ଚାଲିଛି ଅବାଧ ବାଲି ଚୋର

କେନ୍ଦୁଝର,୧।୨(ସ୍ବ.ପ୍ର.) କେନ୍ଦୁଝର ଜିଲାର ବିଭିନ୍ନ ନଦୀ/ନାଳରୁ ବାଲି ଚୋରି ଯୋଗୁ ସରକାରଙ୍କ ବ୍ୟାପକ ରାଜସ୍ବ ହାନୀ ଘଟୁଥିଲେ ହେଁ ଏହାକୁ ରୋକିବା ପାଇଁ ଦୃଢ ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏଥିରେ କେତେକ ଦୁର୍ନୀତିଗ୍ରସ୍ତ ରାଜସ୍ବ ବିଭାଗ କର୍ମଚାରୀ ସାମିଲ ହୋଇଥିବାରୁ ଧରପଗଡ ହେଉନାହିଁ ଏବଂ ଅଭିଯୋଗ କଲେ କାଁ ଭାଁ ଧରି ଫାଇନ ଆଦାୟ କରି ଛାଡିଦିଆଯାଉଥିବା ଅଭିଯୋଗ ହେଉଛି।

ପାଟଣା ତହସିଲ ଅନ୍ତର୍ଗତ ବୈତରଣୀର ରାଜନଗର ରାଜସ୍ବ ନିରୀକ୍ଷକ ସେକସନ ଅଧୀନ କିଆପଡା, ତେନ୍ତଳା ନିକଟରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ଷ୍ଟକ ରଖି ହାଇଓ୍ବାରେ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏବେ ମଧ୍ୟ ଉକ୍ତ ଅଞ୍ଚଳରେ ବହୁ ବାଲି ଉତ୍ତୋଳନ କରି ଷ୍ଟକ ରଖାଯାଇଛି। ଫଳରେ ବ୍ୟାପକ ପରିବେଶ ହାନୀ ଘଟିବା ସହ ବୈତରଣୀ ନଦୀ ପାଇଁ ବିପଦ ସୃଷ୍ଟି ହେବା ଆଶଙ୍କା ରହୁଛି। ବିଭିନ୍ନ ସ୍ଥାନରେ ବେଆଇନ ଭାବରେ ବାଲି ଷ୍ଟକ ୟାର୍ଡ ନିର୍ମାଣ ହୋଇଥିବା ଏବଂ ଅନୁମତି ନେଇଥିଲେ ନିୟମିତ ଷ୍ଟକ ଯାଞ୍ଚ ହେଉନଥିବାରୁ ବ୍ୟାପକ ରାଜସ୍ବ ଫାଙ୍କି ହେଉଛି ବୋଲି ମତ ପ୍ରକାଶ ପାଉଛି। ଏହାକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ହସ୍ତକ୍ଷେପ କରିବାକୁ ପରିବେଶବିତ ମାନେ ନିବେଦନ କରିଛନ୍ତି। ଏସମ୍ପର୍କରେ ଉପଜିଲାପାଳ ରାମଚନ୍ଦ୍ର କିସ୍କୁ କହିଛନ୍ତି, ଲିଜ ଦିଆଯାଇନଥିବା ସ୍ଥାନରୁ ବାଲି ଚୋରି ରୋକିବା ପାଇଁ ପଦକ୍ଷେପ ନିଆଯାଉଛି। ତୁରନ୍ତ ଧରପଗଡ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବୌଦ୍ଧ ବିଧାୟକଙ୍କ ନାଁରେ ଗିରଫ ପରୱାନା

ହରଭଙ୍ଗା,୨୭ା୯(ନରେନ୍ଦ୍ର କୁମାର ସାହୁ): ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ୱାଚନ ସମୟରେ ବର୍ତ୍ତମାନର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ହୀରାକୁଦର ୨୦ ଗେଟ୍‌ ଖୋଲିଲା: ବୈତରଣୀରେ ୮, ସାଳନ୍ଦୀରେ ୬ ବନ୍ୟା

ଭୁବନେଶ୍ୱର, ୨୭ା୯ (ବନ୍ଦନା ସେଠୀ): ଲଗାଣ ବର୍ଷା ଯୋଗୁ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟାସ୍ଥିତି ଗମ୍ଭୀର ହୋଇଚାଲିଛି। ଦକ୍ଷିଣ ଓଡ଼ିଶାରେ ଦୁଇଦିନ ଧରି କେତେକ ନଦୀରେ ବନ୍ୟା…

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?