ସିଇଟି ହେବ ଅନୁବନ୍ଧିତ ମହାବିଦ୍ୟାଳୟ

ଭୁବନେଶ୍ୱର, ୪ା୪ (ବ୍ୟୁରୋ): ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଆଇନ-୨୦୦୨କୁ ସଂଶୋଧନ କରାଯାଇଛି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଆଗତ ଏହି ସଂଶୋଧନ ବିଲ୍‌ ଶନିବାର ବିରୋଧୀଙ୍କ ଅନୁପସ୍ଥିତିରେ ପାରିତ କରାଯାଇଛି। ଏହି ସଂଶୋଧନ ଆଇନ ଅନୁଯାୟୀ ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକର ସୁପରିଚାଳନା ପାଇଁ ବିପିୟୁଟି ଆଇନରେ ଥିବା ସଂଘଟକ ମହାବିଦ୍ୟାଳୟ ସଂଜ୍ଞାର ପୁନଃ ନିରୂପଣ କରାଯାଇଛି। ଏହି ସଂଶୋଧନ ଆଇନ କାର୍ଯ୍ୟକାରୀ ହେବା ପରଠାରୁ ଭୁବନେଶ୍ୱର ସିଇଟି ଆଉ ବିଜୁ ପଟ୍ଟନାୟକ ବିଶ୍ୱବିଦ୍ୟାଳୟ ଅଧୀନରେ ରହିବ ନାହିଁ। ଏହା କେବଳ ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟ ଭାବେ ରହିବ। ଏହା ନିଜସ୍ବ ବୋର୍ଡ ଅଫ୍‌ ଗଭନର୍‌ସ ଦ୍ୱାରା ପରିଚାଳିତ ହେବ। ପ୍ରଚଳିତ ସର୍ବଭାରତୀୟ ବ୍ୟବସ୍ଥା ଓ ଏଆଇସିଟିଇ ନିର୍ଦ୍ଦେଶ ଅନୁଯାୟୀ ପ୍ରଫେସର, ରିଡର୍‌ ଓ ଅଧ୍ୟାପକ ପଦବୀଗୁଡ଼ିକୁ ଯଥାକ୍ରମେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ପୁନଃ ନାମିତ କରାଯିବ। କୁଳପତି କିମ୍ବା ବିଶ୍ୱବିଦ୍ୟାଳୟର କୌଣସି ଅଧିକାରୀଙ୍କ କାର୍ଯ୍ୟରେ କୌଣସି ଭୁଲ୍‌ ପରିଲକ୍ଷିତ ହେଲେ କୁଳାଧିପତି ଏହାର ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇପାରିବେ। ରାଜ୍ୟର ଅନ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ସହିତ ସମାନତା ଆଣିବା ସକାଶେ ବିପିୟୁଟି କୁଳପତିଙ୍କ କାର୍ଯ୍ୟକାଳ ୫ ବର୍ଷ ପରିବର୍ତ୍ତେ ୪ ବର୍ଷକୁ ହ୍ରାସ କରାଯାଇଛି। ଛାତ୍ରୀଛାତ୍ରଙ୍କ ବିଶୃଙ୍ଖଳା ନିୟନ୍ତ୍ରଣ ସକାଶେ କୁଳପତିଙ୍କ ଦ୍ୱାରା ଜଣେ ପ୍ରଫେସରଙ୍କ ଅଧ୍ୟକ୍ଷତାରେ ତିନିଜଣ ସଦସ୍ୟ ବିଶିଷ୍ଟ ଏକ ଅନୁଶାସନ କମିଟି ଗଠନ କରିବା ପାଇଁ ଏହି ଆଇନରେ ବ୍ୟବସ୍ଥା କରାଯାଇଛି। କମିଟି ଆଦେଶ ବିରୋଧରେ କୁଳପତିଙ୍କୁ ଅପିଲ କର୍ତ୍ତୃପକ୍ଷ କରାଯାଇଛି। ଏଥିସହିତ ବିଶ୍ୱବିଦ୍ୟାଳୟ କୁଳସଚିବ ପଦବୀ ଓଡ଼ିଶା ପ୍ରଶାସନିକ ସେବାର ଯୁଗ୍ମଶାସନ ସଚିବ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ପୂରଣ କରିବାକୁ ବ୍ୟବସ୍ଥା ହୋଇଛି।

ସେହିପରି ବିଶ୍ୱବିଦ୍ୟାଳୟ ବିତ୍ତ ଅଧିକାରୀ ପଦବୀ ଓଡ଼ିଶା ଅର୍ଥ ସେବାର ଯୁଗ୍ମ ଶାସନ ସଚିବ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ପୂରଣ କରାଯିବ। ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ନିମନ୍ତେ କୁଳପତିଙ୍କ ଦ୍ୱାରା ଚୟନ କମିଟି ଗଠନ ହେବ। ଏଥିପୂର୍ବରୁ ସରକାରଙ୍କ ଅନୁମୋଦନ ନେବା ବ୍ୟବସ୍ଥା ହୋଇଛି। ବିଶ୍ୱବିଦ୍ୟାଳୟର ବୋର୍ଡ ଅଫ୍‌ ଗଭନର୍‌ସକୁ ଯେକୌଣସି ଏକ ସରକାରୀ ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷଙ୍କୁ ସରକାରଙ୍କ ଦ୍ୱାରା ସଦସ୍ୟ ଭାବେ ମନୋନୀତ କରାଯିବ। ବିଶ୍ୱବିଦ୍ୟାଳୟର ବାର୍ଷିକ ରିପୋର୍ଟ ଆର୍ଥିକବର୍ଷ ଶେଷ ହେବାର ୬ ମାସ ମଧ୍ୟରେ ପ୍ରସ୍ତୁତ କରି ସରକାରଙ୍କ ନିକଟକୁ ପଠାଯିବ। ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘୧୨୦ ବିଧାନସଭା, ୧୭ ଲୋକ ସଭା ଆସନରେ ଜିତିବ ବିଜେଡି’

ଭୁବନେଶ୍ୱର,୨।୩(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ୫-ଟି ପ୍ରକରଣରେ ସାରା ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟ ଯୋଗୁ ବିଜେଡି ରାଜନୈତିକ ଦୃଷ୍ଟିକୋଣରୁ...

ପଞ୍ଚାୟତରେ ନିୟୋଜିତ ପିଏଚ୍‌ଆଇଇଭିଙ୍କ ଦରମା ବଢ଼ିଲା, ଏବେ ପାଇବେ ୧୦ ହଜାର ଟଙ୍କା

ଭୁବନେଶ୍ୱର,୨।୩(ସୁନିତ୍‌ ମିଶ୍ର): ରାଜ୍ୟର ବିଭିନ୍ନ ବିଦ୍ୟାଳୟର ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷା ତଥା ସ୍ବତନ୍ତ୍ର ସେବା ଯୋଗାଇବା ନିମନ୍ତେ ୨୦୧୪ରୁ ବିଭିନ୍ନ ଗ୍ରାମପଞ୍ଚାୟତରେ ଭିନ୍ନକ୍ଷମ ଶିକ୍ଷା...

ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶା ନାହିଁ: ମନମୋହନ କହିଲେ…

ଭୁବନେଶ୍ୱର,୨।୩(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାଜପା ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ପକ୍ଷରୁ ମୋଟ ୧୬ଟି ରାଜ୍ୟ...

କୁକୁଡ଼ା ଚିଆଁ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ: ଉପକୃତ ହେବେ ୭ ଲକ୍ଷରୁ ଊର୍ଦ୍ଧ୍ୱ ପରିବାର

ଭୁବନେଶ୍ୱର, ୨।୩(ଅସମାପିକା ସାହୁ)- ଅପପୁଷ୍ଟି ଦୂରୀକରଣ ପାଇଁ ‘ଘରଦୁଆରେ ପୁଷ୍ଟି ଯୋଜନା’ରେ କୁକୁଡ଼ା ଚିଆଁ ବଣ୍ଟନ କାର୍ଯକ୍ରମ ଆରମ୍ଭ ହୋଇଛି। କୃଷି ଓ କୃଷକ ସଶକ୍ତୀକରଣ,...

୧୫ରୁ ୧ମରୁ ୮ମ ବାର୍ଷିକ ପରୀକ୍ଷା, ଜାଣନ୍ତୁ ସବିଶେଷ ସୂଚନା…

ଭୁବନେଶ୍ୱର, ୨।୩(ଅସମାପିକା ସାହୁ) – ରାଜ୍ୟରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ୧ମରୁ ୮ମ ଶ୍ରେଣୀ ବାର୍ଷିକ ପରୀକ୍ଷା ବା ସମ୍ମେଟିଭ-୨ ଆସନ୍ତା...

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ ୨ା୩ (ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ଓ୍ବାର୍ଡ ନଂ୫ ରୁ ଶନିବାର ଅପରାହ୍ନରେ ବିଜେଡି ଦଳ ପକ୍ଷରୁ ଘରେ ଘରେ...

କଟକ ରୁପା ତାରକସିକୁ ମିଳିଲା ଜିଆଇ ଟ୍ୟାଗ୍‌

କଟକ,୨ା୩(କାର୍ତ୍ତିକ ସାହୁ): ବହୁଦିନର ଦାବି ଆଜି ପୂରଣ ହୋଇଛି। ପ୍ରାଚୀନ କଟକ ସହରର ଅନ୍ୟତମ ଐତିହ୍ୟ ଭାବେ ପରିଗଣିତ ରୁପା ତାରକସିକୁ ଶନିବାର ଜିଆଇ ଟ୍ୟାଗ୍‌...

ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୨ା୩(ଅସମାପିକା ସାହୁ): ଲିଙ୍ଗରାଜ ମହାପ୍ରଭୁଙ୍କ ଚଳିତ ବର୍ଷ ପ୍ରସିଦ୍ଧ ମହାଶିବରାତ୍ରି ଅବସରରେ ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ କମିଟି ବୈଠକ ସର୍କିଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri