‘ଚ୍ୟାଲେଞ୍ଜ’

ସଫଳତା ମାର୍ଗରେ ‘ଚ୍ୟାଲେଞ୍ଜ’ ହେଉଛି ଏମିତି ଏକ ବାଧକ, ଯାହାକୁ ଡରି କେହି କେହି ସମ୍ପୂର୍ଣ୍ଣ ଓହରି ଯାଇ ଲକ୍ଷ୍ୟଚ୍ୟୁତ ହୋଇଯାଆନ୍ତି ତ ଆଉ କାହା ପାଇଁ ଏହା ହିଁ ପାଲଟେ ଦୃଢ଼ ମନୋବଳ ରଖି ସଫଳତାର ଶୀର୍ଷରେ ପହଞ୍ଚତ୍ବାର ଚାବିକାଠି। ତେବେ ମଣିଷର ମାନସିକତାକୁ ନେଇ ଏହାର ପରିଭାଷା କାହା ପାଇଁ କେମିତି…

ଜୀବନର ପ୍ରତିଟି ସମୟରେ ମଣିଷକୁ ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସଫଳତା ପାଇବାକୁ ହେଲେ ଅନେକ ଚ୍ୟାଲେଞ୍ଜର ବି ସାମ୍‌ନା କରିବାକୁ ବି ପଡ଼େ। ହେଲେ ଯିଏ ଏହି ଚ୍ୟାଲେଞ୍ଜକୁ ଡରିଯାଏ ସେ ହାରିଯାଏ ଏବଂ ଯିଏ ଏହାକୁ ଜୀବନର ଏକ ପରୀକ୍ଷା ଭାବେ ଗ୍ରହଣ କରି ଉଦ୍ୟମ ଜାରି ରଖେ, ସେ ହିଁ ସଫଳତାର ସ୍ବାଦ ଚାଖିପାରେ। ତେଣୁ କୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ଲାଗି କେଉଁ ସବୁ ଦିଗକୁ ଅଣଦେଖା କଲେ ଆଗକୁ ବଢ଼ିପାରିବେ ଜାଣିରଖନ୍ତୁ ସେ ସମ୍ପର୍କରେ…
ନକାରାତ୍ମକ ଭାବନା ଦୂରାନ୍ତୁ: ଯେବେ ଜଣେ ନିଜ ଲକ୍ଷ୍ୟପଥରେ ଅଗ୍ରସର ହୁଏ, ସେତେବେଳେ ଅନେକ ବାଧା ବା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥାଏ। ହେଲେ କେବେକେବେ ମନରେ ନକାରାତ୍ମକ ଭାବନା ରହିଲେ ଏହା ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ଦିଏନାହିଁ ଏବଂ ପ୍ରଗତି ପଥରେ ବାଧକ ସାଜେ। ଏହା ମାନସିକ ସ୍ତରରେ ଜଣଙ୍କୁ ଦୁର୍ବଳ କରିଦିଏ। ଫଳରେ ଆଗକୁ କୌଣସି ଚ୍ୟାଲେଞ୍ଜ ଆସିଲେ ତାହାକୁ ସାମ୍‌ନା କରିବା ତ ଦୂରର କଥା, ଭୟରେ ଜଣେ ସେଥିରୁ ସମ୍ପୂର୍ଣ୍ଣ ଓହରିଯାଏ। ତେଣୁ ସର୍ବପ୍ରଥମେ ନିଜ ମନରେ ଏଭଳି ଭାବନା ଦୂରେଇ ସକାରାତ୍ମକ ଭାବନା ରଖନ୍ତୁ।
ଲକ୍ଷ୍ୟ ପ୍ରତି ରଖନ୍ତୁ ଫୋକସ୍‌: ଆମ ଭିତରେ ଅନେକ ଏମିତି ବି ଅଛନ୍ତି, ଯାହାଙ୍କର ଲକ୍ଷ୍ୟ କେବଳ ଗୋଟିଏ ହୋଇ ନ ଥାଏ। ସେମାନେ ସେ ସବୁକୁ ସଫଳ କରିବା ଲାଗି ଉଦ୍ୟମ ବି କରନ୍ତି। ହେଲେ କୌଣସି କାର୍ଯ୍ୟରେ ଯଦି ଥରେ ବିଫଳତା ଆସେ ଅବା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼େ, ତେବେ ବାରମ୍ବାର ଉଦ୍ୟମ କରିବା ବଦଳରେ ସେମାନେ ଏହାକୁ ଛାଡ଼ି ଅନ୍ୟ ସମସ୍ତ ଲକ୍ଷ୍ୟ ପୂରଣ କରିବାକୁ ଗୁରୁତ୍ୱ ଦିଅନ୍ତି। ସେହିପରି କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ପ୍ରତି ଫୋକସ୍‌ ନ ରହିବାରୁ ଗୋଟିଏ ପରେ ଗୋଟିଏ ଲକ୍ଷ୍ୟରେ ଆସୁଥିବା ଚ୍ୟାଲେଞ୍ଜକୁ ସେମାନେ ଅବହେଳା କରି ଛାଡ଼ିଦିଅନ୍ତି ଏବଂ ଶେଷରେ କୌଣସି ଲକ୍ଷ୍ୟ ହାସଲ କରିବା ସହଜ ହୋଇପାରି ନ ଥାଏ।
ଛାଡ଼ନ୍ତୁ ଭୟ: ଭୟ ଏଭଳି ଏକ ଭାବନା, ଯାହାକି ମଣିଷକୁ ପଛକୁ ପଛକୁ ଟାଣେ। ଲକ୍ଷ୍ୟ ପଥରେ ଆସୁଥିବା ଚ୍ୟାଲେଞ୍ଜକୁ ଥରେ ସାମ୍‌ନା କରିବାକୁ ଭୟ କଲେ ଏହା ମାନସିକ ସ୍ତରରେ ଦୁର୍ବଳ କରିଦେବ, ଯଦ୍ଦ୍ବାରା ଜଣେ ଏଥିରୁ ନିଜକୁ ଦୂରେଇବା ଖୁବ୍‌ କଷ୍ଟକର ହୋଇପଡ଼ିବ। ଉଦାହରଣ ସ୍ବରୂପ ଭବିଷ୍ୟତରେ ସଫଳ ଓକିଲ ହେବାକୁ ଇଚ୍ଛା ରଖିଥିବା ଜଣେ ଛାତ୍ରୀ କିମ୍ବା ଛାତ୍ର କ୍ଲାସ୍‌ରୁମ୍‌ରେ ଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କ ସମ୍ମୁଖରେ ପଦେ କଥା କହିବାକୁ ଡରନ୍ତି। ଧୀରେ ଧୀରେ ଏହି ଡର ମନରେ ରହିଯାଏ। ଫଳରେ ଜବ୍‌ ମିଳିଲେ କିପରି କୋର୍ଟରେ ନିଜର ମତ ରଖିବେ ତାକୁ ନେଇ ଭୟ କରନ୍ତି ଏବଂ ଲକ୍ଷ୍ୟ ପଥ ବଦଳାଇ ଦିଅନ୍ତି। ହେଲେ ଏହା ଜଣେ ବିଦ୍ୟାର୍ଥୀର ପରିଚୟ ନୁହେଁ। ତେଣୁ ସର୍ବପ୍ରଥମେ ନିଜର ଦୁର୍ବଳତାକୁ ନିଜେ ଖୋଜିବା ଏବଂ ଏହାକୁ ଦୂର କରିବା ଲାଗି ବାରମ୍ବାର ଚେଷ୍ଟା କରିବା ଦ୍ୱାରା ହିଁ ମନରୁ ଭୟ ଦୂର କରି ସଫଳତା ପାଇବାର ଏକମାତ୍ର ଉପାୟ।
ଅନ୍ୟ କଥାରେ ହୁଅନ୍ତୁନି ଦୁର୍ବଳ: ଅନ୍ୟକୁ ଆଗକୁ ବଢ଼ିବାରେ ଉତ୍ସାହିତ କରିବା କିମ୍ବା ପ୍ରେରଣା ଯୋଗାଇଦେବା ଲୋକଙ୍କ ତୁଳନାରେ ବିଭିନ୍ନ ନକାରାତ୍ମକ କଥା କହି ପଛକୁ ଟାଣିବା ଲୋକଙ୍କ ସଂଖ୍ୟା ବେଶି। ହେଲେ ଏଥିରେ ମନକୁ ଦୁର୍ବଳ ନ କରି ସେଭଳି ଲୋକଙ୍କ କଥାକୁ ଏକ ଚ୍ୟାଲେଞ୍ଜ ଭାବି ଦୃଢ଼ ମନୋବଳ ରଖି ବାରମ୍ବାର ଚେଷ୍ଟା କଲେ ସଫଳ ହୋଇପାରିବେ ସେଥିରେ ସନ୍ଦେହ ନାହିଁ। ତେଣୁ କିଏ କ’ଣ କହୁଛି କିମ୍ବା କିଏ କ’ଣ ଭାବିବ ସେ ଦିଗରେ ଧ୍ୟାନ ଦେଇ ନିଜକୁ ଦୁର୍ବଳ କରିବା ବଦଳରେ ନିଜ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ ଏବଂ ଆଗକୁ ବଢ଼ନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ସୂର୍ଯ୍ୟ-ଶୁକ୍ରଙ୍କ ଯୁତିରେ ଗଠନ ହେବ ଶୁକ୍ରାଦିତ୍ୟ ରାଜଯୋଗ; ଚମକିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଏବଂ ସେମାନଙ୍କ ଯୁତିକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଦୁଇଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କଲେ ତାହାକୁ ଗ୍ରହ…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?