Posted inଜାତୀୟ

କେନ୍ଦ୍ର ସରକାରଙ୍କ ବଡ ଜିତ୍: ରାଜ୍ୟପାଳ, ରାଷ୍ଟ୍ରପତିଙ୍କ ବିଲ୍ ମଞ୍ଜୁରୀ ପ୍ରସଙ୍ଗରେ ସୀମାରେଖା ଟାଣିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦।୧୧: ବିଲ୍ ମଞ୍ଜୁରୀ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି ଯେ, ବିଲ୍‌ଗୁଡ଼ିକୁ ଅନୁମୋଦନ କରିବା ପାଇଁ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ଉପରେ କୌଣସି ସମୟସୀମା ଧାର୍ଯ୍ୟ କରାଯାଇପାରିବ ନାହିଁ।

ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଜୋର ଦେଇ କହିଛନ୍ତି ଯେ, ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ କାର୍ଯ୍ୟ “ବିଚାର ଯୋଗ୍ୟ ନୁହେଁ” ଏବଂ କୌଣସି ବିଲ୍ ଆଇନରେ ପରିଣତ ହେବା ପରେ ହିଁ ନ୍ୟାୟିକ ସମୀକ୍ଷା କରାଯାଇପାରିବ।

ଭାରତର ପ୍ରଧାନ ବିଚାରପତି (CJI) ବି.ଆର୍. ଗାଭାଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସମୟସୀମା ଲାଗୁ କରିବା ସମ୍ବିଧାନର ସମ୍ପୂର୍ଣ୍ଣ ବିରୋଧୀ ଅଟେ।

ତାମିଲନାଡୁ ରାଜ୍ୟପାଳଙ୍କ ମାମଲାରେ ପୂର୍ବରୁ ଦୁଇ ଜଣିଆ ଖଣ୍ଡପୀଠଙ୍କ ଦ୍ୱାରା ‘ସମ୍ମତି ପ୍ରାପ୍ତ ବୋଲି ଧରାଯିବା’ ନେଇ ଦିଆଯାଇଥିବା ରାୟକୁ କୋର୍ଟ ଖାରଜ କରିଛନ୍ତି। ଅଦାଲତ କହିଛନ୍ତି ଯେ, ଏକ ନିର୍ଦ୍ଧାରିତ ସମୟ ପରେ ‘ସମ୍ମତି ପ୍ରାପ୍ତ ବୋଲି ଧରିନେବା’ ହେଉଛି ନ୍ୟାୟପାଳିକା ଦ୍ୱାରା କାର୍ଯ୍ୟନିର୍ବାହୀ କାର୍ଯ୍ୟକୁ ଅକ୍ତିଆର କରିବା ଯାହା ସମ୍ବିଧାନର ପରିସର ମଧ୍ୟରେ ଅନୁମତିପ୍ରାପ୍ତ ନୁହେଁ।

ତେବେ, ଖଣ୍ଡପୀଠ ଏକ ସର୍ତ୍ତ ଯୋଡିଛନ୍ତି ଯେ, ରାଜ୍ୟପାଳଙ୍କ କାର୍ଯ୍ୟର ଯୋଗ୍ୟତା ଉପରେ ବିଚାର କରାଯାଇ ପାରିବ ନାହିଁ, କିନ୍ତୁ “ବିଳମ୍ବିତ, ଅସ୍ପଷ୍ଟ ଏବଂ ଅନିର୍ଦ୍ଦିଷ୍ଟ ନିଷ୍କ୍ରିୟତା” ନିଶ୍ଚିତ ଭାବରେ ସୀମିତ ନ୍ୟାୟିକ ଯାଞ୍ଚକୁ ଆମନ୍ତ୍ରଣ କରିବ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସମ୍ବିଧାନର ଧାରା ୧୪୩ ଅନୁଯାୟୀ, ତାମିଲନାଡୁ ମାମଲାର ରାୟ ପରେ ଶୀର୍ଷ ଅଦାଲତଙ୍କ ମତାମତ ଲୋଡ଼ିଥିଲେ। ସେ ମୁଖ୍ୟତଃ ପଚାରିଥିଲେ ଯେ, ସାମ୍ବିଧାନିକ ସମୟସୀମା ଅଭାବରେ, ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ କ୍ଷମତା ପ୍ରୟୋଗ ଉପରେ କ’ଣ ନ୍ୟାୟିକ ଆଦେଶ ମାଧ୍ୟମରେ ସମୟସୀମା ଧାର୍ଯ୍ୟ କରାଯାଇପାରିବ?

ରାଜ୍ୟପାଳ କ’ଣ ମନ୍ତ୍ରୀ ପରିଷଦର ସହାୟତା ଏବଂ ପରାମର୍ଶ ଦ୍ୱାରା ବାଧ୍ୟ ଅଟନ୍ତି? ପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ପାଇଁ ଏକ ବଡ଼ ବିଜୟ ବୋଲି ଧରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri