ସମସ୍ୟାରେ ଶତାୟୁ ଶିକ୍ଷାନୁଷ୍ଠାନ

ଢେଙ୍କାନାଳ ଅଫିସ,୨।୪: ଢେଙ୍କାନାଳର ଶତାୟୁ ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ (ବି.ବି ହାଇସ୍କୁଲ) ସମ୍ପ୍ରତି ସମସ୍ୟା ଭିତରେ ଗତି କରୁଛି। ଏହି ଐତିହ୍ୟସମ୍ପନ୍ନ ପୁରାତନ ଶିକ୍ଷାନୁଷ୍ଠାନରେ ୫ମାସ ହେଲା ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ୟୁନିଫର୍ମ ମିଳିନାହିଁ। କେତେଜଣ ଛାତ୍ରୀଛାତ୍ରଙ୍କ ଆକାଉଣ୍ଟକୁ ସାଇକେଲ ବାବଦ ଅର୍ଥ ଆସି ନ ଥିବା ଅଭିଯୋଗ ହୋଇଛି। ୧୦୦ବର୍ଷ ପୁରୁଣା ଏହି ବିଦ୍ୟାଳୟ ଶିକ୍ଷା ବିଭାଗର ଦୃଷ୍ଟି ଆଢୁଆଳରେ ରହିଯିବା ଯେତିକି ଦୁଃଖଦାୟକ, ସେତିକି ପରିତାପର ବିଷୟ ବୋଲି କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।
ସ୍ବାଧୀନତାର ଦୀର୍ଘବର୍ଷ ପୂର୍ବରୁ ୧୮୯୬ରେ ସ୍ଥାପିତ ହୋଇଥିଲା ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ। ଏବେ ସ୍କୁଲରେ ୬ଷ୍ଠରୁ ୧୦ମ ଯାଏ ପ୍ରାୟ ୬୦୦ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ବିଭିନ୍ନ ସମୟରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ବିଦ୍ୟାଳୟକୁ ମିଳିଛି ସେଣ୍ଟର ଅଫ୍‌ ଏକ୍ସଲେନ୍ସ ମାନ୍ୟତା। ତେବେ ଶିକ୍ଷା ବିଭାଗର ଦୂରଦୃଷ୍ଟି ଅଭାବରୁ ଏବେ ବିଦ୍ୟାଳୟ ବହୁବିଧ ସମସ୍ୟା ଘେରରେ ରହିଛି। ୨୦୨୦ ନଭେମ୍ବର ୧୮ରେ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ବାରିକଙ୍କ ବଦଳି ପରେ ପଦବୀ ଖାଲି ପଡ଼ିଥିଲା। ଫଳରେ ଦୁଇମାସ ଧରି ଶିକ୍ଷକ, କର୍ମଚାରୀ ଦରମା ପାଇବାରେ ସମସ୍ୟା ଭୋଗିଥିଲେ। ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ହାଇସ୍କୁଲରେ ଅନ୍ୟ ଏକ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହିପାରିବେ। ଏଠାକାର ପ୍ରଧାନ ଶିକ୍ଷକ ପଦବୀ ଓଡ଼ିଶା ଶିକ୍ଷା ସେବା-୨ କ୍ୟାଡରଭୁକ୍ତ। ଜିଲା ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ୨ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ପଦବୀ ଖାଲି ପଡ଼ିଥିବାରୁ କାହାରିକୁ ଅତିରିକ୍ତ ଦାୟିତ୍ୱ ଦିଆଯାଇପାରି ନ ଥିଲା। ତେବେ ଉପରୋକ୍ତ ଯୋଗ୍ୟତା ପୂରଣ କରୁଥିବାରୁ ଗତ ଜାନୁୟାରୀ ୧୨ରେ ଭୁବନ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ହେଲେ ଭୁବନରୁ ଢେଙ୍କାନାଳର ଦୂରତ୍ୱ ୫୦ କିଲୋମିଟର ହୋଇଥିବାରୁ ଉଭୟ ଶିକ୍ଷାନୁଷ୍ଠାନର ଦାୟିତ୍ୱ ସମ୍ଭାଳିବା କେତେଦୂର ଯୁକ୍ତିସଙ୍ଗତ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଥିବାରୁ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ୟୁନିଫର୍ମ ପ୍ରଦାନ କରାଯାଇ ପାରିନାହିଁ। ଏ ସଂକ୍ରାନ୍ତରେ ହେଲପ୍‌ ଲାଇନ ନମ୍ବରରେ ଅଭିଯୋଗ କରାଯାଇଥିଲା। ଏହାପରେ ତୁରନ୍ତ ପିଲାଙ୍କୁ ୟୁନିଫର୍ମ ପ୍ରଦାନ କରିବା ଏବଂ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତଥାପି ସମସ୍ୟାର ସମାଧାନ ହୋଇପାରିନାହିଁ।
ଏ ସଂକ୍ରାନ୍ତରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ କୁହନ୍ତି, ୨-୩ ମଧ୍ୟରେ ସ୍କୁଲ ୟୁନିଫର୍ମ ବଣ୍ଟାଯିବା। ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ। ଜିଲା ଶିକ୍ଷା ଅଧିକାରୀ (ଡିଇଓ) ନିବେଦିତା ପାଣି କୁହନ୍ତି, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଦବୀ ଓଡ଼ିଶା ଶିକ୍ଷାସେବା-୨ର ଅନ୍ତର୍ଭୁକ୍ତ। ତଦନୁଯାୟୀ ସେହି କ୍ୟାଡରର ଜଣେ ଅଧିକାରୀ ଏହା ଦାୟିତ୍ୱରେ ରହିବା କଥା। ଜିଲା ଶିକ୍ଷା କାର୍ଯ୍ୟାଳୟର ୨ ଅତିରିକ୍ତ ଶିକ୍ଷାଧିକାରୀ ପଦବୀ ଖାଲି ପଡ଼ିଥିବାରୁ ସମସ୍ୟା ଉପୁଜିଥିଲା। ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉକ୍ତ କ୍ୟାଡରଭୁକ୍ତ ହୋଇଥିବାରୁ ତାଙ୍କୁ ବ୍ରଜନାଥ ବଡଜେନା ହାଇସ୍କୁଲର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ୟୁନିଫର୍ମ ବଣ୍ଟା ନ ହେବା ଓ ସାଇକେଲ ଟଙ୍କା ଆକାଉଣ୍ଟକୁ ନ ଆସିବା ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ। ବୁଝିବା ପରେ ସବିଶେଷ ସୂଚନା ଦେଇହେବ ବୋଲି ଡିଇଓ କହିଛନ୍ତି। ଜିଲା ସଦରର ଶତାୟୁ ଶିକ୍ଷାନୁଷ୍ଠାନର ସମସ୍ୟା ସମ୍ପର୍କରେ ଡିଇଓ ଅବଗତ ନ ହେବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri