ମା’ ଠାକୁରାଣୀଙ୍କ ଚୈତ୍ର ପର୍ବ ମହାସମାରୋହରେ ସମ୍ପନ୍ନ

ଥୁଆମୂଳ ରାମପୁର,୯।୪(ଦୁର୍ଗା କୀର୍ତ୍ତି): ସାରା ଓଡିଶାରେ ବାର ମାସରେ ତେର ପର୍ବ ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ମାଁ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ମହାସମାରୋହରେ ସମ୍ପନ୍ନ ହେଇଯାଇଛି I ରାଜା ରାଜୁଡ଼ା ଅମଳର ଏହି ଥୁଆମୂଳ ରାମପୁର ଅଞ୍ଚଳର ମା’ ଠାକୁରାଣୀଙ୍କୁ ନିଜ ଇଷ୍ଟ ଦେବୀ କୁହାଯାଏ। ଗତ ୯ ଦିନ ଧରି ଦ୍ବାର ଦ୍ବାର ବୁଲି ଭକ୍ତଙ୍କୁ ଦର୍ଶନ ଦେଉଥିବା ମା’ଙ୍କୁ ମଙ୍ଗଳବାର ସନ୍ଧ୍ୟା ୯.୩୦ରେ ନିଜ ଆସ୍ଥାନକୁ ବିରାଜମାନ କରିବା ପାଇଁ ଯାଇଥିବା ସମୟରେ ଗ୍ରାମର ଶହ ଶହ ମହିଳା ଏବଂ ପୁରୁଷ ହୁଳହୁଳି ଶଙ୍ଖ ଘଣ୍ଟ ବାଦ୍ୟରେ ଶୁଭ ବିଦାୟ ଦେଇଛନ୍ତି l

ଏହି ପୂଜା ଅବସରରେ ଭାବରେ ଡମ୍ବରୁ ଧର ପୁଝାରୀ ମା’ଙ୍କ ଘଣ୍ଟକୁ ମୁଣ୍ଡରେ ବହନ କରିଥିବା ବେଳେ ଯୁବକ ଲାଲ ପରିଚ୍ଛା ମା’ଙ୍କ ଛତର ଧରିଥିଲେ ଏବଂ ମା’ଙ୍କ ମୁଖ୍ୟ ପୂଜକ ଭାବରେ ଅଶୋକ ମୁଣ୍ଡ ଏବଂ ଶରତ ଚନ୍ଦ୍ର ପୁଝାରୀ ମା’ଙ୍କ ପୂଜାର୍ଚ୍ଚନା ସହିତ ଘଣ୍ଟ ସାଙ୍ଗରେ ଅଞ୍ଚଳର ବିଭିନ୍ନ ଗାଁ , ପଡ଼ା ପରିକ୍ରମା କରିଥିଲେ l ସାରା ରାଜ୍ୟରେ ମା’ ଠାକୁରାଣୀଙ୍କ ପର୍ବ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଚୈତ୍ର ଯାତ୍ରା ଚୈତ୍ର ମାସର ଚତୁର୍ଥୀ ତିଥିର ପ୍ରଥମ ମଙ୍ଗଳବାର ଠାରୁ ଆରମ୍ଭ ହେଇ ୯ଦିନ ବ୍ୟାପୀ ଏହି ଚୈତ୍ର (ଘଣ୍ଟ ଯାତ୍ରା) ପାଳନ କରାଯାଏ l ଏଥିରେ ସହ ସହ ଭକ୍ତ ଓ ଶ୍ରଦ୍ଧାଳୁମାନେ ମାଙ୍କ ଆଶୀର୍ବାଦ ଲାଭ ପାଇବା ପାଇଁ ମା’ଙ୍କ ଶରଣ ନେଇ ଥାଆନ୍ତି l ମା’ ଠାକୁରାଣୀଙ୍କ ଏହି ଏହି ଘଣ୍ଟ ଯାତ୍ରା ବର୍ଷର ଚୈତ୍ର ମାସରେ ହିଁ ପାଳନ କରାଯାଏ। ମା’ଙ୍କ ଏହି ପର୍ବକୁ ସହର ଠାରୁ ଆରମ୍ଭ କରି ପୁରପଲ୍ଲୀରେ ମଧ୍ୟ ସୁନ୍ଦର ଭାବରେ ପାଳନ କରୁଥିବା ବେଳେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଥୁଆମୁଳ ରାମପୁର ବ୍ଳକ ସଦରସ୍ଥିତ ତାଳବନ୍ଧ ପଡ଼ା (ସମା ଗୁଡ଼ା) ଠାରେ ଦୁର୍ଗା ପରିବାର ପକ୍ଷରୁ ବେଶ ଧୂମଧାମରେ ମା’ଙ୍କୁ ସ୍ବାଗତ କରି ପରିବାରର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠରେ ପୂଜାର୍ଚ୍ଚନା ପୂର୍ବକ ମା’ଙ୍କୁ ଭୋଗ ଆହାର ଅର୍ପଣ କରିଥିଲେ। ମା’ଠାକୁରଙ୍କ ପୂଜା ପାଇଁ ପୂର୍ବରୁ ବିଧିବଦ୍ଧ ଭାବରେ ଚୈତ୍ର ପର୍ବ ପାଇଁ ଗାଁର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନ ଭକ୍ତି ଭାବ ଜାଗ୍ରତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri