Posted inଜାତୀୟ

କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳ ଯବାନଙ୍କୁ ଦସ୍ତା ବାକ୍ସ ବଦଳରେ ମିଳିବ ଟ୍ରଲି…

ନୂଆଦିଲ୍ଲୀ,୧୭।୨ : ଆସାମ ରାଇଫଲ୍ସ, ବିଏସଏଫ, ସୀଆଇଏସଏଫ, ସିଆରପିଏଫ, ଆଇଟିବିପି, ଏନଏସଜି ଏବଂ ଏସଏସବିର ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସ ସିଏପିଏଫ ଅଧୀନରେ ଥିବା ଯବାନମାନେ ବର୍ତ୍ତମାନ ଦସ୍ତା ବାକ୍ସ ସମସ୍ୟାରୁ ଆରାମ ପାଇବେ। ଏହି ଯବାନମାନଙ୍କୁ ବର୍ତ୍ତମାନ ପାଞ୍ଚ ବର୍ଷର ୱାରେଣ୍ଟି ଥିବା ଟ୍ରଲି ସହିତ ଏକ ଆଧୁନିକ ସୁଟକେସ ଯୋଗାଇ ଦିଆଯିବ। ବିଶେଷ କଥା ହେଉଛି ଦସ୍ତା ଟ୍ରଙ୍କ ବଦଳରେ ଯବାନମାନେ ଯେଉଁ ସ୍ମାର୍ଟ ସୁଟକେସ ପାଇବେ, ତାକୁୁ ଅନେକ ପ୍ରକାରର ପରୀକ୍ଷା ଦେଇ ଯିବାକୁ ପଡିବ।

ତେବେ ପାରାମିଲିଟାରୀ ଫୋର୍ସ ପାଇଁ ଏହି ସୁଟକେସ କ୍ରୟ ପ୍ରସ୍ତାବ ଦୀର୍ଘ ସମୟ ଧରି ଚାଲିଥିଲା। ଏହି ଦିଗରେ ଅନେକ ପ୍ରକାରର ପରୀକ୍ଷା କରାଯାଇଛି, ଯେପରିକି ଭୂପୃଷ୍ଠ କଠିନତା ପରୀକ୍ଷା, ହ୍ୟାଣ୍ଡଲ ଜର୍କ ଟେଷ୍ଟ ଏବଂ ଷ୍ଟାଣ୍ଡିଂ ପଲ ହ୍ୟାଣ୍ଡଲ ଜର୍କ ଟେଷ୍ଟ ଇତ୍ୟାଦି । ବର୍ତ୍ତମାନ ଖୁବ ଶୀଘ୍ର ସିଏପିଏଫ ଯବାନମାନେ ସ୍ମାର୍ଟ ସୁଟକେସ ସହିତ ଦେଖାଯିବେ ।

ଏହି ଟ୍ରଲି ସୁଟକେସରେ ପାଞ୍ଚ ବର୍ଷର ୱାରେଣ୍ଟି ଉପଲବ୍ଧ ହେବ। କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳ ନିଜର ଆବଶ୍ୟକତା ଅନୁଯାୟୀ ଏହାକୁ କ୍ରୟ କରିପାରିବେ। ଏହି ସ୍ମାର୍ଟ ସୁଟକେସ ଦେଶର ସର୍ବ ବୃହତ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ସିଆରପିଏଫ ସମେତ ଅନ୍ୟ ସମସ୍ତ ବାହିନୀରଯବାନମାନଙ୍କୁ ପ୍ରଦାନ କରାଯିବ। କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯବାନମାନଙ୍କୁ ଦସ୍ତା ବାକ୍ସ ଯୋଗାଇ ଦେଉଛି। ଯଦି ଏହାର ଅନେକ ସୁବିଧା ଅଛି, ତେବେ କିଛି ଅସୁବିଧା ମଧ୍ୟ ଅଛି । ଏହାକୁ ଆଣିବାରେ ଯବାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୂଥିଲା।

