Posted inଫୁରସତ

କରୋନା ଟିକା ନେବା ପରେ ହଠାତ୍‌ ଅଲଗା ଭାଷାରେ କଥା ହେଲେ ଯୁବକ, ଚକିତ ହେଲେ…

ହର୍ଷ ଗୋୟନକା ନାମକ ଜଣେ ଯୁବ ବ୍ୟବସାୟୀ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ହର୍ଷ ନିଜର ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଲୋକେ ଏହି ଭିଡିଓକୁ ପସନ୍ଦ କରିଥିବା ବେଳେ ଏହା ଉପରେ ସୁନ୍ଦର ସୁନ୍ଦର କମେଣ୍ଟ ମଧ୍ୟ ଦେଉଛନ୍ତି।

ହର୍ଷ ଟୁଇଟର ପେଜ୍‌ରେ ଶେୟାର କରିଥିବା ଭିଡିଓରେ ଜଣେ ବ୍ୟକ୍ତି ଇଞ୍ଜେକସନ ନେଉଥିବା ନଜର ଆସିଛନ୍ତି। ଭିଡିଓରେ ବ୍ୟକ୍ତିଙ୍କ ସ୍ବର ମଧ୍ୟ ଶୁଣିବାକୁ ମିଳୁଛି। ଯେଉଁଥିରେ କରୋନା ଟିକା ନେବା ପରେ ନିଜର ଅନୁଭବକୁ ମଜାଳିଆ ଢଙ୍ଗରେ କହୁଛନ୍ତି।

ଭିଡିଓଟିକୁ ହର୍ଷ ଶେୟାର କରି କ୍ୟାପଶନ ଲେଖିଛନ୍ତି, ‘ଚାଇନା ଟିକାର ପ୍ରଭାବ’। ଭିଡିଓଟିକୁ ଧ୍ୟାନ ସହକାରେ ଶୁଣିଲେ ଜାଣିପାରିବେ ଏଥିରେ ସେ କହୁଛନ୍ତି, କରୋନା ଟିକାର କୁପ୍ରଭାବ ତ ନାହିଁ ମାତ୍ର କହିବାର ସ୍ବର ବଦଳିଯିବା ସହ ତାଙ୍କ ଚେହେରା ମଧ୍ୟ ବଦଳିଯାଉଛି।

ଏହି ମଜାଳିଆ ଭିଡିଓଟିକୁ ଲୋକେ ସୋସିଆଲ ମିଡିଆରେ ଖୁବ୍‌ ପସନ୍ଦ କରୁଛନ୍ତି। ବର୍ତ୍ତମାନ ଏହାକୁ ୧୩ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଅଲଗା ଭାଷା ଶିଖିବା ପାଇଁ ସବୁଠୁ ସହଜ ଉପାୟ। ଆଉ ଜଣେ ଲେଖିଛନ୍ତି, ସବୁଦିନ ପାଇଁ ମାସ୍କ ହିଁ ମୂଳ।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri