Posted inଖେଳ

ଭାରତ ପାଇଁ ହେବ କଡ଼ା ଚ୍ୟାଲେଞ୍ଜ: ଚହଲ, ଓ୍ବାଶିଂଟନଙ୍କୁ ମିଳିପାରେ ସୁଯୋଗ

ପୁଣେ,୨୭।୩: ଇଂଲଣ୍ଡ ବିପକ୍ଷ ଦିନକିଆ ସିରିଜ ଜିତିବା ନେଇ ଏବେ ଭାରତ ଆଗରେ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୧-୧ ବରାବର ସ୍ଥିତିରେ ରହିଛି। ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ(ଏମ୍‌ସିଏ)ଗ୍ରାଉଣ୍ଡରେ ରବିବାର ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଟେଷ୍ଟ ଓ ଟି୨୦ ସିରିଜ ବିଜୟ ପରେ ଦିନିକିଆ ଶୃଙ୍ଖଳା ଜିତିଲେ ଭାରତ ହ୍ୟାଟ୍ରିକ ଅର୍ଜନ କରିବ। ପ୍ରଥମ ମ୍ୟାଚ୍‌ର ପରାଜୟ ପରେ ପ୍ରତ୍ୟାବର୍ତ୍ତନ କରି ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ଜିତି ଭାରତକୁ କଡ଼ା ଜବାବ ଦେଇଛି। ଦ୍ୱିତୀୟ ମ୍ୟାଚ୍‌ର ବ୍ୟାଟିଂ ଉଇକେଟରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ୨୦ଟି ଛକା ମାରି ୩୩୭ ରନର ଟାର୍ଗେଟକୁ ଅତି ସହଜରେ ପୂରଣ କରିଥିଲେ। ଦୁଇ ସ୍ପିନର କୁଲଦୀପ ଯାଦବ ଏବଂ କ୍ରୁନାଲ ପାଣ୍ଡ୍ୟା ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଅନ୍ତିମ ମ୍ୟାଚ୍‌ରେ ଏହି ଦୁଇ ଖେଳାଳିଙ୍କ ବଦଳରେ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ଓ୍ବାଶିଂଟନ ସୁନ୍ଦରଙ୍କୁ ଖେଳାଯାଇପାରେ। ସୁନ୍ଦର ଭଲ ବୋଲିଂ କରିବା ସହ ବ୍ୟାଟିଂରେ ମଧ୍ୟ ଦମ୍‌ ଦେଖାଇବାରେ କ୍ଷମତା ରଖନ୍ତି। ଚହଲ ଏବେ ଶ୍ରେଷ୍ଠ ଫର୍ମରେ ନ ଥିଲେ ମଧ୍ୟ ବର୍ତ୍ତମାନର ସ୍ଥିତିରେ ତାଙ୍କୁ ଅଣଦେଖା କରି ହେବନାହିଁ। ବ୍ୟାଟିଂ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ୩୩୭ ରନ ଆଦୌ କମ ନ ଥିଲା ବୋଲି କୁହାଯାଇପାରେ। ଭାରତ ଏବେ ଇନିଂସ ତିଆରି କରିବାରେ ରଣନୀତିରେ ପରିବର୍ତ୍ତନ କରିବ। ଗତ ମ୍ୟାଚ୍‌ରେ ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ଚାମ୍ପିୟନ ଭଳି ଖେଳିଥିଲା। ଅବଶ୍ୟ ଏହି ଟ୍ରାକରେ ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ପାଓ୍ବାର-ହିଟିଂ କ୍ଷମତା ବଳରେ ବିସ୍ଫୋରକ ବ୍ୟାଟିଂ କରିବାକୁ ସକ୍ଷମ ହୋଇଥିଲେ। କ୍ରମାଗତ ଦୁଇଟି ଇନିଂସରେ କୋହଲି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଦୀର୍ଘଦିନ ଧରି ଶତକ ହାସଲ କରି ନ ଥିବାରୁ ସେ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିବାର ଆବଶ୍ୟକତା ରହିଛି। ତେବେ ରେକର୍ଡ କିମ୍ବା ମାଇଲଖୁଣ୍ଟ ଅତିକ୍ରମ କରିବା ମୋର ଲକ୍ଷ ନୁହେଁ ବୋଲି କୋହଲି ସ୍ପଷ୍ଟ କରିଛନ୍ତି। ଶତକ ହାସଲ କରିବାକୁ କେବେବି କ୍ୟାରିୟରରେ ପ୍ରୟାସ କରିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଶେଷଥର ପାଇଁ କୋହଲି ଦିନିକିଆରେ ୨୦୧୯ ଅଗଷ୍ଟରେ ଶତକ ଅର୍ଜନ କରିଥିଲେ। ବ୍ୟକ୍ତିଗତ ଭାବେ ଶତକ ହାସଲ କରିବା ଅପେକ୍ଷା ଦଳ ଜିତିବା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି କୋହଲି କହିଛନ୍ତି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଫିନିଶର ଭୂମିକାରେ ତାଙ୍କର ପ୍ରଦଶର୍ନ ଜାରି ରଖିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ଏ ନେଇ କେତୋଟି ପ୍ରଶ୍ନ ରହିଛି। ଗତ ଟି୨୦ ସିରିଜରେ ସେ କିଛି ଓଭର ବୋଲିଂ କରୁଥିବାର ଦେଖାଯାଇଥିଲା। ସେହିପରି ଦିନିକିଆରେ ସେ ବୋଲିଂ କରିବାର ଆବଶ୍ୟକତା ରହିଛି। ଦ୍ରୁତ ବୋଲିଂରେ ଶାର୍ଦ୍ଦୁଳ ଠାକୁରଙ୍କ ବିଶ୍ରାମ ଦିଆଗଲେ ଭୁବନେଶ୍ୱର କୁମାର, ୟର୍କର ସ୍ପେଶାଲିଷ୍ଟ ଟି. ନଟ୍‌ରାଜନ ଦାୟିତ୍ୱରେ ରହିବେ। ସେହିପରି ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ମଧ୍ୟରୁ ଜଣକୁ ସୁଯୋଗ ମିଳିବ। ଅପରପକ୍ଷରେ ବିଜୟ ହାସଲ ପରେ ଇଂଲଣ୍ଡର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ବେନ୍‌ ଷ୍ଟୋକ୍ସ ଫର୍ମକୁ ଫେରିବା ଦଳ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ରବିବାର ଆୟୋଜନ ହେବାକୁ ଥିବା ଏହି ମ୍ୟାଚ୍‌ ରୋମାଞ୍ଚକ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri