ସମ୍ବଳ ନ ଥିବାରୁ ଶିକୁଳି

ବଇଣ୍ଡା,୧।୨(ଡି.ଏନ.ଏ.) ମୂଲ ଲାଗି ପୁଅ ଆଣୁଥିଲେ ମଜୁରି। ଦୁଃଖ କଷ୍ଟରେ ହେଉପଛେ ଚଳିଯାଉଥିଲେ ମା’ ପୁଅ। ହେଲେ ୨୩ ବର୍ଷର ଭେଣ୍ଡିଆ ପୁଅ କୃତ୍ତିବାସ ମାନସିକ ରୋଗରେ ଆକ୍ରାନ୍ତ ହେବା ପରେ ଅସହାୟ ହୋଇଯାଇଛନ୍ତି ମା’ ରଇବାରୀ ମହାପାତ୍ର। ପାଖରେ କିଛି ସମ୍ବଳ ନ ଥିବାରୁ ପୁଅର ଚିକିତ୍ସା କରାଇବା ତାଙ୍କ ପକ୍ଷରେ ସମ୍ଭବ ହୋଇପାରୁ ନାହିଁ। ତେଣୁ ୩ ମାସ ହେଲା ପୁଅର ହାତ, ପାଦରେ ଶିକୁଳି ପକାଇ ଚାହିଁ ରହିଛନ୍ତି ସରକାରୀ ସହାୟତାକୁ। କେବେ ପ୍ରଶାସନ ତାଙ୍କ ପୁଅକୁ ସୁସ୍ଥ କରି ଶିକୁଳି ଖୋଲିବ, ତାହାକୁ ହିଁ ଅପେକ୍ଷା ବୋଲି ରଇବାରୀ କହିଛନ୍ତି।
ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଅଞ୍ଚଳର ରଇବାରୀଙ୍କ କହିବା ଅନୁଯାୟୀ, ତାଙ୍କ ଶାଶୁଘର ବନ୍ତଳା ଥାନା ପୁରୁଣାଗଡ ଅଞ୍ଚଳରେ। ୧୭ ବର୍ଷ ତଳେ ସ୍ବାମୀ ରାଧା ମହାପାତ୍ରଙ୍କ ମୃତ୍ୟୁ ପରଠାରୁ ସେ ବାପଘର ଗଁା ଠାକୁରଗଡ଼ରେ ରହି ଆସୁଛନ୍ତି। ପୁଅ କୃତ୍ତିବାସ ହିଁ ତାଙ୍କର ଏକମାତ୍ର ସାହାଭରସା। ପୁଅ ବାହାରେ ମଜୁରି ଖଟେ। ସେ ନିକଟସ୍ଥ ବିଦ୍ୟାଳୟରେ ରୋଷେଇ କରି କିଛି ଆୟ କରନ୍ତି। ଗତ ଅକ୍ଟୋବରରେ ପୁଅ କୃତ୍ତିବାସଙ୍କଠାରେ ମାନସିକ ରୋଗର ଲକ୍ଷଣ ପ୍ରକାଶ ପାଇଥିଲା। ଧାର କରଜ କରି ସେ ପୁଅକୁ କଟକ ବଡ଼ମେଡିକାଲ ନେଇ ଚିକିତ୍ସା କରିଥିଲେ। ହେଲେ ରୋଗ ଭଲ ହୋଇ ନ ଥିଲା। ଘରୋଇ ଡାକ୍ତରଖାନାରେ ଚିକିତ୍ସା କରିବାକୁ ଚାହିଁଥିଲେ ବି କରଜ ଟଙ୍କା ଶେଷ ହୋଇଯାଇଥିଲା। ତେଣୁ ଉପାୟ ଶୂନ୍ୟ ହୋଇ ସେବେଠାରୁ ସେ ପୁଅକୁ ଘରେ ରଖିଛନ୍ତି। ଦିନକୁ ଦିନ ମାନସିକ ବିକୃତି ବଢ଼ୁଥିବାରୁ ସେ ବାଧ୍ୟହୋଇ ହାତ ଓ ପାଦରେ ଶିକୁଳି ପକାଇ ଦେଇଛନ୍ତି। ଆଠମଲ୍ଲିକ ପ୍ରଶାସନ ତାଙ୍କୁ ସହଯୋଗର ହାତ ବଢ଼ାଇଲେ ପୁଅ ଭଲ ହୋଇପାରନ୍ତା ବୋଲି ରଇବାରୀ ଲୁହ ଛଳ ଛଳ ଆଖିରେ କହିଛନ୍ତି। ଏ ନେଇ ଆଠମଲ୍ଲିକ ଉପଜିଲାପାଳ ଲଲିତ ମୋହନ ବେହେରା କହିଛନ୍ତି, ସରକାର ଦେଇଥିବା ବିଜୁ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଜରିଆରେ ସମ୍ପୃକ୍ତ ଯୁବକଙ୍କ ଚିକିତ୍ସା କରାଯାଇପାରିବ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଧ୍ୟ ସହାୟତା ମିଳିପାରିବ। ଏ ନେଇ ପ୍ରଶାସନ ପକ୍ଷରୁ ବିଚାର କରାଯିବ ବୋଲି ଉପଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ବଢ଼ିବନି ବିଧାୟକଙ୍କ ଦରମା: ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର ନେଇ ପ୍ରକ୍ରିୟା।ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖାଯାଇଛି। ସଂସଦୀୟ ମନ୍ତ୍ରୀ ମୁକେଶ…

ନୂଆ ଅବକାରୀ ନୀତି ଘୋଷଣା କଲେ ରାଜ୍ୟ ସରକାର: ଆଉ ଖୋଲିବନି ନୂଆ ମଦ ଦୋକାନ! ବଢିଲା…

ଭୁବନେଶ୍ୱର,୨୬।୩: ଆସିଲା ନୂଆ ଅବକାରୀ ନୀତି ୨୦୨୬-୨୯। ଓଡ଼ିଶା ସରକାର ୧ ଏପ୍ରିଲ ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri