ପାଠପଢ଼ାରେ ବାଧକ ନ ସାଜୁ ଦୃଷ୍ଟିଶକ୍ତି, ୨୮୦ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା କରି ଡାକ୍ତର…

ଦାରିଙ୍ଗବାଡ଼ି,୨୦ା୧୧(ଅରୁଣ ସାହୁ): ଶିକ୍ଷାର ବିକାଶ ଓ ଛାତ୍ରୀଛାତ୍ରଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଉଛି। ଏହି କ୍ରମରେ ଛାତ୍ରୀଛାତ୍ରଙ୍କ ଅଧ୍ୟୟନରେ କୌଣସି ସମସ୍ୟା ନ ଉପୁଜିବା ପାଇଁ ବିଶେଷ କରି ଅଧ୍ୟୟନ ବେଳେ ଦୃଷ୍ଟିଶକ୍ତି ବାଧକ ନ ସାଜିବା ପାଇଁ ବଡ଼ ପଦକ୍ଷେପ ନିଆଯାଇଛି। ନିୟମିତ ଶିବିରର ଆୟୋଜନ କରାଯାଇ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକ ସ୍ଥଳେ ଦୃଷ୍ଟିବାଧକ ରହିଥିବା ଛାତ୍ରୀଛାତ୍ର ଆବଶ୍ୟକ ମାଗଣା ଚଷମା, ଔଷଧ ଓ ଚିକିତ୍ସା ଯୋଗାଇଦିଆଯାଉଛି।

ଗୁରୁବାର ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସରକାରଙ୍କ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଦିବ୍ୟଜ୍ୟୋତି ଯୋଜନାକୁ କାର୍ଯ୍ୟକାରୀ କରାଯାଇ ଏକ ଚକ୍ଷୁ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ସିମନବାଡ଼ି କ୍ଲଷ୍ଟରର ସିମନବାଡ଼ି ବିଦ୍ୟାଳୟ ସମେତ ବାଡ଼ାବାଙ୍ଗା, କିରିକୁଟି, ଶ୍ରାନିକେତା ପଞ୍ଚାୟତ ଅଞ୍ଚଳରେ ରହିଥିବା ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏହି ଶିବିରରେ ମୋଟ୍‌ ୨୮୦ ଜଣ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୫ ଜଣ ଛାତ୍ରୀଛାତ୍ରଙ୍କୁ ଚଷମା ଲାଗିଥିବା ଓ ୩ଜଣ ଛାତ୍ରୀଛାତ୍ରଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ନିଆଯିବା ପାଇଁ ଚି଼ହ୍ନଟ କରାଯାଇଛି ବୋଲି ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ କହିଛନ୍ତ। ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ପାଇଁ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଦେବଜିତ ଦାସ, ଦୃଷ୍ଟି ବିଜ୍ଞାନୀ ଶିବାଶିଷ ପଣ୍ଡା ଏବଂ ସୁଶ୍ରୀ ଅର୍ଚ୍ଚନା ସ୍ବାଇଁ ପ୍ରମୁଖ ଚକ୍ଷୁ ପରୀକ୍ଷା କରିଥିଲେ। କାର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ, ରଶ୍ମିତା ସେନାପତି ପରିଚାଳନା କରିଥିବା ବେଳେ ତାଙ୍କୁ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷୟିତ୍ରୀଶିକ୍ଷକ ସହଯୋଗ କରିଥିଲେ।

ସୂଚନାଯୋଗଏ ଏହା ପୂର୍ବରୁ ମଙ୍ଗଳବାର ମଧ୍ୟ ଏହି କାର୍ଯ୍ୟକ୍ରମ ଦାରିଙ୍ଗବାଡ଼ି କ୍ଲଷ୍ଟରର ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦାରିଙ୍ଗବାଡ଼ି ସମେତ ପର୍ତ୍ତମାହା, ଭ୍ରମରବାଡ଼ି ଏବଂ ସିଆଙ୍ଗବାଲି ପଞ୍ଚାୟତ ଅଞ୍ଚଳରେ ରହିଥିବା ବିଦ୍ୟାଳୟଗୁଡ଼ିକର ଛାତ୍ରୀଛାତ୍ରଙ୍କୁ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏଥିରେ ମୋଟ୍‌ ୩ଶହ ୨୨ ଜଣ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ୧ ଶହ ୫୨ ଜଣଙ୍କୁ ଚଷମା ପ୍ରଦାନ ପାଇଁ ଚି଼ହ୍ନଟ କରାଯିବା ସହ ୧୧ ଜଣଙ୍କୁ ଅଧିକା ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ଚି଼ହ୍ନଟ କରାଯାଇଛି। ଏଥିରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ଦାସ ଚକ୍ଷୁ ପରୀକ୍ଷା କରିବା ସହ ଅନ୍ୟ ଉପରୋକ୍ତ ଚକ୍ଷୁ ବିଜ୍ଞାନୀମାନେ ଚକ୍ଷୁ ପରୀକ୍ଷା କରିଥିଲେ। ଏହି ସମସ୍ତ କାର୍ଯ୍ୟକୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୋଷ୍ଠୀ ସମ୍ବଳ ଶିକ୍ଷକମାନେ ପରିଚାଳନା କରିଥିଲେ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମୁଖରିତ ହେଲା ବ୍ରାହ୍ମଣୀଗାଁ: ଜନ୍ମାଷ୍ଟମୀ ପୂଜା ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରାହ୍ମଣୀଗାଁ, ୪।୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓଡ଼ିଆ ସାହିଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ବ୍ରହ୍ମାଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ…

ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ

ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ…

ନିଶାସେବନ ଯୁବସମାଜର ଭବିଷ୍ୟତକୁ କରିଦିଏ ନଷ୍ଟ: ନିଶାମୁକ୍ତ ସମାଜ ଆହ୍ବାନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୩।୯(ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆଠାରେ ରହିଥିବା ମହର୍ଷି ଦୟାନନ୍ଦ ଉଚ୍ଚବିଦ୍ୟାଳୟ ପରିସରରେ କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri