଼ିଶାରେ ଉତ୍ସବର ପରିସ୍ଥିତି...

ଭାରତର ଜିମ୍ବାଓ୍ବେ ଟୁର୍‌ ମଧ୍ୟ ସ୍ଥଗିତ

ନୂଆଦିଲ୍ଲୀ, ୧୩ା୬ (ପି.ଟି.)-କୋଭିଡ୍‌-୧୯ ଯୋଗୁ ଅଗଷ୍ଟରେ ହେବାକୁଥିବା ଭାରତୀୟ କ୍ରିକେଟ ଦଳର ଜିମ୍ବାଓ୍ବେ ଟୁର୍‌କୁ ଶୁକ୍ରବାର ସ୍ଥଗିତ ରଖିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)।...

Advertisement
Archives

Model This Week