ବଲାଙ୍ଗୀରରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ବଲାଙ୍ଗୀର ଅଫିସ, ୨୨ା୧୦: ବହୁଚର୍ଚ୍ଚିତ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ତଦାରଖ କରିବାକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମିନତି ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଶୁକ୍ରବାର ଅପରାହ୍ନରେ ବଲାଙ୍ଗୀରରେ ପହଞ୍ଚତ୍ଥିଲେ। ଏଠାରେ ପହଁଞ୍ଚତ୍ବା ପରେ ଏହି ଟିମ୍‌ ଏସପି ଅଫିସକୁ ଯାଇ ଏସପି ନୀତିନ କୁଶଲକରଙ୍କୁ ସାକ୍ଷାତ କରି ମମିତା ହତ୍ୟାକାଣ୍ଡର ତଦନ୍ତ କିପରି ଚାଲିଛି ପଚାରି ବୁଝିଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଅଧ୍ୟକ୍ଷା ବେହେରା କହିଥିଲେ, ମମିତାଙ୍କୁ ହତ୍ୟା ଅତ୍ୟନ୍ତ ଦୁଃଖଦ ଘଟଣା। ଏକ ଅମୂଲ୍ୟ ଜୀବନ ନଷ୍ଟ ହୋଇଯାଇଛି। ଏହି ଅବସରରେ ଏସ୍‌ପି କହିଥିଲେ ପୋଲିସ ବିଭାଗ ପକ୍ଷରୁ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଖୁବ୍‌ ଶୀଘ୍ର ତଦନ୍ତ ପ୍ରକ୍ରିୟା ସାରିବେ ବୋଲି ସେ କହିଛନ୍ତି। ମହିଳା କମିଶନ ତରଫରୁ ଏହି ଟିମ୍‌ ପୀଡିତାଙ୍କ ପରିବାରବର୍ଗଙ୍କୁ ଶନିବାର ଝରଣୀ ଗଁାକୁ ଯାଇ ଭେଟିବ। ପୀଡିତାଙ୍କ ପରିବାରବର୍ଗ କିଭଳି ଭାବେ ସୁରକ୍ଷିତ ରହିବେ ସେନେଇ ଏସପିଙ୍କ ସହ ଆଲୋଚନା ହୋଇଥିବା କହିଥିଲେ। ପୀଡିତା କିଭଳି ନ୍ୟାୟ ପାଇବ। ଦୋଷୀକୁ କିଭଳି କଠୋରରୁ କଠୋର ଦଣ୍ଡ ଦିଆଯିବ ଯେପରି ଆଗକୁ ଏଭଳି କାଣ୍ଡ ଭିଆଇବାକୁ ଅନ୍ୟ କେହି ସାହସ କରିବେ ନାହିଁ, ସେ ଦିଗରେ କାର୍ଯ୍ୟଧାରା ଜାରି ରଖିଛୁ ବୋଲି ସେ କହିଥିଲେ। ଝରଣୀରୁ ମହାଲିଙ୍ଗକୁ ମଧ୍ୟ ଟିମ୍‌ ପରିଦର୍ଶନରେ ଯିବ। ସେଠାରେ ଯେଉଁ ପିଲାମାନେ ପାଠ ପଢ଼ୁଛନ୍ତି ସେମାନେ କିଭଳି ଉତ୍ତମ ପରିବେଶ ଭିତରେ ପାଠ ପଢ଼ିବେ ସେ ସଂକ୍ରାନ୍ତରେ ମଧ୍ୟ କଳାହାଣ୍ଡି ଜିଲାପାଳଙ୍କ ସହ ଆଲୋଚନା କରିବେ। ଏହାପରେ ହତ୍ୟାକାଣ୍ଡ ସଂଘଟିତ ସ୍ଥଳ ପରିଦର୍ଶନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ମମିତା ହତ୍ୟାକାଣ୍ଡର ତଦନ୍ତ ଠିକ୍‌ ଭାବରେ କରାଯିବାକୁ କମିଶନ ପକ୍ଷରୁ ଏସପିଙ୍କୁ ଚିଠି ଲେଖାଯାଇଛି ବୋଲି କହିଥିଲେ। ପରିଦର୍ଶନ ସମୟରେ ଯାହା ଅନୁଧ୍ୟାନ କରାଯିବ ତାକୁ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ସୁପାରିଶ କରିବୁ ବୋଲି ସେ କହିଥିଲେ। ଏହି ଟିମ୍‌ରେ ଅଧ୍ୟକ୍ଷା ଡ. ବେହେରାଙ୍କ ସହ ଆଡିସନାଲ ଏସପି ବିଜୟା ବରୁଆ, ଇନ୍ସପେକ୍ଟର ସସ୍ମିତା ଦାସ, ଆଇନ ଅଧିକାରୀ ଅରବିନ୍ଦ ପଟ୍ଟନାୟକ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟହେଲା ଯାତ୍ରୀବାହୀ ବସ୍‌, ଚାଳକ ମୃତ, ୩୦ ଯାତ୍ରୀ ଆହ, ୧୦ ଗୁରୁତର

ନୟାଗଡ଼,୪।୯(ଲୋକନାଥ ମିଶ୍ର): ନୟାଗଡ଼ ବ୍ଲକ ଇଟାମାଟି ଥାନା ବାଉଁଶିଆପଡ଼ା ଜହ୍ନିପଦା ଛକ ନିକଟ ୫୭ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ…

ଶୋଇଥିଲେ ସ୍ତ୍ରୀ-ସ୍ବାମୀ, ଭୁଶୁଡିଲା କାନ୍ଥ: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୪।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲଜ ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣାରେ ସ୍ବାମୀର ମୃତ୍ୟୁ ହୋଇଯାଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇ କେନ୍ଦ୍ରାପଡା ଡାକ୍ତରଖାନାରେ…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ୧୦୦ ଫୁଟ ଲମ୍ବର ଘେରିବନ୍ଧ, ଗାଁ ପ୍ରତି ଘନେଇଲା ବିପଦ

ମହାକାଳପଡ଼ା,୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ସାମୁଦ୍ରିକ ଝଡ଼ ଜୁଆର ମାଡ଼ିବା ଅଞ୍ଚଳକୁ ସୁରକ୍ଷା ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ…

ଜମନକିରାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୧୮୫ ପଦବୀରୁ ୮୯ ଖାଲି, ଡାକ୍ତର-କର୍ମଚାରୀ ଅଭାବରେ ରୋଗୀ ହନ୍ତସନ୍ତ

ଜମନକିରା,୪।୯:(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ…

ରିଷିଡ଼ାରେ ଧୂମ୍‌ଧାମ୍‌ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସମଗ୍ର ବିଦ୍ୟାଳୟରେ ଆଧ୍ୟାତ୍ମିକ ପରିବେଶ

ରିଷିଡ଼ା,୪ା୯(ସୁଶାନ୍ତ ମଲ୍ଲିକ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମାତୃରାମ ସୋହନ ଲାଲ ବିହାର ରିଷିଡ଼ା ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ…

୧୦ ଏକର ଜମିରେ ଗଞ୍ଜେଇ ଚାଷ :  ୧୨ ହଜାର ଗଛ ନଷ୍ଟ; ୩ ଗିରଫ

କୋରାପୁଟ, ୪/୯ (ଅମିତାଭ ବେହେରା): କୋରାପୁଟ ଜିଲାରେ ଅବୈଧ ନିଶାଦ୍ରବ୍ୟ ଚାଷ ବିରୋଧରେ ପୋଲିସର ଅଭିଯାନ ଜୋରଦାର ଚାଲିଛି। ସୂଚନା ଆଧାରରେ ପାଡ଼ୱା ଥାନା ପୋଲିସ ଡିସାରିଗୁଡ଼ା…

ଭଡ଼ା ଘରେ ଚାଲିଥିଲା ଗଞ୍ଜେଇ କାରବାର, ମାଡ଼ି ବସିଲା ପୁରୀ ପୋଲିସ

ପୁରୀ,୪।୯(ଅଜିତ୍‌ କୁମାର ମହାନ୍ତି ): ପୁରୀ ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି । ପୋଲିସ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା…

ରାତିଅଧରେ ଫାର୍ମ ହାଉସକୁ ଡାକିନେଇ ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ: ମରିଗଲା ଭାବି…

ଦିଗପହଣ୍ଡି,୪|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟିର ପ୍ରମୁଖ ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri