Posted inଫୁରସତ

ବସିବା ପାଇଁ ସାର୍ଟିଫିକେଟ

ସ୍ବାଧୀନତା ପୂର୍ବରୁ ଭାରତୀୟମାନେ ବ୍ରିଟିଶ ଅଫିସିଆଲ ବା ଗୋରା ସାହେବଙ୍କୁ ତାଙ୍କ କାର୍ଯ୍ୟାଳୟରେ ଅପେକ୍ଷା କରିବାବେଳେ ଚେୟାରରେ ବସିବା ମନା ଥିଲା। ଆଉ କେହି ଯଦି ବସିବାକୁ ଚାହୁଁଥିଲେ ତେବେ ଏକ ଖାସ୍‌ ସାର୍ଟିଫିକେଟ ନିଜ ନାମରେ କରାଇବାକୁ ପଡୁଥିଲା, ଯାହା ‘କୁର୍ସି ନଶିନ୍‌’ ନାମରେ ପରିଚିତ ଥିଲା। ୧୮୦୦ ମସିହାରେ ପ୍ରଚଳିତ ଏହି ବ୍ୟବସ୍ଥାକୁ ଦୀର୍ଘବର୍ଷ ବିତିଗଲାଣି। ହେଲେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବର ଗୋଟିଏ ଦିନ ପୂର୍ବରୁ ବିଶିଷ୍ଟ ଶିଳ୍ପପତି ହର୍ଷ ଗୋଏଙ୍କା ଟୁଇଟର୍‌ରେ ଶେୟାର କରିଥିଲେ ଏହି ସାର୍ଟିଫିକେଟ୍‌ର ଏକ ଫଟୋ। ଉକ୍ତ ସାର୍ଟିଫିକେଟଟି ରାମ ନରସିମ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ୧୮୮୭ରେ ପ୍ରଦାନ କରାଯାଇଥିଲା। ଡେପୁଟି କମିଶନର ସେଥିରେ ଅଫିସିଆଲ ଷ୍ଟାମ୍ପ ମାରି ତାକୁ ପ୍ରାଧିକୃତ କରିଥିଲେ। ଉକ୍ତ ଟୁଇଟ୍‌ ଭାଇରାଲ ହୋଇଗଲା। କାରଣ ଅନେକେ ଏଭଳି ସାର୍ଟିଫିକେଟ ସମ୍ପର୍କରେ ଅବଗତ ନ ଥିଲେ।

କିଛି ଐତିହାସିକଙ୍କ ମତରେ ବ୍ରିଟିଶ ସରକାର ଏହି ବ୍ୟବସ୍ଥା ମୋଗଲଙ୍କଠାରୁ ଗ୍ରହଣ କରିଥିଲେ। ମୋଗଲ ଦରବାରରେ ଅଳ୍ପ କେତେଜଣ ଖାସ୍‌ ବ୍ୟକ୍ତିଙ୍କୁ ଛାଡ଼ିଦେଲେ ପ୍ରାୟ ସମସ୍ତେ ସମ୍ରାଟଙ୍କ ସମ୍ମୁଖରେ ଠିଆ ହେଉଥିଲେ। ଯେତେବେଳେ ବିଟିଶ ସରକାର ମୋଗଲ ସମ୍ରାଟମାନଙ୍କୁ ଗାଦିରୁ ହଟାଇ ନିଜେ ଶାସନଭାର ସମ୍ଭାଳିବାକୁ ଲାଗିଲେ ସେମାନେ ଜାଣିବାକୁ ପାଇଲେ ଯେ, ଲୋକଙ୍କ ମନରେ ମୋଗଲ ସମ୍ରାଟଙ୍କ ଦରବାରରେ ବସିବାର ଅଧିକାରକୁ ନେଇ ଧୀରେ ଧୀରେ ପ୍ରତିବାଦ ଆରମ୍ଭ ହେଉଥିଲା। ତେଣୁ ବ୍ରିଟିଶ ସରକାର ଲୋକଙ୍କୁ କିଛିଟା ସନ୍ତୁଷ୍ଟ କରିବା ପାଇଁ କୁର୍ସି ନଶିନ୍‌ ସାର୍ଟିଫିକେଟ ବ୍ୟବସ୍ଥା ଆରମ୍ଭ କରିଥିଲେ। ଯଦ୍ଦ୍ବାରା ଲୋକେ ସାର୍ଟିଫିକେଟ ପାଇବା ପରେ ବିନା ଦ୍ୱିଧାରେ ଗୋରା ସାହେବଙ୍କ ନିକଟରେ ଚେୟାରରେ ବସିପାରିବେ।

ସାରା ଏଫ୍‌ଡି ଅନ୍‌ସାରୀ ତାଙ୍କ ପୁସ୍ତକ ‘ସୁଫି ସେଣ୍ଟ ଆଣ୍ଡ ଷ୍ଟେଟ ପାଓ୍ବାର; ଦ ପିର୍‌ସ ଅଫ୍‌ ସିନ୍ଦ ୧୮୪୩-୧୯୪୭’ରେ କହିଛନ୍ତି ସ୍ବାଧୀନତା ପୂର୍ବରୁ କିଛି ଜିନିଷକୁ ସମ୍ମାନ ଓ ପ୍ରତିପତ୍ତିର ପ୍ରତୀକଭାବେ ବିଭକ୍ତୀକରଣ କରାଯାଇଥିଲା। ଯେମିତିକି ଦରବାରରେ କୁର୍ସି ବା ଚେୟାର, ଆର୍ଫିନାମା ବା ସୁନା ଓ ରୁପାରେ ଲିଖିତ ପ୍ରଶଂସାପତ୍ର ବା ସାର୍ଟିଫିକେଟ, ବିଭିନ୍ନ କ୍ୱାଲିଟି କପଡ଼ାରେ ପ୍ରସ୍ତୁତ ଲୁଙ୍ଗି ଏବଂ ଖଣ୍ଡା ଅବା ବନ୍ଧୁକରେ ଭଲ କାମ ପାଇଁ ଖୋଦିତ ଧନ୍ୟବାଦ ଲେଖା ଆଦି। ଏସବୁ ଯାହା ପାଖରେ ରହୁଥିଲା ସେମାନଙ୍କୁ ଖ୍ୟାତିସମ୍ପନ୍ନ ବ୍ୟକ୍ତିଭାବେ ସମାଜରେ ସମ୍ମାନ ଦିଆଯାଉଥିଲା। ୟୁରୋପିଆନ ଚେୟାରରେ ଗୋରା ସାହେବଙ୍କ ସାମ୍‌ନାରେ ବସିବା ପାଇଁ ମିଳୁଥିବା ‘କୁର୍ସି ନଶିନ୍‌’ ସାର୍ଟିଫିକେଟ୍‌କୁ ମଧ୍ୟ ସେତେବେଳେ ସମ୍ମାନର ପ୍ରତୀକଭାବେ ଗଣନା କରାଯାଉଥିଲା।

ଏ ସମ୍ପର୍କରେ ସ୍ତମ୍ଭକାର ତଥା ଅବସରପ୍ରାପ୍ତ ଇତିହାସ ଅଧ୍ୟାପକ ଜ୍ୟୋତି ନନ୍ଦଙ୍କର ମତ ହେଲା- ବ୍ରିଟିଶ ପଦସ୍ଥ ହାକିମମାନେ ଯେତେବେଳେ ଭାରତୀୟମାନଙ୍କୁ କିଛି ନିର୍ଦ୍ଦେଶନାମା ଦେବା ତଥା ଶାସକୀୟ ସମ୍ବୋଧନ ଦେବା ପାଇଁ କିଛି ଆୟୋଜନ କରୁଥିଲେ, ସେତେବେଳେ ସେଥିରେ ଯେଉଁ ଶାସିତ ଭାରତୀୟମାନେ ଯୋଗ ଦେବା ପାଇଁ ଉପଯୁକ୍ତ ବୋଲି ମନେକରାଯାଉଥିଲା, ସେମାନଙ୍କୁ ଗୋରା ଶାସକଙ୍କ ତରଫରୁ ଗୋଟିଏ ଗୋଟିଏ ପାସ୍‌ ବା ଟିକେଟ ପ୍ରଦାନ କରାଯାଉଥିଲା। ଏହାକୁ ‘କୁର୍ସି ନଶିନ୍‌’ ବା କୁର୍ସି ପାଇବା ନିମନ୍ତେ ଯୋଗ୍ୟ ବ୍ୟକ୍ତିଙ୍କର ଗୋଟିଏ ଟିକେଟ ବୋଲି ବିଚାର କରାଯାଉଥିଲା।

ଭାରତୀୟମାନଙ୍କ ଭିତରୁ ଯେଉଁମାନେ ଉଚ୍ଚଶିକ୍ଷିତ ତଥା ସ୍ବଚ୍ଛଳତା ଦୃଷ୍ଟିରୁ ସମ୍ଭ୍ରାନ୍ତ ଥିଲେ ସେମାନଙ୍କୁ ବାଛି ବାଛି ଏଇ ଭଳି ସମ୍ପୂର୍ଣ୍ଣ ବ୍ରିଟିଶ ଆୟୋଜନରେ ଯୋଗଦେବା ପାଇଁ ଡକାଯାଉଥିଲା ତା’ସହିତ ସେମାନଙ୍କୁ ସେଇଠି ଏକାଠି ଗୋଟିଏ ଚୌକିରେ ବସିପାରିବା ଭଳି ଭବ୍ୟତା ପ୍ରଦାନ କରାଯାଉଥିଲା। ଯେଉଁ କାରଣରୁ ଏହି ଶିକ୍ଷିତ ତଥା ସମ୍ଭ୍ରାନ୍ତ ଭାରତୀୟ ବର୍ଗ ମହାମହିମ ବ୍ରିଟିଶ ସରକାରଙ୍କ ପ୍ରତି ନିଜର ଆନୁଗତ୍ୟ ପ୍ରକାଶ କରୁଥିଲେ। ୧୮୫୮ ମସିହାରେ ମହାରାଣୀ ଭିକ୍ଟୋରିଆ ପ୍ରତ୍ୟକ୍ଷ ଭାବରେ ଇଷ୍ଟ ଇଣ୍ଡିଆ କମ୍ପାନୀଠାରୁ ଭାରତର ଶାସନଭାର ନିଜ ହାତକୁ ନେବା ପରେ ଭାରତର ଜନଗଣନା କରିବା ଶାସନ ଦୃଷ୍ଟିରୁ ଅପରିହାର୍ଯ୍ୟ କରିଥିଲେ। ୧୮୭୨ ମସିହାରେ ଭାରତରେ ଏହି ଜନଗଣନା ଆରମ୍ଭ ହୋଇଥିଲେ ହେଁ ୧୮୮୧ ମସିହାରେ ଏହା ଏକ ଚୂଡାନ୍ତ ରୂପ
ନେଇଥିଲା । ଭାରତରେ ଜନଗଣନା ସମ୍ପର୍କରେ ଏହି ପରିପ୍ରେକ୍ଷୀରେ କହିବାର ଆବଶ୍ୟକତା ଏଇଥିପାଇଁ ଯେ, ଏହି ଜନଗଣନାରୁ ଜଣାପଡିଥିଲା ଉଚ୍ଚଶିକ୍ଷିତ ଭାରତୀୟ ବର୍ଗର ସଂଖ୍ୟା ଏହି ସମୟ ବେଳକୁ ଦ୍ରୁତ ଭାବରେ ବଢିବାକୁ ଲାଗିଥିଲା। ଉପନିବେଶବାଦ ସଂକ୍ରାନ୍ତୀୟ ଇତିହାସ ଚର୍ଚ୍ଚାର ଅନ୍ୟତମ ପ୍ରଧାନ ଉତ୍ସ ‘କେମ୍ବ୍ରିଜ୍‌ ସ୍କୁଲ’ର ଐତିହାସିକମାନଙ୍କ ଅନୁସାରେ ଭାରତରେ ସ୍ବାଧୀନତାର ଆନ୍ଦୋଳନ ତଥା ଜାତୀୟବାଦର ସବୁଠାରୁ ପ୍ରଭାବୀ ଧାରଣାଟି ଏହି ଉଚ୍ଚଶିକ୍ଷିତ ଭାରତୀୟମାନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ବିଶେଷକରି ଯେଉଁ ଉଚ୍ଚଶିକ୍ଷିତ ଭାରତୀୟମାନେ ନିଜର ଶିକ୍ଷା ଅନୁଯାୟୀ ଉପଯୁକ୍ତ ସୁବିଧା ସୁଯୋଗରୁ ବଞ୍ଚତ୍ତ ହେଉଥିଲେ ସେମାନେ ବ୍ରିଟିଶ ସରକାର ବିପକ୍ଷରେ ଏକାଠି ହୋଇ ଅନ୍ୟ ସାଧାରଣ ଭାରତୀୟମାନଙ୍କୁ ପରାଧୀନତାର ଦୁର୍ଦ୍ଦଶା ସମ୍ପର୍କରେ ବୁଝାଉଥିଲେ । ସେ ଦୃଷ୍ଟିରୁ ଏହି ଉଚ୍ଚଶିକ୍ଷିତ ନବ୍ୟ ସମ୍ଭ୍ରାନ୍ତ ତଥା କ୍ରମବର୍ଦ୍ଧିଷ୍ଣୁ ବର୍ଗବିଶେଷର କ୍ଷୋଭକୁ ପ୍ରତିହତ କରିବା ପାଇଁ ବ୍ରିଟିଶ ସରକାରଙ୍କ ତରଫରୁ ଏହି ‘କୁର୍ସି ନଶିନ’ ଟିକେଟ ହେଉଛି ଗୋଟିଏ ପ୍ରତୀକାତ୍ମକ ତୁଷ୍ଟୀକରଣ ପ୍ରକ୍ରିୟା।

ଏହି ଟିକେଟ ପାଉ ନ ଥିଲେ ସେମାନେ ଅସନ୍ତୁଷ୍ଟ ହେବା ସ୍ବାଭାବିକ। ଏହି ବିଶେଷ ବର୍ଗର ଅସନ୍ତୋଷ ପରବର୍ତ୍ତୀ ସମୟରେ ଭାରତର ସ୍ବାଧୀନତା ସଂଗ୍ରାମ ଭଳି ଏକ ବ୍ୟାପକ ପୃଷ୍ଠଭୂମିରେ ଏକାଠି ହେବା ପାଇଁ ପ୍ରରୋଚିତ କରିଛି ।
ଏହି ‘କୁର୍ସି ନଶିନ୍‌’ ଟିକେଟର ବିଶେଷ ସମୟ ଅର୍ଥାତ ୧୮୮୦ର ପରବର୍ତ୍ତୀ ଦଶକ ସମୟରେ ଓଡ଼ିଶାରେ ଉଚ୍ଚଶିକ୍ଷିତ ବର୍ଗଙ୍କର ସ୍ଥିତି ସେତେ ପ୍ରଭାବଶାଳୀ ନ ଥିଲା। ଓଡ଼ିଶାରେ ଉଚ୍ଚଶିକ୍ଷା ତଥା ସମ୍ବାଦପତ୍ର ଯାହା ଯାହା ପ୍ରତିଷ୍ଠିତ ହୋଇଛି ତାହା ନଅଙ୍କ ଦୁର୍ଭିକ୍ଷ ତଥା ୧୮୬୬ ମସିହାର ପରବର୍ତ୍ତୀ ଘଟଣା।

ଓଡ଼ିଶା ପ୍ରସଙ୍ଗରେ ସମ୍ଭ୍ରାନ୍ତ ମଧ୍ୟମବର୍ଗର ଅଭ୍ୟୁଦୟ କଥା ଦେଖିଲେ ଏହା ଏହି ସମୟରେ ଅନେକ ପରିମାଣରେ ଶିଥିଳ ଥିଲା। ସେ ଦୃଷ୍ଟିରୁ ବ୍ରିଟିଶ ସରକାରଙ୍କ ଦୃଷ୍ଟି ଯଦି କିଏ ଆକର୍ଷଣ କରିପାରିଥିଲା ତାହା ଅତ୍ୟନ୍ତ ଗର୍ବ ଆଉ ଗୌରବର କଥା ବୋଲି ବିବେଚିତ ହେଉଥିଲା। ଦେଶୀୟ ରାଜାମାନେ ତ ବ୍ରିଟିଶ ଅଫିସରମାନଙ୍କର ଯଥେଷ୍ଟ ପରିଚିତ ଥିଲେ। ତେଣୁ ସେମାନଙ୍କର ‘କୁର୍ସି ନଶିନ୍‌’ ଟିକେଟର ପ୍ରୟୋଜନ ନ ଥିଲା । ଆଉ ଓଡ଼ିଶା ପ୍ରସଙ୍ଗରେ ଯେଉଁ ନୂତନ ଉଚ୍ଚଶିକ୍ଷିତ ବର୍ଗର ଥିଲେ ସେମାନେ ଏଇଭଳି ଏକ ‘କୁର୍ସି ନଶିନ୍‌’ ଟିକେଟ ନ ପାଇବା ଯେ ଅମର୍ଯ୍ୟାଦାଜନକ ସେଇଭଳି ଅସନ୍ତୋଷ ସେମାନଙ୍କ ଭିତରେ ସୃଷ୍ଟି ହୋଇ ନ ଥିଲା । କାରଣ ତୁଳନାତ୍ମକ ଭାବରେ ନିଜର ଅସନ୍ତୋଷକୁ ଜାହିର କରିବା ଭଳି ସଂଖ୍ୟା ବା ବିଚାର ସେମାନଙ୍କ ପାଖରେ ସେତେବେଳେ ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?