Posted inଜାତୀୟ

ଚକ-ଅଖ ଜାମ୍‌: ୧୯୮୮ର ପୁନରାବୃତ୍ତି, ମୋଦି ସରକାରଙ୍କ ପାଇଁ ଚେତାବନୀ

ନୂଆଦିଲ୍ଲୀ,୮।୧୨: କୃଷି ଆଇନକୁ ନେଇ ମଙ୍ଗଳବାର ଦେଶବ୍ୟାପୀ ଅନ୍ନଦାତାଙ୍କ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାରେ ଚକ-ଅଖ ଜାମ୍‌ ହୋଇ ଯାଇଛି। ପ୍ରଦର୍ଶନକାରୀ ଚାଷୀମାନେ ବହୁ ସ୍ଥାନରେ ରେଳ ରୋକ କରିଛନ୍ତି। ବିଭିନ୍ନ ଜାତୀୟ ରାଜପଥରେ ବସି ରହି ସେମାନେ ଯାନବାହନ ଚଳାଚଳକୁ ବନ୍ଦ କରି ଦେଇଛନ୍ତି। ଇତିମଧ୍ୟରେ ପ୍ରଦର୍ଶନକୁ ୧୨ ଦିନ ବିତିଥିଲେ ମଧ୍ୟ କୌଣସି ସମାଧାନର ପଥ ବାହାରି ପାରି ନାହିଁ। ବୁଧବାର କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନଗୁଡ଼ିକ ମଧ୍ୟରେ ପୁଣି ଆଲୋଚନା କରାଯିବ। ସାମ୍ପ୍ରତିକ ଅନ୍ନଦାତାଙ୍କ ଭାରତ ବନ୍ଦ ଘଟଣା ୩୨ ବର୍ଷ ତଳେ ୧୯୮୮ ଅକ୍ଟୋବର ୨୫ରେ ହୋଇଥିବା ଚାଷୀ ଆନ୍ଦୋଳନକୁ ମନେ ପକାଇ ଦେଇଛି। ୧୪ ରାଜ୍ୟର ୫ ଲକ୍ଷରୁ ଅଧିକ ଚାଷୀ ମହେନ୍ଦ୍ର ସିଂ ଟିକାୟତଙ୍କ ନେତୃତ୍ୱରେ ଦିଲ୍ଲୀ ମୁହାଁ ହୋଇଥିଲେ। ବିଦ୍ୟୁତ୍‌ ଏବଂ ଜଳସେଚନ ପାଇଁ ଧାର୍ଯ୍ୟ କରାଯାଇଥିବା ସରକାରୀ ଦାମ୍‌ର ବିରୋଧରେ ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଏହାଦ୍ୱାରା ତତ୍‌କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଭଳି ସେତେବେଳେ ମଧ୍ୟ ଚାଷୀଙ୍କୁ ରୋକିବା ପାଇଁ ପୋଲିସଙ୍କୁ ମୁତୟନ କରାଯାଇଥିଲା। ଲୋନିଠାରେ ପୋଲିସ ଫାଇରିଙ୍ଗ୍‌ରେ ରାଜେନ୍ଦ୍ର ସିଂ ଏବଂ ଭୂପ ସିଂ ନାମକ ଚାଷୀଙ୍କର ମୃତ୍ୟୁ ଘଟିଥିଲା। ଶେଷରେ ଚାଷୀ ସଂଗଠନ ଦିଲ୍ଲୀର ବୋଟ କ୍ଲବ୍‌ରେ ପହଞ୍ଚି ୭ ଦିନ ଧରି ଧାରଣା ଦେଇଥିଲେ। ଅକ୍ଟୋବର ୩୦ରେ ରାତିରେ ଚାଷୀଙ୍କ ଉପରେ ଲାଠି ଚାର୍ଜ କରାଯାଇଥିଲା। କିନ୍ତୁ ଟିକାୟତ ହାରି ନ ଥିଲେ। ଚାଷୀଙ୍କ ପ୍ରଦର୍ଶନ ଯୋଗୁ କଂଗ୍ରେସକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥି ଉତ୍ସବ ଲାଗି ଆୟୋଜିତ ହେବାକୁ ଥିବା ରାଲିକୁ ଲାଲ୍‌ କିଲ୍ଲା ପଛରେ ଥିବା ପଡ଼ିଆକୁ ସ୍ଥାନାନ୍ତର କରାଯାଇଥିଲା। ରାଜୀବ ଗାନ୍ଧୀଙ୍କ ସରକାର ଅନ୍ନଦାତାଙ୍କ ଆଗରେ ମୁଣ୍ଡ ନୁଆଇଁଥିଲେ। ଅକ୍ଟୋବର ୩୧ରେ ଚାଷୀ ସଂଗଠନ ପକ୍ଷରୁ ଉପସ୍ଥାପନ କରାଯାଇଥିବା ସମସ୍ତ ୩୫ ଦାବିକୁ ସରକାର ମାନି ନେଇଥିଲେ। ଏବେ ଏହାର ପୁନରାବୃତ୍ତି ହେବା ନେଇ ଚର୍ଚ୍ଚା ଜାରି ରହିଛି। ମୋଦି ସରକାର କୃଷି ଆଇନ ଉପରେ ବିଚାର କରନ୍ତୁ ବୋଲି ବିଭିନ୍ନ ରାଜନେତାଙ୍କ ପକ୍ଷରୁ ଦାବି ମଧ୍ୟ ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳ ମଧ୍ୟ ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ କରିବାରେ ଲାଗିଛନ୍ତି। ଭାଜପା ନେତୃତ୍ୱାଧୀନ ଏନ୍‌ଡ଼ିଏର କେତେକ ସହଯୋଗୀ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଫଳରେ ଏନ୍‌ଡିଏରେ ଫାଟ ବଢ଼ିବାରେ ଲାଗିଛି। ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ମୋଦି ସରକାରଙ୍କ ପାଇଁ ଚେତବାନୀ ସୃଷ୍ଟି କରିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫୦ ବର୍ଷ ପୁରୁଣା ବରଗଛର ରହିଛି ୨ ଶହ ଶାଖା: ଇଂରେଜ ଏଠାରେ କରୁଥିଲେ ନୀଳ ଚାଷ

ପାଟନା,୨୯।୭: ବିହାର ଗୋପାଳଗଞ୍ଜରେ ରହିଛି ୧୫୦ ବର୍ଷ ପୁରୁଣା ବରଗଛ। ଏହାର ୨ ଶହ ଶାଖା ରହିଛି। ବରଗଛ ଏକ ବିଘା ଅର୍ଥାତ୍‌ ୧୪ ହଜାର...

କରୋନା ଯୋଦ୍ଧାଙ୍କ ପାଇଁ ୧୦ ଲକ୍ଷର ବୀମା ଘୋଷଣା କଲେ ମମତା

କୋଲକାତା,୩୦।୩: କରୋନା ସଂକ୍ରମଣ ଦେଶରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଚିନ୍ତା ବି ବଢି ଯାଉଛି। ହେଲେ ଏହି ସମୟରେ କରୋନା ଯୋଦ୍ଧା ଭାବେ...

ଖୋଲିଲା ପ୍ରେମ ମନ୍ଦିର

ମଥୁରା,୧୧।୧୧: ଉତ୍ତର ପ୍ରଦେଶର ବୃନ୍ଦାବନସ୍ଥିତ ପ୍ରେମ ମନ୍ଦିର ଦୀର୍ଘ ୮ ମାସ ପରେ ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯାଇଛି। କୋଭିଡ-୧୯ର ଗାଇଡଲାଇନ୍‌ ଅନୁଯାୟୀ ଏହି ମନ୍ଦିର...

କରୋନା ସଂକ୍ରମଣରେ ବ୍ୟବସାୟୀଙ୍କ ମୃତ୍ୟୁ: ଆଜାଦ୍‌ପୁର ମଣ୍ଡି ବନ୍ଦ ପାଇଁ ଦାବି; ଆଖପାଖ ଦୋକାନ ସିଲ୍‌

ନୂଆଦିଲ୍ଲୀ,୨୨।୪: ଭାରତରେ କରୋନା ସଂକ୍ରମଣ ନେଇ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀର ଆଜାଦ୍‌ପୁର ମଣ୍ଡିରେ କରୋନା ସଂକ୍ରମଣରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ଫଳରେ...

ଏନ୍‌ସିପି ବିଧାୟକ ଭରତ ଭାଲକେଙ୍କ ପରଲୋକ, କରୋନାରେ ଥିଲେ ସଂକ୍ରମିତ

ମୁମ୍ବାଇ,୨୮ ।୧୧: ମହାରାଷ୍ଟ୍ରର ପଣ୍ଡରପୁର-ମଙ୍ଗଲବୈଧା ବିଧାନସଭା ଆସନରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ବିଧାୟକ ଭରତ ଭାଲକେଙ୍କର ଶନିବାର ପରଲୋକ ହୋଇଛି । ପୁଣେର ରୁବି ହସ୍ପିଟାଲରେ...

ନଡ୍ଡା ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୭ା୬: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା(୫୮)ଙ୍କୁ ଭାଜପାର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି। ସୋମବାର ଦଳର ସଂସଦୀୟ ବୋର୍ଡ ବୈଠକ ବସି ନଡ୍ଡାଙ୍କୁ...

ଅଯୋଧ୍ୟା ମାମଲା: ଏକ ମାସ ମଧ୍ୟରେ ଶୁଣାଣି ଶେଷ ପାଇଁ ଗୋଗୋଇଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୮।୯: ଅଯୋଧ୍ୟା ମାମଲାର ଶୁଣାଣି ଏକ ମାସ ମଧ୍ୟରେ କରିବାକୁ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର...

ଏସପି ସହ ମେଣ୍ଟ କରିବା ବଡ ଭୁଲ: ମାୟାବତୀ

ଲକ୍ଷ୍ନୌ, ୨୪।୬: ଲୋକ ସଭା ନିର୍ବାଚନ ପରେ ସମାଜବାଦୀ ପାର୍ଟୀ(ଏସପି)ଏବଂ ବହୁଜନ ସମାଜ ପାର୍ଟି(ବିଏସପି)ମଧ୍ୟରେ ପୁଣି ଲଢେଇ ଆରମ୍ଭ ହୋଇଯାଇଛି। ଦୁଇ ଦଳ ଏକାଠି ହୋଇ...

Play 250+ Trending Games
Archives

Model This Week

Why Dharitri