ଅକ୍ସିଜେନ୍‌ ପରିବହନକୁ ତ୍ୱରାନ୍ବିତ ଲାଗି କେନ୍ଦ୍ରର ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନର ଅଭାବ ଯୋଗୁ ଆକ୍ରାନ୍ତଙ୍କ ସମେତ ଅନ୍ୟ ରୋଗୀମାନଙ୍କ ସ୍ଥିତି ମଧ୍ୟ ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ଲାଗି ନିର୍ଦ୍ଦେଶ ଜାରି କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ଅକ୍ସିଜେନ୍‌ ନେଇ ଯାଉଥିବା କୌଣସି ଯାନକୁ ଅଟକା ଯାଇ ପାରିବ ନାହିଁ। ଏହା ଦ୍ୱାରା ଅକ୍ସିଜେନ୍‌ ଯୋଗାଣ ତ୍ୱରାନ୍ବିତ ହୋଇ ପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କରୋନା ସଂକ୍ରମଣ ଯୋଗୁ ଦେଶର କେତେକ ରାଜ୍ୟରେ ସୀମା ସିଲ୍‌ ପୂର୍ବକ ଯାନ ବାହାନ ଚଳାଚଳ ଉପରେ କଟକଣା ଲାଗୁ ହୋଇଛି। ମାତ୍ର ଅକ୍ସିଜେନ୍‌ ନେଇ ଯାଉଥିବା ଯାନ ଉପରେ ଏହି କଟକଣା ଅବା କୌଣସି ପ୍ରତିବନ୍ଧକ ଯେପରି ଲାଗୁ ନ ହେବ ସେଥିପ୍ରତି ପରିବହନ ବିଭାଗ ଅଧିକାରୀମାନଙ୍କ୍‌ୁ ଦୃଷ୍ଟି ଦେବାକୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତୁଲଙ୍କ ଇଡି ରିମାଣ୍ଡ ୫ ଦିନ ବଢ଼ିଲା

ନୂଆଦିଲ୍ଲୀ,୧୨ା୯(ପି.ଟି.): ଅଗୁସ୍ତା ଓ୍ବେଷ୍ଟଲାଣ୍ଡ ହେଲିକପ୍ଟର କିଣା ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁତୁରା ରାତୁଲ ପୁରୀଙ୍କ ଇଡି ହାଜତ ମିଆଦକୁ...

ମାଆଙ୍କ ଆଶୀର୍ବାଦ ନେବେ ମୋଦି

ନୂଆଦିଲ୍ଲୀ,୨୬ା୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଗୁଜୁରାଟର ଅହମ୍ମଦାବାଦରେ ପହଞ୍ଚି ମାଆ ହୀରାବେନ୍‌ଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିବେ। ଲୋକସଭା ନିର୍ବାଚନରେ ଏନ୍‌ଡିଏ ସଂଖ୍ୟା...

ବୁଥ୍‌ ବାହାରେ କଂଗ୍ରେସ ପ୍ରାର୍ଥୀଙ୍କ ଦାଦାଗିରି

ରାଞ୍ଚି,୩୦।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟର ମତଦାନ ଶନିବାର ଅନୁଷ୍ଠିତ ହୋଇଛି। ଏଠାରେ ୧୩ଟି ଆସନ ପାଇଁ ପ୍ରାୟ ୪,୮୯୨ଟି କେନ୍ଦ୍ରରେ ମତଦାନ ଚାଲିଛି।...

‘କୋହଳ ଆଭିମୁଖ୍ୟ ନ ଭାଙ୍ଗୁ କଟକଣା’

ଭୁବନେଶ୍ୱର,୨୦।୪: କରୋନା କଟକଣା ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମେ’ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବଢ଼ାଇ ଦିଆଯାଇଛି। ତେବେ ଏଥିଯୋଗୁ ଜୀବନଜୀବିକାଠାରୁ ଆରମ୍ଭ କରି ଅର୍ଥନୀତି ଓ...

ଆମେରିକାରେ ନୂଆ ପ୍ରବାସନ ନେଇ କଟକଣା: ଟୁଇଟ୍‌ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୧।୪: ପୃଥିବୀ ସାରା କରୋନା ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନା ଯୋଗୁ ଆମେରିକାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ...

ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ: ନିଜ ନିଜ ବିଧାୟକଙ୍କୁ ଏକାଠି କରିବାରେ ଲାଗିଛନ୍ତି ଭାଜପା-କଂଗ୍ରେସ

ନୂଆଦିଲ୍ଲୀ,୧୧।୩: ହୋଲି ଉତ୍ସବ ଅବସରରେ ମଧ୍ୟପ୍ରଦେଶ ରାଜନୀତିରେ ଦେଖିବାକୁ ମିଳିଛି ଅନେକ ରଙ୍ଗ। କଂଗ୍ରେସ ଉପରେ ଅସନ୍ତୁଷ୍ଟ ହୋଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ଦଳରୁ ଇସ୍ତଫା...

ଫାରୁକ୍‌ ଅବଦୁଲ୍ଲା ପିଏସ୍‌ଏରେ ଅଟକ: କେନ୍ଦ୍ର ଓ ଜମ୍ମୁ-କଶ୍ମୀରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ/ଶ୍ରୀନଗର,୧୭ା୯(ପି.ଟି.): ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଅଟକ ରଖାଯିବା ନେଇ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର...

ଭୋକିଲାଙ୍କ ତ୍ରାଣକର୍ତ୍ତା ସୀତାରାମ ବାବା

ଚେନ୍ନାଇ: ଭୋକିଲା ଲୋକଙ୍କୁ ଖାଇବାକୁ ଦେଲେ ଅନେକ ପୂଣ୍ୟ ହୋଇଥାଏ ବୋଲି କୁହାଯାଏ। କେବଳ ମଣିଷ ନୁହେଁ ପଶୁପକ୍ଷୀଙ୍କୁ ମଧ୍ୟ ଖାଇବାକୁ ଦେଲେ ଏହାପୂଣ୍ୟ ବୋଲି...

Advertisement
Archives

Model This Week