ଏହି ଟ୍ରଲି ସୁଟକେସରେ ତିନୋଟି ପଏଣ୍ଟ ଲକିଂ ସିଷ୍ଟମ ଏବଂ ି ଆଣ୍ଟି ଥିପ୍‌ ସୁରକ୍ଷିତ ଜିପର୍‌ ରହିବ। ପଲିପ୍ରୋପିଲିନ ହାର୍ଡ ଟପ ଶରୀରରେ ନିର୍ମିତ ସୁଟକେସ ଦୂର ଦୂରାନ୍ତ ଭ୍ରମଣରେ କୌଣସି ଅସୁବିଧା ସୃଷ୍ଟି କରିବ ନାହିଁ । ଏହାର ଚକ ରହିବ। ୨୨ କିଲୋଗ୍ରାମ ପର୍ଯ୍ୟନ୍ତ ଲଗେଜ ଏଥିରେ ନେଇ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ଜନ୍ମ ହେଲେ ମୁଖ୍ୟମନ୍ତ୍ରୀ ଦେବେ ୧ ଗ୍ରାମର ସୁନା ମୁଦି, ରାଜ୍ୟ ସରକାରଙ୍କ ଖାସ୍ ସ୍କିମ୍…

ଚେନ୍ନାଇ,୨୭ା୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ନିଜର ଏକ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ଏଣିକି ରାଜ୍ୟର ସମସ୍ତ ସରକାରୀ ମାତୃତ୍ୱ କେନ୍ଦ୍ର ଓ…

ଶନି ମନ୍ଦିରରେ ଫୁଲ ଦେଇ ଫେରୁଥିଲେ, ପଛରୁ ପିଟିଦେଲା ବାଇକ୍‌; ଚାଲିଗଲା…

ପାରଳାଖେମୁଣ୍ଡି, ୨୭।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଶନିବାର  ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଷ୍ଟାଡିୟମ୍ ନିକଟସ୍ଥ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ…

କାଜୁ ଜଙ୍ଗଲରେ ଝୁଲିପଡ଼ିଲେ ସଞ୍ଜୟ: ବଢୁଛି ସନ୍ଦେହ

ମହାକାଳପଡ଼ା,୨୭ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ପିତାପାଟ ଚୌଧୁରୀ କାଜୁ ଜଙ୍ଗଲରେ ଜଣେ ଯୁବକ ଗୁରୁବାର…

ଦିନକ ପରେ ସ୍ନାନଯାତ୍ରା: ପୁରୀ ଆସିବାର ଥିଲେ ଜାଣି ନିଅନ୍ତୁ ଟ୍ରାଫିକ କଟକଣା, କେଉଁ ବାଟରେ ଯାଇ କରିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୭।୬: ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ…

ଟୋକନ୍ ନ ମିଳିଲେ ରାଜପଥ ଅବରୋଧ କରିବୁ, DRCS ଅଫିସ ଆଗରେ ଧାରଣା ଦେଇ ଚେତାବନୀ ଦେଲେ…

ବରଗଡ଼, ୨୭।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି।…

ଗୋଷ୍ଠୀକେନ୍ଦ୍ର ଗୃହ ନିର୍ମାଣରେ ଅର୍ଥ ଆତ୍ମସାତ: ଜିଲାପାଳଙ୍କ ନିକଟରେ ଦାବି କଲେ ଗ୍ରାମବାସୀ

କେସିଙ୍ଗା,୨୭।୬( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ରତନପଡ଼ାସ୍ଥିତ ଦୁର୍ଗା ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (WODC) ଆର୍ଥିକ ବର୍ଷ…

ଆମେରିକାର ବୈଦେଶିକ ସଚିବ ରୁବିଓଙ୍କ ବଡ଼ ଘୋଷଣା: ଭାରତ ଆସିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୭।୬: ଭାରତ ଏବଂ ଆମେରିକା ମଧ୍ୟରେ ରଣନୈତିକ ଏବଂ ବାଣିଜ୍ୟିକ ସମ୍ପର୍କରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହା ଆମେରିକାର ବୈଦେଶିକ ସଚିବ ମାର୍କୋ…

ଭେନେଜୁଏଲା ପରେ ଥରିଲା ପାକିସ୍ତାନ

ଇସଲାମାବାଦ,୨୭।୬: ଶନିବାର ସକାଳେ ପାକିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାଦ୍ୱାରା ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri