ନାଲ୍‌କୋ ପରିଦର୍ଶନରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସତୀଶ

ଭୁବନେଶ୍ୱର,୨୮।୭: ପ୍ରଥମଥର ପାଇଁ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ର୍ୟମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଶନିବାର ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌(ନାଲ୍‌କୋ)ର ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି। ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ସମସ୍ତ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ର ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ମନ୍ତ୍ରୀ ବୃକ୍ଷରୋପଣ ନିମନ୍ତେ ଏକ ସ୍ବତନ୍ତ୍ର ଅଭିଯାନ ‘ପେଡ୍‌ ମାଁ କେ ନାମ୍‌’କୁ ସଫଳ କରିବା ନିମନ୍ତେ ସେ ଏକ ଚାରା ରୋପଣ କରିବା ସହ ନାଲ୍‌କୋର ବରିଷ୍ଠ ଅଧିକାରୀମାନଙ୍କ ସହ କମ୍ପାନୀ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ।

ଏଥିସହ ମନ୍ତ୍ରୀ ଅନୁଗୋଳସ୍ଥିତ ନାଲ୍‌କୋ ସ୍ମେଲ୍‌ଟର ପ୍ଲାଣ୍ଟ ଏବଂ ପାୱାର ପ୍ଲାଣ୍ଟ ପରିଦର୍ଶନକରି ଉତ୍ପାଦନ ଓ ପରିଚାଳନା ସମ୍ବନ୍ଧୀୟ କାର୍ଯ୍ୟକଳାପ ଉପରେ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ନାଲ୍‌କୋ ସିଏମ୍‌ଡିଙ୍କ ସହ କମ୍ପାନୀର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ। ନାଲ୍‌କୋର କାର୍ଯ୍ୟଦକ୍ଷତା ସହ ନାଲ୍‌କୋ କର୍ମଚାରୀଙ୍କ ଉତ୍ସର୍ଗୀକୃତ ମନୋଭାବ, କଠିନ ପରିଶ୍ରମ ଏବଂ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାକୁ ମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri